ଢେଙ୍କାନାଳର ମଗଜି ଲଡୁକୁ ଜିଆଇ ଟ୍ୟାଗ୍‌

ଢେଙ୍କାନାଳ,୪।୧(ରତନ ନାୟାର): ଦୀର୍ଘଦିନ ପ୍ରତୀକ୍ଷାର ଘଟିଛି ଅନ୍ତ। ଶେଷରେ ଢେଙ୍କାନାଳ ଜିଲାର ପ୍ରସିଦ୍ଧ ମଗଜି ଲଡୁକୁ ମିଳିଛି ଜିଓଗ୍ରାଫିକାଲ ଇଣ୍ଡିକେଶନ (ଜିଆଇ) ଟ୍ୟାଗ୍‌ ମାନ୍ୟତା। ବୁଧବାର ସନ୍ଧ୍ୟାରେ ଏହି ଖବର ଜଣାପଡ଼ିବା ପରେ ଜିଲାବାସୀ ଖୁସିରେ ଆତ୍ମହରା ହୋଇପଡ଼ିଛନ୍ତି। ଏହି ଲଡ଼ୁ ପାଇଁ ଦେଶ ବିଦେଶରେ ଢେଙ୍କାନାଳ ଗୌରବ ଅର୍ଜନ କରିବାକୁ ଥିବାରୁ ଆଗାମୀ ଦିନରେ ଏହାର ଅଧିକ ପ୍ରଚାର, ପ୍ରସାର ସହ ଉତ୍ପାଦନ ବୃଦ୍ଧି ପାଇଁ ଆବେଦନକାରୀଙ୍କ ପକ୍ଷରୁ ଯୋଜନା କରାଯାଇଛି। ଜିଆଇ ଟ୍ୟାଗ୍‌ ପାଇଥିବା ମଗଜି ଲଡୁର ଆପ୍ଲିକେଶନ ନମ୍ବର-୭୨୪ ରହିଥିବା ବେଳେ ସାର୍ଟିଫିକେଟ ନମ୍ବର-୫୩୫ ରହିଛି ବୋଲି ଢେଙ୍କାନାଳ ମହିଷାପାଟସ୍ଥିତ ଜିଲା କୃଷି ବିଜ୍ଞାନ କେନ୍ଦ୍ରର ମୁଖ୍ୟ ବରିଷ୍ଠ ବୈଜ୍ଞାନିକ ଡ. ବିମଳେନ୍ଦୁ ମହାନ୍ତି ସୂଚନା ପ୍ରଦାନ କରିଛନ୍ତି।

ଢେଙ୍କାନାଳର ଏହି ପ୍ରସିଦ୍ଧ ମଗଜି ଲଡୁ ଇତିହାସ ପ୍ରାୟ ୬ଶହ ବର୍ଷ ପୁରୁଣା। ଏପରି କି ଭାଗବତ ଟିକାକାର ଶ୍ରୀଧର ସ୍ବାମୀଙ୍କ କପିଳାସ ପୀଠରେ ରହିବା ସମୟରେ ସେଠାରେ ଚୈତନ୍ୟ ମହାପ୍ରଭୁଙ୍କୁ ମଗଜି ଲଡୁ ଖାଇବାକୁ ଦେଇଥିଲେ ବୋଲି ଇତିହାସ ଓ ଲୋକ କଥାରୁ ଜଣାପଡ଼େ। ଏହି ଲଡ଼ୁ ମଇଁଷି କ୍ଷୀରରୁ ପ୍ରସ୍ତୁତ। ମଇଁଷି କ୍ଷୀର ଛେନାରେ ଚିନି ଓ ଗୁଜୁରାତି ମିଶାଇ ଏହି ଲଡୁ ତିଆରି କରାଯାଏ। ଏଥିରେ ପାଣି ବ୍ୟବହାର କରାଯାଉ ନ ଥିବାରୁ ଏହା ୧୫ରୁ ୨୦ଦିନ ପର୍ଯ୍ୟନ୍ତ ରହିଥାଏ। ଢେଙ୍କାନାଳ ଜିଲା ଗଁଦିଆ ବ୍ଲକର ଷଡ଼ଙ୍ଗୀ ଅଞ୍ଚଳରେ ବହୁଳ ପରିମାଣରେ ଏହାକୁ ପ୍ରସ୍ତୁତ କରାଯାଏ। ଗତ ୭ ଡିସେମ୍ବର ୨୦୨୦ରେ ଢେଙ୍କାନାଳ ସହର ମିନାବଜାରସ୍ଥିତ ଢେଙ୍କାନାଳ ସୁଇଟ୍‌ ଆସୋସିଏଶନ ପକ୍ଷରୁ ମଗଜି ଲଡୁକୁ ଜିଆଇ ଟ୍ୟାଗ୍‌ ମାନ୍ୟତା ପାଇଁ ଦରଖାସ୍ତ (ନମ୍ବର-୭୨୪) ପଞ୍ଜୀକୃତ କରାଯାଇଥିଲା। ଓୟୁଏଟି ସହଯୋଗରେ ଏହାକୁ ଜିଆଇ ଟ୍ୟାଗ୍‌ ମାନ୍ୟତା ପ୍ରଦାନ ପାଇଁ ନିୟମ ଅନୁଯାୟୀ ବିଭିନ୍ନ ପାହାଚ ଅତିକ୍ରମ କରାଯାଇଥିଲା। ଗତ ୨୦୨୩ ଅଗଷ୍ଟ ୩୧ରେ ଜିଓଗ୍ରାଫିକାଲ ଇଣ୍ଡିକେଶନ ଜର୍ନାଲ (ନଂ. ୧୭୮)ରେ ଏହା ପ୍ରକାଶିତ ହୋଇଥିଲା। ଏହାପରେ ଗତ ୧ ସେପ୍ଟେମ୍ବର ୨୦୨୩ରେ ଏହା ଜିଆଇ ଟ୍ୟାଗ୍‌ ମାନ୍ୟତା ପାଇଁ ଅନ୍ତିମ ପର୍ଯ୍ୟାୟରେ ପହଞ୍ଚିଥିଲା। ଜିଓଗ୍ରାଫିକାଲ ଇଣ୍ଡିକେଶନ ଜର୍ନାଲରେ ସ୍ଥାନ ପାଇବାର ୩ମାସ ମଧ୍ୟରେ କୌଣସି ଅଭିଯୋଗ ଓ ବିରୋଧ ନ ହେଲେ ଏହାକୁ ଜିଆଇ ଟ୍ୟାଗ୍‌ ପ୍ରଦାନ କରାଯିବ ବୋଲି ସେହି ସମୟରେ ସୂଚନା ଦିଆଯାଇଥିଲା। ଏ ସଂକ୍ରାନ୍ତରେ ଢେଙ୍କାନାଳ କୃଷି ବିଜ୍ଞାନ କେନ୍ଦ୍ରର ବୈଜ୍ଞାନିକ ଡ. ବିମଳେନ୍ଦୁ ମହାନ୍ତି କହିଛନ୍ତି, ବହୁତ ଖୁସି ଲାଗୁଛି। ମଗଜି ଲଡୁ ଜିଆଇ ଟ୍ୟାଗ୍‌ ମାନ୍ୟତା ପାଇବା ପରେ ଢେଙ୍କାନାଳ ସମଗ୍ର ଦେଶ ଓ ରାଜ୍ୟରେ ଗର୍ବିତ ହୋଇଛି। ୬୦୦ ବର୍ଷର ଏହି ପାରମ୍ପରିକ ମିଠା ଢେଙ୍କାନାଳକୁ ଏକ ସ୍ବତନ୍ତ୍ର ପରିଚୟ ଦେଇଛି। ଢେଙ୍କାନାଳ ସୁଇଟ୍‌ ଆସୋସିଏଶନ ପକ୍ଷରୁ ଏହାକୁ ଜିଆଇ ମାନ୍ୟତା ପାଇଁ ଆବେଦନ କରାଯିବା ପରେ ଓୟୁଏଟି ଜରିଆରେ ଏହାର ସମସ୍ତ ପ୍ରକାର ପରୀକ୍ଷା ନିରୀକ୍ଷା କରି ପ୍ରଦର୍ଶିତ କରାଯାଇଥିଲା। ବିଦେଶରେ ଏହାର କିପରି ପ୍ରଚାର ପ୍ରସାର କରାଯିବ ଏବଂ ମଇଁଷି କ୍ଷୀରରୁ ଅଧିକ ଭାବେ ଏହା ପ୍ରସ୍ତୁତ କରାଯିବ ସେଥିପାଇଁ ଜିଲା ପ୍ରଶାସନଠାରୁ ଆରମ୍ଭ କରି ସମସ୍ତଙ୍କ ସହଯୋଗ ଦରକାର। ଏ ସଂକ୍ରାନ୍ତରେ ଜିଆଇ ଟ୍ୟାଗ୍‌ ମାନ୍ୟତା ପାଇଁ ଆବେଦନ କରିଥିବା ଢେଙ୍କାନାଳ ସୁଇଟ୍‌ ଆସୋସିଏଶନ ସଭାପତି ଜୟ ପ୍ରକାଶ ସାହୁ ଓ ସମ୍ପାଦକ ଜିତେଶ କୁମାର କୋଟକ କହିଛନ୍ତି, ମଗଜି ଲଡୁ ଜିଆଇ ଟ୍ୟାଗ୍‌ ମାନ୍ୟତା ପାଇବା ଢେଙ୍କାନାଳବାସୀଙ୍କ ପାଇଁ ଗୌରବର ବିଷୟ। ଆଗକୁ ଏହାର କିପରି ଅଧିକ ପ୍ରଚାର ପ୍ରସାର ହେବ ଏବଂ ବ୍ୟବସାୟ ବୃଦ୍ଧି କରାଯିବ, ସେଥିପାଇଁ ପଦକ୍ଷେପ ନିଆଯିବ।


Enter your email to get our daily news in your inbox.

All Right Reserved By Dharitri.Com

ଦୂଷିତ ପାଣି ବ୍ୟବହାର କରି ସେବାଶ୍ରମ ବିଦ୍ୟାଳୟର ଛାତ୍ରୀଛାତ୍ର ଅସୁସ୍ଥ, ମେଡିକାଲ ଟିମ୍‌ ପହଞ୍ଚି…

ବାଙ୍କୀ,୨୬ା୩(ଶୁଭେନ୍ଦୁ ମହାପାତ୍ର): ବାଙ୍କୀ ବ୍ଲକ ଅନ୍ତର୍ଗତ କଦଳୀବାଡ଼ି ପଞ୍ଚାୟତସ୍ଥିତ ସେବାଶ୍ରମ ସରକାରୀ ବିଦ୍ୟାଳୟର ଛାତ୍ରୀଛାତ୍ର ଜଣ୍ଡିସ୍‌ ରୋଗରେ ଆକ୍ରାନ୍ତ ଥିବା ଅଭିଭାବକ ଓ ଗ୍ରାମବାସୀ ଅଭିଯୋଗ କରିଛନ୍ତି।…

ବ୍ରିଜ୍‌ ଉପରେ ହଠାତ୍‌ ଫାଟିଲା ପାନୀଳ ଜଳ ପାଇପ୍‌, ଆଉ ତା’ ପରେ…

ଗୁଣପୁର,୨୬ା୩(ସଂକେତ ପାତ୍ର): ସ୍ଥାନୀୟ ଗୁଣପୁର-ବିକ୍ରମପୁରକୁ ସଂଯୋଗ କରୁଥିବା ବ୍ରିଜ୍‌ ଉପରେ ଥିବା ପାନୀୟଜଳ ପାଇପ୍‌ ଫାଟିଯାଇ ଅଧିକ ସମୟ ଧରି ପାଣି ବହୁଥିବା ଦେଖାଯାଇଛି। ସୂଚନାନୁସାରେ, କେନ୍ଦ୍ର…

ହୋଟେଲ, ରେଷ୍ଟୁରାଣ୍ଟରେ ବଡ଼ ଧରଣର ଚଢ଼ାଉ

ନୂଆପଡ଼ା,୨୬ା୩ (ମକାରୁ ବେମାଲ): ନୂଆପଡ଼ା ଜିଲାରେ ଘରୋଇ ଏଲ୍‌ପିଜି ସିଲିଣ୍ଡରର କୃତ୍ରିମ ଅଭାବ ଦେଖାଦେଇଥିବା ବେଳେ ବିଭିନ୍ନ ହୋଟେଲ ଓ ରେଷ୍ଟୁରାଣ୍ଟରେ ଅବୈଧ ବ୍ୟବହାର କରାଯାଉଥିବା ଅଭିଯୋଗ…

ନିଜର ସୁରକ୍ଷା ନେଇ ଆଗେଇ ଆସିଲେ ଛାତ୍ରୀ, ଆତ୍ମରକ୍ଷା ପାଇଁ କଲେ…

ଦିଗପହଣ୍ଡି,୨୬ା୩(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ଭୀଷ୍ମଗିରି ଗ୍ରାମସ୍ଥିତ ରାମଜୀ ଡିଗ୍ରୀ କଲେଜରେ ଗୁରୁବାର ଅଧ୍ୟକ୍ଷ ନିହାର ରଞ୍ଜନ କରଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ‘ଛାତ୍ରୀ…

ଆସନ୍ତାକାଲି ଭକ୍ତଙ୍କୁ ଦର୍ଶନ ଦେବେ ନାହିଁ ମହାପ୍ରଭୁ, ୫ ଘଣ୍ଟା ବନ୍ଦ ରହିବ ଶ୍ରୀମନ୍ଦିର

ପୁରୀ,୨୬ା୩(ଅଜିତ କୁମାର ମହାନ୍ତି):  ଆସନ୍ତାକାଲି ଅର୍ଥାତ୍‌ ଶୁକ୍ରବାର ଭଗବାନ ଆଉ ଭକ୍ତଙ୍କ ମଧ୍ୟରେ ବଢ଼ିବ ଦୂରତା। ୫ ଘଣ୍ଟା ଭକ୍ତଙ୍କୁ ଦର୍ଶନ ଦେବେ ନାହିଁ ମହାପ୍ରଭୁ। ଚୈତ୍ର…

ଭତ୍ତା କାର୍ଡରେ ମୃତ, ରାଶନକାର୍ଡରେ ଜୀବିତ

କେନ୍ଦୁଝର,୨୬ା୩(ନରେଶ ଚନ୍ଦ୍ର ପଟ୍ଟନାୟକ): ସଦର ବ୍ଲକ ବୋଦାପଳଶା ପଞ୍ଚାୟତର ଶଙ୍କରପୁର ଗ୍ରାମରେ ଗୀତାଞ୍ଜଳି ମୁଣ୍ଡା ସ୍ବାମୀଙ୍କ ମୃତ୍ୟୁ ପରେ ୨୦୧୭ରୁ ବିଧବା ଭତ୍ତା ପାଇ ଆସୁଥିଲେ। କିନ୍ତୁ…

ବହୁଚର୍ଚ୍ଚିତ ପ୍ରକାଶ ପ୍ରଧାନ ହତ୍ୟା ମାମଲା; ୫ବର୍ଷ ପରେ ମିଳିଲା ନ୍ୟାୟ, ଏକକାଳୀନ ୭ ଅଭିଯୁକ୍ତଙ୍କୁ…..

ସମ୍ବଲପୁର,୨୬।୩(ପ୍ରମୋଦ ବହିଦାର): ସମ୍ବଲପୁର ଜିଲା କତରବଗା ଥାନା ଅନ୍ତର୍ଗତ ଗୁଲାମାଲ ଗ୍ରାମରେ ଗତ ୨୦୨୧ ମସିହାରେ ସଂଘଟିତ ବହୁ ଚର୍ଚ୍ଚିତ ପ୍ରକାଶ ପ୍ରଧାନ ହତ୍ୟା ମାମଲାରେ ଜିଲା…

ଯୁବକଙ୍କ ଗୀତରେ ହଠାତ୍‌ ମୁଣ୍ଡ ହଲାଇ ନାଚି ଉଠିଲା ଦନ୍ତା ହାତୀ, Video ଦେଖିଲେ…..

କେନ୍ଦୁଝର,୨୬ା୩ (ନରେଶ ଚନ୍ଦ୍ର ପଟ୍ଟନାୟକ): ଦନ୍ତା ହାତୀର ଜଳ କ୍ରୀଡ଼ା ଏବଂ ଉଗ୍ରରୂପ ସମସ୍ତେ ଦେଖିଛନ୍ତି । ତେବେ ହାତୀର ମଜାଳିଆ ଢଙ୍ଗ ବହୁତ୍ କମ ଦେଖିବାକୁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri