ମଧୁବାବୁ ପେନସନ୍‌ ଯୋଜନା: ଭତ୍ତା ବଢାଇଲେ ରାଜ୍ୟ ସରକାର, ଖାତାକୁ ଆସିଲା ୧୦୦୦ଟଙ୍କା

ଭୁବନେଶ୍ୱର,୨୦।୨: ଭତ୍ତା ଟଙ୍କା ବଢାଇଲେ ରାଜ୍ୟ ସରକାର। ହିତାଧିକାରୀଙ୍କ ଖାତାକୁ ଆସିଲା ଟଙ୍କା । ମଧୁବାବୁ ପେନସନ ଯୋଜନାରେ ବର୍ଦ୍ଧିତ ରାଶି ପେନସନଭୋଗୀଙ୍କ ଖାତାକୁ ଆସିଛି । ଘୋଷଣାର ୧୫ ଦିନ ମଧ୍ୟରେ ହିତାଧିକାରୀଙ୍କ ଆକାଉଣ୍ଟ ଆସିଛି ଭତ୍ତା ଟଙ୍କା । ନୟାଗଡରେ ମଧୁବାବୁ ପେନସନ ଯୋଜନାରେ ନୂଆ ହିତାଧିକାରୀଙ୍କୁ ୧୦୦୦ ଟଙ୍କା ଲେଖାଏଁ ବଣ୍ଟନ କରିଛନ୍ତି ରାଜ୍ୟ ସରକାର । ନୟାଗଡ ବ୍ଲକର ୨୨୦୮ ଜଣ ହିତାଧିକାରୀଙ୍କୁ ମଙ୍ଗଳବାର ମେଳା ମାଧ୍ୟମରେ ଭତ୍ତା ବଣ୍ଟନ କରାଯାଇଛି । ସେହିପରି ନୟାଗଡ ମୁନିସପାଲିଟିର ୭୦ ଜଣ ହିତାଧିକାରୀଙ୍କୁ ନଆ ଭତ୍ତାରେ ସାମିଲ କରାଯାଇଛି।

ସୂଚନାଥାଉ କି, ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏହି ଯୋଜନାରେ ମାସିକ ପେନସନ ରାଶିରେ ୫୦୦ ଟଙ୍କା ବୃଦ୍ଧି ଘୋଷଣା କରିଥିଲେ । ଯାହାକି ମଙ୍ଗଳବାର ହିତାଧିକାରୀଙ୍କ ଆକାଉଣ୍ଟକୁ ଆସିଛି । ମଧୁବାବୁ ପେନସନ ଯୋଜନାରେ ହିତାଧିକାରୀଙ୍କୁ ୧୦୦୦ ଟଙ୍କା ଆସିଛି । ପୂର୍ବରୁ ଏହି ଯୋଜନାରେ ହିତାଧିକାରୀମାନେ ଯଥାକ୍ରମେ ୫୦୦, ୭୦୦ ଓ ୯୦୦ ଟଙ୍କା ପାଉଥିଲେ । ବର୍ଦ୍ଧିତ ପେନସନ ଅନୁଯାୟୀ ସେମାନେ ଏବେ ଯଥାକ୍ରମେ ୧୦୦୦, ୧୨୦୦ ଓ ୧୪୦୦ ଟଙ୍କା ପାଇବେ।