ମଣିମହଲରେ ଝଟକିବେ ମା’

ଭୁବନେଶ୍ୱର,୮।୧୦(ଶର୍ମିଷ୍ଠା ପାଣିଗ୍ରାହୀ)ସବୁବେଳେ କିଛି ନୂଆ ଥିମ୍‌ ନୟାପଲ୍ଲୀ ଦୁର୍ଗା ମଣ୍ଡପରେ ଦେଖିବାକୁ ମିଳେ। ଏଥର ମଧ୍ୟ ମା’ଙ୍କ ଆଗମନ ପାଇଁ ଦୁର୍ଗାପୂଜା କମିଟି ପକ୍ଷରୁ ଜୋରଦାର୍‌ ପ୍ରସ୍ତୁତି ଆରମ୍ଭ ହୋଇଯାଇଛି। ଗୁଜରାଟର ମଣିମହଲ ଆକୃତିରେ ଝଟକିବ ଏଥରର ତୋରଣ। ୮୫ ଫୁଟ୍‌ ଉଚ୍ଚତା ଓ ୧୨୦ ଫୁଟ୍‌ ଚଉଡ଼ାରେ ତୋରଣ ପ୍ରସ୍ତୁତି ଚାଲିଛି। ୪୫ଜଣରୁ ଅଧିକ କାରିଗର ଏହି କାର୍ଯ୍ୟରେ ସାମିଲ ଅଛନ୍ତି। ଜନ୍ମାଷ୍ଟମୀ ପରଠାରୁ ତୋରଣ କାମ ଆରମ୍ଭ ହୋଇଛି। ସେହିପରି ମୂର୍ତ୍ତିର ଉଚ୍ଚତା ୧୫ଫୁଟ୍‌, ମେଢ଼ ୧୮ଫୁଟ୍‌ ରହିବ। କୌଣସି କୃତ୍ରିମ ରଙ୍ଗ ବ୍ୟବହାର କରାଯିବ ନାହିଁ। ସମାଜକୁ ବାର୍ତ୍ତା ଦେଲା ଭଳି ଲାଇଟ୍‌ ଗେଟ୍‌ କରାଯିବ। ଏଥିସହ ପ୍ରତ୍ୟହ ସାଂସ୍କୃତିକ କାର୍ଯ୍ୟକ୍ରମର ବ୍ୟବସ୍ଥା ରହିଛି। ଷଷ୍ଠୀଦିନ ଭଜନ ସମାରୋହ, ସପ୍ତମୀରେ ମେଲୋଡି, ଅଷ୍ଟମୀରେ ଭଜନ ସମାରୋହ ଓ ନବମୀରେ ମେଲୋଡି ପରିବେଷଣ କରାଯିବ। ପ୍ରତ୍ୟେକ ଦିନ ରାମଲୀଳା ପରିବେଷିତ ହେବ। ଅଷ୍ଟମୀ ଦିନ ଶ୍ରଦ୍ଧାଳୁଙ୍କୁ ପ୍ରସାଦ ଦିଆଯିବ। ବିଧି ଅନୁସାରେ ଦଶମୀ ଓ ରାବଣପୋଡ଼ି ସହ ରଙ୍ଗାରଙ୍ଗ କାର୍ଯ୍ୟକ୍ରମ କରାଯିବ। ନୟାପଲ୍ଲୀ ମଣ୍ଡପ ପକ୍ଷରୁ ସ୍ଥାନୀୟ ମଣ୍ଡପକୁ ନିମନ୍ତ୍ରଣ କରାଯିବ। ସମ୍ବର୍ଦ୍ଧନା ଉତ୍ସବ ପାଳନ ହେବ ଓ ଏହା ପରେ ସମସ୍ତେ ମିଶି ଗୋଟିଏ ପରେ ଗୋଟିଏ ଭସାଣି ଶୋଭାଯାତ୍ରାରେ ବାହାରିବେ। ପୂଜା ମଣ୍ଡପ ଓ ପେଣ୍ଡାଲରେ ସିସି କ୍ୟାମେରା ଲଗାଯିବ। ପୋଲିସ ଓ ଟ୍ରାଫିକ୍‌ ପୋଲିସ ସହ ପୋଲିସ ମିତ୍ର ଓ ସ୍ବେଚ୍ଛାସେବୀ ନିୟୋଜିତ ରହିବେ। ଏଥିସହ ଫାୟାର ଗାଡ଼ି, ଆମ୍ବୁଲାନର୍ସ ବ୍ୟବସ୍ଥା ହୋଇଛି। କମିଟି ସଦସ୍ୟ ଶତ୍ରୁଘ୍ନ ବେହେରା, ସନାତନ ବେହେରା, ରାଜକିଶୋର ସାମନ୍ତରାୟ, ନଟବର ସାମନ୍ତରାୟ, ଜୟପ୍ରକାଶ ଦାସ ପ୍ରମୁଖଙ୍କ ସହଯୋଗରେ ପୂଜା ଆୟୋଜନ ଚାଲିଛି।


Enter your email to get our daily news in your inbox.

All Right Reserved By Dharitri.Com

ଡେଡଲାଇନ୍‌ ପୂର୍ବରୁ ଇରାନର ଖାର୍ଗ ଦ୍ବୀପ ଉପରେ ଆକ୍ରମଣ କଲା ଆମେରିକା: ଆକାଶଛୁଆଁ ହେବ କି ପେଟ୍ରୋଲ ଡିଜେଲ…

ତେହରାନ,୭।୪: ଡେଡଲାଇନ୍‌ ପୂର୍ବରୁ ଇରାନର ଖାର୍ଗ ଦ୍ବୀପ ଉପରେ ଆମେରିକା ଆକ୍ରମଣ କରିଛି। ଏହାରି ମଧ୍ୟରେ କାସନରେ ଏକ ବଡ଼ ରେଲୱେ ବ୍ରିଜକୁ ଉଡ଼ାଇ ଦେଇଛି ଇସ୍ରାଏଲ।…

ପୁଣି ଦୁର୍ଘଟଣା ଘଟାଇଲା ଆମବସ୍‌: ଯାତ୍ରୀଙ୍କ ଉପରେ ଭାଙ୍ଗି ପଡ଼ିଲା କାଚ

ଭୁବନେଶ୍ୱର,୭।୪: ପୁଣି ଦୁର୍ଘଟଣା ଘଟାଇଲା ଆମ ବସ୍‌। ହାଇଓ୍ବାକୁ ପିଟିଲା ପଛରୁ ଅଳ୍ପକେ ବର୍ତ୍ତିଲେ ଯାତ୍ରୀ। ଏଭଳି ଘଟଣା ଘଟିଛି ବାରଙ୍ଗ ଥାନା ପଦ୍ମନାଭ ନଗର ଛକ…

ହର୍ମୁଜରେ ଘନେଇଲା ପୁଣି ବଡ଼ ବିପଦ, ଭାରତୀୟ ଜାହାଜକୁ…

ନୂଆଦିଳ୍ଲୀ,୭।୪: ମଧ୍ୟପ୍ରାଚ୍ୟରେ ଚାଲିଥିବା ଉତ୍ତେଜନାର ପ୍ରଭାବ ଏବେ ସାମୁଦ୍ରିକ ବାଣିଜ୍ୟରେ ମଧ୍ୟ ଦୃଶ୍ୟମାନ ହେଉଛି। ଅନେକ ଅଞ୍ଚଳରେ, ଜାହାଜ ପାଇଁ ବୀମା ପାଇବା ମହଙ୍ଗା ହୋଇଯାଇଛି। ସମ୍ୱନ୍ଧିତ…

ବେଶି ଦିନ ତିଷ୍ଠିଲାନି ପ୍ରେମ ବିବାହ: ସ୍ତ୍ରୀଙ୍କୁ ହତ୍ୟା କଲା ପରେ ଝୁଲିପଡିଲେ ସ୍ବାମୀ, ଅଞ୍ଚଳରେ ଚାଞ୍ଚଲ୍ୟ…

ଭଞ୍ଜନଗର,୭।୪(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ବେଲଗୁଣ୍ଠା ଥାନା ଅନ୍ତର୍ଗତ ସରନୂଆଁପଲ୍ଲୀ ଗ୍ରାମରେ ସୋମବାର ରାତିରେ ଏକ ଅଭାବନୀୟ ଘଟଣା ଘଟିଛି। ପ୍ରେମ ବିବାହ କରିଥିବା ସ୍ତ୍ରୀଙ୍କୁ ହତ୍ୟା…

ସୀମାରେ ସାପ-କୁମ୍ଭୀର ଛାଡିବ ଭାରତ! ଶୁଣିକି ଛାନିଆ ହେଲା ପାକ୍‌-ବାଂଲାଦେଶ

ନୂଆଦିଲ୍ଲୀ,୭।୪: ଭାରତ-ବାଂଲାଦେଶ ସୀମାରେ ଅବୈଧ ଅନୁପ୍ରବେଶକୁ ରୋକିବା ପାଇଁ ବିଏସଏଫ ଏକ ଅଭିନବ ପଦ୍ଧତି ପ୍ରସ୍ତୁତ କରିଛି। ସୋମବାର ଅଧିକାରୀମାନେ ପ୍ରକାଶ କରିଛନ୍ତି ଯେ ସୀମା ସୁରକ୍ଷା…

ଭାଜପାର ମହାଅଭିଯାନ: ମନୂତନ ଭାରତ ଗଠନ କରିବାକୁ ପ୍ରୟାସ

ବନ୍ତ,୭।୪(କିଶୋର କୁମାର ସେଠୀ): ଭଦ୍ରକ ଜିଲା ବନ୍ତ ସରସ୍ବତୀ ବିଦ୍ୟାମନ୍ଦିରଠାରେ ପଣ୍ଡିତ ଦିନଦୟାଲ ଉପାଧ୍ୟାୟଙ୍କ ନୀତି ଆଦର୍ଶକୁ ପାଥେୟ କରି ଭାଜପା ତରଫରୁ ଏକ ପ୍ରଶିକ୍ଷଣ ଶିବିର…

କୁଆପଥର ବର୍ଷାରେ ଭାଙ୍ଗିଲା ହଜାର ହାଜାର ଘର: ତହସିଲ ଅଫିସରେ ଧସେଇ ପଶିବା ସହ ରାସ୍ତାରୋକୋ

ପାଟଣା,୭।୪(ବୀର କିଶୋର ଦାଶ): କେନ୍ଦୁଝର ଜିଲା ପାଟଣା ବ୍ଲକ ଅଞ୍ଚଳରେ ମଙ୍ଗଳବାର ଅପରାହ୍ନରେ ଘର୍ଣ୍ଣିଝଡ଼ ସହ ପ୍ରବଳ କୁଆପଥର ମାଡ ହୋଇଛି। ଫଳରେ ହଜାର ହଜାର ଟାଇଲ,…

ଖଲିକୋଟ ବିଧାୟକ ପୂର୍ଣ୍ଣଚନ୍ଦ୍ର ସେଠୀଙ୍କୁ ମିଳିଲା ବଡ଼ ଦାୟିତ୍ୱ : ମୁଖ୍ୟମନ୍ତ୍ରୀ, ପ୍ରଧାନମନ୍ତ୍ରୀଙ୍କୁ ଧନ୍ୟବାଦ ଦେଇ କହିଲେ…

ଛତ୍ରପୁର, ୭।୪(,ଦିଲ୍ଲୀପ ସାମଲ): ଆଜି ଖଲିକୋଟ ବିଧାୟକ ପୂର୍ଣ୍ଣଚନ୍ଦ୍ର ସେଠି ଗଞ୍ଜାମ ଜିଲା ଯୋଜନା କମିଟିର ଅଧ୍ୟକ୍ଷ ଭାବେ ଦାୟିତ୍ୱ ଗ୍ରହଣ କରିଛନ୍ତି । ଦଳୀୟ ନେତା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri