ରାତିରେ ମେଶିନ, ଦିନରେ ଟ୍ରାକ୍ଟର

ବାରିପଦା ଅଫିସ, ୮।୫: ମୟୂରଭଞ୍ଜ ଜିଲା ଦେଇ ପ୍ରବାହିତ ବୁଢାବଳଙ୍ଗ ନଦୀର ସଇରାତରୁ ବେଆଇନ ବାଲି ଉତ୍ତୋଳନକୁ ନେଇ ଗ୍ରୀନ ଟ୍ରିବ୍ୟୁନାଲର ଛାଟ ପଡିବା ପରେ ଜିଲା ପ୍ରଶାସନ ନିଦାବିଷ୍ଣୁ ସାଜିଛି। ଜିଲାର ସଦରମହକୁମା ବାରିପଦାସ୍ଥିତ ମଧୁବନ ସଇରାତ ଓ ବେତନଟୀ ତହସିଲ ଅଧୀନ ସଇରାତରୁ ଦିନରାତି ବେଆଇନ ବାଲି ଉତ୍ତୋଳନକୁ ରୋକାଯାଇପାରୁନାହିଁ। ବାରମ୍ବାର ଅଭିଯୋଗ କରିବା ପରେ ମଧ୍ୟ ରାଜସ୍ବ, ପୋଲିସ କିମ୍ବା ଜଙ୍ଗଲ ବିଭାଗ ଏଥିପ୍ରତି ଦୃଷ୍ଟି ଦେଉନାହାନ୍ତି। ଫଳରେ ପୁଞ୍ଜିଭୂତ ଅସନ୍ତୋଷକୁ ନେଇ ସ୍ଥାନୀୟ ଲୋକେ ଗ୍ରୀନ ଟ୍ରିବ୍ୟୁନାଲର ଦ୍ୱାରସ୍ଥ ହେବେ ବୋଲି କଡା ଚେତାବନୀ ଦେଇଛନ୍ତି।
ଖଣିଜ ଦ୍ରବ୍ୟ ଚୋରାଚାଲାଣ ଓ ବେଆଇନ ଉତ୍ତୋଳନକୁ ନେଇ ବଡ଼ସାହି ତହସିଲଦାର ଓ ଲିଜ୍‌ଧାରୀଙ୍କ ବିରୋଧରେ କଡା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି। ତହସିଲଦାରଙ୍କୁ କାର୍ଯ୍ୟରୁ ନିଲମ୍ବିତ କରାଯାଇଥବା ବେଳେ ଲିଜ୍‌ଧାରୀକୁ ଗିରଫ କରି କୋର୍ଟଚାଲାଣ କରାଯାଇଛି ା
ବେତନଟୀ ତହସିଲ ଅଧୀନ ଦାରିହା ଓ ସର୍ବେଶ୍ୱରପୁର ଦେଇ ଚୋରାରେ ବାଲି ଉତ୍ତୋଳନ ଓ ଚାଲାଣ କରାଯାଉଛି ା ଟ୍ରାକ୍ଟର ଯୋଗେ ବାଲି ଉତ୍ତୋଳନ କରି ଏକ ଖୋଲା ସ୍ଥାନରେ ଡମ୍ପିଂ କରାଯାଇ ବଡ ବଡ ହାଇୱା ଯୋଗେ ଚାଲାଣ କରାଯାଉଛି ା ବିଳମ୍ବିତ ରାତିରେ ଗାଡିଗୁଡିକୁ ଏସକର୍ଟ ଦେଇ ଚାଲାଣ କରାଯାଉଥିବା ବେଳେ ମାଫିଆଙ୍କ ନାଲି ଆଖିକୁ ଦେଖି ଗ୍ରାମବାସୀ ମୁହଁ ଖୋଲୁନାହାନ୍ତି ା ସେହିପରି ମଧୁବନ ସଇରାତରୁ ରାତିରେ ଜେସିବି ମାଧ୍ୟମରେ ବାଲି ଉତ୍ତୋଳନ କରି ବଡ଼ ବଡ଼ ଗର୍ତ୍ତ ସୃଷ୍ଟି କରିବା ପରେ ଦିନବେଳା ଟ୍ରାକ୍ଟର ଯୋଗେ ତାହାକୁ ପରିବହନ କରାଯାଉଛି। ପ୍ରତିଦିନ ଶହ ଶହ ଟ୍ରାକ୍ଟର ଯୋଗେ ନିର୍ଦ୍ଧାରିତ ସୀମା ଊଲ୍ଲଂଘନ ଏବଂ ପରିମାଣଠାରୁ ଅଧିକ ଉତ୍ତୋଳନ କରାଯାଇଥିଲେ ମଧ୍ୟ ବିଭାଗ ପକ୍ଷରୁ କୌଣସି ତଦନ୍ତ କରାଯାଉନାହିଁ ା
ନଦୀଗର୍ଭରୁ ପାଣିମିଶା ବାଲି ସହର ଦେଇ ପରିବହନ ଦ୍ୱାରା ରାସ୍ତା ସାରା ପାଣି କାଦୁଅରେ ଲୋକମାନେ ଚଳପ୍ରଚଳ କରୁଛନ୍ତି। ସଇରାତଗୁଡିକରେ ସୀମା ଖୁଣ୍ଟ ବସା ଯାଉ ନ ଥିବାରୁ ମନମୁଖୀ ଭାବେ ବାଲି ଉତ୍ତୋଳନ କରିବା ଦ୍ୱାରା ନଦୀର ଗତିପଥ ପରିବର୍ତ୍ତନ ହୋଇ ପରିବେଶ ଉପରେ ପ୍ରଭାବ ପକାଉଛି। ଏନେଇ ବାରିପଦା ତହସିଲଦାର ବିକ୍ରମ କିଶୋର ପରିଡା କହିଛନ୍ତି, ବେଆଇନ ବାଲି ପରିବହନ ଓ ଉତ୍ତୋଳନକୁ ରୋକିବା ପାଇଁ ଏକ କମିଟି ଗଠନ କରାଯାଇଛି। ଉକ୍ତ କମିଟିିରେ ଅତିରିକ୍ତ ତହସିଲଦାର, ରାଜସ୍ବ ନୀରିକ୍ଷକ ଓ ରାଜସ୍ବ ସୁପରଭାଇଜର ମିଳିତ ଭାବେ ବେଆଇନ ଉତ୍ତୋଳନ ହେଉଥିବା ବିଭିନ୍ନ ସଇରାତ ପରିଦର୍ଶନ କରି ରିପୋର୍ଟ ପ୍ରସ୍ତୁତ କରିବାକୁ ନିର୍ଦ୍ଦେଶ ଦିଆଯାଇଛି ା ଜିଲାର କୁଳିଅଣା ଓ ମୋରଡା ତହସିଲ ଅଧୀନରେ ଥିବା ବୁଢାମରା ଓ ବୁଢାପାଳ ସଇରାତକୁ ଲଘୁ ଖଣିଜ ଅଧିକାରୀମାନେ ସରଜମିନ ତଦନ୍ତ କରି ରିପୋର୍ଟ ପ୍ରଦାନ କରିବାକୁ ଉପଜିଲାପାଳ ନିର୍ଦ୍ଦେଶ ଦେଇଛନ୍ତି। ତେବେ ବେଆଇନ ବାଲି ଉତ୍ତୋଳନକୁ ରୋକାଯାଇ ପାରିଲେ ଜିଲାର ରାଜସ୍ବ ବୃଦ୍ଧି ଘଟିବା ସହ ଉଚିତ୍‌ ମୂଲ୍ୟରେ ବାଲି ମିଳିପାରନ୍ତା ବୋଲି ଅଞ୍ଚଳବାସୀ ପ୍ରକାଶ କରିଛନ୍ତି ା


Enter your email to get our daily news in your inbox.

All Right Reserved By Dharitri.Com

କୋଚ ପଦ ଛାଡିବେ କି ଗୌତମ ଗମ୍ଭୀର, BCCI କହିଲା…

ନୂଆଦିଲ୍ଲୀ,୨୮।୧୨: ଟିମ୍ ଇଣ୍ଡିଆର ମୁଖ୍ୟ ପ୍ରଶିକ୍ଷକ ଗୌତମ ଗମ୍ଭୀରଙ୍କୁ ନେଇ ଏକ ବଡ଼ ଖବର ପ୍ରସାରିତ ହୋଇଥିଲା । ଏହାକୁ ନେଇ ଅନେକ କଳ୍ପନାଜଳ୍ପନାର ଲହରୀ...

ବାଂଲାଦେଶ ପୋଲିସର ବଡ଼ ଦାବି, ହାଦି ମୃତ୍ୟୁର ସନ୍ଦିଗ୍ଧ ଭାରତ…

ନୂଆଦିଲ୍ଲୀ,୨୮।୧୨: ଛାତ୍ର ନେତା ଉସମାନ ସରିଫ ହାଦିଙ୍କ ମୃତ୍ୟୁ ବାଂଲାଦେଶରେ ହଇଚଇ ସୃଷ୍ଟି କରିଛି । ହାଦିଙ୍କ ହତ୍ୟାକାରୀଙ୍କୁ ଧରିବା ପାଇଁ ସାରା ଦେଶରେ ପ୍ରତିବାଦ...

ଜାନୁଆରୀ ୧ ପାଇଁ ମଧ୍ୟରାତ୍ରରୁ ଶ୍ରୀମନ୍ଦିର ଖୋଲାକୁ ବିରୋଧ, ମହାପ୍ରଭୁଙ୍କ ରାତି ଅନିଦ୍ରା କରା ନଯାଉ ବୋଲି ଚିଠି

ପୁରୀ,୨୮ା୧୨: ପାଖେଇ ଆସୁଛି ନୂଆବର୍ଷ । ହାତରେ ମାତ୍ର ଆଉ ଅଳ୍ପଦିନ ରହିଥିବା ବେଳେ ଏନେଇ ସମସ୍ତେ ପ୍ରସ୍ତୁତି ଆରମ୍ଭ କରିଦେଇଛନ୍ତି । ଯଦି ଦେଖିବା...

ଘୁମୁସର ବନଖଣ୍ଡରେ ବାଘ-ହାତୀଙ୍କ ଦୌରାତ୍ମ୍ୟ, ବଳଦ ମାରି ଖାଇଲେ, ଘର ଭାଙ୍ଗି…

ଭଞ୍ଜନଗର,୨୮ା୧୨(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର ଘୁମୁସର ଉତ୍ତର ବନଖଣ୍ଡରେ ବିଗତ କିଛି ଦିନ ହେବ ବାଘ ଓ ହାତୀଙ୍କ ଦୌରାତ୍ମ୍ୟ ବଢ଼ିଯାଇଛି। ଉକ୍ତ ଦୁଇ...

T୨୦ ପରେ ଏବେ ଦିନିକିଆରୁ ବି ବାଦ ପଡ଼ିବେ ପନ୍ତ, BCCI ନେଲା ବଡ଼ ପଦକ୍ଷେପ! ଜାଣନ୍ତୁ କିଏ…

ନୂଆଦିଲ୍ଲୀ,୨୮।୧୨: ଭାରତୀୟ କ୍ରିକେଟ ଦଳର ଦିନିକିଆ ଟିମ୍‌ରେ ବଡ଼ ପରିବର୍ତ୍ତନ ହେବାକୁ ଯାଉଛି। ୨୦୨୫-୨୬ ସିଜନର ଶେଷ ଘରୋଇ ଓଡିଆଇ ସିରିଜ ଅର୍ଥାତ ନ୍ୟୁଜିଲ୍ୟାଣ୍ଡ ବିପକ୍ଷ...

ବିଜେଡି ସୁପ୍ରିମୋଙ୍କ ବଡ଼ ଘୋଷଣା: ଦଳୀୟ କର୍ମକର୍ତ୍ତାଙ୍କ ତାଲିକାକୁ ନେଇ…

ଭୁବନେଶ୍ୱର,୨୮ା୧୨: ବିଜୁ ଯୁବ ଜନତା ଦଳ ଓ ବିଜୁ ଛାତ୍ର ଜନତା ଦଳ କର୍ମକର୍ତ୍ତାଙ୍କ ନାଁ ଘୋଷଣା କରିଛନ୍ତି ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ। ଯୁବ...

ଜିଲା ବିଜେଡି କାର୍ଯ୍ୟକାରିଣୀରେ ସ୍ଥାନ ପାଇଲେ ପାଟଣା ନିର୍ବାଚନମଣ୍ଡଳୀର ତୁଙ୍ଗ ନେତା

ପାଟଣା,୨୮ା୧୨(ବୀର କିଶୋର ଦାଶ): କେନ୍ଦୁଝର ଜିଲା ବିଜେଡିର ନୂତନ ଜିଲା କାର୍ଯ୍ୟକାରୀ କମିଟିକୁ ବିଜେଡି ସଭାପତି ତଥା ସୁପ୍ରିମୋ ନବୀନ ପଟ୍ଟନାୟକ ପୁନର୍ଗଠନ କରିଛନ୍ତି। ଏହି...

୧୦୨ ହୋମ୍‌ଗାର୍ଡ ପଦବୀ ପାଇଁ ୪୦୪୦ ପରୀକ୍ଷାର୍ଥୀ, ଚାଲିଛି ଲିଖିତ ପରୀକ୍ଷା

ଝାରସୁଗୁଡ଼ା,୨୮ା୧୨(ଆଶିଷ ରଞ୍ଜନ ଦାଶ): ଝାରସୁଗୁଡା ଜିଲାରେ ଖାଲି ପଡ଼ିଥିବା ୧୦୨ଟି ହୋମଗାର୍ଡ ପଦ ପାଇଁ ରବିବାର ଲିଖିତ ପରୀକ୍ଷା ଅନୁଷ୍ଠିତ ହେଉଛି। ଏହି ପରୀକ୍ଷାରେ ମୋଟ୍‌...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri