ଏହି ଅଭିନେତା କରିଥିଲେ ମନା; ସେଥିପାଇଁ ତ ବିଗ୍‌ ବିଙ୍କ ସହ ଗୋଟିଏ ଫିଲ୍ମ କରିନାହାନ୍ତି ଧକ୍‌ ଧକ୍‌ ଗର୍ଲ

ବମ୍ବେ: ଆଜି ହେଉଛି ଧକ୍‌ ଧକ୍‌ ଗର୍ଲ ମାଧୁରୀ ଦୀକ୍ଷିତଙ୍କ ହାପି ବର୍ଥ ଡେ’ ଅର୍ଥାତ ଜନ୍ମଦନ। ମେ’ ୧୫ରେ ସେ ନିଜର ୫୪ତମ ଜନ୍ମଦିନ ପାଳନ କରୁଛନ୍ତି। ଏହି ଅବସରରେ ତାଙ୍କ ନିକଟକୁ ଶୁଭେଚ୍ଛାର ସୁଅ ଛୁଟିବାରେ ଲାଗିଛି। ତେବେ ୮୦ ଏବଂ ୯୦ ଦଶକରେ ପ୍ରଶଂସକଙ୍କୁ ଅଭିନୟ ସହ ନୃତ୍ୟ ଯୋଗେ ବନ୍ଦି କରିଥିବା ମାଧୁରୀ ପ୍ରାୟ ସବୁ ବଡ଼ ଷ୍ଟାରଙ୍କ ସହ କାମ କରିଛନ୍ତି। ହେଲେ ସେ କେବେ ବି ବିଗ୍‌ ବି ଅମିତାଭ ବଚ୍ଚନଙ୍କ ସହ ଗୋଟିଏ ବି ଫିଲ୍ମ କରିନାହାନ୍ତି। ଏହା ପଛର କାରଣ ହେଉଛନ୍ତି ଅନିଲ କପୁର।

୧୯୮୪ରେ ଫିଲ୍ମ ‘ଅବୋଧ’ ଜରିଆରେ ଅଭିନୟରେ ଡେବ୍ୟୁ କରିଥିଲେ ମାଧୁରୀ। ପରେ ୯୦ ଦଶକ ବେଳକୁ ସେ ସୁପରଷ୍ଟାର ପାଲଟିଥିଲେ। ହେଲେ ଏକ ସମୟ ଏଭଳି ଥିଲା, ଯେତେବେଳେ ତାଙ୍କ ଫିଲ୍ମ ହିଟ୍‌ ହେଉ ନ ଥିଲା। ଏପରି ସମୟରେ ତାଙ୍କ ସହ କିଏ ବି କାମ କରିବାକୁ ଚାହୁଁ ନ ଥିଲେ। ଏହି ସମୟରେ ମାଧୁରୀଙ୍କ ସହ ଛିଡ଼ା ହୋଇଥିଲେ ଅନିଲ। ଅଭିନେତ୍ରୀଙ୍କ ସହ ସେ ‘ତେଜାବ, ଲାଡଲା, ରାମ-ଲଖନ, ବେଟା’ ଭଳି ସୁପରହିଟ୍‌ ଫିଲ୍ମରେ କାମ କରିଥିଲେ ସେ। ଉଭୟଙ୍କ ଯୋଡ଼ି ସୁପରହିଟ୍‌ ଥିଲା।

ସଫଳତାକୁ ନେଇ ବେଶ୍‌ ପ୍ରତିକ୍ରିୟାଶୀଳ ହୋଇଯାଇଥିଲେ ଅନିଲ। ଉଭୟଙ୍କ ପ୍ରେମ ସମ୍ପର୍କ ନେଇ ଚର୍ଚ୍ଚା ହେଉଥିଲା। ଯେତେବେଳେ ଅମିତାଭଙ୍କ ସହ କାମ କରିବା ନେଇ ମାଧୁରୀଙ୍କୁ ସୁଯୋଗ ମିଳିଥିଲା, ଅନିଲ ମନା କରିଦେଇଥିଲେ। ତାଙ୍କ କଥା ରଖି ମାଧୁରୀ ମଧ୍ୟ କାମ କରି ନ ଥିଲେ। ସେବେଟାରୁ କିଛି ଆଇଟମ ନଂ ବ୍ୟତିତ କୌଣସି ଫିଲ୍ମରେ ନଜର ଆସିନାହାନ୍ତି।
ଅପରପକ୍ଷେ ମାଧୁରୀଙ୍କୁ ପସନ୍ଦ କରିବା ନେଇ ଅନିଲ ଏକ ସାକ୍ଷାତକାରରେ ମୁହଁ ଖୋଲିଥିଲେ। ଭଲ ପାଇବାକୁ ବହୁତ ସୁଯୋଗ ମିଳିଥିଲା। ହେଲେ କିଛି ଦିନର ଖୁସି ଅଥବା ସାରାଜୀବନର ଖୁସି ଆବଶ୍ୟକ ତାହା ଭାବି ଚୁପ୍‌ ରହିଯାଇଥିଲି। ସ୍ତ୍ରୀ ସୁନିତାଙ୍କ ସହ ସେ ଖୁସିରେ ଥିବା ମଧ୍ୟ କହିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ନିଆରା ରାକ୍ଷୀପୂର୍ଣ୍ଣିମା: ଗଛକୁ ରାକ୍ଷୀ ବାନ୍ଧି ପରିବେଶ ସୁରକ୍ଷା ବାର୍ତ୍ତା ବାଣ୍ଟିଲେ ଛାତ୍ରୀଛାତ୍ର

ଭଞ୍ଜନଗର, ୨୭।୮(ବାବୁଲା ପ୍ରଧାନ): ଗଛ ଓ ମଣିଷର ସମ୍ପର୍କକୁ ଦୃଢ଼ କରିବା ସହ ପରିବେଶ ସୁରକ୍ଷାର ବାର୍ତ୍ତା ଦେବା ଲକ୍ଷ୍ୟରେ ରାକ୍ଷୀପୂର୍ଣ୍ଣିମା ଅବସରରେ ଭଞ୍ଜନଗର କବି ସମ୍ରାଟ…

ପୁଣି ବନ୍ଦ ହେଲା ୪ ସ୍ଲୁଇସ ଗେଟ: ହୀରାକୁଦ ଜଳଭଣ୍ଡାରରେ ବନ୍ୟାଜଳ ପ୍ରବେଶ ପରିମାଣ ହ୍ରାସ

ସମ୍ବଲପୁର,୨୭।୮(ପ୍ରମୋଦ ବହିଦାର): ହୀରାକୁଦ ଜଳଭଣ୍ଡାରକୁ ବନ୍ୟାଜଳ ପ୍ରବେଶ ପରିମାଣ କ୍ରମଶଃ ହ୍ରାସ ପାଇବାରେ ଲାଗିଛି। ଫଳରେ ଗୁରବାର ୍ଯଯଯାହ୍ନରେ ପୁଣି ୪ଟି ସ୍ଲୁଇସ ଗେଟକୁ ବନ୍ଦ କରି…

ଉତ୍ତରାଞ୍ଚଳ ଡିଆଇଜି ଭାବେ ଦାୟିତ୍ୱ ଗ୍ରହଣ କଲେ ଚରଣ ସିଂ ମୀନା: ସାଇବର ଅପରାଧ ରୋକିବା ହେବ ପ୍ରାଥମିକତା

ସମ୍ବଲପୁର,୨୭।୮(ପ୍ରମୋଦ ବହିଦାର): ଉତ୍ତରାଞ୍ଚଳ ଡିଆଇଜି ଭାବେ ଆଇପିଏସ ଚରଣ ସିଂ ମୀନା ଆନୁଷ୍ଠାନିକ ଭାବେ ଯୋଗଦେଇଛନ୍ତି। ଗୁରୁବାର ସକାଳେ ସର୍ବପ୍ରଥମେ ସେ ସମ୍ବଲପୁରର ଆରାଧ୍ୟ ଦେବୀ ମା’…

Appleର ବଡ଼ ଘୋଷଣା! ଏହି ତାରିଖରେ ଲଞ୍ଚ ହେବ iPhone 18 Pro, ଏତିକି ରହିବ ଦାମ୍

ନୂଆଦିଲ୍ଲୀ,୨୭।୮: Apple ଶେଷରେ ନିଜର ବଡ଼ ଲଞ୍ଚ ଇଭେଣ୍ଟର ତାରିଖ ଘୋଷଣା କରିଛି । କମ୍ପାନୀ ଆସନ୍ତା ସେପ୍ଟେମ୍ବର ୯ ତାରିଖରେ Apple Event ଆୟୋଜନ କରିବ…

ସତ ହୋଇଗଲା ଭବିଷ୍ୟବାଣୀ! ବହୁ ବର୍ଷ ପୂର୍ବରୁ ନେପାଳକୁ ନେଇ ଏମିତି କହିଥିଲେ…

ନୂଆଦିଲ୍ଲୀ,୨୭।୮: ନେପାଳରେ ସୃଷ୍ଟି ହୋଇଥିବା ଭୟଙ୍କର ପରିସ୍ଥିତି ମଧ୍ୟରେ ଏବେ ଚର୍ଚ୍ଚାକୁ ଆସିଛି ପ୍ରସିଦ୍ଧ ଭବିଷ୍ୟବକ୍ତା ବାବା ଭେଙ୍ଗାଙ୍କ ପୁରୁଣା ଭବିଷ୍ୟବାଣୀ। ସୋସିଆଲ ମିଡିଆରେ ଦାବି କରାଯାଉଛି…

କ୍ୟାନସର୍‌ ମେଡିସିନକୁ ମିଳିଲା ମଞ୍ଜୁରୀ: ରୋଗୀଙ୍କ ପାଇଁ ବଡ଼ ଆଶ୍ୱସ୍ତି

ଓ୍ବାଶିଂଟନ୍‌,୨୭।୮: ଆମେରିକାର ଖାଦ୍ୟ ଏବଂ ଔଷଧ ପ୍ରଶାସନ (FDA) ମେଟାଷ୍ଟାଟିକ ପାନକ୍ରିଏଟିକ କ୍ୟାନସର୍‌ ରୋଗର ଚିକିତ୍ସା ପାଇଁ ରେଭଲ୍ୟୁସନ ମେଡିସିନ୍ସର ନୂତନ ଔଷଧ ‘ରାସୋକ’କୁ ଅନୁମୋଦନ କରିଛି।…

୩୦୦ରୁ ଅଧିକ ଭାରତୀୟଙ୍କ ପତ୍ତା ମିଳୁନି, ଚିନ୍ତାରେ ପରିବାର: କେଉଁ ରାଜ୍ୟରୁ କେତେ ନିଖୋଜ ଜାଣନ୍ତୁ…

କାଠମାଣ୍ଡୁ,୨୭।୮: ନେପାଳରେ ପ୍ରବଳ ବନ୍ୟା ଓ ଭୂସ୍ଖଳନ ଭୟଙ୍କର ଧ୍ୱଂସଲୀଳା ରଚିଛି। ଏହି ପ୍ରାକୃତିକ ବିପର୍ଯ୍ୟୟରେ ଏପର୍ଯ୍ୟନ୍ତ ୧୬୨ ଜଣଙ୍କ ମୃତ୍ୟୁ ନିଶ୍ଚିତ ହୋଇଛି। ମୃତକଙ୍କ ସଂଖ୍ୟା…

ପୁଣି କ୍ରାଶ୍‌ ହେଲା ବିମାନ: ସବୁକିଛି ଚୁର୍‌ମାର୍‌, ବିମାନରେ ଥିଲେ…

ଲକ୍ଷ୍ନୌ,୨୭।୮: ଉତ୍ତର ପ୍ରଦେଶର କାନପୁରରେ ଏକ ବଡ଼ଧରଣର ବିମାନ ଦୁର୍ଘଟଣା ଘଟିଛି। ଗଙ୍ଗା ବ୍ୟାରେଜ ନିକଟରେ ଏକ ତାଲିମ ବିମାନ ଦୁର୍ଘଟଣାଗ୍ରସ୍ତ ହୋଇଛି। ଫଳରେ ଉଭୟ ପାଇଲଟଙ୍କ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri