ମା’ ଗଜଲକ୍ଷ୍ମୀଙ୍କୁ ବିଦାୟ ଦେଲେ ଗଞ୍ଜାମ ସହରବାସୀ, ଶୋଭାଯାତ୍ରାରେ…

ଗଞ୍ଜାମ,୧୨।୧୦(ବିଦ୍ୟାଧର ସାହୁ): ଗଞ୍ଜାମ ସହର ବଡ଼ ବଜାରଠାରେ ମହା ଆଡମ୍ବରରେ ଚାଲିଥିବା ମା’ ଗଜଲକ୍ଷ୍ମୀଙ୍କୁ ମେଲାଣି ପରେ ରବିବାର ବିଦାୟ ଦିଆଯାଇଛି। ୭ ଦିନ ମା’ ଅସ୍ଥାୟୀ ମଣ୍ଡପରେ ପୂଜା ପାଇବା ପରେ ମା’ ବିଦାୟ ନେଇଛନ୍ତି। ଏହି ଅବସରେ ମା’ଙ୍କ ପ୍ରତିମୃର୍ତ୍ତି ଏକ ବିରାଟ ଶୋଭାଯାତ୍ରାରେ ବଜାର ପରିକ୍ରମା କରାଯିବା ପରେ ଋଷିକୂଲ୍ୟା ନଦୀରେ ବିସର୍ଜନ କରାଯାଇଛି। ବିଭିନ୍ନ ଅତ୍ୟାଧୁନିକ ଆଲୋକମାଳାରେ ବଜାର ଝଲସୁଛି ଉଠୁଥିଲା l ପ୍ରତ୍ୟେକ ସାରେ ମା’ଙ୍କ ଆଳତି ସମୟରେ ଢୋଲିଆଙ୍କ ଢୋଲ ଶବ୍ଦରେ କମ୍ପି ଉଠୁଥିଲା ସହର l ଏଥିସହ ମା’ଙ୍କ ଜଣାଣ ସହ ଆଳତି ଦର୍ଶନ ପାଇଁ ଆଖପାଖ ଅଞ୍ଚଳର ବହୁ ଭକ୍ତଙ୍କ ଭିଡ଼ ଜମୁଥିବା ଦେଖିବାକୁ ମିଳିଥିଲା । ହୂମ୍ବର ଗ୍ରାମର ଢୋଲିଆ ଦଳର ଢୋଲିଆ ଦିନେଶ କୁମାର ଦାସ, ସନାତନ ଦାସ, ଗିନି ଘଣ୍ଟ ବାଦକ ଉମାକାନ୍ତ ଦାସ ଓ ଜଗା ପଲାଇଙ୍କ ସହ ଗାୟକ ରାମ ବେହେରା ମା ଗଜଲକ୍ଷ୍ମୀଙ୍କ ସଙ୍ଗୀତ ଗାନ କରିଥିଲେ। ଏହି ପୂଜା ଦୀର୍ଘ ତିରିଶି ବର୍ଷରୁ ଉର୍ଦ୍ଧ ହେବ ବଡ଼ ବଜାର ବଣିକ ସଂଘ ପକ୍ଷରୁ ଆୟୋଜିତ ହେଉଥିବା ସଙ୍ଘ ପକ୍ଷରୁ କୁହାଯାଇଛି। ଏହାକୁ ସଂଘ ସମ୍ପାଦକ କାହ୍ନୁ ଚରଣ ପଣ୍ଡା, କୋଷାଧକ୍ଷ ଜି ରାମଦାସ ରେଡି, ରମେଶ ମହାପାତ୍ର, ଦେବଦାସଙ୍କ ସମେତ ସଂଘ ସଦସ୍ୟମାନେ ପରିଚାଳନା କରୁଛନ୍ତି । ଶନିବାର ମା’ ଗଜଲକ୍ଷ୍ମୀଙ୍କ ଅସ୍ଥାୟୀ ପୂଜା ମଣ୍ଡପ ସମ୍ମୁଖରେ ଭଜନ ସମାରୋହ ଅନୁଷ୍ଠିତ ହୋଇଥିଲା l ପ୍ରତ୍ୟେକ ଦିନ ପରିଚାଳନା କମିଟି ପକ୍ଷରୁ ଅନ୍ନ ପ୍ରସାଦର ବ୍ୟବସ୍ଥା କରାଯାଇଥିଲା ।


Enter your email to get our daily news in your inbox.

All Right Reserved By Dharitri.Com

ଭୟଙ୍କର ଦୁର୍ଘଟଣା: ହଳଦିଆପଦର ଓଭରବ୍ରିଜରେ ଟ୍ରକ ଧକ୍କାରେ ୫ମୃତ, ଜଣେ ଗୁରୁତର 

ବ୍ରହ୍ମପୁର,୩୧।୧(ସୁବାସ ଚନ୍ଦ୍ର ପାଢ଼ୀ): ସଡ଼କ ଦୁର୍ଘଟଣା ହ୍ରାସ  ପାଇଁ ଅନେକ ଯୋଜନା କରାଯାଉଛି। ତାହାସତ୍ତ୍ବେ ଦୁର୍ଘଟଣା ଜନିତ ମୃତ୍ୟୁ ଘଟିବାରେ ଲାଗିଛି। ଶନିବାର ମଧ୍ୟାହ୍ନରେ ହଳଦିଆପଦର ଓଭରବ୍ରିଜରେ…

ଦାଦନ ଶ୍ରମିକଙ୍କ ପାଇଁ ଖୁସିଖବର: ଜିଲା ଭିତରେ ଯୋଗାଇ ଦିଆଯିବ କାମ, ମନ୍ତ୍ରୀ କହିଲେ…

ବଲାଙ୍ଗୀର, ୩୧/୧ (ସୁନିଲ କୁମାର ମହାନ୍ତି): ବଲାଙ୍ଗୀର ଜିଲା ଏକ ଦାଦନ ପ୍ରବଣ ଜିଲା। ତଥ୍ୟ ଅନୁସାରେ ଜିଲାରୁ ୧୯ ହଜାର ଦାଦନ ଶ୍ରମିକ ନିଜ ଘରେ…

ଗଞ୍ଜାମବାସୀଙ୍କ ପାଇଁ ମୁଖ୍ୟମନ୍ତ୍ରୀଙ୍କ ବଡ଼ ଉପହାର: ପଲ୍ଲୀଶ୍ରୀ ମେଳାକୁ ବୃଦ୍ଧି କରି କହିଲେ…

ଛତ୍ରପୁର,୩୧ା୧(ଦିଲ୍ଲୀପ ସାମଲ): ଗଞ୍ଜାମବାସୀଙ୍କ ପାଇଁ ମାନ୍ୟବର ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଶତାଧିକ କୋଟିର ପ୍ରକଳ୍ପ ସହିତ ଆଉ ଏକ ବଡ଼ ଉପହାର ଦେଇଛନ୍ତି। ଗୋପାଳପୁର ବେଳାଭୂମି…

ସାଇକେଲ ଆରୋହୀଙ୍କୁ ଧକ୍କା ଦେଲା ହାଇୱା, ଘଟଣାସ୍ଥଳରେ…

ଧର୍ମଶାଳା,୩୧।୧(ଶିବପ୍ରସାଦ ମହାନ୍ତି): ଯାଜପୁର ଜିଲା ଧର୍ମଶାଳା ଥାନା ଅନ୍ତର୍ଗତ ୫୩ ନମ୍ବର ଜାତୀୟ ରାଜପଥର ନାନପୁର ଛକ ନିକଟରେ ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି। ଏକ…

୧୫୩ ବର୍ଷରେ ଯୋରନ୍ଦା ମେଳା: ଜୀବଜଗତର ମଙ୍ଗଳ ପାଇଁ ଆଜି ଘୃତାହୁତି କରିବେ…

ଢେଙ୍କାନାଳ,୩୧ା୧(ରତନ ନାୟାର): ବିଶ୍ୱପ୍ରସିଦ୍ଧ ମହିମା ଧର୍ମପୀଠ ମହିମାଗାଦି ଯୋରନ୍ଦାରେ ପ୍ରସିଦ୍ଧ ମାଘମେଳା ଶନିବାର ଆରମ୍ଭ ହୋଇଛି। ଚଳିତ ବର୍ଷ ମେଳା ୧୫୩ ବର୍ଷରେ ପହଞ୍ଚିଛି। ସେହିପରି ଚଳିତ…

ପଥରରେ ପିଟି ହୋଇ ଖାଲକୁ ଖସିପଡ଼ିଲା ପୋଲିସ ଗାଡ଼ି, ମହିଳା ଏସ୍‌ଆଇଙ୍କ ସମେତ…

ଖଲ୍ଲିକୋଟ,୩୧ା୧(ପ୍ରଶାନ୍ତ କୁମାର ମିଶ୍ର): ଘନକୁହୁଡ଼ି ଯୋଗୁ ୧୬ ନମ୍ବର ଜାତୀୟ ରାଜପଥରେ ଶନିବାର ଏକ ଦୁର୍ଘଟଣା ଘଟିଛି। ରାସ୍ତା ଉପରେ ପଡ଼ିଥିବା ଗୋଟିଏ ପଥରରେ ପିଟି ହୋଇ…

ବିଶିଷ୍ଟ କବିଙ୍କ ପରଲୋକ: ଇଂରାଜୀ-ଓଡିଆ ସାହିତ୍ୟ ଜଗତରେ ଅପୂରଣୀୟ କ୍ଷତି

ପଦ୍ମପୁର,୩୧।୧(ପ୍ରଦୀପ୍ତ ଦାଶ):ଇଂରାଜୀ ସାହିତ୍ୟ ଜଗତର ଉଜ୍ଜ୍ୱଳ ତାରକା, ବିଶିଷ୍ଟ ଶିକ୍ଷାବିତ୍‌ ତଥା କବି ପ୍ରଫେସର ରାଜେନ୍ଦ୍ର କୁମାର ପାଢ଼ୀଙ୍କ ପଦ୍ମପୁରସ୍ଥିତ ବାସଭବନରେ ପରଲୋକ ଘଟିଛି। ମୃତ୍ୟୁ ବେଳକୁ…

ବାଲ୍ୟ ବିବାହ ପାଇଁ ଚାଲିଥିଲା ପ୍ରସ୍ତୁତି, ପହଞ୍ଚିଗଲା ପ୍ରଶାସନ: ଆଉ ତା’ପରେ…

ଲୋଇସିଂହା,୩୧।୧(ସୁଶାନ୍ତ ବାରିକ): ବଲାଙ୍ଗୀର ଜିଲା ଆଗଲପୁର ବ୍ଳକ ନଅଗାଁ(କ) ଗ୍ରାମରେ ଫେବୃଆରୀ ୨ରେ ହେବାକୁ ଥିବା ଏକ ବାଲ୍ୟ ବିବାହକୁ ଶନିବାର ରୋକିଛି ଜିଲା ପ୍ରଶାସନ। ଜିଲା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri