ହମାସ୍‌ ଆତଙ୍କବାଦୀଙ୍କ କବଳରୁ ମୁକୁଳିଲେ ଜୁଧିଥ୍‌-ନାଟାଲିଏ

ଗାଜା ସିଟି/ଜେରୁଜେଲମ୍‌,୨୨ା୧୦: ଇସ୍ରାଏଲ ପ୍ରଧାନମନ୍ତ୍ରୀ ବେଞ୍ଜାମିନ୍‌ ନେତାନ୍ୟାହୁ ବିଜୟ ପର୍ଯ୍ୟନ୍ତ ଯୁଦ୍ଧ ଜାରି ରହିବ ବୋଲି ଚେତାବନୀ ଦେଇଥିବାବେଳେ ଶୁକ୍ରବାର ହମାସ୍‌ ପକ୍ଷରୁ କାତାର ମଧ୍ୟସ୍ଥତାରେ ୨ ଆମେରିକୀୟ ପଣବନ୍ଦୀଙ୍କୁ ମୁକ୍ତ କରାଯାଇଛି। ହମାସ୍‌ ଆତଙ୍କବାଦୀମାନେ ଅକ୍ଟୋବର ୭ରୁ ୨୧୦ ଜଣଙ୍କୁ ପଣବନ୍ଦୀ ରଖିଥିବାବେଳେ ମାନବିକତା ଦୃଷ୍ଟିରୁ ଏହା ହେଉଛି ପ୍ରଥମ ମୁକ୍ତି। ୫୯ ବର୍ଷୀୟା ଜୁଧିଥ୍‌ ତାଇ ରାନନ୍‌ ଓ ତାଙ୍କ ଝିଅ ନାଟାଲିଏ (୧୭)ଙ୍କୁ ଦକ୍ଷିଣ ଇସ୍ରାଏଲରୁ ଅପହରଣ କରିନିଆଯାଇଥିଲା। ମୁକ୍ତ ହେବା ପରେ ଦୁହେଁ ନୂଆ ଜୀବନ ପାଇଥିବା କହିଛନ୍ତି। ଆମେରିକା ରାଷ୍ଟ୍ରପତି ଜୋ ବାଇଡେନ୍‌ ଏନେଇ ଖୁସି ବ୍ୟକ୍ତ କରିବା ସହ କାତାର ସରକାରଙ୍କୁ ଧନ୍ୟବାଦ ଜଣାଇଛନ୍ତି। ଏଥିସହ ମୁକ୍ତ ମହିଳା ଓ ତାଙ୍କ ସ୍ବଳ୍ପବୟସ୍କା ଝିଅଙ୍କ ସହ ଫୋନ୍‌ରେ କଥାହୋଇ ସବୁ ପ୍ରକାର ସହାୟତାର ପ୍ରତିଶ୍ରୁତି ଦେଇଛନ୍ତି। ଅନ୍ୟପକ୍ଷେ ଗାଜା ଷ୍ଟ୍ରିପ୍‌ ଉପରେ ଆକ୍ରମଣ ଜାରି ରହିଥିବା ଯାଏ ପଣବନ୍ଦୀ ଥିବା ଇସ୍ରାଏଲୀ ସୈନ୍ୟମାନଙ୍କ ଭାଗ୍ୟ ଉପରେ କୌଣସି ଆଲୋଚନା ହେବ ନାହିଁ ବୋଲି ଶନିବାର ହମାସ୍‌ ସ୍ପଷ୍ଟ କରିଛି।


Enter your email to get our daily news in your inbox.

All Right Reserved By Dharitri.Com

ସିଏମ୍ ଟ୍ରଫି ଖୋଖୋ ଚାମ୍ପିୟନ୍ ହେଲେ ରାଇକିଆ ଛାତ୍ରୀ, ଛୁଟିଲା ଶୁଭେଚ୍ଛା

ରାଇକିଆ,୨୧।୪(ପ୍ରଦୀପ ବେହେରା): କନ୍ଧମାଳ ଜିଲା ଏଥଲେଟିକ୍ସ ଆସୋସିଏସନ୍ ତରଫରୁ ଆୟୋଜିତ ୧୫ବର୍ଷରୁ କମ୍ “ସିଏମ୍ ଟ୍ରଫି ୨.୦” ଜିଲାସ୍ତରୀୟ ଖୋଖୋ ପ୍ରତିଯୋଗୀତାରେ ଚାମ୍ପିୟନ୍ ହୋଇଛନ୍ତି ରାଇକିଆ ସରକାରୀ…

ମୋଦିଙ୍କୁ ‘ଆତଙ୍କବାଦୀ’ କହିଲେ ଖାର୍ଗେ: ବଢିଲା ବିବାଦ

ନୂଆଦିଲ୍ଲୀ,୨୧।୪: କଂଗ୍ରେସ ଦଳର ରାଷ୍ଟ୍ରୀୟ ଅଧ୍ୟକ୍ଷ ମଲ୍ଲିକାର୍ଜୁନ ଖାର୍ଗେ ଦେଶର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଆତଙ୍କବାଦୀ ବୋଲି ଆଖ୍ୟା ଦେଇଛନ୍ତି। ଏହାକୁ ନେଇ ରାଜନୈତିକ ମହଲରେ ଏକ…

ନିର୍ବାଚନ କମିଶନରଙ୍କ ନୂଆ ନିୟମ, ରାତିରେ ବାଇକ ଚଳାଇବା ଉପରେ ଲାଗିଲା ବ୍ୟାନ୍

କୋଲକାତା,୨୧।୪: ବିଧାନସଭା ନିର୍ବାଚନ ପୂର୍ବରୁ ପଶ୍ଚିମବଙ୍ଗରେ ଦୁଇଚକିଆ ଯାନ ଉପରେ ନିର୍ବାଚନ କମିଶନର ବ୍ୟାନ କରିଛନ୍ତି । ଏହା ସହିତ ମୁକ୍ତ ଏବଂ ଶାନ୍ତିପୂର୍ଣ୍ଣ ମତଦାନ ସୁନିଶ୍ଚିତ…

୨ ମାସ ପୂର୍ବେ ଗଢିଥିଲେ ସୁଖର ସଂସାର, ହଠାତ୍‌ ଶାଶୁ ଘରେ ହୋଇଗଲେ ଅଚେତ୍‌, ଚିକିତ୍ସାଧୀନ ଅବସ୍ଥାରେ ମୃତ୍ୟୁ ପରେ ବଢିଲା ସସ୍‌ପେନ୍ସ

ଦିଗପହଣ୍ଡି,୨୧।୪(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ପଟିଗୁଡ଼ା ପଞ୍ଚାୟତ ବରମୁଣ୍ଡୁଳି ଗ୍ରାମର ନବବିବାହିତା ଲିପ୍ସା ବିଷୋୟୀ(୨୦)ଙ୍କ ସନ୍ଦେହଜନକ ମୃତ୍ୟୁ ଘଟିଛି। ଦିଗପହଣ୍ଡି ଥାନା ଆଙ୍କୋରଡ଼ା…

CSKକୁ ଲାଗିଲା ବଡ଼ ଝଟକା, ସିଜନରୁ ବାଦ ପଡିଲେ ସର୍ବାଧିକ ସ୍କୋର୍ କରିଥିବା ଖେଳାଳୀ

ନୂଆଦିଲ୍ଲୀ,୨୧।୪: ଚେନ୍ନାଇ ସୁପର କିଙ୍ଗ୍ସ ପାଇଁ ୨୦୨୬ ଆଇପିଏଲ ସିଜିନ୍ ଭଲ ନଥିଲା। ଚଳିତ ସିଜିନ୍ ମଧ୍ୟଭାଗରେ, ଚେନ୍ନାଇ ଦଳ ଏକ ବଡ଼ ବିପର୍ଯ୍ୟୟର ସମ୍ମୁଖୀନ ହୋଇଛି…

୩୩ ଯୋଡ଼ା ବରବଧୂଙ୍କ ବିବାହ ସମ୍ପନ୍ନ: ଯୌତୁକ ପ୍ରଥା ବିରୋଧରେ ବଡ଼ ସାମାଜିକ ବାର୍ତ୍ତା

ବରଗଡ଼,୨୧।୪(ପ୍ରେମାନନ୍ଦ ଖମାରୀ):ମୁଖ୍ୟମନ୍ତ୍ରୀ କନ୍ୟା ବିବାହ ଯୋଜନାରେ ମଙ୍ଗଳବାର ବରଗଡ଼ ଜିଲା ମୁଖ୍ୟାଳୟସ୍ଥିତ ବେହେରା ବଜାର ପ୍ରାଙ୍ଗଣରେ ଜିଲାସ୍ତରୀୟ ସମୂହ ବିବାହ କାର୍ଯ୍ୟକ୍ରମ ସମ୍ପନ୍ନ ହୋଇଛି। କାର୍ଯ୍ୟକ୍ରମରେ ବରଗଡ଼…

ସମ୍ପତ୍ତି ଭାଗବଣ୍ଟାକୁ ନେଇ ମହାଭାରତ: ବଡ଼ ଭାଇର ଚୋଟରେ ସାନ ଭାଇ, ମାଉସୀ ଶାଶୁ ଲହୁଲୁହାଣ

ଦିଗପହଣ୍ଡି,୨୧।୪(ଅଶେଷ ନାଥ ମିଶ୍ର): ଦିଗପହଣ୍ଡି ବ୍ଲକ ଗୋକର୍ଣ୍ଣପୁର ପଞ୍ଚାୟତ ଅନଙ୍ଗପୁର ଗ୍ରାମରେ ମଙ୍ଗଳବାର ସକାଳେ ପାରିବାରିକ ହିଂସା କାରଣରୁ ବଡ଼ଭାଇ ବି.ଦଣ୍ଡ ରେଡ୍ଡୀଙ୍କ କାତି ଚୋଟରେ ସାନଭାଇ…

‘ଯୁଦ୍ଧବିରତି ଉଲ୍ଲଂଘନ କଲେ ଉପଯୁକ୍ତ ଜବାବ ଦେବୁ..’, ଆମେରିକାକୁ ଇରାନର ଚେତାବନୀ

ତେହରାନ,୨୧।୪: ପାକିସ୍ତାନର ରାଜଧାନୀ ଇସଲାମାବାଦରେ ଇରାନ ଏବଂ ଆମେରିକା ମଧ୍ୟରେ ଦ୍ୱିତୀୟ ପର୍ଯ୍ୟାୟ ଶାନ୍ତି ଆଲୋଚନା ପୁଣିଥରେ ଅନୁଷ୍ଠିତ ହେବାର କାର୍ଯ୍ୟକ୍ରମ ରହିଛି। ଉଭୟ ପକ୍ଷ ଦ୍ୱାରା ଗ୍ରହଣ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri