ମା’ ସର୍ବମଙ୍ଗଳା ଘାଟି ମୁଣ୍ଡିଆଣିଙ୍କ ଦଶରା ମହୋତ୍ସବ ଆରମ୍ଭ

କୋକସରା,୨୦।୧୦(ଦୁଷ୍ମନ୍ତ କୁମାର ପାଟ୍ଟଯୋଷୀ): ଆଦିବାସୀ ଅଧ୍ୟୁଷିତ ଅଞ୍ଚଳରେ ଦେବାଦେବୀଙ୍କ ସ୍ଥାନ ସର୍ବାଗ୍ରେ ରହିଥିବା ବେଳେ ପ୍ରତି ବର୍ଷ ଦଶରା ଆସିଲେ ଗ୍ରାମରେ ଥିବା ଅଧିଷ୍ଠାତ୍ରୀ ଦେବୀଙ୍କୁ ପୂଜାର୍ଚ୍ଚନା କରି ଗ୍ରାମବାସୀଙ୍କ ମଙ୍ଗଳ କାମନା କରନ୍ତି ଗ୍ରାମ୍ୟ ପୂଜକ। କଳାହାଣ୍ଡି ଜିଲା କୋକସରା ବ୍ଲକ ଆଦିବାସୀ ବହୁଳ ଦଣ୍ଡପାଟ ଅଞ୍ଚଳରେ ଥିବା ଗୋତୋମୁଣ୍ଡା ଠାରେ ଘାଟି ମୁଣ୍ଡିଆଣି ମା’ ସର୍ବମଙ୍ଗଳାଙ୍କ ବାର୍ଷିକ ଦଶରା ରବିବାର ଠାରୁ ଆରମ୍ଭ ହୋଇଛି। ଗୋତମୁଣ୍ଡା ଠାରେ ଦଶରା ଯାତ୍ରା ତିନିଦିନ ଧରି ମହା ସମାରୋହରେ ପାଳନ କରାଯିବା ପାଇଁ କମିଟି ତରଫରୁ ସମସ୍ତ ପ୍ରକାର ଆୟୋଜନ କରାଯାଇଛି।

ରବିବାର ମା’ଘାଟି ମୁଣ୍ଡିଆଣୀ ସର୍ବମଙ୍ଗଳାଙ୍କ ପୀଠରେ ଖଣ୍ଡାଧୁଆ ପରମ୍ପରା ରୀତିନୀତିରେ ସମାପନ ହୋଇଛି। ଗ୍ରାମର ପୂଝାରୀ ମନୋହର ପୂଝାରୀଙ୍କ ଦେବୀଙ୍କ ଖଣ୍ଡାକୁ ନେଇ ଗ୍ରାମ ନିକଟସ୍ଥ ପୋଖରୀରୁ ମା’ଙ୍କ ଖଣ୍ଡାକୁ ବିଧି ମୁତାବକ ମାର୍ଜନା, ପୂଜାର୍ଚ୍ଚନା ପରେ ପୋଖରୀ ପାଣିରେ ଧୋଇ ଆଣିଥିଲେ। ଏହି ଖଣ୍ଡାଧୁଆ ପର୍ବରେ ବିରାଟ ପଟୁଆରରେ ଅନେକ ସାଂସ୍କୃତିକ ଦଳ, ଘଣ୍ଟଦଳ, ଘୁମୁରା ଦଳ ସମେତ ଶତାଧିକ ଶ୍ରଦ୍ଧାଳୁଙ୍କ ଭିଡ ଦେଖିବାକୁ ମିଳିଛି। ଆଦିବାସୀ ପରମ୍ପରା ବେଶଭୁଷା ନାଚି ଗାଇ ମା’ଙ୍କ ଖଣ୍ଡାକୁ ମୁଖ୍ୟ ମନ୍ଦିରକୁ ଅଣାଯାଏ। ଏହା ପରେ ଖଣ୍ଡା ସ୍ଥାପନ ହୋଇଥାଏ। ଚଳିତବର୍ଷ ମଧ୍ୟ ଏହିସବୁ କାର୍ଯ୍ୟ ପରମ୍ପରା ଓ ରୀତିନୀତି ମୁତାବକ ସମାପନ ହୋଇଛି।

ଖଣ୍ଡାଧୁଆ ଉତ୍ସରେ ମୁଖ୍ୟ ଅତିଥି ଭାବେ କଳାହାଣ୍ଡି ଜିଲା ବିଜେଡି ସଭାପତି ପୁଷ୍ପେନ୍ଦ୍ର ସିଂଦେଓ, କୋକସରା ବ୍ଲକ ଉପାଧ୍ୟକ୍ଷ ରାଜୀବ ଅଗ୍ରୱାଲ, ଆମପାଣି ଯୋନ ଜିଲା ପରିଷଦ ସଭ୍ୟ ହେମନ୍ତ ମାଝୀ, ଜିଲା ଭତରା ସମାଜର କର୍ମଚାରୀ ସଂଘ ସଭାପତି ଇଂ ତ୍ରୁପ କୁମାର ପାତ୍ର, ଜିଲା ଆଦିବାସୀ ସଂଘ ସମ୍ପାଦକ ଋତୁରାଜ ମାଝୀ, ଶୈଳେନ୍ଦ୍ର ସିଂ ଦେଓ, ସ୍ଥାନୀୟ ସରପଞ୍ଚ ପଦ୍ମିନୀ ପୂଝାରି, ନାଏବ ସରପଞ୍ଚ ପାର୍ଥବ ମାଝୀ ପ୍ରମୁଖ ସାମିଲ ହୋଇଥିଲେ। ପରେ ଦଶରା ସାଂସ୍କୃତିକ ମଞ୍ଚକୁ ଉପସ୍ଥିତ ଅତିଥିମାନେ ଉଦ୍‌ଘାଟନ କରିଥିଲେ।

ଏହି ଅବସରରେ ଆସନ୍ତା ମଙ୍ଗଳବାର ପର୍ଯ୍ୟନ୍ତ ଦେବାଦେବୀଙ୍କ ପୂଜାର୍ଚ୍ଚନା ସହ ରାତିରେ ସାଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହେବାନେଇ ପୂଜା କମିଟି ପକ୍ଷରୁ କୁହାଯାଇଛି। ପୂଜା କମିଟି ସଭାପତି ହେମନ୍ତ ମାଝୀ, ସମ୍ପାଦକ ଭରତ ପୂଝାରି, ପୂର୍ଣ୍ଣଚନ୍ଦ୍ର ନାଏକ, ହିମାଞ୍ଚଳ ପୂଝାରି, ବଳିଆର ସିଂ ମୋରେଇ, ତୁଲାରାମ ଗୋପାଳ, ଉପେନ୍ଦ୍ର ବାଗ, ପିଣ୍ଟୁ ନନ୍ଦ, ମୁକୁନ୍ଦ ନାଗେଶ, ନିରଞ୍ଜନ ବାଗ, ଭାରତ ଦୁର୍ଗା, ବଳରାମ ମାଝୀ, ରୋମାଞ୍ଚଳ ପୂଝାରି, ଯଦୁମଣି ଦୁର୍ଗା, ସୁବାସ ଖର୍ସେଲ ପ୍ରମୁଖ ଦଶରା କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ବିବାହ ପ୍ରତିଶ୍ରୁତି ଦେଇ ପ୍ରତାରଣା, ଯୁବକ ଗିରଫ

ଗୋପାଳପୁର,୧।୪(ନବୀନ ରାଜ ଆଚାରୀ): ବରଗଡ଼ ଜିଲା ଯୁବତୀଙ୍କୁ ବିବାହ ପ୍ରତିଶ୍ରୁତ ଦେଇ ବଳତ୍କାର କରିବା ଅଭିଯୋଗରେ ଗୋଳନ୍ଥରା ପୋଲିସ ମଙ୍ଗଳବାର ବଳାତ୍କାରୀକୁ ଗିରଫ କରି କୋର୍ଟଚାଲାଣ କରିଛି।…

ମୃତ ବ୍ୟକ୍ତିଙ୍କ ନାମରେ ଜାଲ ଆଧାର କାର୍ଡ କରି ଜମି ବିକ୍ରି: ୨୦ ଭରଣ ଜମି ହଡପ

ସୋରଡା,୧।୪(ରଜନୀ ମହାପାତ୍ର): ଗଞ୍ଜାମ ଜିଲା ସୋରଡା ଉପନିବନ୍ଧକଙ୍କ କାର୍ଯ୍ୟାଳୟରେ ଜମି କିଣାବିକାରେ ଜାଲିଆତି ହେଉଥିବା ଅଭିଯୋଗ ହେଉଛି। ଜାଲ୍‌ ଆଧାରକାର୍ଡ ପ୍ରସ୍ତୁତ କରି ଜାଲ ଦସ୍ତଖତରେ ଜଣେ…

ବ୍ରାହ୍ମଣୀଗାଁରେ ବିଏସଏନଏଲ ନେଟୱାର୍କ ଫେଲ୍‌: ସପ୍ତାହେ ହେଲା ବିକାଶ କାର୍ଯ୍ୟ ଠପ୍‌

ଦାରିଙ୍ଗବାଡି, ୧।୪ (ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡି ବ୍ଲକ ବ୍ରାହ୍ମଣୀଗାଁରେ ବିଏସଏନଏଲ ମୋବାଇଲ ସେବା ସହ ଇଣ୍ଟରନେଟ ସେବା ସମ୍ପୂର୍ଣ୍ଣ ଅଚଳ ହୋଇପଡିଛି। ପ୍ରାୟ ସପ୍ତାହେ…

ଜିଲାସ୍ତରୀୟ ଓଡ଼ିଶା ଦିବସ ପାଳନ: ମୁଖ୍ୟ ଅତିଥି ଭାବେ ଯୋଗ ଦେଲେ ସୂର୍ଯ୍ୟବଂଶୀ ସୁରଜ

ଭଦ୍ରକ, ୧।୪(ସନାତନ ରାଉତ): ଭଦ୍ରକ ନେହେରୁ ଷ୍ଟାଡିଅମରେ ବୁଧବାର ଜିଲାସ୍ତରୀୟ ଉତ୍କଳ ଦିବସ ପାଳିତ ହୋଇଯାଇଛି l ସକାଳ ୮ଟାରେ ବିଭିନ୍ନ ସ୍କୁଲରୁ ଆସିଥିବା ୫ ହଜାରରୁ…

ସିଆରିନ ଇଲେଭେନକୁ ହରାଇ ଚମ୍ପିୟନ ହେଲେ ମହାଲକ୍ଷ୍ମୀ ଇଲେଭେନ

ଗଞ୍ଜାମ,୧।୪(ବିଦ୍ୟାଧର ସାହୁ ): ଗଞ୍ଜାମ ବ୍ଲକ ଅନ୍ତର୍ଗତ ମାଳି ଜଗନ୍ନାଥପୁର ଖେଳ ପଡିଆରେ ବାବାଲୀ ଲୋକନାଥ କ୍ରିକେଟ କ୍ଳବ ପକ୍ଷରୁ ଦୁଇଦିନିଆ କ୍ରିକେଟ ଟୁର୍ନାମେଣ୍ଟ ଉଦ୍‌ଯାପିତ ହୋଇଛି।…

କ୍ୱାର୍ଟରରେ ଶୋଇଥିଲେ ମହିଳା ANM, ଲାଗିଗଲା ନିଆଁ: ସନ୍ଦେହଜନକ ଭାବେ…

ବଲାଙ୍ଗୀର,୧।୪(ସୁନିଲ କୁମାର ମହାନ୍ତି): ବଲାଙ୍ଗୀର ଜିଲା ଦେଓଗାଁ ଥାନା ବନ୍ଧପଡା ଫାଣ୍ଡି ଅନ୍ତର୍ଗତ ରାମଚନ୍ଦ୍ରପୁର ଉପସ୍ବାସ୍ଥ୍ୟକେନ୍ଦ୍ରରେ କାର୍ଯ୍ୟରତ ମହିଳା ଏଏନଏମ ଦମୟନ୍ତୀ ବାରିକ (୫୬)ଙ୍କ ମଙ୍ଗଳବାର ରାତିରେ…

ଓଲଟିଲା ମାଛ ବୋଝେଇ ମିନି ଟ୍ରକ: ଆଉ ତା’ପରେ ଘଟିଲା…

ଗଞ୍ଜାମ,୧।୪(ଅନାଥ ତରାଇ): ଗଞ୍ଜାମ ଥାନା ଅନ୍ତର୍ଗତ ବିଞ୍ଚଣାପଲି ଛକ ୧୬ ନମ୍ବର ଜାତୀୟ ରାଜପଥଠାରେ ଗତକାଲି ବିଳମ୍ବିତ ରାତି ପ୍ରାୟ ୧୨ଟା ୩୦ ମିନିଟ ସମୟରେ ଏକ…

ଗଞ୍ଜାମ ଜିଲାକୁ ୩ ଜାତୀୟ ପୁରସ୍କାର: ଚାରିଆଡ଼ୁ ଛୁଟିଲା ଶୁଭେଚ୍ଛାର ସୁଅ

ଛତ୍ରପୁର, ୧/୪(ଦିଲ୍ଲୀପ ସାମଲ): ପୁଣି ରାଜ୍ୟରେ ଗଞ୍ଜାମ ଜିଲା ସୁନାମ ଆଣିଛି । ଜିଲାକୁ ୩ଟି ଜାତୀୟ ପୁରସ୍କାର ମିଳିଛି । ଦୀନଦୟାଲ ଉପାଧ୍ୟାୟ ପଞ୍ଚାୟତ ସତତ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri