ରିଷିଡା ୨୯/୧୨(ସୁଶାନ୍ତ ମଲ୍ଲିକ): କଳାହାଣ୍ଡି ଜିଲ୍ଲା କର୍ଲାମୁଣ୍ଡା ବ୍ଲକ ତେରେସିଂହା କେଉଁଟ କୈବର୍ତ୍ତ ଆଞ୍ଚଳିକ ସମାଜ ତରଫରୁ ତେରେସିଂହା ଆମପାଲି ନଦୀ ଘାଟ ଠାରେ ଐତିହାସିକ ମା’ ସୁରେଶ୍ଵରୀଙ୍କ ଘାଟ ଯାତ୍ରା ଓ ବନ୍ଧୁମିଳନ ରବିବାର ଅନୁଷ୍ଠିତ ହୋଇଥିଲା। ଆଞ୍ଚଳିକ ସଭାପତି ହୁଦାନନ୍ଦ ମଲ୍ଲିକ ପୂଜକ ଦାମୋଦର ନାଏକ କର୍ଲାମୁଣ୍ଡା ବ୍ଲକ ସ୍ତରୀୟ ଦୁଇ ଆଞ୍ଚଳିକ କମିଟି ସାନ ଡୁଙ୍ଗୁରୀ ଗୁଡା ଅଞ୍ଚଳ ଏବଂ ତେରେ ସିଂହା ଆଞ୍ଚଳିକ ସମସ୍ତ କୈବର୍ତ୍ତ କେଉଁଟ ସମାଜ ଜାତି ଭାଇ ମାନେ ଉପସ୍ଥିତ ଥିଲେ । ସାନଡୁଙ୍ଗୁରି ଗୁଡା ଅଞ୍ଚଳ (କ)ସଭାପତି ଅଗସ୍ତି ବୁଡେକ ସଂପାଦକ କିଶୋର ଚନ୍ଦ୍ର ନାଏକ ପ୍ରମୁଖ ସହଯୋଗ କରିଥିଲେ।
ଯାତ୍ରାରେ ମାଁ ଙ୍କୁ ଦର୍ଶନ କରିବା ପାଇଁ ବହୁ ଭକ୍ତଙ୍କ ସମାଗମ ହୋଇଥିଲା। ମାନସିକ ପୂରଣ ହୋଇଥିବା କେତେଜଣ ଭକ୍ତ କୁକୁଡ଼ା ଓ ବୋଦା ବଳି ଦେଇଥିଲେ। ସେହିପରି ଗଜବାହଲ ପଞ୍ଚାୟତ ପରମାନନ୍ଦପୁର ଠାରେ ସାନଡୁଙ୍ଗୁରିଗୁଡା ଆଞ୍ଚଳିକ କେଉଁଟ ସମାଜ ତରଫରୁ ନବବର୍ଷ ପାଇଁ ଏକ ବନ୍ଧୁମିଳନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା। ସଭାପତି ଜ୍ୟୋତିଷ ନାଏକ, ସଂପାଦକ ଗୋରୀଶଙ୍କର ଦଣ୍ଡସେନା, ସରୋଜ ବୁଡେକ, ଗୁରୁ ନାଏକ, କୁବେର ବୁଡେକ ଏବଂ ବଲାଙ୍ଗୀର ଜିଲ୍ଲା କେଉଁଟ ସମାଜ ରୁ ମଧ୍ୟ ଖୁସମାଳ ଆଞ୍ଚଳିକ ସଭାପତି ସେଷଦେବ ମଲ୍ଲିକ, ଘଣ୍ଟମାଳ ଆଞ୍ଚଳିକ କମିଟି ସଭାପତି ଭାସ୍କର ମଲ୍ଲିକ, ସାତକୋଶିଆ ଉତ୍ତରାଞ୍ଚଳ ପୁରୁଣାପାଣି ସଭାପତି ଚକ୍ରଧର ମଲ୍ଲିକ, ପ୍ରମୁଖ ଶତାଧିକ ଜାତି ଭାଇ ଉପସ୍ଥିତ ରହି ସୁଦୃଢ ସମାଜ ଗଠନ ପାଇଁ କହିଥିଲେ। ଆଞ୍ଚଳିକ କମିଟି ମଧ୍ୟରେ ସୁସଂପର୍କ ସ୍ଥାପନ, ସମାଜର ଉନ୍ନତି ମୁଳକ କାର୍ଯ୍ୟକ୍ରମ ସମ୍ବନ୍ଧେ ମଜବୁତ କରିବା ପାଇଁ ସ୍ଥିର କରି ଉପସ୍ଥିତ ସମସ୍ତ ସଭ୍ୟ ବିଭିନ୍ନ ମତପ୍ରକାଶ କରିଥିଲେ ।


