ରାଉରକେଲା,୮ା୭,(ଦିନେଶ ମିଶ୍ର): ସ୍ଥାନୀୟ ବିର୍ସାମୁଣ୍ଡା ଆନ୍ତର୍ଜାତୀୟ ହକି ଷ୍ଟାଡିୟମରେ ଚାଲିଥିବା ତ୍ରୟୋଦଶ ଜାତୀୟ ଜୁନିୟର ମହିଳା ହକି ଚାମ୍ପିୟନଶିପ୍୍ ଉଦ୍ଯାପିତ ହୋଇଯାଇଛି। ଶୁକ୍ରବାର ଖେଳାଯାଇଥିବା ପ୍ରତିଯୋଗିତାର ଫାଇନାଲ ମ୍ୟାଚରେ ହକି ମଧ୍ୟପ୍ରଦେଶ ଦଳ ୧-୦ ଗୋଲ୍ରେ ହକି ଝାଡ଼ଖଣ୍ଡକୁ ପରାସ୍ତ କରି ଚାମ୍ପିୟନ ହୋଇଛି। ଏହି ମ୍ୟାଚରେ ହକି ମଧ୍ୟପ୍ରଦେଶ ଆରମ୍ଭରୁ ଚାପ ପକାଇ ଖେଳିଥିଲା। ଦଳ ପକ୍ଷରୁ ଫରଓ୍ବାର୍ଡ ଖେଳାଳି ଗୁର୍ମେଲ କୌର ଖେଳର ୨୨ତମ ମିନିଟ୍ରେ ବିଜୟସୂଚକ ଗୋଲ୍ଟିକୁ ସ୍କୋର କରିଥିଲେ। ତୃତୀୟ/ଚତୁର୍ଥ ସ୍ଥାନ ପାଇଁ ଖେଳାଯାଇଥିବା ମ୍ୟାଚରେ ହକି ହରିୟାଣା ଦଳ ୧୨-୨ ଗୋଲରେ ଛତିଶଗଡକୁ ପରାସ୍ତ କରି ବ୍ରୋଞ୍ଜ ଜିତିଥିଲା। ହରିୟାଣା ଦଳ ଖେଳ ଆରମ୍ଭରୁ ଆକ୍ରମଣାତ୍ମକ ଖେଳଥିଲା। ଦଳ ପକ୍ଷରୁ ଫରଓ୍ବାର୍ଡ ଖେଳାଳି ସୁଖପ୍ରୀତ୍ କୌର ଖେଳର ୧୨ତମ,୯ମ, ୩ୟ, ୫୧ତମ ମିନିଟ୍ରେ ସର୍ବାଧିକ ୪ଟି ଗୋଲ ଦେଇଥିଲେ। ସେହିଭଳି କାନିକା ସିୱାଚ୍ ୮ମ, ୨୨ତମ ଓ ୩୪ ତମ ମିନିଟ୍ରେ ଛତିଶଗଡ଼ ବିପକ୍ଷରେ ହ୍ୟାଟ୍ରିକ ଗୋଲ୍ ସ୍କୋର କରିଥିଲେ। ପରେ ଶାବି ଖେଳର ୨୩ ତମ, ୧୬ତମ ମିନିଟରେ ୨ଟି ଗୋଲ ଦେଇଥିବାବେଳେ ମନୀଷା ଖେଳର ୧୫ ମିନିଟ, ସିଜଲ ୪୧ ମିନିଟ ପରେ ବେଥରୀ ୬ଷ୍ଠ ମିନିଟରେ ଗୋଟିଏ ଲେଖାଏଁ ଗୋଲ ସ୍କୋର କରିଥିଲେ। ଛତିଶଗଡ ଦଳ ପକ୍ଷରୁ ଗୀତା ଯାଦବ ଖେଳର ୧୦ମ ଓ ୪୬ତମ ମିନିଟରେ ଦୁଇଟି ଗୋଲ ଦେଇଥିଲେ। ୧୦ ଧରି ଚାଲିଥିବା ଏହି ଚାମ୍ପିୟନଶିପ୍ରେ ଦେଶର ୨୮ଟି ରାଜ୍ୟର ହକି ଦଳ ଅଂଶଗ୍ରହଣ କରିଥିଲେ।
ଆବଶ୍ୟକବେଳେ ମିଳୁନି ୟୁରିଆ, ଚାଷୀ ହନ୍ତସନ୍ତ: କାର୍ଯ୍ୟାନୁଷ୍ଠାନ ଧର୍ମକୁ ଆଖିଠାର
ବରଗଡ଼,୨୮।୩(ପ୍ରେମାନନ୍ଦ ଖମାରୀ):ଅଧିକ ଧାନ ଉତ୍ପାଦନ ଯୋଗୁ ବରଗଡ଼ ଜିଲାକୁ ରାଜ୍ୟର ଭାତହାଣ୍ଡି କୁହାଯାଏ। ହେଲେ ଏଠାରେ ଚାଷ ଏବଂ ଚାଷୀଙ୍କ ସମସ୍ୟା ଅସମାହିତ ହୋଇ ରହିଛି। ଧାନବିକ୍ରି…
ତାଲିକାରୁ ଯୋଗ୍ୟ ପ୍ରାର୍ଥୀଙ୍କ ନାମ ଗାଏବ
ଛତ୍ରପୁର,୨୮ା୩(ଦିଲୀପ ସାମଲ): ଗଞ୍ଜାମ ଜିଲା ହୋମଗାର୍ଡ ନାମଲେଖା ପ୍ରକ୍ରିୟାରେ ଏକ ସାଂଘାତିକ ତ୍ରୁଟି ସାମ୍ନାକୁ ଆସିଛି, ଯାହା ଚୟନ ପ୍ରକ୍ରିୟାର ସ୍ବଚ୍ଛତା ପ୍ରତି ପ୍ରଶ୍ନବାଚୀ ସୃଷ୍ଟି କରିଛି।…
ପ୍ରତି ଲକ୍ଷେ ଜନ୍ମରେ ୨୪,୭୦୦ ମାତୃମୃତ୍ୟୁ
ନୂଆଦିଲ୍ଲୀ,୨୮ା୩: ଦକ୍ଷିଣ ଏସିଆ ଓ ଅନ୍ୟ ଉପସାହାରୀୟ ଆଫ୍ରିକୀୟ ରାଷ୍ଟ୍ରଗୁଡ଼ିକରେ ମାତୃ ମୃତ୍ୟୁହାର ଅତ୍ୟନ୍ତ ଚିନ୍ତାଜନକ ରହିଛି। ୨୦୨୩ରେ ଭାରତ ସମେତ ଏହି ଅଞ୍ଚଳରେ ପ୍ରତି ୧…
ଆଜିଠୁ ଆଇପିଏଲ୍: ମୁହାଁମୁହିଁ ହେବେ ଏହି ୨ ଟିମ୍
ବେଙ୍ଗାଲୁରୁ, ୨୮।୩:ଅନ୍ତର୍ଜାତୀୟ ଟି୨୦ରେ ସବୁଠାରୁ ବ୍ୟୟବହୁଳ ଲିଗ୍ ଆଇପିଏଲ୍ (ଇଣ୍ଡିଆନ ପ୍ରିମିୟର ଲିଗ୍)ର ୧୯ଶ ସଂସ୍କରଣ ଶନିବାରଠାରୁ ଆରମ୍ଭ ହେବାକୁ ଯାଉଛି। ଏହା ମେ’ ୩୧ ପର୍ଯ୍ୟନ୍ତ…
LPG ପରେ ଆଉ ଏକ ବଡ଼ ସଙ୍କଟ; ୧୦ରୁ ୧୫ ପ୍ରତିଶତ ଯାଏ ବଢିପାରେ ଦର…
ନୂଆଦିଲ୍ଲୀ,୨୭।୩: LPG ସଙ୍କଟ ଭିତରେ ଜନତାଙ୍କୁ ବହୁ ଜଲଦି ଆଉ ଏକ ଝଟକା ଲାଗିବାକୁ ଯାଉଛି । ପଶ୍ଚିମ ଏସିଆରେ ଚାଲୁଥିବା ଏହି ଯୁଦ୍ଧ ଯୋଗ ବର୍ତ୍ତମାନ…
ଚଳନ୍ତା ଟ୍ରେନ୍ରୁ ଡେଇଁ ପଡ଼ିଲେ ଯୁବକ, ଆଉ ତା’ପରେ…
ଛତ୍ରପୁର,୨୭ା୩(ଦିଲୀପ ସାମଲ): ଗଞ୍ଜାମ ଜିଲା ଛତ୍ରପୁର ନିକଟରେ ଚଳନ୍ତା ଟ୍ରେନରୁ ଖସିପଡି ଜଣେ ଯୁବକ ଆହତ ହୋଇଛନ୍ତି। ସେ ହେଲେ କେନ୍ଦୁଝର ଜିଲା ଗୁଣ୍ଠପୁର ଅଞ୍ଚଳର ବିକ୍ରମ…
ରାସ୍ତାକଡ଼ ବୁଦା ଭିତରୁ ମିଳିଲା ପୁଳାପୁଳା ସରକାରୀ ଔଷଧ, ଏକ୍ସପାଏରୀ ଡେଟ୍ ଥିଲେ ସୁଦ୍ଧା କିଏ ଫିଙ୍ଗିଲା ସେ ନେଇ…
ସୁନ୍ଦରଗଡ଼, ୨୭।୩(ଜୟ ନାରାୟଣ ମେଣ୍ଡୁଳି): ସରକାର ଗରିବ ଲୋକଙ୍କୁ ମାଗଣାରେ ସ୍ବାସ୍ଥ୍ୟସେବା ଓ ଔଷଧ ଯୋଗାଇବା ପାଇଁ କୋଟି କୋଟି ଟଙ୍କା ଖର୍ଚ୍ଚ କରୁଥିବା ବେଳେ, ସୁନ୍ଦରଗଡ଼ରେ…
ବିଦ୍ୟୁତ୍ କାଟ୍କୁ ନେଇ ବଢୁଛି ଅସନ୍ତୋଷ
ଶେରଗଡ଼,୨୭ା୩(ସୂର୍ଯ୍ୟ ନାରାୟଣ ଦାଶ): ଶେରଗଡ଼ରେ ବିଦ୍ୟୁତ୍ ବିଭ୍ରାଟ ଦିନକୁ ଦିନ ବଢ଼ିବାରେ ଲାଗିଛି। ମେଣ୍ଟେନାନ୍ସ ଆଳରେ ଏପରି ବିଦ୍ୟୁତ୍ କାଟ କରାଯାଉଥିବା ଅଭିଯୋଗ ହେଉଛି। ଏପରି ଦିନକୁ…
Archives

