ବିଳମ୍ବିତ ରାତିରେ ପୂଜା ପାଆନ୍ତି ମା’ ରକ୍ଷାକାଳୀ, ୬୮ ବର୍ଷ ପୂର୍ବେ ଲୋକେ…

ମହାକାଳପଡ଼ା,୯ା୪(ପ୍ରତାପ ଚନ୍ଦ୍ର ସ୍ବାଇଁ): କେନ୍ଦ୍ରାପଡ଼ା ଜିଲା ମହାକାଳପଡ଼ା ବ୍ଲକ ଅଞ୍ଚଳରେ ୧୯୪୯, ୫୦, ୫୧ ଓ ୫୨ ମସିହାଠାରୁ ଅନେକ ବଙ୍ଗୀୟ ଶରଣାର୍ଥୀ ପରିବାରଙ୍କୁ ଉଭୟ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ପକ୍ଷରୁ ଥଇଥାନ କରାଯାଇଥିଲା। ସେବେଠାରୁ ଜମ୍ବୁ, ଖରିନାସି ଓ ରାମନଗର ପଞ୍ଚାୟତରେ ଦୀର୍ଘ ବର୍ଷ ଧରି ବସବାସ କରୁଥିବା କୁହାଯାଉଛି। ହେଲେ ବହୁ ବର୍ଷ ପୂର୍ବେ ଅଞ୍ଚଳରେ ହଇଜା, ମିଳିମିଳା ଓ ହାଡ଼ଫୁଟି ଅଦି ରୋଗରେ ପୀଡିତ ହୋଇ ବହୁ ସଂଖ୍ୟାରେ ରୋଗୀଙ୍କ ଜୀବନ ଯାଇଥିଲା। ସେ ସମୟର ସ୍ବାସ୍ଥ୍ୟସେବା ସେତେଟା ସୁଦୃଢ଼ ବା ଉନ୍ନତ ନ ଥିଲା। ଲୋକମାନେ ବାଧ୍ୟ ହୋଇ ଗୁଣି ଗାରେଡ଼ି, ଔଷଧୀୟ ଗଛ ମୂଳରେ ବଇଦ ଚିକିତ୍ସାର ବିଶ୍ୱାସ ରହିଥିଲା। ହେଲେ ଏହି ଚର୍ମ ରୋଗ ଓ କଳେରାର ରୂପ ଖୁବ୍‌ ଭୟଙ୍କର ଥିଲା। ଫଳରେ ଅନେକ ରୋଗୀ ଚିକିତ୍ସ ଅଭାବରୁ ମୃତ୍ୟୁ ମୁଖରେ ପଡୁଥିଲେ। କିଛି ଉପାୟ ନ ପାଇ ଲୋକମାନେ ପଣ୍ତିତମାନଙ୍କ ପରାମର୍ଶ ଅନୁସାରେ ମା’ ରକ୍ଷାକାଳୀ ପୂଜା ଯଥା ରୀତି ନୀତି ଅନୁସାରେ ପାଳନ କରୁଛନ୍ତି। ମହାକାଳପଡ଼ା ବ୍ଲକ ଉପକୂଳ ଅଞ୍ଚଳ ରାମନଗର ପଞ୍ଚାୟତ ପାଇକପଡ଼ା ରିଫ୍ୟୁଜି କଲୋନୀଠାରେ ସେବେଠାରୁ ବୈଶାଖ କୃଷ୍ଣପକ୍ଷ ପ୍ରଥମ ମଙ୍ଗଳବାର ବିଳମ୍ବିତ ରାତ୍ରିରେ ୬୮ ବର୍ଷ ଧରି ପୂଜା ପାଉଛନ୍ତି ବୋଲି ଆୟୋଜକ କହିଛନ୍ତି। ଏହା ୩ ଦିନ ଧରି ଅନୁଷ୍ଠିତ ହେଉଛି। ପ୍ରତି ସନ୍ଧ୍ୟାରେ କୋଲକାତାର ବିଶିଷ୍ଟ କଳାକାର ପାୟଲ ଦାସଙ୍କ ଦ୍ୱାରା ବାଉଲ ନୃତ୍ୟ ସଙ୍ଗୀତ ପରିବେଷଣ ହେଇଥିବା ମା’ ରକ୍ଷା କାଳୀ ପୂଜା ଯୁବକ ସଂଘ କମିଟି ପକ୍ଷରୁ ମୃତ୍ୟୁଞ୍ଜୟ ମଣ୍ଡଳ, ନଳିନୀ ମଣ୍ଡଳ, ସୁବ୍ରତ ମଣ୍ଡଳ, ଭବସିନ୍ଧୁ ମଣ୍ଡଳ ଓ ତାପସ ମଣ୍ଡଳ କହିଛନ୍ତି।

Dharitri – Odisha’s No.1 Odia Daily

Share