ମା’ ସର୍ବମଙ୍ଗଳା ଘାଟି ମୁଣ୍ଡିଆଣିଙ୍କ ଦଶରା ମହୋତ୍ସବ ଆରମ୍ଭ

କୋକସରା,୨୦।୧୦(ଦୁଷ୍ମନ୍ତ କୁମାର ପାଟ୍ଟଯୋଷୀ): ଆଦିବାସୀ ଅଧ୍ୟୁଷିତ ଅଞ୍ଚଳରେ ଦେବାଦେବୀଙ୍କ ସ୍ଥାନ ସର୍ବାଗ୍ରେ ରହିଥିବା ବେଳେ ପ୍ରତି ବର୍ଷ ଦଶରା ଆସିଲେ ଗ୍ରାମରେ ଥିବା ଅଧିଷ୍ଠାତ୍ରୀ ଦେବୀଙ୍କୁ ପୂଜାର୍ଚ୍ଚନା କରି ଗ୍ରାମବାସୀଙ୍କ ମଙ୍ଗଳ କାମନା କରନ୍ତି ଗ୍ରାମ୍ୟ ପୂଜକ। କଳାହାଣ୍ଡି ଜିଲା କୋକସରା ବ୍ଲକ ଆଦିବାସୀ ବହୁଳ ଦଣ୍ଡପାଟ ଅଞ୍ଚଳରେ ଥିବା ଗୋତୋମୁଣ୍ଡା ଠାରେ ଘାଟି ମୁଣ୍ଡିଆଣି ମା’ ସର୍ବମଙ୍ଗଳାଙ୍କ ବାର୍ଷିକ ଦଶରା ରବିବାର ଠାରୁ ଆରମ୍ଭ ହୋଇଛି। ଗୋତମୁଣ୍ଡା ଠାରେ ଦଶରା ଯାତ୍ରା ତିନିଦିନ ଧରି ମହା ସମାରୋହରେ ପାଳନ କରାଯିବା ପାଇଁ କମିଟି ତରଫରୁ ସମସ୍ତ ପ୍ରକାର ଆୟୋଜନ କରାଯାଇଛି।

ରବିବାର ମା’ଘାଟି ମୁଣ୍ଡିଆଣୀ ସର୍ବମଙ୍ଗଳାଙ୍କ ପୀଠରେ ଖଣ୍ଡାଧୁଆ ପରମ୍ପରା ରୀତିନୀତିରେ ସମାପନ ହୋଇଛି। ଗ୍ରାମର ପୂଝାରୀ ମନୋହର ପୂଝାରୀଙ୍କ ଦେବୀଙ୍କ ଖଣ୍ଡାକୁ ନେଇ ଗ୍ରାମ ନିକଟସ୍ଥ ପୋଖରୀରୁ ମା’ଙ୍କ ଖଣ୍ଡାକୁ ବିଧି ମୁତାବକ ମାର୍ଜନା, ପୂଜାର୍ଚ୍ଚନା ପରେ ପୋଖରୀ ପାଣିରେ ଧୋଇ ଆଣିଥିଲେ। ଏହି ଖଣ୍ଡାଧୁଆ ପର୍ବରେ ବିରାଟ ପଟୁଆରରେ ଅନେକ ସାଂସ୍କୃତିକ ଦଳ, ଘଣ୍ଟଦଳ, ଘୁମୁରା ଦଳ ସମେତ ଶତାଧିକ ଶ୍ରଦ୍ଧାଳୁଙ୍କ ଭିଡ ଦେଖିବାକୁ ମିଳିଛି। ଆଦିବାସୀ ପରମ୍ପରା ବେଶଭୁଷା ନାଚି ଗାଇ ମା’ଙ୍କ ଖଣ୍ଡାକୁ ମୁଖ୍ୟ ମନ୍ଦିରକୁ ଅଣାଯାଏ। ଏହା ପରେ ଖଣ୍ଡା ସ୍ଥାପନ ହୋଇଥାଏ। ଚଳିତବର୍ଷ ମଧ୍ୟ ଏହିସବୁ କାର୍ଯ୍ୟ ପରମ୍ପରା ଓ ରୀତିନୀତି ମୁତାବକ ସମାପନ ହୋଇଛି।

ଖଣ୍ଡାଧୁଆ ଉତ୍ସରେ ମୁଖ୍ୟ ଅତିଥି ଭାବେ କଳାହାଣ୍ଡି ଜିଲା ବିଜେଡି ସଭାପତି ପୁଷ୍ପେନ୍ଦ୍ର ସିଂଦେଓ, କୋକସରା ବ୍ଲକ ଉପାଧ୍ୟକ୍ଷ ରାଜୀବ ଅଗ୍ରୱାଲ, ଆମପାଣି ଯୋନ ଜିଲା ପରିଷଦ ସଭ୍ୟ ହେମନ୍ତ ମାଝୀ, ଜିଲା ଭତରା ସମାଜର କର୍ମଚାରୀ ସଂଘ ସଭାପତି ଇଂ ତ୍ରୁପ କୁମାର ପାତ୍ର, ଜିଲା ଆଦିବାସୀ ସଂଘ ସମ୍ପାଦକ ଋତୁରାଜ ମାଝୀ, ଶୈଳେନ୍ଦ୍ର ସିଂ ଦେଓ, ସ୍ଥାନୀୟ ସରପଞ୍ଚ ପଦ୍ମିନୀ ପୂଝାରି, ନାଏବ ସରପଞ୍ଚ ପାର୍ଥବ ମାଝୀ ପ୍ରମୁଖ ସାମିଲ ହୋଇଥିଲେ। ପରେ ଦଶରା ସାଂସ୍କୃତିକ ମଞ୍ଚକୁ ଉପସ୍ଥିତ ଅତିଥିମାନେ ଉଦ୍‌ଘାଟନ କରିଥିଲେ।

ଏହି ଅବସରରେ ଆସନ୍ତା ମଙ୍ଗଳବାର ପର୍ଯ୍ୟନ୍ତ ଦେବାଦେବୀଙ୍କ ପୂଜାର୍ଚ୍ଚନା ସହ ରାତିରେ ସାଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହେବାନେଇ ପୂଜା କମିଟି ପକ୍ଷରୁ କୁହାଯାଇଛି। ପୂଜା କମିଟି ସଭାପତି ହେମନ୍ତ ମାଝୀ, ସମ୍ପାଦକ ଭରତ ପୂଝାରି, ପୂର୍ଣ୍ଣଚନ୍ଦ୍ର ନାଏକ, ହିମାଞ୍ଚଳ ପୂଝାରି, ବଳିଆର ସିଂ ମୋରେଇ, ତୁଲାରାମ ଗୋପାଳ, ଉପେନ୍ଦ୍ର ବାଗ, ପିଣ୍ଟୁ ନନ୍ଦ, ମୁକୁନ୍ଦ ନାଗେଶ, ନିରଞ୍ଜନ ବାଗ, ଭାରତ ଦୁର୍ଗା, ବଳରାମ ମାଝୀ, ରୋମାଞ୍ଚଳ ପୂଝାରି, ଯଦୁମଣି ଦୁର୍ଗା, ସୁବାସ ଖର୍ସେଲ ପ୍ରମୁଖ ଦଶରା କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ସୁନା ବିସ୍କୁଟ ପ୍ରଲୋଭନ ଦେଖାଇ ୪ ଲକ୍ଷ ଟଙ୍କା ଠକେଇ, ୬ ଗିରଫ

ନୀଳଗିରି,୮ା୧୨(ପ୍ରଶାନ୍ତ କୁମାର ବିଶ୍ୱାଳ): ବାଲେଶ୍ୱର ଜିଲା ନୀଳଗିରି ଉପଖଣ୍ଡ ଅଞ୍ଚଳରେ ସୁନା ବିସ୍କୁଟ ପ୍ରଲୋଭନ ଦେଖାଇ ପୁରୀର ଜଣେ ବ୍ୟକ୍ତିଙ୍କ ଠାରୁ ୪ ଲକ୍ଷ ଟଙ୍କାର...

କେନାଲ ଭିତରକୁ ପଶିଗଲା କାର୍‌

ପରଜଙ୍ଗ,୮ା୧୨(ନିଗମାନନ୍ଦ ଦଳବେହେରା): ଢେଙ୍କାନାଳ ଜିଲା ପରଜଙ୍ଗ ଥାନାଠାରୁ ଅଳ୍ପ ଦୂର ପରଜଙ୍ଗ ବଜାର ଦେଇ ଯାଇଥିବା ପୂର୍ତ୍ତ ବିଭାଗ ରାସ୍ତାର ପରଜଙ୍ଗ ଶାଖା କେନାଲ ଭିତରକୁ...

ଫାଟୁଆ ରୋଗ ପାଇଁ ଆଗୁଆ ପ୍ରତିଷେଧକ, ୩୭ ହଜାର ଗୋରୁଙ୍କୁ ଟିକାକରଣ ଲକ୍ଷ୍ୟ

ଦାରିଙ୍ଗବାଡ଼ି,୮ା୧୨(ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡ଼ି ବ୍ଲକ ଅଞ୍ଚଳରେ ରହିଥିବା ୨୫ ଟି ପଞ୍ଚାୟତରେ ଗାଈ ଓ ବଳଦଙ୍କ ପାଇଁ ଅଣ୍ଟା ଭଡ଼ିଛି ମତ୍ସ୍ୟ ଓ...

ପାରଦ ତଳ ମୁହାଁ: ଶୀତରେ ଥରୁଛନ୍ତି ବାସହୀନ

ସୋନପୁର,୮।୧୨(ମୃତ୍ୟୁଞ୍ଜୟ ଶତପଥୀ): ସୁବର୍ଣ୍ଣପୁର ଜିଲାରେ ପାରଦ ତଳ ମୁହାଁ ହୋଇଛି। ପ୍ରବଳ ଶୀତ ଓ କୁହୁଡି ଯୋଗୁ ଲୋକେ ଅସୁବିଧା ଭୋଗୁଛନ୍ତି। ବିଶେଷ କରି ବାସହୀନ...

ସକାଳୁ ସକାଳୁ ବରଗଡ଼ ସହରରେ ଅଗ୍ନିକାଣ୍ଡ: ଚଷମା ଦୋକାନ ଛାରଖାର

ବରଗଡ଼,୮ା୧୨(ପ୍ରେମାନନ୍ଦ ଖମାରୀ): ବରଗଡ଼ ସହରରେ ସୋମବାର ସକାଳୁ ଏକ ଅଗ୍ନିକାଣ୍ଡ ଘଟିଛି। ସ୍ଥାନୀୟ କୋର୍ଟ ସମ୍ମୁଖ ମାର୍କେଟ କମ୍ପ୍ଲେକ୍ସରେ ନିଆଁ ଲାଗିଛି। ଏକ ଚଷମା ଦୋକାନରୁ...

ଆଇଏସ୍‌ପିଏଲ୍‌ ନିଲାମରେ ଓଡ଼ିଆ ପୁଅ ରାଜେଶ

ଖୋର୍ଦ୍ଧା,୮ା୧୨(ପ୍ରଭାତ ପାଣିଗ୍ରାହୀ):ଏବେ ସବୁଆଡ଼େ କ୍ରିକେଟର କ୍ରେଜ୍‌। ଛୋଟଠୁ ବଡ଼ ସମସ୍ତେ କ୍ରିକେଟ୍‌ ମାନିଆ। ଏଥିରେ କ୍ୟାରିୟର କରିବା ପାଇଁ ଯୁବପିଢ଼ିଙ୍କ ମଧ୍ୟରେ ଏକପ୍ରକାର ଉତ୍ସାହ ରହିଛି।...

ଓଲଟିଲା ପିଡିଏସ୍‌ ଚାଉଳ ବୋଝେଇ ଟ୍ରକ୍‌

ଥୁଆମୂଳ ରାମପୁର,୮ା୧୨(ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ବ୍ଲକ ଅନ୍ତର୍ଗତ ସିଲେଟ ଗ୍ରାମ ପଞ୍ଚାୟତରେ ଏକ୍‌ ପିଡିଏସ୍‌ ଚାଉଳ ବୋଝେଇ ଟ୍ରକ୍‌ ଭାରସାମ୍ୟ ହରାଇ...

ସଡ଼କ ଦୁର୍ଘଟଣାରେ ଯାତ୍ରା କଳାକାର ଗୁରୁ ପୃଷ୍ଟିଙ୍କ ପରଲୋକ

ଭଦ୍ରକ,୭ା୧୨: ଓଡ଼ିଶାର ଜଣାଶୁଣା ଯାତ୍ରା କଳାକାର ଗୁରୁ ପୃଷ୍ଟିଙ୍କର ଆଜି ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣାରେ ପରଲୋକ ଘଟିଛି। ମିଳିଥିବା ସୂଚନା ଅନୁଯାୟୀ, ଗୁରୁ ପୃଷ୍ଟି...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri