ମା’ ବିରଜାଙ୍କ ରଥଯାତ୍ରା ପ୍ରସଙ୍ଗ: ହାଇକୋର୍ଟରେ ଆଉ ଏକ ଜନସ୍ବାର୍ଥ ମାମଲା

ଯାଜପୁର ଟାଉନ୍‌,୧୮ା୯(ଡି.ଏନ୍‌.ଏ.): ଯାଜପୁର ଜିଲାର ଅଧିଷ୍ଠାତ୍ରୀ ମା’ ବିରଜାଙ୍କ ରଥଯାତ୍ରା ପ୍ରସଙ୍ଗରେ ପୂର୍ବରୁ ମନ୍ଦିର ସେବାୟତ ପରିଷଦ ପକ୍ଷରୁ ହାଇକୋର୍ଟରେ ପିଟିସନ ଦାଖଲ ହୋଇଥିବା ବେଳେ ବୁଧବାର ହାଇକୋର୍ଟରେ ଆଉ ଏକ ଜନସ୍ବାର୍ଥ ମାମଲା ରୁଜୁ ହୋଇଛି। ଯାଜପୁର ଓକିଲ ସଂଘ ପକ୍ଷରୁ ବରିଷ୍ଠ ଆଇନଜୀବି ପ୍ରବୀର କୁମାର ରାୟ ଏକ ଜନସ୍ବାର୍ଥ ମାମଲା ଦାଏର କରିଥିବାର ସୂଚନା ମିଳିଛି। ଦୁର୍ଗା ପୂଜା ଅବସରରେ ମା’ଙ୍କର ନବଦିନାତ୍ମକ ରଥଯାତ୍ରା ଅନୁଷ୍ଠିତ ହେଉଥିବା ବେଳେ ଚଳିତବର୍ଷ କରୋନା କଟକଣା ଯୋଗୁ ଏହା ବନ୍ଦ ହେବା ପରିସ୍ଥିତି ସୃଷ୍ଟି ହୋଇଛି। ହେଲେ ଏହା ବନ୍ଦ ହେଲେ ଦୀର୍ଘବର୍ଷର ପରମ୍ପରା କ୍ଷୁର୍ଣ୍ଣ ହେବା ସହ ଲୋକଙ୍କ ଧର୍ମୀୟ ଭାବନାକୁ ଆଘାତ ପହଞ୍ଚତ୍ବ। ତେବେ ଏହା ଥରେ ବନ୍ଦ ହେଲେ ଆସନ୍ତା ୧୨ବର୍ଷ ପର୍ଯ୍ୟନ୍ତ ରଥଯାତ୍ରା ହୋଇପାରିବ ନାହିଁ ବୋଲି ମୁକ୍ତି ମଣ୍ଡପ ପକ୍ଷରୁ କୁହାଯାଇଛି। ତେଣୁ ପୁରୀ ରଥଯାତ୍ରା ଭଳି ମା’ବିିରଜାଙ୍କ ରଥଯାତ୍ରାକୁ କୋଭିଡ୍‌ କଟକଣା ଅନୁସାରେ କରାଯିବାକୁ ଅନୁମତି ଦେବାକୁ ବରିଷ୍ଠ ଆଇନଜୀବୀ ରାୟ ତାଙ୍କ ପିଟିସନ୍‌ରେ ଉଲ୍ଲେଖ କରିଛନ୍ତି। ଅନ୍ୟ ପଟେ ମା’ଙ୍କ ରଥ ନିର୍ମାଣ କାର୍ଯ୍ୟ ଚୁଡାନ୍ତ ପର୍ଯ୍ୟାୟରେ ଚାଲିଥିବା ଦେଖାଦେଇଛି। ଏନେଇ (ଡବ୍ଲ୍ୟୁପିସି ନଂ୨୪୧୧୯/୨୦୨୦) ରେ ଏକ ଜନସ୍ବାର୍ଥ ମାମଲା ରୁଜୁ ହୋଇଛି। ଆସନ୍ତା ମଙ୍ଗଳବାର ଦିନ ଏହି ମାମଲାର ଶୁଣାଣି କରାଯିବ ବୋଲି ସୂଚନା ମିଳିଛି।


Enter your email to get our daily news in your inbox.

All Right Reserved By Dharitri.Com

ବିଏସ୍‌ଏନ୍‌ଏଲ୍‌ ଠିକା କର୍ମଚାରୀଙ୍କ କାର୍ଯ୍ୟବନ୍ଦ ଆନ୍ଦୋଳନ ଜାରି

ଭଦ୍ରକ ଅଫିସ, ୩।୧୦- ବିଏସ୍‌ଏନ୍‌ଏଲ୍‌ ଭଦ୍ରକ ଶାଖା ଅଧୀନରେ କାର୍ଯ୍ୟରତ ପ୍ରାୟ ୫୦ ଠିକା କର୍ମଚାରୀ ଗତ ୧ ତାରିଖଠାରୁ ଆରମ୍ଭ କରିଥିବା କାର୍ଯ୍ୟବନ୍ଦ ଆନ୍ଦୋଳନ...

ବିପର୍ଯ୍ୟସ୍ତ ରାସ୍ତାକୁ ନେଇ ବଢୁଛି ଅସନ୍ତୋଷ

କେନ୍ଦୁଝର,୭ା୮(ସ୍ବ.ପ୍ର.): କେନ୍ଦୁଝର ଜିଲା ଝୁମ୍ପୁରା ବ୍ଲକ ଅନ୍ତର୍ଗତ ଛେଳିଆନାଳ ଗ୍ରାମରୁ ସିରିକୁଆଁ ଗ୍ରାମ ପର୍ଯ୍ୟନ୍ତ ଦୀର୍ଘ ୩ କିଲୋମିଟର ରାସ୍ତା ବିପର୍ଯ୍ୟସ୍ତ ହୋଇପଡ଼ିଛି। ଏନେଇ ସାଧାରଣରେ...

ଭିଜିଲାନ୍ସ ଜାଲରେ ଫରେଷ୍ଟର : ଏକକାଳୀନ ୪ ସ୍ଥାନରେ ଚାଲିଛି ଚଢ଼ାଉ

ବୌଦ୍ଧ,୨୬।୯(ସ୍ବ.ପ୍ର.): ବୌଦ୍ଧ ଓ ଫୁଲବାଣୀ ଭିଜିଲାନ୍ସ ପକ୍ଷରୁ ବୌଦ୍ଧର କେନ୍ଦୁପତ୍ର ବିଭାଗରେ କାର୍ଯ୍ୟରତ ଫରେଷ୍ଟର ଜଗବନ୍ଧୁ ପାତ୍ରଙ୍କ ଘରେ ଚଢ଼ାଉ ଚାଲିଛି। ଗୁରୁବାର ସକାଳୁ ଭିଜିଲାନ୍ସ...

୧୫ ବଛର ହେଲା ମାନସିକ୍‌ ରୋଗ୍‌ରେ ପୀଡ଼ିତ:ବଁଦୀ ଜୀବନ୍‌ ବିତଉଛନ୍‌ ସୁଭଦ୍ରା

ସିନାପାଲି, ୧୬।୭ (ଡି.ଏନ୍‌.ଏ): ନୂଆପଡ଼ା ଜିଲା ସିନାପାଲି ବ୍ଲକ ଲିଟିଗୁଡ଼ା ପଁଚେତ୍‌ କୋକପଦର ଗଁାର ନୀଳକଣ୍ଠ ହରିଜନକଁର ଝି’ ସୁଭଦ୍ରା ହରିଜନ(୩୫)। ଆଏଜ୍‌କେ ୧୫ ବଛର...

ଖେଳୁଥିବା ବେଳେ ୪ ଶିଶୁ ପୋଡ଼ିଯିବା ଘଟଣା: ଚିକିତ୍ସାଧୀନ ଅବସ୍ଥାରେ ଆଖି ବୁଜିଲେ ୩ ଶିଶୁ

ହାତୀଓଟ,୨୩।୨(ଡି.ଏନ୍‌.ଏ.): ଚିକିତ୍ସାଧୀନ ଅବସ୍ଥାରେ ଆଖିବୁଜିଲେ ୩ ଶିଶୁ। ଗଞ୍ଜାମ ଜିଲା ପୋଲସରା ବ୍ଲକ ଅନ୍ତର୍ଗତ ଖଇରଛଟା ଗାଁରେ ରବିବାର ସକାଳେ ନିଆଁରେ ପୋଡ଼ିଯାଇ ଗୁରୁତର ହୋଇଥିବା...

-୨୬୦ ଲିଟର ମଦ, ପ୍ୟାକିଂ ମେଶିନ ଜବତ, ୩ ଗିରଫ

ପାତ୍ରପୁର,୮ା୫(ଡି.ଏନ୍‌.ଏ.)- ଜରଡ଼ା ପୋଲିସ ଶୁକ୍ରବାର ୧୨ଶହ ପାଉଚ ମଦ ଜବତ କରିବା ସହ ୩ ଜଣଙ୍କୁ ଗିରଫ କରିଛି। ସେମାନେ ହେଲେ ଲଙ୍କା ଗ୍ରାମର ଡି....

ରକ୍ଷଣାବେକ୍ଷଣ ଅଭାବ, ୧୦ ବର୍ଷରୁ ଊର୍ଦ୍ଧ୍ୱ ହେବ ମରାମତି ହୋଇନାହିଁ: ମରଣଯନ୍ତ୍ରା ପାଲଟିଛି ନୂଆଗୁଡା-ଭେଜିପଦର ରାସ୍ତା

ଜୁନାଗଡ,୨।୮(ଡି.ଏନ.ଏ.)-କଳାହାଣ୍ଡି ଜିଲା ଜୁନାଗଡ ବ୍ଲକ ନୂଆଗୁଡା-ଭେଜିପଦର ଗ୍ରାମକୁ ସଂଯୋଗ କରୁଥିବା ଦେଢ କି.ମି. ରାସ୍ତା ରକ୍ଷଣାବେକ୍ଷଣ ଅଭାବ ଏବେ ମରଣଯନ୍ତ୍ରା ପାଲଟିଛି। ଦୀର୍ଘ ୧୦ ବର୍ଷରୁ...

ରଣବା ପଞ୍ଚାୟତରେ ଉଡ଼ିଲାନି ଜାତୀୟ ପତାକା : ମାଓବାଦୀ ନାଁରେ ବିଦ୍ୟାଳୟରୁ ମିଳିଥିଲା ଧମକପୂର୍ଣ୍ଣ ଚିଠି

ରାଇକିଆ,୨୮ା୧(ଡ଼ି.ଏନ.ଏ.)-କନ୍ଧମାଳ ଜିଲା ରାଇକିଆ ବ୍ଲକ ରଣବା ପଞ୍ଚାୟତ କାର୍ଯ୍ୟାଳୟ ସମେତ ଅନେକ ବିଦ୍ୟାଳୟରେ ରବିବାର ସାଧାରଣତନ୍ତ୍ର ଦିବସରେ ଜାତୀୟ ପତାକା ଉତ୍ତୋଳନ କରାଯାଇପାରିନି। ଶନିବାର ରଣବା...

Advertisement
Archives

Model This Week