ମା’ଦଣ୍ଡ କାଳୀଙ୍କ ଯାତ୍ରା ଉଦ୍‌ଯାପିତ

ପୁରୁଷୋତ୍ତମପୁର,୧୪।୪(ଡି.ଏନ୍‌.ଏ.): ଗଞ୍ଜାମ ଜିଲାର ପ୍ରସିଦ୍ଧ ମା’ ଦଣ୍ଡ କାଳୀଙ୍କ ଯାତ୍ରା ମେଷ ସଂକ୍ରାନ୍ତି ବା ମେରୁ ଯାତ୍ରାରେ ଉଦ୍‌ଯାପିତ ହୋଇଛି। ଏନେଇ ପୁରୁଷୋତ୍ତମପୁର ସହରରେ ଏକ ଆଧାତ୍ମିକ ପରିବେଶ ସୃଷ୍ଟି ହୋଇଥିଲା। ଏହି ଅବସରରେ ତୋଲ, ଝାଞ୍ଜ ଓ କଳାରୁଦ୍ରମଣିଙ୍କୁ ଭଜହେ ଧ୍ବନିରେ ସହର ପ୍ରକମ୍ପିତ ହୋଇଉଠିଥିଲା। ଏଠାରେ ୩ଟି ଦଣ୍ଡ ଯାତ୍ରା ଦଳ ଧୋବା ପୁଞ୍ଜା, ଗୌଡ଼ ପୁଞ୍ଜା ଓ ବିପତ୍ତି ହାରିଣି ତେଲି ପୁଞ୍ଜା ଭାବେ ରହିଛନ୍ତି।

ଅନ୍ୟପକ୍ଷେ ମା’ ଦଣ୍ଡକାଳିଙ୍କ ଉଦ୍‌ଯାପନୀ ଅବସରରେ ହଜାର ହଜାର ଭକ୍ତ ମା’ଙ୍କୁ ଦର୍ଶନ କରି ଆଶୀର୍ବାଦ ଭିକ୍ଷାକରିଛନ୍ତି। ଏହା ସାଙ୍ଗକୁ ମାନସିକ ପୁରଣ ଲାଗି ଶତାଧିକ ମହିଳା ପ୍ରଚଣ୍ଡ ଖରାରେପୋଖରୀ ତୁଠରେ ଅଧିଆ ପଡିଥିଲେ। ଅଧିଆ ପଡ଼ିଲେ ନିଜ ମନସ୍କାମନା ପୂରଣ ହେବା ସହ ଫଳ ପ୍ରାପ୍ତି ହୋଇଥାଏ ବୋଲି ଲୋକ ବିଶ୍ୱାସ ରହିଛି। ତେଣୁ ଏହି ବିଶ୍ୱାସ ନେଇ ମହିଳାମାନେ ଅଧିଆ ପଡ଼ିଥାନ୍ତି।

ଦୀର୍ଘ ୨୧ଦିନ ଧରି ମାନସିକଧାରୀ ଭକ୍ତ ଘର ଛାଡି ସନ୍ୟାସୀ ଭାବେ ଆସି ଦଣ୍ଡ ଯାତ୍ରାରେ ଭୂକ୍ତା ଭାବେ ସାମିଲ ହୋଇଥାନ୍ତି। ଏପରି କି ଶିବ କାଳୀଙ୍କୁ ସାଙ୍ଗରେ ଧରି ଖାଲି ପାଦରେ ଚାଲି ବିଭିନ୍ନ ଗ୍ରାମ ପରିକ୍ରମା କରିଥାନ୍ତି। ରାତି ଅନିଦ୍ରା ରହି ଦିନକୁ ଥରେ ଖାଦ୍ୟ ଖାଇ ବ୍ରତ କରିଥାନ୍ତି। ଏପରିକି ମାନସିକଧାରୀ ଦାଣ୍ଡରେ କଠୋର ନୃତ୍ୟ କରିଥାନ୍ତି। ମଧ୍ୟାହ୍ନର ଟାଣ ଖରାରେ ଧୂଳି ଦଣ୍ଡ କରାଯାଉଥିବା ବେଳେ ପୋଖରୀରେ ପାଣିଦଣ୍ଡ ଓ ରାତିରେ ଅଗ୍ନି ଦଣ୍ଡ ପରିବେଷଣ କରି ମାନସିକ ପୂରଣ କରିଥାନ୍ତି। ମେରୁ ଯାତ୍ରାରେ ମୁଖ୍ୟ ପାଟ ଭୂକ୍ତାଙ୍କୁ ଅଗ୍ନି କୁଣ୍ଡରେ ଲଟକାଇ ରଖାଯିବା ପରେ ଦଣ୍ଡ ଯାତ୍ରା ସମାପନ ହୋଇଥାଏ।


Enter your email to get our daily news in your inbox.

All Right Reserved By Dharitri.Com

ଆଦେଶ ପାଳନ କଲେ ଜିଲାପାଳ, ପିଛିଲା ତାରିଖ ପକାଇ ୨୧ ଦିନ ପରେ ଅର୍ଡର ପ୍ରେରଣ

କେନ୍ଦୁଝର/ହାଟଡିହୀ,୩l୪(ନରେଶ ଚନ୍ଦ୍ର ପଟ୍ଟନାୟକ/ଶୁଭକାନ୍ତ ନାୟକ):ଓଡ଼ିଶା ହାଇକୋର୍ଟଙ୍କ ନିର୍ଦ୍ଦେଶ ଧାର୍ଯ୍ୟ ସମୟରେ ପାଳନ ନ କରିବା ଫଳରେ ଅଦାଲତ ଅବମାନନା ମାମଲା ଦାୟର ହେବା ଏବଂ ଏ ନେଇ…

ନମ୍ବର ସେଭ୍‌ ନ କରି କରିପାରିବେ WhatsAppରେ ଚାଟ୍‌, ଅନେକେ ଜାଣନ୍ତି ନାହିଁ ଏହି ସିକ୍ରେଟ୍‌…

ନୂଆଦିଲ୍ଲୀ,୩।୪: ସାଧାରଣତଃ ହାଟ୍ସଆପରେ କାହା ସହିତ କଥା ହେବାକୁ ହେଲେ ଆମକୁ ପ୍ରଥମେ ସେହି ବ୍ୟକ୍ତିଙ୍କ ନମ୍ବର ନିଜ ଫୋନରେ ସେଭ କରିବାକୁ ପଡ଼ିଥାଏ। କିନ୍ତୁ ଅନେକ…

କାଳବୈଶାଖୀ ତାଣ୍ଡବ: ଭାଙ୍ଗିଲା ଗଛ, ଉଡ଼ିଲା ଆଜ୍‌ବେଷ୍ଟସ୍‌

କୋରାପୁଟ,୩।୪(ଅମିତାଭ ବେହେରା): କୋରାପୁଟ ସହରରେ ଶୁକ୍ରବାର ସନ୍ଧ୍ୟାରେ କାଳବୈଶାଖୀ ତାଣ୍ଡବ ରଚିଛି। କାଳବୈଶାଖୀ ପ୍ରଭାବରେ ଅଞ୍ଚଳର ବିଭିନ୍ନ ସ୍ଥାନରେ ଝଡ଼ତୋଫାନ ହୋଇଛି। ଝଡ଼ତୋଫାନରେ କୋରାପୁଟ-ରାୟଗଡ଼ା ସଂଯୋଗ କରୁଥିବା…

ଦିଗପହଣ୍ଡିରେ ଚାଞ୍ଚଲ୍ୟ: ପୋଖରୀରେ ମାଛଧରୁଥିବା ବେଳେ ଜାଲରେ କୁମ୍ଭୀର…

ଦିଗପହଣ୍ଡି,୩।୪(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି-ଘୋଡ଼ାହାଡ଼ ଡ୍ୟାମ ରାସ୍ତାର ସନ୍ଥ ଅରକ୍ଷିତ ଛକରେ ଥିବା ପୋଖରୀରୁ କୈବର୍ତ୍ତମାନେ ଶୁକ୍ରବାର ସକାଳେ ମାଛ ଧରୁଥିବା ବେଳେ ଜାଲରେ…

ତାମିଲନାଡୁ ବିଧାନସଭା ନିର୍ୱାଚନ: ଭାଜପା ପ୍ରାର୍ଥୀ ତାଲିକାରେ ଆନ୍ନାମଲାଇଙ୍କ ନାମ ନାହିଁ

ଚେନ୍ନାଇ,୩ା୪: ତାମିଲନାଡୁ ବିଧାନସଭା ନିର୍ୱାଚନ ପାଇଁ ଭାଜପା ଶୁକ୍ରବାର ପ୍ରାର୍ଥୀ ତାଲିକା ପ୍ରକାଶ କରିଛି। ହେଲେ ଦଳର ପୂର୍ୱତନ ରାଜ୍ୟ ସଭାପତି କେ. ଆନ୍ନାମଲାଇଙ୍କ ନାମ ଉକ୍ତ…

ପ୍ରପର୍ଟି କାଗଜପତ୍ର ନାହିଁ, ତଥାପି ମିଳିପାରିବ ହୋମ୍‌ ଲୋନ୍‌? ଜାଣନ୍ତୁ କ’ଣ କହୁଛି ବ୍ୟାଙ୍କ ନିୟମ

ନୂଆଦିଲ୍ଲୀ,୩।୪: ନିଜର ଏକ ସୁନ୍ଦର ଘରଟିଏ କରିବା ସମସ୍ତଙ୍କର ସ୍ବପ୍ନ ଥାଏ। ଏହି ସ୍ବପ୍ନକୁ ସାକାର କରିବାରେ ‘ହୋମ ଲୋନ୍‌’ ବା ଗୃହ ଋଣ ଏକ ମୁଖ୍ୟ…

କାଳବୈଶାଖୀ ତାଣ୍ଡବ: ଟଳିପଡ଼ିଲେ ଗୋଟିଏ ପରେ ଗୋଟିଏ ଗୋରୁ…

ମୋହନା,୪।୩(ମନ୍ମଥ ମିଶ୍ର): କାଳବୈଶାଖୀରେ ଆଖି ବୁଜିଲେ ୪ ଗୋରୁ। ଏଭଳି ଅଭାବନୀୟ ଘଟଣା ଦେଖିବାକୁ ମିଳିଛି ଗଜପତି ଜିଲା ମୋହନା ବ୍ଲକ ମେରାପଲ୍ଲୀ ପଞ୍ଚାୟତ ବନ୍ଧାଗୁଡା ଗାଁରେ।…

ବିଜୁଳି ଖୁଣ୍ଟରେ ପିଟିହେଲା ଟ୍ରାକ୍ଟର, ଆଉ ତା’ପରେ…

ବାଲିଶଙ୍କରା,୩ା୪(ହୃଦାନନ୍ଦ ବାରିକ): ସୁନ୍ଦରଗଡ଼ ଜିଲା ତଳସରା ଥାନା ଅଧୀନ ସାକୁଶପାନୀ ଗ୍ରାମରେ ଶୁକ୍ରବାର ବିଜୁଳି ଖୁଣ୍ଟରେ ଏକ ଟ୍ରାକ୍ଟର ପିଟି ହୋଇ ଦୁର୍ଘଟଣାଗ୍ରସ୍ତ ହୋଇଛି। ଦୁର୍ଘଟଣାରେ ଟ୍ରାକ୍ଟର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri