ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା: ଶହଶହ ବଳି

ଭବାନୀପାଟଣା,୩।୧୦(ସ୍ବ.ପ୍ର.): କଳାହାଣ୍ଡି ଜିଲାର ଅଧିଷ୍ଠାତ୍ରୀ ଦେବୀ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା ସୋମବାର ଅନୁଷ୍ଠିତ ହୋଇଯାଇଛି। ଭବାନୀପାଟଣା ଜେନାଖାଲରୁ ଛତର ଉଠିବା ପରେ ସହରର ମୁଖ୍ୟ ରାସ୍ତାରେ ଶହଶହ କୁକ ବୋଦା ଓ ଛେଳି ବଳି ପଡିଛି। ଏତେ ସଂଖ୍ୟାରେ ପଶୁବଳି ଯୋଗୁ ଭବାନୀପାଟଣାର ମୁଖ୍ୟ ରାସ୍ତା ରକ୍ତରଞ୍ଜିତ ହୋଇଥିଲା।
ଗତ ୨ବର୍ଷ କରୋନା କଟକଣା ଯୋଗୁ ବିନା ଭକ୍ତରେ ମା’ଙ୍କ ଛତର ଯାତ୍ରା ହୋଇଥିଲା। ହେଲେ ଚଳିତ ବର୍ଷ ପାର୍ବଣରେ କଟକଣା ନ ଥିବାରୁ ଏହି ଛତର ଯାତ୍ରାରେ ଲକ୍ଷାଧିକ ଭକ୍ତଙ୍କ ସମାଗମ ହୋଇଛି।
ଭୋର୍‌ ୫ଟାରୁ ମା’ଙ୍କ ଛତର ଜେନାଖାଳରୁ ବାହାରି ମନ୍ଦିର ଅଭିମୁଖେ ଯାଇଥିଲା।
ଯାତ୍ରାକୁ ଶୃଙ୍ଖଳିତ କରିବା ସହ ଭକ୍ତଙ୍କ ସମାଗମକୁ ଦୃଷ୍ଟିରେ ରଖି କଳାହାଣ୍ଡି ପୋଲିସ ପ୍ରଶାସନ ପକ୍ଷରୁ କଡ଼ା ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଛି। ଛତର ଯାତ୍ରା ପାଇଁ ୨୦ ପ୍ଲାଟୁନ ପୋଲିସ ଫୋର୍ସ, ଅତିରିକ୍ତ ଏସ୍ପି, ୮ ଡିଏସ୍ପି, ୧୮ ଆଇଆଇସି, ୩୨ ଏସଆଇ, ୫୦ ଏଏସଆଇଙ୍କୁ ମୁତୟନ କରାଯାଇଛି।