ମା’ ବୁଢ଼ୀ ଠାକୁରାଣୀଙ୍କ ଶାରଦୀୟ ଯାତ୍ରା

ଦିଗପହଣ୍ଡି,୨।୧୦(ଡି.ଏନ.ଏ.): ଦିଗପହଣ୍ଡି ସହରର ଗଣପର୍ବ ମା’ ବୁଢ଼ୀ ଠାକୁରାଣୀଙ୍କ ଶାରଦୀୟ ଯାତ୍ରା ମହୋତ୍ସବ ଶନିବାର ବିଳମ୍ବିତ ରାତିରୁ ଆରମ୍ଭ ହୋଇଛି। ଠାକୁରାଣୀ ଯାତ୍ରା ନିମନ୍ତେ ସହର ଉତ୍ସବ ମୁଖର ହୋଇଛି। ରାଜ୍ୟ ତଥା ରାଜ୍ୟ ବାହାରେ ରହୁଥିବା ବହୁ ସଂଖ୍ୟକ ବାସିନ୍ଦା ଯାତ୍ରା ପାଇଁ ପିଲାଙ୍କୁ ନେଇ ଘରକୁ ଆସିଛନ୍ତି। ଯାତ୍ରା ପାଇଁ ଘରେ ଘରେ ପିଠା ପଣା ଭୋଜି ଭାତର ଆସର ପାଲଟିଛି। ଶନିବାର ମନ୍ଦିର ପୀଠକୁ ଗଙ୍ଗା ଜଳରେ ଶୋଧନ କରାଯିବା ପରେ ପୂର୍ବ ପ୍ରଚଳିତ ନୀତିକାନ୍ତି ଅନୁଯାୟୀ ମା’ ଙ୍କୁ ମାଜଣା ସେବା ପୂଜା ବନ୍ଦାପନା କରାଯାଇଥିଲା। ମୁଖ୍ୟ ପୁରୋହିତ ପଣ୍ଡିତ ସନାତନ ରଥ, ମନ୍ଦିର ସେବାୟତ ଲିଙ୍ଗରାଜ ପାତ୍ର, ଶମ୍ଭୁନାଥ ପାତ୍ର, ସୋମନାଥ ପାତ୍ର, ପ୍ରଫୁଲ୍ଲ ପାତ୍ର, ତାରିଣୀ ପାତ୍ର, ଆଦିତ୍ୟ ପାତ୍ର ପ୍ରମୁଖ ଦୀର୍ଘ ସମୟ ଧରି ମା’ଙ୍କୁ ପୂଜାର୍ଚ୍ଚନା କରିବା ପରେ ମା’ଙ୍କ ସାନ୍ଧ୍ୟା ଆଳତି କରାଯାଇଥିଲା। ମନ୍ଦିର ପରିସରରେ ବହୁ ସଂଖ୍ୟକ ଶ୍ରଦ୍ଧାଳୁଙ୍କ ଭିଡ ପରିଲକ୍ଷିତ ହୋଇଥିଲା। ଢୋଲ, ମହୁରୀ, ମୃଦଙ୍ଗ, ଘଣ୍ଟ , ଗିନି କୀର୍ତ୍ତନ ବାଦ୍ୟ ବାଜଣା ସହ ମା’ ଙ୍କ ଜୟ ଜୟକାର ଧ୍ୱନିରେ ମନ୍ଦିର ପୀଠ ପ୍ରକମ୍ପିତ ହୋଇଥିଲା। ମୁଖ୍ୟ ପୁରୋହିତଙ୍କ ଦ୍ୱାରା ଶକ୍ତିପଲ୍ଲବ ଦେବୀ ମନ୍ତ୍ର ପାଠ କରାଯାଇ ନବଶକ୍ତି ମଣ୍ଡଳ ପୂଜା କ୍ରମରେ ଆସନ, ସ୍ବାଗତ, ପାଦ୍ୟ, ଅର୍ଘ୍ୟ, ଆଚମନ, ମଧୂପର୍କ, ପୁନଃ ଅଚମନ, ବସ୍ତ୍ର ଆଭରଣ, ଗନ୍ଧ, ପୁଷ୍ପ, ଧୂପ, ଦୀପ, ନୈବେଦ୍ୟ ଓ ମହା ଆଳତି ବନ୍ଦାପନା ପରେ ମା’ ଙ୍କୁ ଅସ୍ଥାୟୀ ଯାତ୍ରା ପୀଠକୁ ଆବାହନ କରାଯାଇଥିଲା। ରାତି ପ୍ରାୟ ୧୦ ଟା ୪୮ ମିନଟ ରେ ମା’ ମସ୍ତକରୁ ଆଜ୍ଞା ମାଳ ଖସିବା ପରେ ଫୁଲମଣ୍ଡା ଖଚିତ ଚାଙ୍ଗୁଡ଼ିକୁ ମା’ ବିରାଜମାନ କରିଥିଲେ। ପରେ ଫୁଲ ମଣ୍ଡା ଚାଙ୍ଗୁଡିକୁ ମୁ୍ଯଯ ସେବାୟତଙ୍କ ମସ୍ତକକୁ ଉଠା ଯାଇଥିଲା। ନୃତ୍ୟ ଗୀତ ବାଦ୍ୟ ବାଜଣା ଆତସବାଜି ଫୁଟାଯାଇ ବିଶାଳ ଶୋଭାଯାତ୍ରା ଗୁଣ୍ଡିଚା ମନ୍ଦିର ଛକ, ବଜାର ସାହି ପରିକ୍ରମା କରି ମା’ ସାଆନ୍ତାଣୀ ବୁଢ଼ୀ ଠାକୁରାଣୀ ରାତି ପ୍ରାୟ ୧ ଟାରେ ଅସ୍ଥାୟୀ ଯାତ୍ରା ପୀଠରେ ପହଞ୍ଚି ଥିଲେ। ଯାତ୍ରା କମିଟି ସଭାପତି ବିକାଶ ପଶୁପାଳକ, ଉପସଭାପତି ପ୍ରଭାକର ରେଡ୍ଡୀ, ସମ୍ପାଦକ ନୀଳମାଧବ ଗୌଡ, ସହ ସମ୍ପାଦକ ଆଲୁ.ସୁଶାନ୍ତ, କୋଷାଧ୍ୟକ୍ଷ ହିମାଂଶୁ ଶେଖର ପାଣିଗ୍ରାହୀ, ସହ କୋଷାଧ୍ୟକ୍ଷ ଆଶିଷ କୁମାର ପଟ୍ଟନାୟକ, ଦୁର୍ଗା ମେକାପଙ୍କ ସମେତ ଯାତ୍ରା କମିଟିର ସମସ୍ତ ସଦସ୍ୟ ପ୍ରମୁଖ ଉପସ୍ଥିତ ଥିଲେ। ଆସନ୍ତା ୮ ତାରିଖ ଶନିବାର ଭୋରରେ ଆଶ୍ୱିନ ପୂର୍ଣ୍ଣମୀ ତିଥିରେ ଏହି ଯାତ୍ରା ମହୋତ୍ସବ ଉଦ୍‌ଯାପିତ ହେବ। ପ୍ରତିଦିନ ସନ୍ଧ୍ୟାରେ ଯାତ୍ରା ପୀଠରେ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରାଯିବ ବୋଲି ଯାତ୍ରା କମିଟି ପକ୍ଷରୁ ସୂଚନା ମିଳିଛି।


Enter your email to get our daily news in your inbox.

All Right Reserved By Dharitri.Com

ଭାରତ ପାଇଁ ହେବ ଦ୍ୱିତୀୟ ମଧ୍ୟପ୍ରାଚ୍ୟ! ପ୍ରଚୁର ପରିମାଣରେ ଆସିବ LPG ସହ ପେଟ୍ରୋଲ, ହର୍ମୁଜକୁ ନେଇ ଆଉ ରହିବ ନାହିଁ ଚିନ୍ତା

ଓ୍ବାଶିଂଟନ,୪।୪: ଇରାନ ଏବଂ ଆମେରିକା ମଧ୍ୟରେ ଚାଲିଥିବା ଉତ୍ତେଜନା ମଧ୍ୟରେ, ‘ଷ୍ଟ୍ରେଟ ଅଫ ହର୍ମୁଜ’ ପ୍ରଭାବଶାଳୀ ଭାବରେ ଅବରୋଧିତ ରହିଛି। ଇରାନ ବନ୍ଧୁତ୍ୱପୂର୍ଣ୍ଣ ରାଷ୍ଟ୍ରଗୁଡ଼ିକୁ ଏହି ପ୍ରଣାଳୀ…

IPL 2026: ସିଜନ ମଧ୍ୟ ଭାଗରୁ ଘରକୁ ଫରିଲେ ଏହି ଖେଳାଳି, ବଢିଲା SRHର ଟେନସନ!

ନୂଆଦିଲ୍ଲୀ,୪।୪: IPL 2026 ଆରମ୍ଭ ହେବାର ମାତ୍ର କିଛି ଦିନ ହୋଇଛି। ଦଳଗୁଡ଼ିକ ଏପର୍ଯ୍ୟନ୍ତ ସମ୍ପୂର୍ଣ୍ଣ ଲୟ ପାଇ ନଥିବା ବେଳେ, ଗୋଟିଏ ଫ୍ରାଞ୍ଚାଇଜ ପୂର୍ବରୁ ଏକ…

ଏପ୍ରିଲରେ ୩ରାଶିର ଖୋଲିବ ଭାଗ୍ୟ, ମିଳିବ ମୂଲ୍ୟବାନ….

ଜ୍ୟୋତିଷ ଶାସ୍ତ୍ରରେ ଗ୍ରହର ସେନାପତି ମଙ୍ଗଳଙ୍କ ଗୋଚରଙ୍କୁ ଗୁରୁତ୍ବପୂର୍ଣ୍ଣ ବୋଲି ବିବେଚନା କରାଯାଇଥାଏ ।ମଙ୍ଗଳ ଗ୍ରହକୁ ସାହାସ, ପରାକ୍ରମ ଏବଂ ବିଶ୍ବାସର ପ୍ରତିକ ରୂପେ ବିବେଚନା କରାଯାଇଥାଏ…

ଆମେରିକା-ଇରାନ ଯୁଦ୍ଧକୁ ନେଇ ବଡ଼ ଦାବି କଲାଣି ପାକିସ୍ତାନ, କହିଲା ‘ସବୁ କିଛି ଟ୍ରାକରେ…’

ଇସଲାମାବାଦ,୪।୪: ପାକିସ୍ତାନ ଆମେରିକା ଏବଂ ଇରାନ ମଧ୍ୟରେ ଆଲୋଚନାକୁ ସୁଗମ କରିବା ପାଇଁ ଏହାର ପ୍ରୟାସ ବନ୍ଦ ହୋଇଯାଇଥିବା ରିପୋର୍ଟକୁ ସମ୍ପୂର୍ଣ୍ଣ ଖାରଜ କରିଦେଇଛି। ପାକିସ୍ତାନର ବୈଦେଶିକ…

ଗୋଟିଏ IPL ମ୍ୟାଚ୍‌ ଖେଳିବାକୁ କେତେ ଟଙ୍କା ନିଅନ୍ତି ବିରାଟ କୋହଲି: ଜାଣିଲେ ଉଡିଯିବ ହୋଶ୍‌

ନୂଆଦିଲ୍ଲୀ,୪।୪: IPL ହେଉଛି ବିଶ୍ୱର ସବୁଠାରୁ ବଡ଼ କ୍ରୀଡା ଲିଗ ମଧ୍ୟରୁ ଗୋଟିଏ। ସାରା ବିଶ୍ୱରେ ଲକ୍ଷ ଲକ୍ଷ ଲୋକ ପ୍ରତିଦିନ ଇଣ୍ଡିଆନ ପ୍ରିମିୟର ଲିଗ ମ୍ୟାଚ…

‘ଟ୍ରମ୍ପ ଦୟାକରି କିଛି କୁହନ୍ତୁ…’ ଆମେରିକା ରାଷ୍ଟ୍ରପତିଙ୍କୁ ପରିହାସ କଲା ଇରାନ

ତେହରାନ,୪।୪:  ଗତ ୨୪ଘଣ୍ଟା ମଧ୍ୟରେ ଦୁଇଟି ଆମେରିକୀୟ ଯୁଦ୍ଧ ବିମାନ ଖସାଇବା ପରେ ଇରାନ ରାଷ୍ଟ୍ରପତି ଟ୍ରମ୍ପଙ୍କୁ ପରିହାସ କରିଛନ୍ତି । ଆମେରିକୀୟ ରାଷ୍ଟ୍ରପତିଙ୍କୁ ପରିହାସ କରି…

ସାଧାରଣ ଲୋକଙ୍କ କଥା କହୁ କହୁ କେମିତି ‘ଆମ ଆଦମୀ ପାର୍ଟି’ର ‘ଖଳନାୟକ’ ପାଲଟିଗଲେ ରାଘବ ଚଢା? ଜାଣନ୍ତୁ ସମ୍ପୂର୍ଣ୍ଣ ଖବର

ନୂଆଦିଲ୍ଲୀ,୪।୪: ରାଜନୀତିର ପ୍ରକୃତି ଅଦ୍ଭୁତ। କେତେବେଳେ ବନ୍ଧୁ ଶତ୍ରୁ ହୋଇଯାଏ, ଆଉ କେତେବେଳେ ଶତ୍ରୁ ବନ୍ଧୁ ହୋଇଯାଏ। ରାଜନୀତି କ୍ଷେତ୍ରରେ, ପବନର ଦିଗ ନିରନ୍ତର ପରିବର୍ତ୍ତନ ହୁଏ…

ମାତ୍ର ୧୧ ବଲ୍‌ରେ ବାଜି ପଲଟାଇ ଦେଲେ ଶିକ୍ଷକଙ୍କ ପୁଅ: ରାତାରାତି ପାଲଟିଲେ ସୁପରଷ୍ଟାର

ନୂଆଦିଲ୍ଲୀ,୪।୪: ଆଇପିଏଲରେ ଅଜଣା ଏବଂ ନୂତନ ଖେଳାଳିମାନେ ସୁପରଷ୍ଟାର ମାନ୍ୟତା ହାସଲ କରିପାରିବେ। ଚେନ୍ନାଇ ସୁପର କିଙ୍ଗ୍ସ (ସିଏସକେ) ଏବଂ ପଞ୍ଜାବ କିଙ୍ଗ୍ସ (ପିବିକେଏସ) ମଧ୍ୟରେ ଆଇପିଏଲ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri