ମହାଶିବରାତ୍ରିକୁ ନେଇ ଚଳଚଞ୍ଚଳ ଭୋଗରାଇ: ଭକ୍ତଙ୍କ ପ୍ରବଳ ଗହଳି, ଭୋର ୪.୩୦ରେ ଉଠିବ ମହାଦୀପ

ଭୋଗରାଇ, ୧୫।୨(ପ୍ରଦୀପ ଦାସ): ଆଜି ହେଉଛି ପବିତ୍ର ମହାଶିବରାତ୍ରି। ସମସ୍ତ ଶୈବପୀଠ ହୋଇଛି ଭକ୍ତମୟ। ସବୁଠି ଓଁ ନମଃ ଶିବାୟରେ ପ୍ରକମ୍ପିତ ହେଉଛି ମନ୍ଦିର l ଏଭଳି ସ୍ଥିତିରେ ରବିବାର ପୂର୍ବ ଭାରତର ପ୍ରସିଦ୍ଧ ଶୈବପୀଠ ଚନ୍ଦନେଶ୍ୱର ଓ ଏସିଆର ସର୍ବବୃହତ ଶିବଲିଙ୍ଗ ଭୂଷଣ୍ଡେଶ୍ୱର ମନ୍ଦିରରେ ବଙ୍ଗ, ଝାଡ଼ଖଣ୍ଡ – ଓଡ଼ିଶାର ଅସଂଖ୍ୟ ଶ୍ରଦ୍ଧାଳୁ ନିଶିବସାନରୁ ଏକାଠି ହୋଇ ଭଗବାନଙ୍କୁ ଆରାଧନା କରୁଛନ୍ତି। ଭୋଗରାଇ ସୀମାନ୍ତ ହୁଗୁଳି ଗ୍ରାମର କୂଳ ପାଉ ନ ଥିବା ଜଳଯନ୍ତ୍ର ଦେବତା ଚନ୍ଦନେଶ୍ୱର ଓ ସୁବର୍ଣ୍ଣରେଖା ନଦୀ ପାର୍ଶସ୍ଥ ବିଶାଳକାୟ ଶିବଲିଙ୍ଗ ଭୂଷଣ୍ଡେଶ୍ୱର ମହାଦେବଙ୍କ ଠାରେ ଭୋର ୪ ଟାରୁ ଶୈବଭକ୍ତଙ୍କ ପୂଜାର୍ଚ୍ଚନା, ଜଳାଭିଷେକ, ନୀତିକାନ୍ତ ପୂଜାପାଠ, ରୃଦ୍ରାଭିଷେକରେ ସମଗ୍ର ଅଞ୍ଚଳ ଅଧ୍ୟାତ୍ମିକ ପରିବେଶ ସୃଷ୍ଟି ହୋଇଛି।

ଭୂଷଣ୍ଡେଶ୍ୱର ମହାଦେବଙ୍କ ଠାରେ ମନ୍ଦିର ପରିଚାଳନା କମିଟି ପକ୍ଷରୁ ଶୈବଭକ୍ତ ଇଂ ଅଭିଜିତ ଦାସ ସା ୬ ଟାରେ ଦୀପ ପ୍ରଜ୍ଜ୍ୱଳନର ଶୁଭାରମ୍ଭ କରିବେ। ଦୂରଦୂରାନ୍ତରୁ ଜାଗର ଜଳିବାକୁ ଆସିଥିବା ଶୈବଭକ୍ତଙ୍କ ଆଗମନରେ ଚନ୍ଦନେଶ୍ୱର, ଭୂଷଣ୍ଡେଶ୍ୱର ମନ୍ଦିର ଭକ୍ତମୟ ହୋଇଛି । ଭୋଗରାଇ ଚୌକି ଗ୍ରାମର ନୀଳକଣ୍ଠେଶର, ଦେଉଳାହାଟରେ ଅନନ୍ତ ପୁରୁଷୋତ୍ତମ, ଭୋଗରାଇ ଓ କମର୍ଦ୍ଦାରେ ବାରଦେଉଳି, କୁମ୍ଭାରମୂଳିରେ ଧବଳେଶ୍ୱର, କଳାହିରେ ସିଦ୍ଧେଶ୍ୱର, ଗୋବର୍ଦ୍ଧନପୁରରେ ଝଗ ପୁଟିନାରେ ପୁଟିଣେଶ୍ୱର, କୁସୁଡାରେ ବ ଆରୁହାବୃତ୍ତିରେ ଅଷ୍ଟଶମ୍ଭୁ ସହିତ ପସରବିନ୍ଧା, ଭୋଗରାଇ ଲକ, ମହେଶପୁର, ବାଉଁଶଡିହା ପ୍ରଭୃତି ଶତାଧିକ ଗ୍ରାମୀଣ ମହାଦେବଙ୍କ ଠାରେ ପଇଡ଼, କ୍ଷୀର, ବେଲପତ୍ର,କଦଳୀ, ଅରୁଆ ଚାଉଳ, ଫୁଲ ଚନ୍ଦନ, ଧୂପ, ଝୁଣାଓ ଫୁଲ ଡାଲାରେ ଫଳମୂଳ ସଜେଇ ଶୈବଭକ୍ତ ମାନେ ଆରାଧନା କରୁଛନ୍ତି l ସଞ୍ଜ ନଇଁ ଆସିଲେ ସମସ୍ତ ଶୈବପୀଠରେ ଦୀପ,ଫୁଲମାଳ ଓ ରଙ୍ଗୀନ ବିଦ୍ୟୁତ ଆଲୋକ ମାଳାରେ ମହାଦେବ ମନ୍ଦିର ଝଲସି ଉଠିବ । ଭୋର ୪ ଟା ୩ ୦ ମିନିଟରେ ମହାଦୀପ ଉଠିବ। ପରେ ବ୍ରତଚାରୀମାନେ ମହାଦେବଙ୍କ ପଞ୍ଚାମୃତ ପାନ କରି ମନସ୍କାମନା ପୂର୍ବକ ବ୍ରତ ଶେଷ କରିବେ। ମହାଶିବ ରାତ୍ରିରେ ମହାଦେବଙ୍କ ଠାରେ ଆରାଧନା, ଭଜନ ସନ୍ଧ୍ୟା, ଧାର୍ମିକ ପ୍ରବଚନ, ସାଂସ୍କୃତିକ କାର୍ଯ୍ୟକ୍ରମ ବିମୋହିତ କରିବ । ଶ୍ରଦ୍ଧାଳୁଙ୍କ ନିମନ୍ତେ ପାନୀୟ ଜଳ, ସ୍ବାସ୍ଥ୍ୟସେବା,ଶୌଚାଳାୟ ପ୍ରତି ଟ୍ରଷ୍ଟ ବୋର୍ଡ଼ ପକ୍ଷରୁ ଗୁରୁତ୍ୱ ଦିଆଯାଇଛି। ଶାନ୍ତି ଶୃଙ୍ଖଳା ପାଇଁ ଚନ୍ଦନେଶ୍ୱରରେ ୩ ପ୍ଲାଟୁନ ଓ ଭୂଷଣ୍ଡେଶ୍ୱର ମନ୍ଦିରରେ ୧ ପ୍ଲାଟୁନ ପୋଲିସ ଫୋର୍ସ ମୁତୟନ ହୋଇଥିବାର ଜଳେଶ୍ୱର ଏସଡ଼ିପିଓ ସୂଚନା ଦେଇଛନ୍ତି।

Dharitri – Odisha’s No.1 Odia Daily

Enter your email to get our daily news in your inbox.

All Right Reserved By Dharitri.Com

ରେଳ ଲାଇନ୍‌ ପାରି ହେଉଥିଲେ, ଧକ୍କା ଦେଲା ବାଙ୍ଗିରିପୋଷି-ରୁପ୍ସା ଟ୍ରେନ: ମୁଣ୍ଡରୁ ଗଣ୍ଡି ଅଲଗା…

ବୈଶିଙ୍ଗା, ୧।୪ (ରତନ ଦାଶ): ମୟୂରଭଞ୍ଜ ଜିଲା ବୈଶିଙ୍ଗା ଥାନା ଅନ୍ତର୍ଗତ ମଛପଦା ନିକଟରେ ବୁଧବାର ରାତିରେ ଏକ ମର୍ମନ୍ତୁଦ ରେଳ ଦୁର୍ଘଟଣା ଘଟିଯାଇଛି। ବାଙ୍ଗିରିପୋଷି-ରୁପ୍ସା ଡିଏମୟୁ…

ଗଜପତି ପୋଲିସର ବଡ଼ ସଫଳତା: ୧ କୋଟି ୮୦ ଲକ୍ଷ ଟଙ୍କାର ଗଞ୍ଜେଇ ଜବତ, ୩ ମାଫିଆ…

ମୋହନା, ୧।୪(ମନ୍ମଥ ମିଶ୍ର): ରାଜ୍ୟ ସରକାରଙ୍କ ଗଞ୍ଜେଇ ମୁକ୍ତ ଓଡ଼ିଶା ଅଭିଯାନ ମଧ୍ୟରେ ଗଜପତି ପୋଲିସକୁ ଏକ ବଡ଼ ସଫଳତା ମିଳିଛି। ଜିଲାର ଆର୍‌. ଉଦୟଗିରି ଥାନା…

IPL ୨୦୨୬: ଲକ୍ଷ୍ନୌକୁ ଲଗାତାର ୫ମ ଥର ପାଇଁ ହରାଇଲା ଦିଲ୍ଲୀ କ୍ୟାପିଟାଲ୍ସ; ଦଳକୁ ଦମ୍‌ଦାର ବିଜୟ ଦେଲେ ସମୀର ରିଜଭୀ…

ଲକ୍ଷ୍ନୌ, ୧ା୪: ଆଇପିଏଲ ୨୦୨୬ରେ ଦିଲ୍ଲୀ କ୍ୟାପିଟାଲ୍ସ ବିଜୟ ଅଭିଯାନ ଆରମ୍ଭ କରିଛି। ଲକ୍ଷ୍ନୌ ସୁପର ଜାଏଣ୍ଟସ (LSG) ବିପକ୍ଷ ମ୍ୟାଚରେ ଦିଲ୍ଲୀ ୧୪୨ ରନର ଲକ୍ଷ୍ୟକୁ…

ବ୍ୟାକଫୁଟରେ ସୁପରପାୱାର ଆମେରିକା, ଇରାନ ସହ ଯୁଦ୍ଧରୁ ଓହରିବ! ଟ୍ରମ୍ପଙ୍କ ବଡ଼ ବୟାନ…

ୱାଶିଂଟନ, ୧ା୪:ଇରାନ ଏବଂ ଆମେରିକା ମଧ୍ୟରେ ଚାଲିଥିବା ସଂଘର୍ଷ ଏବେ ଏକ ନୂଆ ମୋଡ଼ ନେଇଛି। ସୁପରପାୱାର ଆମେରିକାର ରଣନୀତି ଫେଲ ମାରୁଥିବା ବେଳେ ରାଷ୍ଟ୍ରପତି ଡୋନାଲ୍ଡ…

ରାସାୟନିକ ଦୁର୍ଘଟଣା ରୋକିବାରେ ‘ଗ୍ରାସିମ୍‌’ ତୁଲାଉଛି ଗୁରୁଦାୟିତ୍ୱ, ଜନସାଧାରଣଙ୍କ ମଧ୍ୟରେ…

ଗଞ୍ଜାମ,୧ା୪(ଅନାଥ ତରାଇ/ବିଦ୍ୟାଧର ସାହୁ)- ପରିବେଶ ସୁରକ୍ଷା ଏବଂ ଜନସାଧାରଣଙ୍କ ନିରାପତ୍ତା ପ୍ରତି ନିଜର ପ୍ରତିବଦ୍ଧତା ପ୍ରଦର୍ଶନ କରି ପୁଣିଥରେ ଚର୍ଚ୍ଚାରେ ଗ୍ରାସିମ୍‌ ଇଣ୍ଡଷ୍ଟ୍ରିଜ୍‌। ମଙ୍ଗଳବାର ଅପରାହ୍ନ ପ୍ରାୟ…

ଥୁଆମୂଳ ରାମପୁରରେ ମା’ ଠାକୁରାଣୀଙ୍କ ଚୈତ୍ର ଘଣ୍ଟଯାତ୍ରା ସମ୍ପନ୍ନ: ଭକ୍ତିମୟ ପରିବେଶରେ ନିଜ ଆସ୍ଥାନକୁ ଫେରିଲେ ମା’

ଥୁଆମୂଳ ରାମପୁର,୧।୪ (ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ବ୍ଲକ ମୁଖ୍ୟାଳୟରେ ଅତି ଆଡ଼ମ୍ବର ସହକାରେ ଅନୁଷ୍ଠିତ ହେଉଥିବା ମା’ ଠାକୁରାଣୀଙ୍କ ପବିତ୍ର ଚୈତ୍ର ଘଣ୍ଟଯାତ୍ରା…

ବଲାଙ୍ଗୀରରେ ଓଡ଼ିଶା ଦିବସ ପାଳନକୁ ବିରୋଧ: ସଂସ୍କୃତି ଭବନରେ କୋଶଲ ସମର୍ଥକଙ୍କ ହଙ୍ଗାମା, ୮ ଅଟକ

ବଲାଙ୍ଗୀର,୧।୪(ସୁନିଲ କୁମାର ମହାନ୍ତି): ଆଜି ସମଗ୍ର ରାଜ୍ୟରେ ଓଡ଼ିଶା ଦିବସ ବା ଉତ୍କଳ ଦିବସ ପାଳିତ ହେଉଥିବା ବେଳେ ବଲାଙ୍ଗୀରରେ ଏହାକୁ ନେଇ ଅଭାବନୀୟ ପରିସ୍ଥିତି ସୃଷ୍ଟି…

ଲଜ୍ଜା: ୧୩ ବର୍ଷର ନାବାଳିକାଙ୍କୁ ଗର୍ଭବତୀ କଲେ ଦୁଇ ସନ୍ତାନର ବାପା, ଅଭିଯୁକ୍ତଙ୍କୁ ପୋଲିସ ବାନ୍ଧି…

ପାତ୍ରପୁର, ୧।୪ (ଉମା ଚରଣ ନେପାକ): ବ୍ରହ୍ମପୁର ପୋଲିସ ଜିଲା ଅନ୍ତର୍ଗତ ଜରଡ଼ା ଥାନା ଅଞ୍ଚଳରେ ଏକ ଅଭାବନୀୟ ଘଟଣା ଘଟିଛି। ଆଙ୍କୁଲି ପଞ୍ଚାୟତର ଜଣେ ୧୩…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri