ଶ୍ରମିକ ବଦଳରେ ମେଶିନ କରୁଛି କାମ

ଯାଜପୁର,୨୨ା୧୦(ହର୍ଷବର୍ଦ୍ଧନ ବେହେରା)ଗ୍ରାମାଞ୍ଚଳରେ ଲୋକଙ୍କୁ କାମଧନ୍ଦା ଯୋଗାଇବା ଏବଂ ସେମାନଙ୍କ କ୍ରୟଶକ୍ତି ବୃଦ୍ଧି ଉଦ୍ଦେଶ୍ୟରେ ସଂସଦରେ ଗୃହୀତ ଆଇନ ବଳରେ ମହାତ୍ମା ଗାନ୍ଧୀ ଜାତୀୟ ଗ୍ରାମୀଣ ନିଶ୍ଚିତ କର୍ମ ନିଯୁକ୍ତି ଯୋଜନା (ଏମ୍‌ଜିଏନ୍‌ଆର୍‌ଇଜିଏସ୍‌) କାର୍ଯ୍ୟକାରୀ ହେଉଛି। ଦେଶର କେତେକ ରାଜ୍ୟରେ ଏହି ଯୋଜନାକୁ ଉତ୍ସାହଜନକ ସଫଳତା ମିଳିଛି। କିନ୍ତୁ ଯାଜପୁର ଜିଲାରେ ଏହି ଯୋଜନାକୁ ଲକ୍ଷ୍ୟଭ୍ରଷ୍ଟ କରାଯାଇ ଶ୍ରମିକ ବଦଳରେ ମେଶିନରେ କାମ କରାଯାଉଥିବା ଅଭିଯୋଗ ହେଉଛି। ଜିଲାର ଦଶରଥପୁର ବ୍ଲକ ମଲ୍ଲିକାପୁର ପଞ୍ଚାୟତ ଅନ୍ତର୍ଗତ ମହାନ୍ତିପାଟଣା ଗ୍ରାମର ପୋଖରୀ ପୁନରୁଦ୍ଧାର କାର୍ଯ୍ୟରେ ମେଶିନରେ କାମ ହୋଇଥିବା ଅଭିଯୋଗ ହେଉଛି। ଏହିକ୍ରମରେ ଜବ୍‌କାର୍ଡରେ କାର୍ଯ୍ୟଦିବସ ଦର୍ଶାଯାଇ ଅର୍ଥ ଲୁଟ୍‌ କରିବାକୁ ଯୋଜନା ହେଉଥିବାବେଳେ ଶ୍ରମିକମାନେ ଅନ୍ୟ ରାଜ୍ୟକୁ ଦାଦନ ଖଟି ଯାଉଥିବା ଦେଖିବାକୁ ମିଳିଛି। ଅନ୍ୟ ସାଧାରଣ ଯୋଜନା ଭଳି ଏମ୍‌ଜିଏନ୍‌ଆର୍‌ଇଜିଏସ୍‌ ଅମଲାତନ୍ତ୍ର ଏବଂ ଠିକାଦାରଙ୍କ ଜାଲରେ ଛନ୍ଦି ହୋଇ ଦିଗହରା ହୋଇଥିବା ପରିଲକ୍ଷିତ ହେଉଛି। ଗାଇଡ୍‌ଲାଇନ୍‌ ଅନୁସାରେ ଏହି ଯୋଜନା ପାଇଁ ଆବଣ୍ଟିତ ପାଣ୍ଠିରୁ ଲୋକଙ୍କୁ ମଜୁରି ଦେବାରେ ୬୦ପ୍ରତିଶତରୁ କମ୍‌ ଖର୍ଚ୍ଚ ହେବ ନାହିଁ ବୋଲି ସ୍ପଷ୍ଟ ଉଲ୍ଲେଖ ରହିଛି। ୨୦୨୩-୨୪ ବର୍ଷରେ ଶନିବାର ସୁଦ୍ଧା ୧୪୨୬ ପରିବାର ୧୦୦ଦିନର କାମ ପାଇଥିବା ପ୍ରଶାସନ ପକ୍ଷରୁ ଦାବି କରାଯାଉଛି। ମାତ୍ର ବାସ୍ତବପକ୍ଷେ ଏଥିରୁ ୫୦ ପ୍ରତିଶତ ମେଶିନ ଦ୍ୱାରା ଖର୍ଚ୍ଚ କରାଯାଇ ମିଥ୍ୟା ମଷ୍ଟରରୋଲ ତିଆରି କରାଯାଇ ଶ୍ରମିକଙ୍କ ନାମରେ ଏମ୍‌ଜିଏନ୍‌ଆର୍‌ଇଜିଏସ୍‌ ଟଙ୍କା ହରିଲୁଟ୍‌ ହେଉଥିବା ଅଭିଯୋଗ ହେଉଛି।
ମିଳିଥିବା ତଥ୍ୟ ଅନୁସାରେ ୨୦୨୩-୨୪ ଆର୍ଥିକ ବର୍ଷରେ ଜିଲାରେ ୨,୧୦,୫୩୩ ପରିବାରଙ୍କ ନାମରେ ଜବ୍‌କାର୍ଡ ଆବଣ୍ଟିତ ହୋଇଥିବାବେଳେ ୮୫,୫୪୭ ପରିବାର କାମ ପାଇଁ ଦାବି କରିଥିଲେ ା ସେଥିରୁ ୮୫,୩୫୭ ପରିବାରଙ୍କୁ କାମ ଯୋଗାଇ ଦିଆଯାଇଛି। ଅକ୍ଟୋବର ସୁଦ୍ଧା ୧୪୨୬ ପରିବାର ୧୦୦ ଦିନର କାମ ସମ୍ପୂର୍ଣ୍ଣ କରି ପାରିଛନ୍ତି। ଜିଲାର ୩୫ଟି ପଞ୍ଚାୟତକୁ ନେଇ ଗଠିତ ଦଶରଥପୁର ବିପୁଳ ସଂଖ୍ୟାରେ ଶ୍ରମିକ ଦାଦନ ଖଟିବାକୁ ରାଜ୍ୟ ବାହାରକୁ ଯାଇଥାନ୍ତି। କିନ୍ତୁ ଏଠାରେ ଶ୍ରମିକଙ୍କୁ କାମ ଦିଆ ନ ଯାଇ ଠିକାଦାରଙ୍କ ସ୍ବାର୍ଥରେ ମେଶିନ ଲଗାଯାଉଛି ବୋଲି ମତପ୍ରକାଶ ପାଇଛି। ମହାନ୍ତିପାଟଣା ପୋଖରୀ ପୁନରୁଦ୍ଧାର ପାଇଁ ଏମ୍‌ଜିଏନ୍‌ଆର୍‌ଇଜିଏସ୍‌ରେ ପ୍ରାୟ ୩ ଲକ୍ଷ ଆବଣ୍ଟିତ ହୋଇଥିଲା। ଏଥିରେ ଶ୍ରମିକମାନଙ୍କୁ ନିୟୋଜନ କରି କାର୍ଯ୍ୟଦିବସ ସୃଷ୍ଟି କରିବାକୁ ସ୍ପଷ୍ଟ ଭାବେ ଦର୍ଶାଯାଇଥିଲା। କିନ୍ତୁ ଏହି ଯୋଜନାର କୌଣସି ଆଇନକୁ ନ ମାନି ମେଶିନରେ କାମ କରାଯାଇଥିବାରୁ ଶ୍ରମିକମାନେ ହାତବାନ୍ଧି ବସିଛନ୍ତି ବୋଲି ଅଭିଯୋଗ ହେଉଛି। କେବଳ ଦଶରଥପୁର ବ୍ଲକ ନୁହେଁ, ଜିଲାର ସମସ୍ତ ବ୍ଲକରେ ଏଭଳି କାର୍ଯ୍ୟ ହୋଇଥିବା ଅଭିଯୋଗ ହେଉଛି। ତେବେ ୧୦୦ଦିନର କାମ ସମ୍ପୂର୍ଣ୍ଣ ତାଲିକାରେ ଦାନଗଦି ବ୍ଲକରେ ସର୍ବନିମ୍ନ ୧୪ ପରିବାର ରହିଛନ୍ତି। ସେହିପରି ବଡ଼ଚଣା ବ୍ଲକରେ ୩୮, ରସୁଲପୁରରେ ୨୬ ଓ ସୁକିନ୍ଦାରେ ୭୩ ପରିବାର ୧୦୦ଦିନର କାମ ସମ୍ପୂର୍ଣ୍ଣ କରିଛନ୍ତି। ବରୀ ବ୍ଲକରେ ସର୍ବାଧିକ ୫୦୯ ପରିବାର ରହିଥିବାବେଳେ କୋରେଇରେ ୨୬୧ ଏବଂ ବିଞ୍ଝାରପୁର, ଦଶରଥପୁର, ଧର୍ମଶାଳା, ଯାଜପୁର ବ୍ଲକରେ ୧୦୦ରୁ ଊର୍ଦ୍ଧ୍ୱ ପରିବାର ୧୦୦ଦିନର କାମ ସମ୍ପୂର୍ଣ୍ଣ ତାଲିକାରେ ରହିଛନ୍ତି। ଶ୍ରମିକ ଅନୁଯାୟୀ ତଦନ୍ତ କରାଗଲେ ଏହିସବୁ ରିପୋର୍ଟରେ ସତ୍ୟତା ଜଣାପଡ଼ିବ ବୋଲି ଦାବି ହେଉଛି।


Enter your email to get our daily news in your inbox.

All Right Reserved By Dharitri.Com

ଶିଶିର ସରସ ମେଳା-୨୦୨୬ରେ ୩୦ କୋଟି ଟପିଲା ବ୍ୟବସାୟ

ଭୁବନେଶ୍ୱର,୨୦।୧: ରାଜଧାନୀରେ ଚାଲିଥିବା ଜାତୀୟ ସ୍ତରୀୟ ‘ଶିଶିର ସରସ ମେଳା-୨୦୨୬’ ମଙ୍ଗଳବାର ଉଦଯାପିତ ହୋଇଯାଇଛି। ଚଳିତ ବର୍ଷ ଏହି ମେଳା ବିକ୍ରି ଏବଂ ଜନସମାଗମ କ୍ଷେତ୍ରରେ...

ମହାପ୍ରଭୁଙ୍କ ଶରଣରେ ପଶିଲେ ପିୟୂଷ: ଯାତ୍ରା ମଞ୍ଚ ପାଇଁ ଫିଟିଗଲା ବାଟ

ଭୁବନେଶ୍ୱର,୨୦।୧: ଯାତ୍ରା ଜଗତର ଚର୍ଚ୍ଚିତ ଖଳନାୟକ ପିୟୂଷ ତ୍ରିପାଠୀଙ୍କ ପାଇଁ ଖୋଲିଛି ମଞ୍ଚକୁ ଫେରିବାର ବାଟ। ଅପେରା ସୂର୍ଯ୍ୟମନ୍ଦିର ମାଲିକ ପ୍ରମୋଦ ସ୍ୱାଇଁଙ୍କ ସହ ଚାଲିଥିବା...

ସଂଘବଦ୍ଧ ଆକ୍ରମଣ: ପୁଅଙ୍କୁ ବଞ୍ଚାଇବାକୁ ଯାଇ ବାପା-ମା’ ଆହତ, ଗୁରୁତର… 

ଦିଗପହଣ୍ଡି,୨୦।୧(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ଗୋକର୍ଣ୍ଣପୁର ପଞ୍ଚାୟତ ନରସିଂହପୁର ଗ୍ରାମରେ ବ୍ୟବସାୟିକ ଶତ୍ରୁତାକୁ ନେଇ ଗୋଟିଏ ପରିବାରର ବାପ,ମା ଓ ପୁଅଙ୍କୁ...

ଆଗକୁ ପଞ୍ଚାୟତ ନିର୍ବାଚନ: ସାଙ୍ଗଠନିକ ବୈଠକରେ ବାଜିଲା ଭାଜପାର ବିଗୁଲ… 

କୋରାପୁଟ,୨୦।୧(ଅମିତାଭ ବେହେରା): ଆସନ୍ତା ପଞ୍ଚାୟତ ନିର୍ବାଚନ ନେଇ କୋରାପୁଟରେ ଭାଜପାର ସାଙ୍ଗଠନିକ  ଭିତ୍ତିଭୂମିକୁ  ଅଧିକ ସୁଦୃଢ କରିବା ଲକ୍ଷ୍ୟରେ ମଙ୍ଗଳବାର ସ୍ଥାନୀୟ ଦକ୍ଷତା ବୃଦ୍ଧି ତାଲିମ...

ଦକ୍ଷିଣାଞ୍ଚଳ ରାଜସ୍ବ ଆୟୁକ୍ତ, ଜ଼ିଲାପାଳମାନଙ୍କ ସମ୍ମିଳନୀ:ପଞ୍ଚାୟତ, ପୌର ନିର୍ବାଚନ ସଫଳତାର ସହ…

ଛତ୍ରପୁର,୨୦ା୧(ଦିଲୀପ ସାମଲ): ଆଗାମୀ ପଞ୍ଚାୟତ, ପୌର ନିର୍ବାଚନ ଏବଂ ଭୋଟର ତାଲିକା ସଂଶୋଧନକୁ ସ୍ବଚ୍ଛ, ନିରପେକ୍ଷ ଓ ସଫଳତାର ସହ ସମ୍ପାଦନ କରିବା ପାଇଁ ଛତ୍ରପୁରସ୍ଥିତ...

ପିଏମଶ୍ରୀ ଉତ୍ସବରେ ୩ ବିଧାୟକ: ଛାତ୍ରଛାତ୍ରୀଙ୍କ ପ୍ରତିଭା ଦେଖି କଲେ ପ୍ରଶଂସା

ବରଗଡ଼,୨୦।୧(ପ୍ରେମାନନ୍ଦ ଖମାରୀ) – ବରଗଡ଼ ରାଣା ପ୍ରତାପ ସ୍କୁଲ ପରିସରରେ ଚାଲିଥିବା ବରଗଡ଼ ଜିଲାସ୍ତରୀୟ ପିଏମଶ୍ରୀ ଉତ୍ସବ ମଙ୍ଗଳବାର ଉଦଯାପିତ ହୋଇଯାଇଛି । ଅତିରିକ୍ତ ଜିଲାପାଳ...

ମହିଳାଙ୍କ ହାତରେ ‘ଆମ ବସ୍’ ଷ୍ଟିୟରିଂ: ଏହି ଦିନରୁ ମିଳିବ ଦାୟିତ୍ୱ

ଭୁବନେଶ୍ୱର,୨୦।୧: ରାଜ୍ୟ ପରିବହନ ସେବାରେ ଏକ ବଡ଼ ପରିବର୍ତ୍ତନ ଆସିବାକୁ ଯାଉଛି। ଏଣିକି ପୁରୁଷଙ୍କ ସହ ମହିଳାମାନେ ମଧ୍ୟ ‘ଆମ ବସ୍’ ଚଲାଇବେ। ବିଶେଷ କରି...

ବାଲେଶ୍ୱରରେ ସଂଖ୍ୟାଲଘୁ ଯୁବକଙ୍କ ହତ୍ୟା: ନବୀନଙ୍କ ଗଭୀର ଦୁଃଖ ପ୍ରକାଶ

ଭୁବନେଶ୍ୱର,୨୦।୧: ବାଲେଶ୍ୱର ଜିଲାରେ ଗୋ-ଚାଲାଣ ଅଭିଯୋଗରେ ଜଣେ ସଂଖ୍ୟାଲଘୁ ସମ୍ପ୍ରଦାୟର ଯୁବକଙ୍କୁ ହତ୍ୟା ଘଟଣାରେ ବିରୋଧୀ ଦଳ ନେତା ତଥା ବିଜେଡି ସଭାପତି ନବୀନ ପଟ୍ଟନାୟକ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri