ମଧୁସୂଦନ ଆଇନ ବିଶ୍ୱବିଦ୍ୟାଳୟ: ପ୍ରଥମ କୁଳସଚିବ ଭାବେ ଦାୟିତ୍ୱ ନେଲେ ନିରୁପମା ସ୍ବାଇଁ

କଟକ ଅଫିସ,୨।୭: ମଧୁସୂଦନ ଆଇନ ବିଶ୍ୱବିଦ୍ୟାଳୟର ପ୍ରଥମ କୁଳସଚିବ ଭାବେ ଓଏଏସ୍‌ ଅଫିସର ନିରୁପମା ସ୍ବାଇଁ ଗୁରୁବାର ଦାୟିତ୍ୱ ଗ୍ରହଣ କରିଛନ୍ତି। ବିଶ୍ୱବିଦ୍ୟାଳୟରେ କୁଳପତି ପ୍ରଫେସର କମଲଜିତ ସିଂ ତାଙ୍କୁ ସ୍ବାଗତ କରିଥିଲେ। ନିରୁପମା ଦାୟିତ୍ୱ ଗ୍ରହଣ କରିବାବେଳେ ଡ. ସୁଶାନ୍ତ ନନ୍ଦ, ଡ. ସତ୍ୟନାରାୟଣ ମଲ୍ଲିକ ଓ ଛାତ୍ର ସୁମନ୍ତ ମଲ୍ଲିକ ପ୍ରମୁଖ ଉପସ୍ଥିତ ଥିଲେ। ଏହି ଅବସରରେ ନିରୁପମା କହିଛନ୍ତି, ବିଶ୍ୱବିଦ୍ୟାଳୟ ଭିତ୍ତିଭୂମିର ବିକାଶ ସହ ଛାତ୍ରୀଛାତ୍ରଙ୍କୁ ଉତ୍ତମ ଶିକ୍ଷା ଯୋଗାଇବା ମୂଳ ଲକ୍ଷ୍ୟ ା ସୂଚନାଥାଉ କି, ଗତ ଏପ୍ରିଲ ୨୮ରେ ମଧୁସୂଦନ ଆଇନ କଲେଜ ବିଶ୍ୱବିଦ୍ୟାଳୟ ମାନ୍ୟତା ପାଇବା ସହ ପ୍ରଫେସର ସିଂ ପ୍ରଥମ କୁଳପତି ଭାବରେ ଦାୟିତ୍ୱ ଗ୍ରହଣ କରିଥିଲେ। ଗତ ମାସ ୨୪ରେ ରାଜ୍ୟ ସରକାର ନିରୁପମାଙ୍କୁ ବିଶ୍ୱବିଦ୍ୟାଳୟର କୁଳସଚିବ ଭାବରେ ନିଯୁକ୍ତି ଦେଇଥିଲେ। ସେ ପୂର୍ବରୁ ଓଡ଼ିଶା କ୍ଷୁଦ୍ରଶିଳ୍ପ ନିଗମରେ ଡିଜିଏମ୍‌ ଭାବରେ କାର୍ଯ୍ୟରତ ଥିଲେ।