ସ୍ତ୍ରୀଙ୍କଠାରୁ ଅଲଗା ହେବେ ମହାଭାରତ ଫେମ୍‌ ଏହି ଅଭିନେତା

ବମ୍ବେ: ପତ୍ନୀଙ୍କଠାରୁ ଅଲଗା ହେବାକୁ ଯାଉଛନ୍ତି ମହାଭାରତର ଯୁଧିଷ୍ଠୀର ଓରଫ ରୋହିତ ଭରଦ୍ୱାଜ। ୨୦୧୭ରେ ଇଣ୍ଡେନେସିଆ ଟ୍ରିପ୍‌ରୁ ଆସିବା ପରଠାରୁ ସ୍ତ୍ରୀ ପୁନମଙ୍କ ସହ ତାଙ୍କର ଝଗଡ଼ା ବଢ଼ିଥିଲା। ଏବେ ଉଭୟ ଚାରି ବର୍ଷ ଧରି ଅଲଗା ରହୁଛନ୍ତି। ଛାଡ଼ପତ୍ର ଲାଗି କୋର୍ଟରେ ମାମଲା ଚାଲିଥିବା ବେଳେ ଏଥିଲାଗି ଆଉ ଦୁଇ ମାସ ଲାଗିପାରେ। ଅଭିନେତା ନିଜେ ଏନେଇ ଏକ ସାକ୍ଷାତକାରରେ କହିଛନ୍ତି।

ବିବାହ ପରଠାରୁ ପୁନମଙ୍କ ସହ ତାଙ୍କ ସମ୍ପର୍କ ସେତେଟା ଭଲ ନ ଥିଲା। ହେଲେ ଉକ୍ତ ଟ୍ରିପ୍‌ ପରଠାରୁ ଝଗଡ଼ା ଅଧିକ ହେବାରେ ଲାଗିଥିଲା। ଶେଷରେ ଏହା ଛାଡ଼ପତ୍ର ଯାଏ ପହଞ୍ଚିଛି। ଉଭୟଙ୍କର ଏକ ୧୦ ବର୍ଷର ଝିଅ ରହିଛି। ହେଲେ ସେ ମା’ଙ୍କ ସହ ଦିଲ୍ଲୀରେ ରହୁଛନ୍ତି। ଉଭୟ ଅଲଗା ରହୁଥିବାରୁ ଝିଅଙ୍କ ମୁହଁକୁ ଦୁଇ ବର୍ଷ ହେଲାଣି ଦେଖି ନାହାନ୍ତି ରୋହିତ। ଏହା ତାଙ୍କୁ ବହୁତ ଯନ୍ତ୍ରଣା ଦେଉଥିବା ସେ ପ୍ରକାଶ କରିଛନ୍ତି।

ତେବେ ବ୍ୟକ୍ତିଗତ ଜୀବନରେ ଚାଲିଥିବା ଦୁଃଖକୁ ନେଇ ରୋହିତ ଅଭିନୟରୁ ଦୂରେଇ ଯାଇଛନ୍ତି। ହେଲେ ଖୁବ୍‌ଶୀଘ୍ର ସେ ନିଜକୁ ମଜଭୂତ କରି ମନୋରଞ୍ଜନ ଦୁନିଆକୁ ଫେରିବେ ବୋଲି ପ୍ରଶଂସକ ଆଶା ରଖିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

T20 ବିଶ୍ୱକପ୍‌ରୁ ବାଦ୍ ପଡ଼ିବ କି ଅଷ୍ଟ୍ରେଲିଆ? ଦମଦାର ବିଜୟ ସହ ସୁପର-୮ରେ ଶ୍ରୀଲଙ୍କା

ନୂଆଦିଲ୍ଲୀ,୧୬।୨: ଚଳିତ T20 ବିଶ୍ୱକପ୍ ୨୦୨୬ରେ ଦେଖିବାକୁ ମିଳିଛି ଏକ ବଡ଼ ବିପର୍ଯ୍ୟୟ। ଓପନର ପଥୁମ ନିସାଙ୍କାଙ୍କ ବିଧ୍ୱଂସକାରୀ ଶତକ ବଳରେ ଶ୍ରୀଲଙ୍କା ୮ ୱିକେଟ୍‌ରେ ଅଷ୍ଟ୍ରେଲିଆକୁ…

ପୂର୍ବତନ ବିଧାୟିକା ଡା. ରାସେଶ୍ବରୀ ପାଣିଗ୍ରାହୀଙ୍କ ପରଲୋକ; ମୁଖ୍ୟମନ୍ତ୍ରୀଙ୍କ ଶୋକ

ଭୁବନେଶ୍ୱର,୧୬।୨: ସମ୍ବଲପୁରର ପୂର୍ବତନ ବିଧାୟିକା ତଥା ବିଶିଷ୍ଟ ଚିକିତ୍ସିକା ଡା. ରାସେଶ୍ବରୀ ପାଣିଗ୍ରାହୀଙ୍କର ଦେହାନ୍ତ ହୋଇଯାଇଛି। ମୃତ୍ୟୁ ବେଳକୁ ତାଙ୍କୁ ୭୯ ବର୍ଷ ବୟସ ହୋଇଥିଲା। ସମ୍ବଲପୁର…

ନକଲି ମାଓବାଦୀ ଆତ୍ମସମର୍ପଣ ଯୋଜନା ପଣ୍ଡ: ଖବରଦାତାଙ୍କ ସହ ୪ ଗିରଫ

ରାୟଗଡ଼ା,୧୬।୨(ଆଶିଷ ରଞ୍ଜନ ପଣ୍ଡା) ମାଓବାଦୀଙ୍କ ନାଁରେ ପୋଷ୍ଟର ମାରିବା ଏବଂ ନକଲି ମାଓବାଦୀଙ୍କୁ ଆତ୍ମସମର୍ପଣ କରାଇ ସରକାରୀ ଅର୍ଥ ଲୁଟ ପାଇଁ ଉଦ୍ୟମ କରିବା ଘଟଣାରେ ରାୟଗଡ଼ା…

ବଟେଶ୍ୱର ଜାଗର ମହୋତ୍ସବ: ମୋହିଲା ଛାତ୍ରୀଛାତ୍ରଙ୍କ ନୃତ୍ୟ

ଗଞ୍ଜାମ,୧୬ା୨(ବିଦ୍ୟାଧର ସାହୁ): ଗଞ୍ଜାମ ବ୍ଲକ ଅନ୍ତର୍ଗତ ପାଳିବନ୍ଧ ପଞ୍ଚାୟତର ପ୍ରସିଦ୍ଧ ବଟେଶ୍ୱର ମନ୍ଦିର ବାଲିଯାତ୍ରା ପଡିଆରେ ମହାଶିବରାତ୍ରି ଉପଲକ୍ଷେ ପ୍ରଥମଥର ପାଇଁ ଜାଗର ମହୋତ୍ସବ ଅନୁଷ୍ଠିତ ହୋଇଯାଇଛି।…

ପୂର୍ବତନ ବିଧାୟିକା ରାସେଶ୍ୱରୀ ପାଣିଗ୍ରାହୀଙ୍କ ପରଲୋକ

ସମ୍ୱଲପୁର,୧୬।୨: ସମ୍ୱଲପୁର ପୂର୍ବତନ ବିଧାୟିକା ଡା. ରାସେଶ୍ୱରୀ ପାଣିଗ୍ରାହୀଙ୍କ ସୋମବାର ରାତିରେ ପରଲୋକ ହୋଇଯାଇଛି। ତାଙ୍କୁ ମୃତ୍ୟୁ ବେଳକୁ ୭୯ ବର୍ଷ ବୟସ ହୋଇଥିଲା। ରାତି ପ୍ରାୟ…

ଏହି ଷ୍ଟେସନର ବଦଳିବ କାୟାକଳ୍ପ: ଏତିକି କୋଟି ମଞ୍ଜୁର କଲେ କେନ୍ଦ୍ର ସରକାର

ଭୁବନେଶ୍ୱର,୧୬।୨: ଓଡ଼ିଶାର ରେଳ ଭିତ୍ତିଭୂମି ପାଇଁ ୯୩.୧୯ କୋଟି ଟଙ୍କା ଅନୁମୋଦନ କରିଛନ୍ତି କେନ୍ଦ୍ର ସରକାର। ଏହି ଟଙ୍କାରେ ବ୍ରହ୍ମପୁର ରେଳ ଷ୍ଟେସନର ପୁନଃ ବିକାଶ କରାଯିବ।…

ମହିଳାଙ୍କୁ ଗୋଡାଇ କାମୁଡ଼ିଲା ବିଲୁଆ

ଦିଗପହଣ୍ଡି,୧୬।୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ସହର ୫ ନଂ ୱାର୍ଡ ପଠାଣ ଗଳି ବାସିନ୍ଦା କେ.ପାର୍ୱତୀ ଦୋରା(୪୦) ବିଲୁଆ କାମଡ଼ାରେ ଗୁରୁତର ଆହତ ହୋଇଛନ୍ତି।…

ତୃତୀୟ ଥର ବିବାହ ବନ୍ଧନରେ ବାନ୍ଧିହେଲେ IAS ଅଫିସର, ତିନି ସ୍ତ୍ରୀ IAS

ଭୋପାଳ,୧୬।୨: ଜଣେ IAS ଅଫିସର ଏବେ ନିଜର ବ୍ୟକ୍ତିଗତ ଜୀବନକୁ ନେଇ ଏବେ ଚର୍ଚ୍ଚାର ଶିଖରରେ ଅଛନ୍ତି। ସେ ନିକଟରେ ତୃତୀୟ ଥର ପାଇଁ ବିବାହ କରିଥିବା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri