ଗୋବିନ୍ଦାଙ୍କୁ ‘ମା’ଙ୍କ ବୋହୂ’ଡାକୁଥିଲେ ଲୋକେ, କାରଣ ଜାଣିଲେ…

ମୁମ୍ବାଇ: ଗୋବିନ୍ଦା ପ୍ରାୟ ୨ ଦଶନ୍ଧି ଧରି ବଲିଉଡ୍‌ରେ ରାଜ୍‌ କରି ଆସୁଛନ୍ତି। ଆକ୍ସନଠାରୁ ଆରମ୍ଭ କରି ଗୋବିନ୍ଦାଙ୍କ ରୋମାନ୍ସ ଏବଂ କମେଡି ସବୁକିଛି ଦର୍ଶକଙ୍କ ମନକୁ ଛୁଇଁଯାଏ। ୨୧ ଡିସେମ୍ବର ୧୯୬୩ରେ ଫିଲ୍ମ ନିର୍ମାତା ତଥା ଅଭିନେତା ଅରୁଣ ଆହୁଜା ଏବଂ ନିର୍ମଳା ଦେବୀଙ୍କଠାରୁ ଜନ୍ମ ହୋଇଥିବା ଗୋବିନ୍ଦାଙ୍କ ପିଲାଦିନ ଅତ୍ୟନ୍ତ ଦରିଦ୍ରରେ କଟିଥିଲା। ମୁମ୍ବାଇର ବିରାର ଗ୍ରାମରେ ୨୧ ବର୍ଷ ଜୀବନ ବିତାଇଥିଲେ ଗୋବିନ୍ଦା। ପିଲାଦିନରୁ କ୍ରୀଡ଼ା ଏବଂ ନୃତ୍ୟ ପ୍ରତି ଆଗ୍ରହୀ ଥିବା ଗୋବିନ୍ଦାଙ୍କ ପ୍ରକୃତ ନାମ ହେଉଛି ଗୋବିନ୍ଦ ଅରୁଣ ଆହୁଜା।

ଗୋବିନ୍ଦା ତାଙ୍କ ଗାଁରେ ‘ମା’ଙ୍କ ବୋହୂ’ ଭାବେ ଜଣାଶୁଣା। ୧୯୮୭ରେ ଏକ ସାକ୍ଷାତକାରରେ ଗୋବିନ୍ଦ ଅରୁଣ ଆହୁଜାରୁ ତାଙ୍କ ନାମ ଗୋବିନ୍ଦା ରଖିବା ପଛର କାହାଣୀ କହିଥିଲେ। ଗୋବିନ୍ଦା କହିଥିଲେ ସେ, ନ୍ୟୁରୋଲୋଜିରେ ବହୁତ ବିଶ୍ୱାସ କରନ୍ତି। ଗୋବିନ୍ଦାଙ୍କ ଭାଗ୍ୟଶାଳୀ ନମ୍ବର ୩ ହୋଇ ସେ ନିଜକୁ ଗୋବିନ୍ଦା ନାମ ଦେଲେ। ଯେଉଁମାନେ ଗୋବିନ୍ଦାଙ୍କୁ ଜାଣିଥିଲେ, ସେମାନେ ତାଙ୍କୁ ‘ମା’ଙ୍କ ବୋହୂ’ ଭାବେ କହୁଥିଲେ। କାରଣ ଗୋବିନ୍ଦା ତାଙ୍କ ମା’ଙ୍କ ପ୍ରତ୍ୟେକ କଥାକୁ ମାନୁଥିବାରୁ ଗାଁ ଲୋକେ ମା’ଙ୍କ ବୋହୂ ନାମରେ ଡାକୁଥିଲେ। କ୍ୟାରିୟରର ପ୍ରାରମ୍ଭ ଦିନରେ ଗୋବିନ୍ଦା ବିରାରରୁ ମୁମ୍ବାଇକୁ ପ୍ରତିଦିନ ସଂଘର୍ଷ କରିବାକୁ ଆସୁଥିଲେ।

୧୯୮୬ରେ ଆସିଥିବା ଫିଲ୍ମ ‘ତନ୍‌ ବଦନ’ ଜରିଆରେ ସେ ବଲିଉଡ୍‌ରେ ଡେବ୍ୟୁ କରିଥିଲେ। ଗୋବିନ୍ଦାଙ୍କୁ ପ୍ରଥମ ଫିଲ୍ମ ତାଙ୍କ ମାମୁ ଦେଇଥିଲେ। ୧୯୯୯ରେ ବିବିସି ବିଶ୍ୱର ଶ୍ରେଷ୍ଠ ୧୦ଟି ତାରକା ତାଲିକାରେ ଗୋବିନ୍ଦା୧୦ ନମ୍ବର ସ୍ଥାନରେ ରହିଥିଲେ। ଏହି ତାଲିକାରେ ଅମିତାଭ ବଚ୍ଚନ, ଚାର୍ଲି ଚାପଲିନ ଏବଂ ରୋବର୍ଟ ଡେନିରୋ ଅନ୍ତର୍ଭୁକ୍ତ ହୋଇଥିଲେ। ୧୯୯୬ରେ ଗୋବିନ୍ଦା ‘ସାଜନ ଚଲେ ଶଶୁରାଲ’ ଫିଲ୍ମ ପାଇଁ ଫିଲ୍ମଫେୟାର ପୁରସ୍କାର ମଧ୍ୟ ପାଇଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ପୁଣି ଟ୍ରେନ୍‌ ଟିକେଟ ବୁକିଂ ନିୟମ ବଦଳାଇଲା IRCTC, ଯାତ୍ରା କରିବାକୁ ଥିଲେ ଜାଣି ନିଅନ୍ତୁ…

ନୂଆଦିଲ୍ଲୀ,୩୦।୧୨: ଭାରତୀୟ ରେଳବାଇ ଆଧାର-ଯାଞ୍ଚ ହୋଇଥିବା IRCTC ଆକାଉଣ୍ଟ୍ ଧାରୀମାନଙ୍କ ପାଇଁ ବଡ଼ ରାହତ ଘୋଷଣା କରିଛି। ଆଡ଼ଭାନ୍ସ ରିଜର୍ଭେସନ୍ ପିରିଅଡ୍ (ARP)ର ପ୍ରଥମ ଦିନରେ...

ମହିଳାକୁ ହତ୍ୟା ଅଭିଯୋଗ, ପୋଲିସର ତନାଘନା

ଗୋପାଳପୁର,୩୦ା୧୨(ନବୀନ ରାଜ ଆଚାରୀ): ଗୋଳନ୍ଥରା ଥାନା ଅଞ୍ଚଳରେ ସୋମବାର ବିଳମ୍ବିତ ରାତିରେ ଜଣେ ମହିଳାଙ୍କୁ ତାଙ୍କ ସ୍ବାମୀ ହତ୍ୟା କରିଥିବା ଅଭିଯୋଗ ହୋଇଛି। ଫାସୀନୂଆପଡା ଗ୍ରାମରେ...

ସୁରୁଖୁରୁରେ ଧାନକିଣାକୁ ଗୁରୁତ୍ୱ ଚାଷୀ, ସମବାୟ ଓ ଯୋଗାଣ ବିଭାଗ ଅଧିକାରୀଙ୍କୁ ନେଇ ବୈଠକ

ଛତ୍ରପୁର,୩୦ା୧୨(ଦିଲୀପ ସାମଲ): ଚଳିତ ବର୍ଷ ଜିଲାରେ ଧାନକିଣା ସୁରୁଖୁରୁରେ କରିବା ପାଇଁ ମଙ୍ଗଳବାର ଚାଷୀ, ସମବାୟ ଓ ଯୋଗାଣ ବିଭାଗର ଅଧିକାରୀମାନଙ୍କୁ ନେଇ ତ୍ରିପାକ୍ଷିକ ବୈଠକ...

ଆର୍‌ସିବିକୁ ବଡ଼ ଝଟ୍‌କା, ଏହି କାରଣରୁ ଖେଳିବେ ନାହିଁ…

ନୂଆଦିଲ୍ଲୀ, ୩୦।୧୨: ମହିଳା ପ୍ରିମିଅର୍ ଲିଗ୍ (WPL) ୨୦୨୬ ଆରମ୍ଭ ହେବାକୁ ମାତ୍ର କିଛି ଦିନ ବାକି ଥିବାବେଳେ ରୟାଲ୍ ଚ୍ୟାଲେଞ୍ଜର୍ସ ବେଙ୍ଗଲୁରୁ (RCB) ଟିମ୍‌କୁ...

ରାଜ୍ୟସ୍ତରୀୟ ଟାଏକୋଣ୍ଡୋରେ ସଫଳତା: ଛୁଟୁଛି ଶୁଭେଚ୍ଛାର ସୁଅ

ରାଇକିଆ,୩୦ା୧୨ (ପ୍ରଦୀପ ବେହେରା): କନ୍ଧମାଳ ଜିଲା ରାଇକିଆ ସେଣ୍ଟ କ୍ୟାଥରିନ ବିଦ୍ୟାଳୟରଛାତ୍ରୀଛାତ୍ରମାନେ ରାଜ୍ୟସ୍ତରୀୟ ଟାଏକୋଣ୍ଡୋ କ୍ରୀଡ଼ାରେ ସଫଳତା ଅର୍ଜନ କରିଛନ୍ତି। ଭଦ୍ରକ ଠାରେ ଅନୁଷ୍ଠିତ ୩ଦିନିଆ...

ଟିମ୍‌ ଇଣ୍ଡିଆକୁ ଫେରିପାରନ୍ତି ମହମ୍ମଦ ସାମି: ବିଶ୍ୱକପ୍ ପୂର୍ବରୁ ବଦଳିପାରେ ଚୟନକର୍ତ୍ତାଙ୍କ ନିଷ୍ପତି

ମୁମ୍ବାଇ,୩୦।୧୨: ଅଭିଜ୍ଞ ଦ୍ରୁତ ବୋଲର ମହମ୍ମଦ ସାମିଙ୍କୁ ନେଇ ବିସିସିଆଇ ଚୟନକର୍ତ୍ତା ଏକ ବଡ଼ ନିଷ୍ପତ୍ତି ନେବାକୁ ଯାଉଛନ୍ତି। ଫିଟ୍‌ନେସ୍‌ ଏବଂ ବୟସକୁ ନେଇ ଚାଲିଥିବା...

ବର୍ଷର ଶେଷ ଦିନ ସଂହ ରାଶି ସହ ୫ରାଶିର ଫିଟିଯିବ ଭାଗ୍ୟ! ବାଜିବ ଲଟେରୀ

ଆସନ୍ତାକାଲି ହେଉଛି ୨୦୨୫ ବର୍ଷର ଶେଷ ୩୧ତମ ଦିନ ଏବଂ ବୁଧବାର। ବୁଧବାର ଦିନ ପ୍ରତିବନ୍ଧକ ଦୂରକାରୀ ଭଗବାନ ଗଣେଶ ଏବଂ ଜ୍ଞାନ ଏବଂ ବିବେକର...

ଭଲିବଲ ଟୁର୍ନାମେଣ୍ଟ: ସେମିଫାଇନାଲରେ ଦାରିଙ୍ଗିବାଡ଼ି

ଦିଗପହଣ୍ଡି,୩୦।୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ମିନି ଷ୍ଟାଡିୟମରେ ସ୍ବର୍ଗତ ବି.ପ୍ରଭାକର ରେଡ୍ଡୀ ସ୍ମାରକୀ ଭଲିବଲ ଟୁର୍ନାମେଣ୍ଟର ତୃତୀୟ ଦିବସ ମଙ୍ଗଳବାର କ୍ୱାର୍ଟର ଫାଇନାଲ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri