ଗୋବିନ୍ଦାଙ୍କୁ ‘ମା’ଙ୍କ ବୋହୂ’ଡାକୁଥିଲେ ଲୋକେ, କାରଣ ଜାଣିଲେ…

ମୁମ୍ବାଇ: ଗୋବିନ୍ଦା ପ୍ରାୟ ୨ ଦଶନ୍ଧି ଧରି ବଲିଉଡ୍‌ରେ ରାଜ୍‌ କରି ଆସୁଛନ୍ତି। ଆକ୍ସନଠାରୁ ଆରମ୍ଭ କରି ଗୋବିନ୍ଦାଙ୍କ ରୋମାନ୍ସ ଏବଂ କମେଡି ସବୁକିଛି ଦର୍ଶକଙ୍କ ମନକୁ ଛୁଇଁଯାଏ। ୨୧ ଡିସେମ୍ବର ୧୯୬୩ରେ ଫିଲ୍ମ ନିର୍ମାତା ତଥା ଅଭିନେତା ଅରୁଣ ଆହୁଜା ଏବଂ ନିର୍ମଳା ଦେବୀଙ୍କଠାରୁ ଜନ୍ମ ହୋଇଥିବା ଗୋବିନ୍ଦାଙ୍କ ପିଲାଦିନ ଅତ୍ୟନ୍ତ ଦରିଦ୍ରରେ କଟିଥିଲା। ମୁମ୍ବାଇର ବିରାର ଗ୍ରାମରେ ୨୧ ବର୍ଷ ଜୀବନ ବିତାଇଥିଲେ ଗୋବିନ୍ଦା। ପିଲାଦିନରୁ କ୍ରୀଡ଼ା ଏବଂ ନୃତ୍ୟ ପ୍ରତି ଆଗ୍ରହୀ ଥିବା ଗୋବିନ୍ଦାଙ୍କ ପ୍ରକୃତ ନାମ ହେଉଛି ଗୋବିନ୍ଦ ଅରୁଣ ଆହୁଜା।

ଗୋବିନ୍ଦା ତାଙ୍କ ଗାଁରେ ‘ମା’ଙ୍କ ବୋହୂ’ ଭାବେ ଜଣାଶୁଣା। ୧୯୮୭ରେ ଏକ ସାକ୍ଷାତକାରରେ ଗୋବିନ୍ଦ ଅରୁଣ ଆହୁଜାରୁ ତାଙ୍କ ନାମ ଗୋବିନ୍ଦା ରଖିବା ପଛର କାହାଣୀ କହିଥିଲେ। ଗୋବିନ୍ଦା କହିଥିଲେ ସେ, ନ୍ୟୁରୋଲୋଜିରେ ବହୁତ ବିଶ୍ୱାସ କରନ୍ତି। ଗୋବିନ୍ଦାଙ୍କ ଭାଗ୍ୟଶାଳୀ ନମ୍ବର ୩ ହୋଇ ସେ ନିଜକୁ ଗୋବିନ୍ଦା ନାମ ଦେଲେ। ଯେଉଁମାନେ ଗୋବିନ୍ଦାଙ୍କୁ ଜାଣିଥିଲେ, ସେମାନେ ତାଙ୍କୁ ‘ମା’ଙ୍କ ବୋହୂ’ ଭାବେ କହୁଥିଲେ। କାରଣ ଗୋବିନ୍ଦା ତାଙ୍କ ମା’ଙ୍କ ପ୍ରତ୍ୟେକ କଥାକୁ ମାନୁଥିବାରୁ ଗାଁ ଲୋକେ ମା’ଙ୍କ ବୋହୂ ନାମରେ ଡାକୁଥିଲେ। କ୍ୟାରିୟରର ପ୍ରାରମ୍ଭ ଦିନରେ ଗୋବିନ୍ଦା ବିରାରରୁ ମୁମ୍ବାଇକୁ ପ୍ରତିଦିନ ସଂଘର୍ଷ କରିବାକୁ ଆସୁଥିଲେ।

୧୯୮୬ରେ ଆସିଥିବା ଫିଲ୍ମ ‘ତନ୍‌ ବଦନ’ ଜରିଆରେ ସେ ବଲିଉଡ୍‌ରେ ଡେବ୍ୟୁ କରିଥିଲେ। ଗୋବିନ୍ଦାଙ୍କୁ ପ୍ରଥମ ଫିଲ୍ମ ତାଙ୍କ ମାମୁ ଦେଇଥିଲେ। ୧୯୯୯ରେ ବିବିସି ବିଶ୍ୱର ଶ୍ରେଷ୍ଠ ୧୦ଟି ତାରକା ତାଲିକାରେ ଗୋବିନ୍ଦା୧୦ ନମ୍ବର ସ୍ଥାନରେ ରହିଥିଲେ। ଏହି ତାଲିକାରେ ଅମିତାଭ ବଚ୍ଚନ, ଚାର୍ଲି ଚାପଲିନ ଏବଂ ରୋବର୍ଟ ଡେନିରୋ ଅନ୍ତର୍ଭୁକ୍ତ ହୋଇଥିଲେ। ୧୯୯୬ରେ ଗୋବିନ୍ଦା ‘ସାଜନ ଚଲେ ଶଶୁରାଲ’ ଫିଲ୍ମ ପାଇଁ ଫିଲ୍ମଫେୟାର ପୁରସ୍କାର ମଧ୍ୟ ପାଇଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ନୂଆ ଲୁକ୍‌ରେ ନଜର ଆସିଲେ କ୍ରିତି

ବଲିଉଡ ଅଭିନେତା ବରୁଣ ଧାଓ୍ବନ ଏବଂ ଅଭିନେତ୍ର କ୍ରିତି ସାନନ ତାଙ୍କ ଅପକମିଙ୍ଗ୍‌ ଫିଲ୍ମ ‘ ଭେଡିଆ’ କୁ ନେଇ ଚର୍ଚ୍ଚାରେ ଅଛନ୍ତି। ଦୁହିଁଙ୍କୁ ଦ୍ୱିତୀୟ...

ଦୀର୍ଘଦିନର ବ୍ୟବଧାନ ପରେ କାମକୁ ଫେରିଲେ ଐଶ୍ୱର୍ଯ୍ୟା

ଅଭିନେତ୍ରୀ ତଥା ନିର୍ଦ୍ଦେଶକ ଐଶ୍ୱର୍ଯ୍ୟା ରଜନୀକାନ୍ତ ତାଙ୍କ ବ୍ୟକ୍ତିଗତ ଏବଂ ବୃତ୍ତିଗତ ଜୀବନକୁ ନେଇ ଚର୍ଚ୍ଚାରେ ରୁହନ୍ତି। ନିକଟରେ ସେ ଧନୁଷଙ୍କ ସହ ବିବାହ ବିଚ୍ଛେଦକୁ...

ରୋମାଣ୍ଟିକ୍‌ ହେଲେ ରଣବୀର !

ମୁମ୍ବାଇ: ବଲିଉଡ୍‌ ନାୟକ ରଣବୀର କପୁର ଓ ନାୟିକା ଆଲିଆ ଭଟ୍ଟଙ୍କୁ ନେଇ ଚର୍ଚ୍ଚା ଚାଲିଛି। ଏମାନଙ୍କ ଆଫେୟାର୍ସକୁ ନେଇ ଚର୍ଚ୍ଚା ଚାଲିଥିବା ବେଳେ ଏବେ...

ପ୍ରିୟଙ୍କାଙ୍କ ମନ ଆଉ ଘରେ ଲାଗୁନି

ମୁମ୍ବାଇ: କରୋନା ଭାଇରସ୍‌ ସମଗ୍ର ବିଶ୍ୱରେ ଆତଙ୍କ ସୃଷ୍ଟି କରିଥିବାରୁ ସାଧାରଣ ଲୋକଙ୍କଠାରୁ ଆରମ୍ଭ କରି ବଲିଉଡ୍‌ ସେଲିବ୍ରିଟିମାନେ ମଧ୍ୟ ଲକ୍‌ଡାଉନ୍‌ ଯୋଗୁ ଘରେ ଅଛନ୍ତି।...

ସମର୍ଥକଙ୍କୁ ରଜନୀକାନ୍ତଙ୍କ ଅନୁରୋଧ

ଚେନ୍ନାଇ,୧୧ ।୧: ସାଉଥ୍ ସୁପରଷ୍ଟାର ରଜନୀକାନ୍ତ କିଛିଦିନ ତଳେ ରାଜନୀତିରୁ ଦୂରେଇ ଯିବା କଥା କହିଥିଲେ । ଏହାପରେ କିନ୍ତୁ ତାଙ୍କ ପ୍ରଶଂସକ ତଥା ସମର୍ଥକଙ୍କ...

ସୋସିଆଲ ମିଡିଆରେ ନିଆଁ ଲଗାଇଲା ଏହି ଅଭିନେତ୍ରୀଙ୍କ ଫଟୋ

ମୁମ୍ବାଇ: ବଲିଉଡ୍‌ ଅଭିନେତ୍ରୀ ମଲାଇକା ଆରୋରା ତାଙ୍କ ଲୁକ୍‌କୁ ନେଇ ସବୁବେଳେ ଚର୍ଚ୍ଚାରେ ରହିଆସିଛନ୍ତି। ମଲାଇକା ତାଙ୍କ ଚେହେରା ଏବଂ ଫିଟନେସ୍‌ ସହିତ ତାଙ୍କ ବୟସକୁ...

କାହିଁକି ଏହି ଅଭିନେତ୍ରୀଙ୍କ ବିବାହକୁ ନେଇ ରାଜି ହୋଇ ନ ଥିଲେ ବାପା

ବଲିଉଡ୍‌ ଅଭିନେତ୍ରୀ କାଜଲ ଅଗଷ୍ଟ ୫ ତାରିଖରେ ତାଙ୍କ ଜନ୍ମଦିନ ପାଳନ କରିଛନ୍ତି। ସେ ଅନେକ ହିଟ୍‌ ଫିଲ୍ମ ଦେିଛନ୍ତି। ଯେଉଁଥିପାଇଁ ଦର୍ଶକ ତାଙ୍କୁ ବହୁତ...

ଦର୍ଶକଙ୍କ ହୃଦୟକୁ ଛୁଇଁ ନ ଥିବା ସତ୍ତ୍ୱେ ସପ୍ତାହକରେ ‘ସାହୋ’ କରିଛି ୧୧୫ କୋଟି ବ୍ୟବସାୟ

ନିର୍ଦ୍ଦେଶକ ସୁଜିତ୍‌ ରେଡ୍ଡୀଙ୍କ ଫିଲ୍ମ ‘ସାହୋ’ ରିଲିଜ୍‌ ହେବାର ଗୋଟିଏ ସପ୍ତାହ ପୂରିଛି। ଫିଲ୍ମଟି ଦର୍ଶକଙ୍କ ହୃଦୟକୁ ଛୁଇଁ ନ ଥିବା ସତ୍ତ୍ୱେ ବେଶ୍‌ ଭଲ...

Advertisement
Archives

Model This Week