ଆଳୁ ଖୋଳୁ ଖୋଳୁ ମହାଦେବ

ଥରେ ଜଣେ ଚାଷୀ ନିଜ ବିଲରେ ଆଳୁ ଖୋଳୁ ଖୋଳୁ ତାଙ୍କ କୋଦାଳରେ ପଥର ଭଳି କ’ଣ ବାଜିଲା। ଯେଉଁ ବିଲକୁ ସିଏ ପୁରୁଷାନୁକ୍ରମେ ଚାଷ କରି ଆସୁଛନ୍ତି, ସେଠି ପଥର ରହିବା କଥା ସିଏ ବିଶ୍ୱାସ କରି ନ ପାରି ପୁଣିଥରେ ସେହି ଜାଗାକୁ ଖୋଳିଲେ। ପରେ ପରେ ଦେଖାଗଲା, ତାହା ଏକ ଛୋଟ ପଥର ନୁହେଁ ବରଂ ଏକ ବଡ଼ ଏବଂ ଗଭୀରକୁ ଯାଇଥିବା ପଥର। ଏକଥା ପାଖ ବିଲରେ କାମ କରୁଥିବା ଚାଷୀମାନେ ଦେଖି ସେଠାରେ ରୁଣ୍ଡ ହେଲେ। କଥା କାନକୁ କାନ ବ୍ୟାପୀ ସମଗ୍ର ଅଞ୍ଚଳରେ ବ୍ୟାପିଗଲା ଯେ ଅମୁକ ଚାଷୀର ଆଳୁ କିଆରିରୁ ଶିବଲିଙ୍ଗ ଆବିର୍ଭାବ ହୋଇଛନ୍ତି। ତାଙ୍କର ଦର୍ଶନ ପାଇଁ କିଏ କ୍ଷୀର ନେଇ ଆସିଲେ ତ ଆଉ କିଏ ପାଣି, ଘିଅ, ମହୁ, ଗଞ୍ଜେଇ, ଧୂପ, ଦୀପ ଆଦି ପୂଜା ସାମଗ୍ରୀ ଧରି ପହଞ୍ଚତ୍ଲେ। ଯେହେତୁ ଶିବଲିଙ୍ଗକୁ ସ୍ଥାନାନ୍ତର କରାଯାଏ ନାହିଁ, ତେଣୁ ଲୋକମାନଙ୍କ ନିଷ୍ପତ୍ତି ଫଳରେ ଉକ୍ତ ଜାଗାରେ ଏକ ଭବ୍ୟ ମନ୍ଦିର ସ୍ଥାପନ ହେତୁ ଜମିର ମାଲିକ ଭକ୍ତ ଶ୍ରେଷ୍ଠ ବୋଲି ପରିଗଣିତ ହେବା ସହିତ ଆଖପାଖ ୭-୮ ଖଣ୍ଡ କିଆରିର ମାଲିକମାନେ ଚାଷକାମ ଛାଡ଼ି ମନ୍ଦିରରେ ଫୁଲ, ବେଲପତ୍ର, ଧୂପ, ଦୀପ, ଫଳ, ମୂଳ ଆଦି ଦୋକାନ ଖୋଲି ନିଜ ନିଜର ଗୁଜରାଣ ମେଣ୍ଟାଇଲେ। ଧୀରେ ଧୀରେ ଗଁାଟି ପ୍ରସିଦ୍ଧି ଲାଭ କଲା। ଏଠାରେ ଆଳୁ ଖୋଳିବା ସାଙ୍ଗରେ ଶିବଲିଙ୍ଗର ଆବିର୍ଭାବ ହେବା ମଧ୍ୟରେ କାର୍ଯ୍ୟ-କାରଣର କୌଣସି ସମ୍ପର୍କ ନ ଥିଲେ ମଧ୍ୟ ଗୋଟିଏ ଛୋଟ କାମ କରୁ କରୁ ଏକ ବିରାଟ ପରିବର୍ତ୍ତନ ଯେତିକି ପ୍ରତ୍ୟାଶିତ ସେତିକି ଆଶ୍ଚର୍ଯ୍ୟ କଥା ଥିଲା।
ଆମ ଜୀବନରେ ଛୋଟିଆ ଛୋଟିଆ ଉଦ୍ୟମ କରୁ କରୁ ବଡ଼ ସଫଳତା ଲାଭ କରିବା ହେଉ କିମ୍ବା ଛୋଟିଆ ଘଟଣାର ତଦନ୍ତ କରୁ କରୁ ଲୁକ୍କାୟିତ ଘଟଣା ପଦାକୁ ଆସିଲେ ଆମେ ତାକୁ ଆଳୁ ଖୋଳୁ ଖୋଳୁ ମହାଦେବ ବାହାରିବା କଥା କହି ଥାଉ। ଯାହା କେବଳ ଖୋଳୁଥିବା ବା ତଦନ୍ତ କରୁଥିତ୍ବା ବ୍ୟକ୍ତି ବିଶେଷଙ୍କ ପାଇଁ ଆବଶ୍ୟକତା ଥାଏ କିମ୍ବା ସେମାନଙ୍କର ବିକାଶର ସହାୟତା କରିଥାଏ ସେ କଥା ନୁହେଁ, ବରଂ ବୃହତ୍‌ ଅର୍ଥରେ ପ୍ରକୃତ ଘଟଣା ପଦାକୁ ଆସିବା ସହିତ ସତ୍ୟର ଉନ୍ମୋଚନ ହୁଏ ଏବଂ ବିକାଶଧାରା ବହୁ ଗୁଣିତ ହୋଇଥାଏ।
ଗ୍ରୀସ୍‌ର ରାଜା ଥରେ ଜଣେ ବଣିଆକୁ ଡକାଇ ନିଜ ପାଇଁ ଏକ ସୁନ୍ଦର ମୁକୁଟ ତିଆରି କରିବା ପାଇଁ ବରାଦ ଦେଲେ। ବଣିଆ ଜଣକ ମଧ୍ୟ ନିର୍ଦ୍ଦିଷ୍ଟ ସମୟରେ ମୁକୁଟ ତିଆରି କରି ଆଣି ରାଜାଙ୍କୁ ଦେଲେ। କିନ୍ତୁ ରାଜାଙ୍କର ସନ୍ଦେହ ହେଲା ସିଏ କହିଥିବା ସୁନା ଅନୁପାତରେ ମୁକୁଟରେ ସୁନା ନାହିଁ ଏବଂ ସେଥିରେ ଅଧିକ ଖାଦ ରହିଛି। ଏହି ରହସ୍ୟକୁ ଉନ୍ମୋଚନ କରିବା ପାଇଁ ସିଏ ଆର୍କମେଡିସ୍‌ଙ୍କୁ ଦାୟିତ୍ୱ ଦେଇଥିଲେ। ମୁକୁଟଟି ଅତ୍ୟନ୍ତ ସୁନ୍ଦର ହୋଇଥିବାରୁ ରାଜା ତାକୁ ତରଳାଇବାକୁ ମଧ୍ୟ ରାଜି ନଥିଲେ। ଶେଷରେ ଆର୍କମେଡିସ୍‌ ଗାଧୋଉଥିବା ବେଳେ ଉକ୍ତ ସମସ୍ୟାର ସମାଧାନ ସ୍ବରୂପ ‘ସାନ୍ଧ୍ରତାତ୍ବ’ ଉଦ୍ଭାବନ କରିଥିଲେ ଏବଂ ସିଏ ରାଜାଙ୍କୁ ବୁଝାଇଦେଲେ ଏକ କିଲୋ ସୁନାର ଆୟତନ ଏକ କିଲୋ ରୁପାର ଆୟତନଠାରୁ କମ୍‌। ସିଏ ରାଜାଙ୍କୁ କହି ମୁକୁଟ ଓଜନ ସହିତ ସମାନ ଓଜନର ସୁନା ଓ ରୁପା ଆଣିବା ପାଇଁ କହିଲେ। ପ୍ରଥମେ ଗୋଟିଏ ପାଣି ପାତ୍ରରେ ସୁନା ମୁକୁଟ ଓଜନର ବୁଡ଼ାଇ ନିଗିଡ଼ିଥିବା ପାଣି ମାପ କଲେ ଏବଂ ପରେ ପରେ ରୁପା ବୁଡ଼ାଇ ନିଗିଡ଼ି ଥିବା ପାଣି ମାପ କଲେ। ଶେଷରେ ପାତ୍ରକୁ ପୁଣି ଜଳପୂର୍ଣ୍ଣ କରି ସେଥିରେ ମୁକୁଟଟିକୁ ବୁଡ଼ାଇ ଦିଆଗଲା, କିନ୍ତୁ ସେଥିରୁ ଅଧିକ ଜଳ ନିଗିଡ଼ିଗଲା। ଯଦି ମୁକୁଟଟି ସୁନାରେ କିମ୍ବା ରୁପାରେ ତିଆରି ହୋଇ ଥାଆନ୍ତା, ତା’ହେଲେ ସିଏ ସୁନା କିମ୍ବା ରୁପା ଓଜନର ଜଳ ଅପସାରିତ କରିଥାଆନ୍ତା। ଯେହେତୁ ମୁକୁଟଟି ସୁନାଠାରୁ କମ୍‌ ଏବଂ ରୁପାଠାରୁ ଅଧିକ ଜଳ ଅପସାରିତ କଲା, ତେଣୁ ମୁକୁଟଟି ସୁନା ଏବଂ ରୁପା ମିଶ୍ରିତ ହୋଇ ତିଆରି ହୋଇଛି ବୋଲି ପ୍ରମାଣ ସିଦ୍ଧ ହେଲା।
ବେଳେବେଳେ ଏହି ଆଳୁ ଖୋଳିବା ବା ଅନୁସନ୍ଧାନରୁ ମଧ୍ୟ ସର୍ବନାଶ ହେବାର ଉଦାହରଣ ଅଛି। ମହାଭାରତର ଆଖ୍ୟାୟିକା ଅନୁଯାୟୀ ରାଜସଭାରେ ଭୀମ ଯେତେବେଳେ ଦୁର୍ଯ୍ୟୋଧନଙ୍କୁ ଗୋଲକ ପୁତ୍ର ବୋଲି ସମ୍ବୋଧନ କଲେ, ଦୁର୍ଯ୍ୟୋଧନ ତାହାର ଅର୍ଥ କ’ଣ ବୁଝି ନ ପାରି ସମସ୍ତଙ୍କୁ ପଚାରି ଚାଲିଲେ; କିନ୍ତୁ କେହି ସନ୍ତୋଷଜନକ ଉତ୍ତର ଦେଇ ପାରିନଥିଲେ। ଶେଷରେ ତାଙ୍କ ମା’ଙ୍କଠାରୁ ଉତ୍ତର ଜାଣିବା ପରେ ସିଏ ତାଙ୍କ ମାମୁଘର ବଂଶକୁ ଦୋଷୀ ସାବ୍ୟସ୍ତ କରି ବନ୍ଦୀ କରି ରଖିଥିଲେ ଏବଂ ସେମାନଙ୍କୁ ଖାଦ୍ୟ ନ ଦେଇ ମାରି ଦେଇଥିବା ଫଳରେ ପ୍ରତିଶୋଧ ସ୍ବରୂପ ମାମୁଘରର ଶେଷ ସନ୍ତକ ଶକୁନି କୁରୁବଂଶ ଧ୍ୱଂସ କରିବାରେ ସଫଳ ହୋଇଥିଲେ।
ତେଣୁ ଆମ ସମାଜରେ କିମ୍ବା ଆମ ନିଜ ଜୀବନରେ, ଛୋଟ ଛୋଟ ଅନୁସନ୍ଧିତ୍ସା ଯୋଗୁ ବୃହତ୍ତର ଲକ୍ଷ୍ୟ ପୂରଣ ହେବା କଥା ହେଉ କିମ୍ବା ଅପ୍ରତ୍ୟାଶିତ ଫଳାଫଳ ପ୍ରାପ୍ତ ହେଉ, ସବୁଠି ଫଳାଫଳକୁ ସହୃଦୟତାର ସହିତ ଗ୍ରହଣ କରି ଏହାର ତର୍ଜମା କରିବା ଦରକାର। ବେଳେବେଳେ ବାହ୍ୟ ଜଗତ ପରିବର୍ତ୍ତନ ସମ୍ପର୍କିତ ଚିନ୍ତା କରିବା ସହିତ ଆମତ୍ସମୀକ୍ଷାର ମଧ୍ୟ ଆବଶ୍ୟକତା ରହିଛି। କାରଣ ଏହି ମହାଦେବ ପ୍ରାପ୍ତି କାହା ପାଇଁ ପୁଷ ମାସ ତ ଆଉ କାହା ପାଇଁ ସର୍ବନାଶ ହୋଇଯିବାର ଆଶଙ୍କା ରହିଛି।
ଭଦ୍ରକ, ମୋ: ୯୭୭୮୭୬୪୩୯୪


Enter your email to get our daily news in your inbox.

All Right Reserved By Dharitri.Com

 ଚାଲିଥିଲା ପାଟ୍ରୋଲିଂ: ଡକାୟତି କରିବାକୁ ଯାଉଥିବା ବେଳେ ୬ ଜଣଙ୍କୁ

ପାପଡାହାଣ୍ଡି,୮।୧୨(ସ୍ବପ୍ନଜିତ ପଟନାୟକ): ଜଙ୍ଗଲ ନିକଟରେ ଚାଲିଥିଲା ଡକାୟତ ଉଦ୍ୟମ ମାଡି  ବସିଲା ପୋଲିସ । ଡକାୟତ ଉଦ୍ୟମକୁ ପଣ୍ଡ କରି ୬ ଅଭିଯୁକ୍ତକୁ ଗିରଫ କରି...

ଜଳୁଛି ଗାଁ : ପୋଲିସ ଉପସ୍ଥିତରେ ମହିଳା-ପୁରୁଷ ମିଶି କରୁଛନ୍ତି ଭଙ୍ଗାରୁଜା

ମାଲକାନଗିରି, ୮।୧୨(ଦୁର୍ଯ୍ୟେଧନ ପାତ୍ର): ତେଜୁଛି ଏମ୍ଭି-୨୬ ଓ ରାଖେଲଗୁଡ଼ା କଳି। ରାଖେଲଗୁଡ଼ା ମହିଳାଙ୍କ ମୁଣ୍ଡବିହୀନ ମୃତଦେହ ମିଳିବା ପରେ ଉତ୍ତେଜନା ତୀବ୍ର ହୋଇଛି। ଏମ୍ଭି-୨୬ ଗାଁରେ...

ଗ୍ରାମ୍ୟ ବ୍ୟାଙ୍କରୁ ଡକାୟତି

ନୟାଗଡ଼/ନୂଆଗାଁ,(ଲୋକନାଥ ମିଶ୍ର/ଧନେଶ୍ୱର ପ୍ରଧାନ): ନୟାଗଡ଼ ଜିଲା ନୂଆଗାଁ ଥାନା ମହିପୁର ଫାଣ୍ଡି ଅଧୀନ ମହିପୁର ଓଡ଼ିଶା ଗ୍ରାମ୍ୟ ବ୍ୟାଙ୍କରୁ ରବିବାର ବିଳମ୍ବିତ ରାତିରେ ଡକାୟତି ହୋଇଥିବା...

ଖବରଦାତା ସମ୍ମିଳନୀରେ ସୂର୍ଯ୍ୟକୁମାରଙ୍କ ବଡ଼ ବୟାନ, କହିଲେ ବାରବାଟୀରେ ମୁଁ ପୂର୍ବରୁ ଖେଳିଛି, ଏଠିକାର ଦର୍ଶକ…

ଭୁବନେଶ୍ୱର,୮।୧୨: ମଙ୍ଗଳବାର ଭାରତ-ଦକ୍ଷିଣ ଆଫ୍ରିକା ମଧ୍ୟରେ ମହାମୁକାବିଲା ହେବ । ଏହା ପୂର୍ବରୁ ଆଜି ଉଭୟ ଦଳର ଖେଳାଳି ବାରବାଟୀରେ ଅଭ୍ୟାସ କରିଛନ୍ତି। ଏହା ଦେଖିବାକୁ...

ବଲାଙ୍ଗିର ଫଳ ବଜାରରେ ଜଳିଗଲା ୫୦ରୁ ଊର୍ଦ୍ଧ୍ବ ଦୋକାନ

ବଲାଙ୍ଗିର,୮।୧୨: ସୋମବାର ବଲାଙ୍ଗିର ସହରର ଫଳ ବଜାରରେ ଏକ ବଡ଼ ଧରଣର ଅଗ୍ନିକାଣ୍ଡ ଘଟିଛି। ଜିଲାପାଳଙ୍କ ଅଫିସ୍‌ ନିକଟରେ ଥିବା ପୌର ସଂସ୍ଥା ଅଧୀନରେ ଥିବା...

‘ନେତାଜୀ-ଟାଗୋରଙ୍କୁ ସମ୍ମାନ ଦେଇ ଜାଣି ନାହାଁନ୍ତି…’, ବନ୍ଦେ ମାତରମ ଆଲୋଚନାକୁ ନେଇ ଭାଜପା ଉପରେ ଖପ୍ପା ହେଲେ ମମତା

କୋଲକାତା,୮।୧୨: ସଂସଦରେ ବନ୍ଦେ ମାତରମ ଉପରେ ଉଷ୍ମ ବିତର୍କ ମଧ୍ୟରେ, ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ସିଧାସଳଖ ଭାଜପାକୁ କାଠଗଡ଼ାରେ ଠିଆ କରିଥିଲେ। କୋଲକାତାରେ ଏକ...

ସ୍ମୃତି-ପଲାଶଙ୍କ ବିବାହ ଭାଙ୍ଗିବା ପଛରେ ରହିଛି ଏହି ବଡ଼ କାରଣ! ଖୋଲିଲା ବଡ଼ ରାଜ୍‌…

ନୂଆଦିଲ୍ଲୀ,୮।୧୨: ଭାରତୀୟ ମହିଳା ଦଳର ଉପ-ଅଧିନାୟିକା ସ୍ମୃତି ମନ୍ଧାନା ଏବଂ ସଂଗୀତଜ୍ଞ ପଲାଶ ମୁଛଲଙ୍କ ମଧ୍ୟରେ ସମ୍ପର୍କ ଶେଷରେ ଶେଷ ହୋଇଛି। ମନ୍ଧାନା ଏବଂ ମୁଛଲ...

ଟିକିଏ କଥାରେ ସାଙ୍ଗର ପେଟରେ ଛୁରି ଭୁସି ବାହାର କରିଦେଲେ ଅନ୍ତବୁଜୁଳା

ବାରିପଦା,୮।୧୨(ନୀଳାଦ୍ରି ବିହାରୀ ଦଣ୍ଡପାଟ): ମୟୁରଭଞ୍ଜ ଜିଲା କୁଳିଅଣା ଥାନା ଅନ୍ତର୍ଗତ ବାଇଗଣବାଡିଆ ସ୍ଥିତ ବିବି କଲେଜରେ ଦୁଇ ଛାତ୍ର ମଧ୍ୟରେ ସଂଘର୍ଷ ହୋଇଛି। ଏଥିରେ ଜଣେ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri