ଆରମ୍ଭ ହେବ ମା’ ମୁତ୍ୟାଲୁମାଙ୍କ ନବଦିନ ଘଟଯାତ୍ରା, ରଙ୍ଗବେରଙ୍ଗ ଆଲୋକମାଳା ଝଲସୁଛି କୋରାପୁଟ ସହର

କୋରାପୁଟ,୨୭।୪(ଅମିତାଭ ବେହେରା ): ସୋମବାରଠୁ କୋରାପୁଟ ସହରରେ ଆରମ୍ଭ ହେବାକୁ ଯାଉଛି ମା’ ମୁତ୍ୟାଲୁମାଙ୍କ ନବଦିନ ଘଟଯାତ୍ରା । ତେଣୁ ମା’ଙ୍କ ପୁଚିଲାସାହିସ୍ଥିତ ଅସ୍ଥାୟୀ ମଣ୍ଡପ ସମେତ ବସଷ୍ଟାଣ୍ଡ, ପୋଷ୍ଟ ଅଫିସ ରୋଡ଼ ଆଦି ସାରା ସହର ବିଭିନ୍ନ ସ୍ଥାନରେ ରଙ୍ଗ ବେରଙ୍ଗ ଆଲୋକମାଳାରେ ଝଲସୁଛି ।

ଚଳିତ ବର୍ଷ କୋରାପୁଟ ଟାଉନ ପୂଜା କମିଟି ପକ୍ଷରୁ କରାଯାଉଥିବାରୁ ମା’ଙ୍କ ଆବାହନ ପାଇଁ ରାଜ୍ୟ ଓ ରାଜ୍ୟ ବାହାରୁ ବିଭିନ୍ନ ବାଜା ଓ ନୃତ୍ୟ ଦଳ ଆସିଛନ୍ତି । ଆତସବାଜି ମଧ୍ୟରେ ଶହ ଶହ ଭକ୍ତଙ୍କ ଉପସ୍ଥିତିରେ ସୋମବାର ସଂନ୍ଧ୍ୟାରେ ସହରର ଟିକିରାସାହିସ୍ଥିତ ମାଙ୍କ ସ୍ଥାୟୀ ମନ୍ଦିରରୁ ପୂଜା ଅର୍ଚ୍ଚନା ପରେ ଏକ ବିଶାଳ ଶୋଭାଯାତ୍ରାରେ ମାଙ୍କୁ ଅସ୍ଥାୟୀ ମଣ୍ଡପକୁ ଅଣାଯିବ । ମଙ୍ଗଳବାର ଠାରୁ ମା’ ପ୍ରତି ସଂନ୍ଧ୍ୟାରେ ସହରର ବିଭିନ୍ନ ସାହି ପରିଦର୍ଶନ କରିବେ ବୋଲି ଟାଉନ ପୂଜା କମିଟି ପକ୍ଷରୁ କୁହାଯାଇଛି ।

 

Dharitri – Odisha’s No.1 Odia Daily

Share
Tags: koraput news