ମଦନପୁର କଲେଜ ଛକରେ ରାସ୍ତାରୋକୋ

ପଟ୍ଟମୁଣ୍ଡାଇ/ରାଜନଗର, ୨୬ା୧୧(ସ୍ବ.ପ୍ର.): ପଟ୍ଟାମୁଣ୍ଡାଇରୁ ରାଜନଗରକୁ ସଂଯୋଗ କରୁଥିବା ଉପର ଏବଂ ତଳ ରାସ୍ତାରେ ବସ ଚଳାଚଳକୁ ନେଇ ଦୀର୍ଘଦିନ ହେବ ସ୍ଥାନୀୟ ଲୋକଙ୍କ ମଧ୍ୟରେ ବିବାଦ ଲାଗି ରହିଛି। ଶୁକ୍ରବାର ରାଜନଗର-ପଟ୍ଟାମୁଣ୍ଡାଇ ମୁଖ୍ୟ ରାସ୍ତାର ମଦନପୁର କଲେଜ ଛକ ନିକଟ ତଳ ରାସ୍ତାରେ ଉପରେ ନିର୍ଭର କରୁଥିବା ଲୋକମାନେ ବସ୍‌ ଚାଲିବା ଦାବିରେ ରାସ୍ତାରୋକୋ କରିଥିଲେ। ତଳ ରାସ୍ତା ଉପରେ ନିର୍ଭର କରୁଥିବା ଚନ୍ଦନନଗର, ଗୋପ୍ତିରା, ଦଳବାଡ, ଦେଉଳି, ବାଲିଆ, ବନ୍ତପାଟଣା, ସଂସାରଫଳ, ରେସୋ, ବଡପାଳ, ସିଙ୍ଗାରପୁର, ଔପଦା, ବିଲିକଣା, ଗରା, ବୁହଁାଳ ପ୍ରଭୃତି ଗ୍ରାମର ଶତାଧିକ ଲୋକେ ଏହି ରାସ୍ତାରୋକୋରେ ସାମିଲ ହୋଇଥିଲେ। ଯୁବ ସଙ୍ଗଠକ ନିରୋଦ କୁମାର ଦାସ, ଶ୍ରମିକ ନେତା ଈଶ୍ୱର ମଲ୍ଲିକ, କୃଷ୍ଣଚନ୍ଦ୍ର କର, ଅଲେଖ କୁମାର ବେହେରା, ବସନ୍ତ ମଲ୍ଲିକଙ୍କ ନେତୃତ୍ୱରେ ଭୋର ସାଢେ ୫ଟାରୁ ମଦନପୁର କଲେଜ ଛକ ନିକଟରେ ରାସ୍ତାରୋକୋ କରିଥିଲେ। ସକାଳ ହେବା କ୍ଷଣି ତଳରାସ୍ତାରେ ନିର୍ଭର କରୁଥିବା ବିଭିନ୍ନ ଗ୍ରାମର ଯୁବକ, ଛାତ୍ର ଏବଂ ଲୋକମାନେ ସାମିଲ ହୋଇଥିଲେ। ରାଜନଗରରୁ ପୁରୀ କଟକ ଅଭିମୁଖେ ଯାଉଥିବା ଦ୍ୱିବେଦୀ ଟ୍ରାଭେଲ୍ସ, ପ୍ରିନ୍ସ, ଚନ୍ଦ୍ରମଉଳି, ମହେଶ ପ୍ରଭୃତି ବସଗୁଡିକୁ ଧାରଣାରେ ବସିଥିବା ଲୋକମାନେ ଅଟକାଇ ଥିଲେ। ବର୍ତ୍ତମାନ ଦଶମ ଶ୍ରେଣୀ ଏବଂ କଲେଜରେ ପରୀକ୍ଷା ଥିବାରୁ ସେମାନଙ୍କୁ ଏହି ରାସ୍ତାରୋକୋ ସମୟରେ ଛଡାଯିବା ସହ ଅତ୍ୟାବଶକ ସାମଗ୍ରୀ ଆଣୁଥିବା ଗାଡିଗୁଡିକୁ ଛଡା ଯାଇଥିଲା। ଖବରପାଇ ପଟ୍ଟାମୁଣ୍ଡାଇ ଏସ୍‌ଡିପିଓ ସନ୍ଧ୍ୟାରାଣୀ ବେଉରିଆ, ତହସିଲଦାର ଦିଲୀପ କୁମାର ସେଠୀ, ଆଇଆଇସି ତପନ କୁମାର ରାଉତ, କେନ୍ଦ୍ରାପଡ଼ା ଆରଟିଓ ପି.କେ. ନାୟକ ପ୍ରମୁଖ ଧାରଣାସ୍ଥଳରେ ପହଞ୍ଚତ୍ ଥିଲେ। ପରେ ମଦନପୁର ମହାବିଦ୍ୟାଳୟ ପରିସରରେ ଏହାର ସମାଧାନ ପାଇଁ ଏସ୍‌ଡିପିଓ ବେଉରିଆଙ୍କ ଅଧ୍ୟକ୍ଷତାରେ ବୈଠକ ବସିଥିଲା। ବୈଠକରେ ତଳ ଏବଂ ଉପର ରାସ୍ତାରେ ଯାତାୟାତ କରୁଥିବା ବସ୍‌ଗୁଡିକ ମଧ୍ୟରୁ ଯେଉଁ ବସ୍‌ ମାଲିକମାନେ ତଳ ରାସ୍ତାର ଯାତାୟାତ ପାଇଁ ସ୍ଥାୟୀ ପରିମିଶନ ଆଣିବେ, ସେହିମାନେ ହିଁ ତଳ ରାସ୍ତାରେ ଯିବାକୁ ସୁଯୋଗ ପାଇବେ ବୋଲି ନିଷ୍ପତ୍ତି ନିଆଯାଇଥିଲା। ସେ ପର୍ଯ୍ୟନ୍ତ ତଳରାସ୍ତାରେ ଯାତାୟାତ କରୁଥିବା ବସ୍‌ଗୁଡିକ ସେମାନଙ୍କ ଅସ୍ଥାୟୀ ପରିମିଟ୍‌ ମାଧ୍ୟମରେ କରାଯିବ ବୋଲି ସହମତି ପ୍ରକାଶ ପାଇଥିଲା।


Enter your email to get our daily news in your inbox.

All Right Reserved By Dharitri.Com

ରାସାୟନିକ ଦୁର୍ଘଟଣା ରୋକିବାରେ ‘ଗ୍ରାସିମ୍‌’ ତୁଲାଉଛି ଗୁରୁଦାୟିତ୍ୱ, ଜନସାଧାରଣଙ୍କ ମଧ୍ୟରେ…

ଗଞ୍ଜାମ,୧ା୪(ଅନାଥ ତରାଇ/ବିଦ୍ୟାଧର ସାହୁ)- ପରିବେଶ ସୁରକ୍ଷା ଏବଂ ଜନସାଧାରଣଙ୍କ ନିରାପତ୍ତା ପ୍ରତି ନିଜର ପ୍ରତିବଦ୍ଧତା ପ୍ରଦର୍ଶନ କରି ପୁଣିଥରେ ଚର୍ଚ୍ଚାରେ ଗ୍ରାସିମ୍‌ ଇଣ୍ଡଷ୍ଟ୍ରିଜ୍‌। ମଙ୍ଗଳବାର ଅପରାହ୍ନ ପ୍ରାୟ…

ଥୁଆମୂଳ ରାମପୁରରେ ମା’ ଠାକୁରାଣୀଙ୍କ ଚୈତ୍ର ଘଣ୍ଟଯାତ୍ରା ସମ୍ପନ୍ନ: ଭକ୍ତିମୟ ପରିବେଶରେ ନିଜ ଆସ୍ଥାନକୁ ଫେରିଲେ ମା’

ଥୁଆମୂଳ ରାମପୁର,୧।୪ (ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ବ୍ଲକ ମୁଖ୍ୟାଳୟରେ ଅତି ଆଡ଼ମ୍ବର ସହକାରେ ଅନୁଷ୍ଠିତ ହେଉଥିବା ମା’ ଠାକୁରାଣୀଙ୍କ ପବିତ୍ର ଚୈତ୍ର ଘଣ୍ଟଯାତ୍ରା…

ବଲାଙ୍ଗୀରରେ ଓଡ଼ିଶା ଦିବସ ପାଳନକୁ ବିରୋଧ: ସଂସ୍କୃତି ଭବନରେ କୋଶଲ ସମର୍ଥକଙ୍କ ହଙ୍ଗାମା, ୮ ଅଟକ

ବଲାଙ୍ଗୀର,୧।୪(ସୁନିଲ କୁମାର ମହାନ୍ତି): ଆଜି ସମଗ୍ର ରାଜ୍ୟରେ ଓଡ଼ିଶା ଦିବସ ବା ଉତ୍କଳ ଦିବସ ପାଳିତ ହେଉଥିବା ବେଳେ ବଲାଙ୍ଗୀରରେ ଏହାକୁ ନେଇ ଅଭାବନୀୟ ପରିସ୍ଥିତି ସୃଷ୍ଟି…

ଲଜ୍ଜା: ୧୩ ବର୍ଷର ନାବାଳିକାଙ୍କୁ ଗର୍ଭବତୀ କଲେ ଦୁଇ ସନ୍ତାନର ବାପା, ଅଭିଯୁକ୍ତଙ୍କୁ ପୋଲିସ ବାନ୍ଧି…

ପାତ୍ରପୁର, ୧।୪ (ଉମା ଚରଣ ନେପାକ): ବ୍ରହ୍ମପୁର ପୋଲିସ ଜିଲା ଅନ୍ତର୍ଗତ ଜରଡ଼ା ଥାନା ଅଞ୍ଚଳରେ ଏକ ଅଭାବନୀୟ ଘଟଣା ଘଟିଛି। ଆଙ୍କୁଲି ପଞ୍ଚାୟତର ଜଣେ ୧୩…

ମହିଳା ଚଲାଉଥିଲେ ନିଶା କାରବାର: ମାଡ଼ି ବସିଲା ପୋଲିସ, ୬ ଲକ୍ଷରୁ ଅଧିକ ଟଙ୍କା ସହ…

ବରଗଡ଼,୧।୪(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲାରେ ବଢ଼ୁଥିବା ନିଶା କାରବାରକୁ ରୋକିବା ପାଇଁ ପୋଲିସ ନିଜର ଅଭିଯାନକୁ ଜୋରଦାର କରିଛି। ଏହି କ୍ରମରେ ଭଟଲି ଥାନା ପୋଲିସ ବୁଧବାର…

ଛତ୍ରପୁରରେ ୯୧ତମ ପୋଲିିସ ପ୍ରତିଷ୍ଠା ଦିବସ ପାଳିତ: ଗଞ୍ଜାମ ପୋଲିସର ସଫଳତାକୁ ଏସ୍‌ପିଙ୍କ ପ୍ରଶଂସା, ପୁରସ୍କୃତ ହେଲେ…

ଛତ୍ରପୁର,୧।୪(ଦିଲ୍ଲୀପ ସାମଲ): ଛତ୍ରପୁର ପୋଲିସ ପଡ଼ିଆଠାରେ ବୁଧବାର ୯୧ତମ ପୋଲିସ ପ୍ରତିଷ୍ଠା ଦିବସ ପାଳିତ ହୋଇଯାଇଛି। ଏହି ଅବସରରେ ଗଞ୍ଜାମ ଜିଲା ଏସ୍‌ପି  ଶୁଭେନ୍ଦୁ କୁମାର ପାତ୍ର…

ସରକାର ଆସିବାର ୨ ବର୍ଷ ପରେ ପଦବୀ ପୁରଣ, ଧର୍ମଗଡ଼ ବିଧାୟକ ହେଲେ କଳାହାଣ୍ଡି ଯୋଜନା କମିଟିର ନୂତନ ଅଧ୍ୟକ୍ଷ

ଭବାନୀପାଟଣା,୧।୪(ଉତ୍ତମ କୁମାର ଦାଶ): ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ କଳାହାଣ୍ଡି ଜିଲା ଯୋଜନା କମିଟିର ନୂତନ ଅଧ୍ୟକ୍ଷ ଭାବେ ବୁଧବାର ଧର୍ମଗଡ଼ ବିଧାୟକ ସୁଧୀର ରଞ୍ଜନ ପଟ୍ଟଯୋଶୀଙ୍କୁ…

ଓଡ଼ିଆ ଭାଷା ସାହିତ୍ୟ ଓ ସାଂସ୍କୃତିକ ଅନୁଷ୍ଠାନ ପକ୍ଷରୁ ଉତ୍କଳ ଦିବସ-୨୦୨୬ ପାଳିତ

ଦାରିଙ୍ଗବାଡି,୧।୪(ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡି ଜାଗୃତି ସଭାଗୃହ ପରିସରରେ ଉତ୍କଳ ଦିବସ-୨୦୨୬ ପାଳିତ ହୋଇଯାଇଛି । ବରିଷ୍ଠ ଶିକ୍ଷକ ପ୍ରଶାନ୍ତ କୁମାର ସାହୁଙ୍କ ସଂଯୋଜନାରେ ହୋଇଥିବା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri