Posted inରାଜ୍ୟ

ମା’ ଭଦ୍ରକାଳୀ

କାଳୀପୂଜା ପାଇଁ ଭଦ୍ରକର ଅଧିଷ୍ଠାତ୍ରୀ ଦେବୀ ମା’ ଭଦ୍ରକାଳୀଙ୍କ ପୀଠ ଚଳଚଞ୍ଚଳ ହୋଇଉଠିଛି। ପ୍ରସ୍ତୁତି ଚୂଡ଼ାନ୍ତ ହେବା ସହ ପୀଠର ପରିବେଶ ଆକର୍ଷଣୀୟ ହୋଇଛି। ଏଠାକାର କାଳୀପୂଜା ଗଣପର୍ବରେ ପରିଣତ ହୋଇଛି। ଆଉ ଭଦ୍ରକାଳୀଙ୍କ ପୀଠରେ ହେଉଥିବା ପୂଜାର ଆକର୍ଷଣ ନିଆରା। ଭଦ୍ରକ ବ୍ଲକର ଖଣ୍ଡତରା ପଞ୍ଚାୟତ ଆହାରପଦା ଭଦ୍ରକାଳୀ ସାହିରେ ବିଶ୍ୱମାତା ରୂପରେ ମା’ ପୂଜା ପାଇଆସୁଛନ୍ତି। ଅନେକ ଜନଶ୍ରୁତି ଓ କିମ୍ବଦନ୍ତୀ ଏହି ପୀଠର ମହିମାକୁ ବହୁଗୁଣିତ କରିଛି। ଦୀପାବଳିଠାରୁ ପୀଠରେ ହେବ ସ୍ବତନ୍ତ୍ର ନୀତିକାନ୍ତି। ସାତଦିନରେ ସପ୍ତମାତୃକା ବେଶରେ ମା’ ପୂଜା ପାଇବେ। ପ୍ରଥମ ଦିନ ବେଦମାତା, ଦ୍ୱିତୀୟ ଦିନ ମହାକାଳୀ, ତୃତୀୟ ଦିନ ରାଜରାଜେଶ୍ୱରୀ, ଚତୁର୍ଥ ଦିନ ସିଂହବାହିନୀ, ପଞ୍ଚମ ଦିନ ଜଗଦ୍ଧାତ୍ରୀ, ଷଷ୍ଠ ଦିନ ମହାସରସ୍ବତୀ ଓ ସପ୍ତମ ଦିନରେ ମହାଲକ୍ଷ୍ମୀ ବେଶରେ ଦର୍ଶନ ଦେବେ। ଅନ୍ୟବର୍ଷ ପରି ଚଳିତବର୍ଷ ଜଗତ କଲ୍ୟାଣ ଉଦ୍ଦେଶ୍ୟରେ ରବିବାରଠାରୁ ୭ ଦିନ ବ୍ୟାପୀ ମହାଯଜ୍ଞ ଅନୁଷ୍ଠିତ ହେବ।
ରହିଛି ଯେ, ମୟୂରଭଞ୍ଜ ଜିଲାର ମେଘାସନ ପର୍ବତରେ ତାପସ ଋଷି ମା’ଙ୍କୁ ପୂଜାର୍ଚ୍ଚନା କରୁଥିଲେ। ତାଙ୍କର ଦେହାନ୍ତ ପରେ ତାଙ୍କ ଶିଷ୍ୟ ଭଦ୍ରନାଥଙ୍କୁ ଭଦ୍ରକାଳୀ ସ୍ବପ୍ନାକୃତ କରି କହିବା ପରେ ସେ ମା’ଙ୍କୁ ଏଠାରେ ପ୍ରତିଷ୍ଠା କରିଥିଲେ। ପରେ ସ୍ଥାନୀୟ ରାଜା ମନ୍ଦିର ନିର୍ମାଣ କରିବା ସହ ସମ୍ପତ୍ତି ଦାନ କରିଥିଲେ। ପୂଜାର୍ଚ୍ଚନା ପାଇଁ ଆମ ପୂର୍ବଜଙ୍କୁ ସେବାୟତ ଭାବେ ଆଣି ରଖାଇଥିଲେ ବୋଲି ସେବାୟତ ନିରଞ୍ଜନ ଦୀକ୍ଷିତ କହିଛନ୍ତି।
ସାଳନ୍ଦୀ ନଦୀର ଆହାରପଦା ଘାଟରୁ ମାନସିକଧାରୀ ଭକ୍ତମାନେ ଘଟୋତ୍ତଳନ କରି ଶୋଭାଯାତ୍ରାରେ ମଣ୍ଡପରେ ପହଞ୍ଚତ୍ ଘଟ ସ୍ଥାପନ କରିବେ। ପରେ ୨୧ଜଣ ବେଦବିତ୍‌ ବ୍ରାହ୍ମଣଙ୍କ ଦ୍ୱାରା ମହାଯଜ୍ଞ ଆରମ୍ଭ ହେବ। ମନ୍ଦିର ପ୍ରଶାସନ ପକ୍ଷରୁ ଆଇନଶୃଙ୍ଖଳା ସ୍ଥିତି, ସ୍ବାସ୍ଥ୍ୟ ଓ ପରିମଳ ବ୍ୟବସ୍ଥା, ପାନୀୟଜଳ, ରାସ୍ତାଘାଟ ପରିଷ୍କାର ପରିଚ୍ଛନ୍ନତା, ତୋରଣ ଓ ଆଲୋକ ବ୍ୟବସ୍ଥା ଉପରେ ଅଧିକ ଗୁରୁତ୍ୱ ଦିଆଯାଇଛି। ମା’ଙ୍କ ସପ୍ତମାତୃକା ବେଶ, ମଙ୍ଗଳ ଆଳତି, ନାମ ସଂକୀର୍ତ୍ତନ, ପ୍ରବଚନ, ସପ୍ତଚଣ୍ଡୀ ପାଠ, ଦୀପଯଜ୍ଞ, ପହଡ଼ ଭୋଗ ଓ ଯଜ୍ଞ ମଣ୍ଡପର ସାଜସଜ୍ଜା ନେଇ ସେବାୟତମାନଙ୍କ ପ୍ରସ୍ତୁତି ବୈଠକରେ ଚୂଡ଼ାନ୍ତ କରାଯାଇଛି।
-ରିପୋର୍ଟ: ସନାତନ ରାଉତ, ଭଦ୍ରକ


Enter your email to get our daily news in your inbox.

All Right Reserved By Dharitri.Com

IPL ୨୦୨୬: ଲକ୍ଷ୍ନୌକୁ ଲଗାତାର ୫ମ ଥର ପାଇଁ ହରାଇଲା ଦିଲ୍ଲୀ କ୍ୟାପିଟାଲ୍ସ; ଦଳକୁ ଦମ୍‌ଦାର ବିଜୟ ଦେଲେ ସମୀର ରିଜଭୀ…

ଲକ୍ଷ୍ନୌ, ୧ା୪: ଆଇପିଏଲ ୨୦୨୬ରେ ଦିଲ୍ଲୀ କ୍ୟାପିଟାଲ୍ସ ବିଜୟ ଅଭିଯାନ ଆରମ୍ଭ କରିଛି। ଲକ୍ଷ୍ନୌ ସୁପର ଜାଏଣ୍ଟସ (LSG) ବିପକ୍ଷ ମ୍ୟାଚରେ ଦିଲ୍ଲୀ ୧୪୨ ରନର ଲକ୍ଷ୍ୟକୁ…

ବ୍ୟାକଫୁଟରେ ସୁପରପାୱାର ଆମେରିକା, ଇରାନ ସହ ଯୁଦ୍ଧରୁ ଓହରିବ! ଟ୍ରମ୍ପଙ୍କ ବଡ଼ ବୟାନ…

ୱାଶିଂଟନ, ୧ା୪:ଇରାନ ଏବଂ ଆମେରିକା ମଧ୍ୟରେ ଚାଲିଥିବା ସଂଘର୍ଷ ଏବେ ଏକ ନୂଆ ମୋଡ଼ ନେଇଛି। ସୁପରପାୱାର ଆମେରିକାର ରଣନୀତି ଫେଲ ମାରୁଥିବା ବେଳେ ରାଷ୍ଟ୍ରପତି ଡୋନାଲ୍ଡ…

ବଲାଙ୍ଗୀରରେ ଓଡ଼ିଶା ଦିବସ ପାଳନକୁ ବିରୋଧ: ସଂସ୍କୃତି ଭବନରେ କୋଶଲ ସମର୍ଥକଙ୍କ ହଙ୍ଗାମା, ୮ ଅଟକ

ବଲାଙ୍ଗୀର,୧।୪(ସୁନିଲ କୁମାର ମହାନ୍ତି): ଆଜି ସମଗ୍ର ରାଜ୍ୟରେ ଓଡ଼ିଶା ଦିବସ ବା ଉତ୍କଳ ଦିବସ ପାଳିତ ହେଉଥିବା ବେଳେ ବଲାଙ୍ଗୀରରେ ଏହାକୁ ନେଇ ଅଭାବନୀୟ ପରିସ୍ଥିତି ସୃଷ୍ଟି…

ଲଜ୍ଜା: ୧୩ ବର୍ଷର ନାବାଳିକାଙ୍କୁ ଗର୍ଭବତୀ କଲେ ଦୁଇ ସନ୍ତାନର ବାପା, ଅଭିଯୁକ୍ତଙ୍କୁ ପୋଲିସ ବାନ୍ଧି…

ପାତ୍ରପୁର, ୧।୪ (ଉମା ଚରଣ ନେପାକ): ବ୍ରହ୍ମପୁର ପୋଲିସ ଜିଲା ଅନ୍ତର୍ଗତ ଜରଡ଼ା ଥାନା ଅଞ୍ଚଳରେ ଏକ ଅଭାବନୀୟ ଘଟଣା ଘଟିଛି। ଆଙ୍କୁଲି ପଞ୍ଚାୟତର ଜଣେ ୧୩…

ମହିଳା ଚଲାଉଥିଲେ ନିଶା କାରବାର: ମାଡ଼ି ବସିଲା ପୋଲିସ, ୬ ଲକ୍ଷରୁ ଅଧିକ ଟଙ୍କା ସହ…

ବରଗଡ଼,୧।୪(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲାରେ ବଢ଼ୁଥିବା ନିଶା କାରବାରକୁ ରୋକିବା ପାଇଁ ପୋଲିସ ନିଜର ଅଭିଯାନକୁ ଜୋରଦାର କରିଛି। ଏହି କ୍ରମରେ ଭଟଲି ଥାନା ପୋଲିସ ବୁଧବାର…

ଟାର୍ଗେଟରେ ଭାଜପା ଅଫିସ୍: ପାର୍କିଂରେ ଥିବା ସ୍କୁଟିରେ ହେଲା ବୋମା ବିସ୍ଫୋରଣ, ହାଇ ଆଲର୍ଟରେ…

ଚଣ୍ଡିଗଡ଼,୧।୪: ଭାଜପା କାର୍ଯ୍ୟାଳୟ ବାହାରେ ବିସ୍ଫୋରଣ। ଚଣ୍ଡିଗଡ଼ର ସେକ୍ଟର-୩୭ ସ୍ଥିତ ପଞ୍ଜାବ ଭାଜପା କାର୍ଯ୍ୟାଳୟ ବାହାରେ ଥିବା ପାର୍କିଂ ଅଞ୍ଚଳରେ ଏକ ବୋମା ବିସ୍ଫୋରଣ ଘଟିଛି। ଏହି…

ବନ୍ଦ ହୋଇଯିବ କି ଯୁଦ୍ଧ? ବଡ଼ ଦାବି କଲେ ଟ୍ରମ୍ପ, ଯୁଦ୍ଧବିରତି ଲାଗି….

ନୂଆଦିଲ୍ଲୀ,୧।୪:  ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ୍ ଚାଲିଥିବା ସଂଘର୍ଷ ମଧ୍ୟରେ ଏକ ବଡ଼ ଦାବି କରିଛନ୍ତି । ସେ କହିଛନ୍ତି ଯେ ଇରାନର ନୂତନ ରାଷ୍ଟ୍ରପତି ତାଙ୍କ…

ସରକାର ଆସିବାର ୨ ବର୍ଷ ପରେ ପଦବୀ ପୁରଣ, ଧର୍ମଗଡ଼ ବିଧାୟକ ହେଲେ କଳାହାଣ୍ଡି ଯୋଜନା କମିଟିର ନୂତନ ଅଧ୍ୟକ୍ଷ

ଭବାନୀପାଟଣା,୧।୪(ଉତ୍ତମ କୁମାର ଦାଶ): ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ କଳାହାଣ୍ଡି ଜିଲା ଯୋଜନା କମିଟିର ନୂତନ ଅଧ୍ୟକ୍ଷ ଭାବେ ବୁଧବାର ଧର୍ମଗଡ଼ ବିଧାୟକ ସୁଧୀର ରଞ୍ଜନ ପଟ୍ଟଯୋଶୀଙ୍କୁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri