ବହୁମତ ହରାଇଲେ ମାକ୍‌ରଁ

ପ୍ୟାରିସ୍‌,୨୧॥୬: ଫ୍ରାନ୍ସ ରାଷ୍ଟ୍ରପତି ଭାବେ ଦ୍ୱିତୀୟ ଥର ପାଇଁ ନିର୍ବାଚିତ ହେବାର ୨ ମାସ ପୂରି ନ ଥିବାବେଳେ ଇମାନୁଏଲ୍‌ ମାକ୍‌ରଁଙ୍କୁ ବଡ଼ ଝଟକା ଲାଗିଛି। ରବିବାର ଅନୁଷ୍ଠିତ ସଂସଦୀୟ ନିର୍ବାଚନର ଦ୍ୱିତୀୟ ପର୍ଯ୍ୟାୟରେ ମାକ୍‌ରଁ ବହୁମତ ହାସଲ କରିବାରେ ବିଫଳ ହୋଇଛନ୍ତି। ସରକାର ଚଳାଇବା ପାଇଁ ନ୍ୟାଶନାଲ ଆସେମ୍ବ୍ଲିର ଗୁରୁତ୍ୱପୂର୍ଣ୍ଣ ଭୂମିକା ରହିଥିବାବେଳେ ମାକ୍‌ରଁ ନିମ୍ନସଦନରୁ ନିୟନ୍ତ୍ରଣ ହରାଇଛନ୍ତି। ମାକ୍‌ରଁଙ୍କ ‘ଟୁଗେଦର’ ମେଣ୍ଟ ନ୍ୟାଶନାଲ ଆସେମ୍ବ୍ଲିର ୫୭୭ ଆସନରୁ ୨୪୫ ସିଟ୍‌ ପାଇଛି, ଯାହା କି ମ୍ୟାଜିକ୍‌ ନମ୍ବର ୨୮୯ରୁ କମ୍‌। ବାମପନ୍ଥୀ ଏବଂ ଦକ୍ଷିଣପନ୍ଥୀଙ୍କ ମେଣ୍ଟକୁ ବଡ଼ ଧରଣର ସଫଳତା ମିଳିଥିବାରୁ ମାକ୍‌ରଁ ବହୁମତ ପାଇବାରୁ ବଞ୍ଚିତ ହୋଇଛନ୍ତି। ଜିନ୍‌-ଲୁସ୍‌ ମେଲେନ୍‌ଚୋନଙ୍କ ନେତୃତ୍ୱରେ ବାମପନ୍ଥୀ ମେଣ୍ଟ ‘ନ୍ୟୁପ୍‌ସ’ ୧୩୧ ଆସନ ଜିତି ଥିବାବେଳେ ମରିନ୍‌ ଲି ପେନ୍‌ଙ୍କ ନେତୃତ୍ୱାଧୀନ ଦକ୍ଷିଣପନ୍ଥୀ ଦଳ ନ୍ୟାଶନାଲ ରାଲି ଐତିହାସିକ ଭାବେ ୮୯ ଆସନରେ ବିଜୟୀ ହୋଇଛି। ନିର୍ବାଚନରେ ମାତ୍ର ୪୬.୨୩% ଭୋଟର ମତଦାନ କରିଥିବାବେଳେ ୫୩.୭୭% ଭୋଟ ଦେବାରୁ ବିରତ ରହିଥିଲେ।
ସରକାର ସଂଖ୍ୟାଗରିଷ୍ଠତା ହରାଇଥିବାରୁ ଏବେ ଅନ୍ୟ ଦଳ ସହ ମେଣ୍ଟ କରିବା ଜରୁରୀ ହୋଇପଡ଼ିଛି। ୬୪ ଆସନ ଜିତିଥିବା ରିପବ୍ଲିକାନ୍‌ସ (ଏଲ୍‌ଆର୍‌) ସହ ମେଣ୍ଟ କରିବା ବିକଳ୍ପ ରହିଛି। ତେବେ ମେଣ୍ଟ ପାଇଁ ଏହି ଦଳ ଆଗ୍ରହୀ ନ ଥିବାରୁ ତାହା ମଧ୍ୟ କଷ୍ଟକର। ରାଷ୍ଟ୍ରପତି ନିର୍ବାଚନବେଳେ ମାକ୍‌ରଁ ଟିକସ ହ୍ରାସ, କର୍ମଚାରୀଙ୍କ ଅବସର ସୀମା ୬୨ରୁ ୬୫କୁ ବୃଦ୍ଧି, ମୁଦ୍ରାସ୍ଫୀତି କମାଇବା, ପେନ୍‌ସନ ବୟସ ୬୦କୁ ହ୍ରାସ ଆଦି ସହ ଅନେକ ପରିବର୍ତ୍ତନ ପାଇଁ ପ୍ରତିଶ୍ରୁତି ଦେଇଥିଲେ। କିନ୍ତୁ ନିମ୍ନସଦନରେ ସଂଖ୍ୟା ଗରିଷ୍ଠତା ହରାଇଥିବାରୁ ଏହା ତାଙ୍କ ପକ୍ଷେ ସହଜ ହେବନାହିଁ। କୌଣସି ନିଷ୍ପତ୍ତିକୁ ସେ ଆଗାମୀ ୫ ବର୍ଷ ପର୍ଯ୍ୟନ୍ତ ସ୍ବାଧୀନ ଭାବେ ନେଇପାରିବେ ନାହିଁ। କାରଣ ଏଥିପାଇଁ ତାଙ୍କୁ ନ୍ୟାଶନାଲ ଆସେମ୍ବ୍ଲିରେ ସମର୍ଥନ ଆବଶ୍ୟକ ପଡ଼ିବ। ତେବେ ବହୁମତ ହାସଲ ପାଇଁ ସବୁପ୍ରକାର ଉଦ୍ୟମ କରାଯିବ ବୋଲି ପ୍ରଧାନମନ୍ତ୍ରୀ ଏଲିଜାବେଥ୍‌ ବର୍ନ କହିଛନ୍ତି। ଅନ୍ୟପକ୍ଷରେ ମେଲେନ୍‌ଚୋନ୍‌ଙ୍କ ମେଣ୍ଟ ଏହି ସଫଳତା ପାଇଁ ଉତ୍ସବ ମନାଇଛନ୍ତି। ମରିନ୍‌ ଲି ପେନ୍‌ଙ୍କ ଦଳ ନ୍ୟାଶନାଲ ରାଲି ଗତ ଥର ମାତ୍ର ୮ ଆସନ ପାଇଥିବାବେଳେ ଏବେ ୮୯ ଆସନ ଜିତି ରେକର୍ଡ କରିଛି। ଦେଖିବାକୁ ଗଲେ ନ୍ୟାଶନାଲ ରାଲି ଏକାକୀ ଏତେ ଆସନ ଜିତି ଦ୍ୱିତୀୟ ସର୍ବବୃହତ୍‌ ଦଳ ଭାବେ ଉଭା ହୋଇଛି। ଗତ ଏପ୍ରିଲରେ ଅନୁଷ୍ଠିତ ଫ୍ରାନ୍ସ ରାଷ୍ଟ୍ରପତି ନିର୍ବାଚନରେ ମାକ୍‌ରଁ ଓ ଲି ପେନ୍‌ଙ୍କ ମଧ୍ୟରେ କଡ଼ା ଟକ୍କର ହୋଇଥିଲା। ଏଥିରେ ମାକ୍‌ରଁ ବାଜି ଜିତି ଯାଇଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଗୋଟିଏ ଦିନରେ ରେକର୍ଡ ଭାଙ୍ଗିଲା ସୁନା-ରୁପା ଦର! କିଣିବା ପୂର୍ବରୁ ମୁଣ୍ଡରେ ହାତ ଦେଲେଣି ଗ୍ରାହକ,ବିଶେଷଜ୍ଞ ଚକିତ… 

ନୂଆଦିଲ୍ଲୀ,୮।୪: ପୁଣି ବଢ଼ିଲା ସୁନା-ରୁପା ଦର। ବୁଧବାର ବଜାରରେ ଏକ ବଡ଼ ପରିବର୍ତ୍ତନ ଦେଖିବାକୁ ମିଳିଛି, ଯାହା ବିଶେଷଜ୍ଞଙ୍କୁ ମଧ୍ୟ ଆଶ୍ଚର୍ଯ୍ୟ କରିଦେଇଛି। ରୁପା ଦରରେ ଗୋଟିଏ…

ନାଗାବଳି ନଦୀରେ ବୁଡି ଯୁବକ ମୃତ, ସ୍ନାନ ପାଇଁ ଯାଇଥିଲେ…

କଲ୍ୟାଣସିଂହପୁର,୮।୪ ( ଦୀପକ କୁମାର ପରିଡା ): ରାୟଗଡା ଜିଲା କଲ୍ୟାଣସିଂହପୁର ଅଞ୍ଚଳରେ ଘଟିଛି ଏକ ଦୁଃଖଦ ଘଟଣା। ନାଗାବଳି ନଦୀରେ ବୁଡି ଜଣେ ୩୬ ବର୍ଷୀୟ…

ଯୁଦ୍ଧ ଅଟକାଇ ବାଃ ବାଃ ସାଉଣ୍ଟିଲା ପାକିସ୍ତାନ, ମଧ୍ୟପ୍ରାଚ୍ୟରେ ବଢ଼ିବ ଦବ୍‌ଦବା ? ରହିଛି ଅନେକ ସ୍ବାର୍ଥ

ଇସଲାମାବାଦ,୮।୪: ଆମେରିକା ଏବଂ ଇରାନ ମଧ୍ୟରେ ଚାଲିଥିବା ଉତ୍ତେଜନା ମଧ୍ୟରେ ଏକ ବଡ଼ ଧରଣର ଯୁଦ୍ଧବିରତି (ସିଜ୍‌ଫାୟାର୍‌) ହୋଇଛି। ଏହି ପ୍ରକ୍ରିୟାରେ ପାକିସ୍ତାନ ଏକ ମୁଖ୍ୟ ‘ଦୂତ’…

ଜଙ୍ଗଲରେ ଚାଲିଥିଲା ଜୁଆ ଖେଳ, ମାଡ଼ି ବସିଲା ବରପାଲି ପୋଲିସ: ୧୬ ଗିରଫ ସହ ଲକ୍ଷାଧିକ …

ବରପାଲି, ୮ ।୪(ଚିତ୍ତରଞ୍ଜନ ସାହୁ): ବରଗଡ଼ ଜିଲା ବରପାଲି ଥାନା ଅନ୍ତର୍ଗତ ବରମକେଲା ଗ୍ରୀଣ୍ଡୋଲା ଜଙ୍ଗଲରେ ଚାଲିଥିବା ଏକ ବଡ଼ ଧରଣର ଜୁଆ ଆଡ୍ଡା ଉପରେ ପୋଲିସ…

ହର୍ମୁଜ୍ ପ୍ରଣାଳୀରେ ତେଲ ଚ୍ୟାଙ୍କରକୁ ଅଟକାଇଲା ଇରାନ, ଯୁଦ୍ଧବିରତି ଭଙ୍ଗ କରିବାକୁ ଧମକ ଦେଲା…

ତେହେରାନ,୮।୪: ଆମେରିକା ଏବଂ ଇରାନ ମଧ୍ୟରେ ଯୁଦ୍ଧବିରତି ସତ୍ତ୍ବେ ଉତ୍ତେଜନା ଜାରି ରହିଛି । ବୁଧବାର ସକାଳେ ଯୁଦ୍ଧବିରତି ଘୋଷଣା ହେବା ପରେ ମଧ୍ୟ ଆକ୍ରମଣର ରିପୋର୍ଟ…

ଦିଗପହଣ୍ଡିରେ ଆଇନ ମନ୍ତ୍ରୀଙ୍କୁ ସମ୍ବର୍ଦ୍ଧନା, ଉନ୍ନତିକରଣ କାର୍ଯ୍ୟ…

ଦିଗପହଣ୍ଡି,୮।୪(ଅଶେଷ ନାଥ ମିଶ୍ର): ଦିଗପହଣ୍ଡି ଗସ୍ତରେ ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ । ଗଞ୍ଜାମ ଜିଲା ଦିଗପହଣ୍ଡି ଠାରେ ବୁଧବାର ରାଜ୍ୟ ଆଇନ, ପୂର୍ତ୍ତ ଓ ଅବକାରୀ ମନ୍ତ୍ରୀ…

ବଚସା ହେଲା କାଳ….ଏୟାର ଗନ୍ ବ୍ୟବହାର କରି ବ୍ୟକ୍ତିଙ୍କ ଗୁପ୍ତାଙ୍ଗରେ ଭରିଦେଲେ ପବନ, ତାପରେ….

ଚଣ୍ଡିଗଡ଼,୮ା୪: ହରିୟାଣାର ଗୁରୁଗ୍ରାମରେ ଏକ ଆଶ୍ଚର୍ଯ୍ୟଜନକ ଘଟଣା ସାମ୍ନାକୁ ଆସିଛି । ଏୟାର ଗନ୍ ବ୍ୟବହାର କରି ଜଣେ ବ୍ୟକ୍ତିଙ୍କ ଗୁପ୍ତାଙ୍ଗରେ ବାୟୁ ପ୍ରବେଶ କରିବାରୁ ତାଙ୍କର…

ଗ୍ୟାସ କଳାବଜାର ନେଇ ଅସୁରାଳିରେ ଚଢ଼ାଉ, ୧୭ ସିଲିଣ୍ଡର ଜବତ

ଧାମନଗର,୮।୪( ସନ୍ତୋଷ କୁମାର ମହାପାତ୍ର): ବେଆଇନ ଗ୍ୟାସ ସିଲିଣ୍ଡର କଳାବଜାରୀ ବିରୋଧରେ ବ୍ଲକ ପ୍ରଶାସନ ପକ୍ଷରୁ ଚଡାଉ କରି ୧୭ ଟି ଗ୍ୟାସ ସିଲିଣ୍ଡର ଜବତ କରାଯାଇଛି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri