ଏମ୍‌. ଆଇ. ହେଲିକପ୍ଟର

ନିକଟରେ ଭାରତର ପୂର୍ବତନ ସେନାଧ୍ୟକ୍ଷ ବିପିନ ରାୱତଙ୍କ ସମେତ ସେନାର କିଛି କର୍ମଚାରୀଙ୍କୁ ନେଇ ଯାଉଥିବା ସେନାର ଏକ ହେଲିକପ୍ଟର ତାମିଲନାଡୁ ନୀଳଗିରିର ଦୁର୍ଗମ ଜଙ୍ଗଲ ମଧ୍ୟରେ ଦୁର୍ଘଟଣାଗ୍ରସ୍ତ ହେବା ଦ୍ୱାରା ସମସ୍ତ ଯାତ୍ରୀଙ୍କ ମୃତ୍ୟୁ ଘଟିଛି। ଦୁର୍ଘଟଣାଗ୍ରସ୍ତ ହେଲିକପ୍ଟରଟି ଭାରତୀୟ ବାୟୁସେନାର ଏକ Mi-୧୭V-୫ ପରିବହନ ବାୟୁଯାନ ବୋଲି ଜଣାପଡ଼ିଛି। ଏହି ହେଲିକପ୍ଟର ସମ୍ପର୍କରେ କିଛି ସୂଚନା ନିମ୍ନରେ ଦିଆଗଲା।
ବହୁ-ଉପଯୋଗୀ ଦୁର୍ଦ୍ଧର୍ଷ ହେଲିକପ୍ଟର: ଏହା ମୁଖ୍ୟତଃ ଏକ ପରିବହନ ହେଲିକପ୍ଟର ହେଲେ ସୁଦ୍ଧା ଶତ୍ରୁ ସେନା ଉପରେ ଆକ୍ରମଣ କରିବା ଏବଂ ପ୍ରତିକୂଳ ପରିସ୍ଥିତିରେ ଆକ୍ରମଣ ତଥା ଗୋଇନ୍ଦାଗିରି ନିମନ୍ତେ ସେନା ଓ ସାମଗ୍ରୀ ତୁରନ୍ତ ପରିବହନ କରି ନିର୍ଦ୍ଧାରିତ ସ୍ଥାନରେ ପହଞ୍ଚାଇବା ପାଇଁ ଏଥିରେ ଯଥେଷ୍ଟ ସୁବିଧା ରହିଛି I ଏହା ବିଶ୍ୱର ଏକ ଅତ୍ୟାଧୁନିକ ତଥା ବହୁ-ଉପଯୋଗୀ ଦୁର୍ଦ୍ଧର୍ଷ ହେଲିକପ୍ଟର। ଏଥିରେ ବିମାନଚାଳନା ନିମନ୍ତେ ଅତ୍ୟାଧୁନିକ ଯନ୍ତ୍ରମାନ ଖଞ୍ଜାଯାଇଛି; ଯାହା ସାହାଯ୍ୟରେ ଏହା ଦିନରାତି ସବୁ ସମୟରେ ପୃଥିବୀର ଯେକୌଣସି ଭୌଗୋଳିକ ତଥା ଜଳବାୟୁ ପରିସ୍ଥିତିରେ ଏବଂ ଏପରି କି ଖରାପ ପାଗରେ ମଧ୍ୟ କାର୍ଯ୍ୟ ସମ୍ପାଦନ କରିପାରିବ। ଏହି ହେଲିକପ୍ଟରକୁ ମଧ୍ୟ ବନ୍ୟା, ବାତ୍ୟା ଭଳି ଆପଦକାଳୀନ ପରିସ୍ଥିତିରେ ଯୋଗାଣ ଓ ଉଦ୍ଧାର କାର୍ଯ୍ୟରେ ବିନିଯୋଗ କରାଯାଇପାରିବ। ଏହା ଯେକୌଣସି ସ୍ଥାନରେ ବିନା ହେଲିପ୍ୟାଡରେ ଏବଂ ଏପରି କି ରାତ୍ରି ସମୟରେ ମଧ୍ୟ ଅବତରଣ କରିବା ପାଇଁ ସକ୍ଷମ। ଏହା ଉଭୟ ଯାତ୍ରୀକକ୍ଷ ଓ ତଳପଟେ ଝୁଲୁଥିବା ଝୁଲାରେ ମାଲ ପରିବହନ କରିପାରେ।
ଉତ୍ପାଦନ ଏବଂ ଇତିହାସ: Mi-୧୭ V-୫ ହେଲିକପ୍ଟର ବିଶ୍ୱରେ ନିଜର ବହୁ-ଉପାଦେୟତା, ବିଶ୍ୱସନୀୟତା ଏବଂ କାର୍ଯ୍ୟଦକ୍ଷତା ପାଇଁ ବେଶ୍‌ ଜଣାଶୁଣା। Mi-୮/୧୭ ଶ୍ରେଣୀ ବାୟୁଯାନର ସାମରିକ ପରିବହନ ଉପଯୋଗ ନିମନ୍ତେ ବ୍ୟବହୃତ ଏକ ପରିବର୍ତ୍ତିତ ରୂପ। ଏହା ରୁଷର କାଜାନ୍‌ ହେଲିକପ୍ଟର କମ୍ପାନୀ ଦ୍ୱାରା ନିର୍ମିତ। ଆମ ଦେଶର ପ୍ରତିରକ୍ଷା ବିଭାଗ ଗତ ୨୦୦୮ ମସିହାରେ ଭାରତୀୟ ବାୟୁସେନା ନିମନ୍ତେ ୮୦ଟି ହେଲିକପ୍ଟର ଯୋଗାଣ ପାଇଁ ରୁଷୀୟ କମ୍ପାନୀ ନିକଟରେ ଚୁକ୍ତି କରିଥିଲା। ଭାରତକୁ ଏହି ହେଲିକପ୍ଟରର ଯୋଗାଣ ୨୦୧୧ ମସିହାରେ ଆରମ୍ଭ ହୋଇ ୨୦୧୮ ମସିହାରେ ସମାପ୍ତ ହୋଇଥିଲା I
ଇଞ୍ଜିନ : ଏଥିରେ ଦୁଇଟି ଶକ୍ତିଶାଳୀ ଟର୍ବୋ ସାଫ୍ଟ ଇଞ୍ଜିନ ଖଞ୍ଜାଯାଇଛି; ଫଳରେ କୌଣସି କାରଣରୁ ଗୋଟିଏ ଇଞ୍ଜିନ ଅଚଳ ହୋଇଗଲେ ଅନ୍ୟ ଇଞ୍ଜିନକୁ କାର୍ଯ୍ୟକ୍ଷମ କରି ଗନ୍ତବ୍ୟସ୍ଥଳରେ ନିରାପଦରେ ପହଞ୍ଚତ୍ ହେବ। ଏହି ଇଞ୍ଜିନଗୁଡ଼ିକ ହେଲା- TV୩-୧୧୭VM ଏବଂ VK-୨୫୦୦। ସେଥିମଧ୍ୟରୁ TV୩-୧୧୭VM ଇଞ୍ଜିନଟି ସର୍ବାଧିକ ୨୧୦୦ hp କ୍ଷମତା ପ୍ରଦାନ କରିପାରୁଥିଲାବେଳେ VK-୨୫୦୦ ଇଞ୍ଜିନ ୨୭୦୦hp କ୍ଷମତା ପ୍ରଦାନ କରିବାକୁ ସକ୍ଷମ। ଏହି ବିମାନର ସର୍ବାଧିକ ବେଗ ୨୫୦ କି.ମି./ଘଣ୍ଟା ଏବଂ ଏହା ଥରକେ ୫୮୦ କି.ମି. ଦୂରତା ପର୍ଯ୍ୟନ୍ତ ଉଡାଣ ଭରି ପାରିବ। ଏଥିରେ ଦୁଇଟି ଅତିରିକ୍ତ ଇନ୍ଧନ ଟାଙ୍କି ଖଞ୍ଜାଗଲେ ଏହାର ଅତିକ୍ରାନ୍ତ ପରିସରକୁ ୧୦୬୫ କି.ମି. ପର୍ଯ୍ୟନ୍ତ ସମ୍ପ୍ରସାରିତ କରାଯାଇ ପାରିବ। ଏହା ଆକାଶରେ ସର୍ବାଧିକ ୬୦୦୦ ମିଟର ଉଚ୍ଚତାରେ ଉଡ଼ିପାରିବ I
ଯାତ୍ରୀ ପ୍ରକୋଷ୍ଠ: ଏହି ହେଲିକପ୍ଟରର କ୍ୟାବିନ୍‌ ଅପେକ୍ଷାକୃତ ପ୍ରଶସ୍ତ ଏବଂ ଏହା ମଧ୍ୟକୁ ପହଞ୍ଚିବା ନିମନ୍ତେ ଯାତ୍ରୀମାନଙ୍କ ପାଇଁ ମୁଖ୍ୟ ପାର୍ଶ୍ୱ-ପ୍ରବେଶଦ୍ୱାର ବ୍ୟତୀତ ତୁରନ୍ତ ସେନା ଏବଂ ସାମଗ୍ରୀ ପ୍ରବେଶ ଓ ପ୍ରସ୍ଥାନ ନିମନ୍ତେ ପଛପଟରେ ମଧ୍ୟ ଏକ ରାମ୍ପ୍‌ (Ramp)ର ବ୍ୟବସ୍ଥା ଅଛି। ଏହା ଏକ ୩ ଜଣିଆ ଚାଳକଦଳଙ୍କ ସମେତ ସମୁଦାୟ ୩୬ଜଣ ସଶସ୍ତ୍ର ସୈନିକଙ୍କୁ ଆକାଶମାର୍ଗରେ ବହନ କରିନେଇପାରେ। ଏହି ହେଲିକପ୍ଟର ସର୍ବାଧିକ ୧୩,୦୦୦ କି.ଗ୍ରା. ଓଜନର ସାମଗ୍ରୀ ଉଠାଇ ଉଡାଣଭରିବା ସହିତ ନିଜ ତଳଭାଗରୁ ଲମ୍ବିଥିବା ଝୁଲା (Sling)ରେ ମଧ୍ୟ ୪୫୦୦ କି.ଗ୍ରା. ଓଜନର ଅତିରିକ୍ତ ଭାର ବହନ କରିପାରେ। ଏହି ହେଲିକପ୍ଟର କ୍ରାନ୍ତିମଣ୍ଡଳୀୟ, ସାମୁଦ୍ରିକ କିମ୍ବା ମରୁଭୂମି ଭଳି ବିଭିନ୍ନ ପ୍ରକାରର ପ୍ରତିକୂଳ ପରିସ୍ଥିତି ମଧ୍ୟରେ ସୂଚାରୁ ରୂପେ କାର୍ଯ୍ୟ ସମ୍ପାଦନ କରିବାକୁ ସକ୍ଷମ I
ଚାଳକ କକ୍ଷ (Cockpit): ଏହି ହେଲିକପ୍ଟରର ଚାଳକ କକ୍ଷରେ ଉଡାଣ ଓ ବିମାନଚାଳନା ସମ୍ପର୍କିତ ଅତ୍ୟାଧୁନିକ ଯନ୍ତ୍ରାବଳୀ ଯଥା ଚାରୋଟି ବହୁ-ଉପାଦେୟୀ ପ୍ରଦର୍ଶନ ପରଦା (Multi Function Display-MFD), ରାତିରେ ଦୃଶ୍ୟ ନିମନ୍ତେ ଉପକରଣ, ପାଣିପାଗ ସମ୍ପର୍କିତ ସୂଚନା ପ୍ରଦାନ ନିମନ୍ତେ ବିମାନସ୍ଥ ରାଡାର ଏବଂ ଅଟୋ-ପାଇଲଟ ଆଦି ଗୁରୁତ୍ୱପୂର୍ଣ୍ଣ ବ୍ୟବସ୍ଥା ସ୍ଥାନିତ ହୋଇଛି I
ଅସ୍ତ୍ରଶସ୍ତ୍ର: ଏହା କେବଳ ଏକ ପରିବହନ ହେଲିକପ୍ଟର ନୁହେଁ; ଏଥିରେ ମଧ୍ୟ ଅନେକ ପ୍ରକାରର ମାରଣାସ୍ତ୍ର ଖଞ୍ଜା ଯାଇପାରିବ। ଏହି ବିମାନରେ ସ୍ଥାନିତ ଅସ୍ତ୍ରଶସ୍ତ୍ର ବ୍ୟବହାର କରି ଶତ୍ରୁ ସେନା, ଟ୍ୟାଙ୍କ, ଭୂମିଗତ ଲକ୍ଷ୍ୟସ୍ଥଳୀ, ଶତ୍ରୁର ଦୁର୍ଗ, ସ୍ଥିର କିମ୍ବା ଗତିଶୀଳ ବସ୍ତୁକୁ ଆଘାତ କରିହେବ। ଏହି ହେଲିକପ୍ଟରରେ ଥିବା ମାରକ ଅସ୍ତ୍ରମାନ ହେଲା Shturm-V କ୍ଷେପଣାସ୍ତ୍ର, S-୮ ରକେଟ, ୨୩mm ମେଶିନ୍‌ ଗନ୍‌, PKT ମେଶିନ୍‌ଗନ୍‌ ଏବଂ AKM ସବ୍‌-ମେଶିନ୍‌ଗନ୍‌। ରୁଷ୍‌ ଦ୍ୱାରା ବିକଶିତ Shturm-V ବ୍ୟବସ୍ଥା ବେତାର ତରଙ୍ଗ ଦ୍ୱାରା ମାର୍ଗନିର୍ଦ୍ଦେଶିତ ଏକ କ୍ଷେପଣାସ୍ତ୍ର, ଯାହାକୁ ଆକାଶମାର୍ଗରୁ ପ୍ରହାର କରି ଶତ୍ରୁପକ୍ଷର କୌଣସି ଟ୍ୟାଙ୍କକୁ ଧ୍ୱଂସ କରାଯାଇପାରିବ। ସେହିପରି, S-୮ ଏକ ସ୍ବଳ୍ପ ଦୂରଗାମୀ ରକେଟ୍‌, ଯାହା ୩.୬ କି.ଗ୍ରା. ଓଜନର ବିସ୍ଫୋରକ ସାମଗ୍ରୀ ବହନ କରି ନିର୍ଭୁଲ ରୂପେ ଶତ୍ରୁ ଶିବିରରେ ପ୍ରବେଶ କରିପାରିବ I ଏହାର ସ୍ବଳ୍ପ ଓଜନ ହେତୁ ଏହାକୁ ସହଜରେ ହେଲିକପ୍ଟରରେ ଖଞ୍ଜି ଏକାଥରକେ ଅନେକ ରକେଟକୁ ଲକ୍ଷ୍ୟସ୍ଥଳୀ ଉଦ୍ଦେଶ୍ୟରେ ନିକ୍ଷେପ କରିହେବ। ଆହୁରି ମଧ୍ୟ, ୭.୬୨ mm ନଳୀ ବ୍ୟାସ ଓ ୭୭୨ mm ନଳୀ ଲମ୍ବ ବିଶିଷ୍ଟ PKT ମେଶିନ୍‌ ଗନ୍‌ ଏକ ସ୍ବୟଂଚାଳିତ ବନ୍ଧୁକ ଯେଉଁଥିରୁ ଏକ ମିନିଟରେ ପ୍ରାୟ ୫୦୦ ରାଉଣ୍ଡ ଗୁଳି ଅନବରତ ବର୍ଷଣ କରି ୪ କି.ମି. ଦୂରତାରେ ଥିବା ଲକ୍ଷ୍ୟସ୍ଥଳୀକୁ ଆଘାତ କରିହେବ। ଏହି ହେଲିକପ୍ଟରରୁ ଏକକାଳୀନ ୮ଟି ଲକ୍ଷ୍ୟସ୍ଥଳୀ ଉପରେ ଆକ୍ରମଣ କରିହେବ।
ସୁରକ୍ଷା ବ୍ୟବସ୍ଥା: ଶତ୍ରୁର ଗୁଳିଗୋଳା ଓ କ୍ଷେପଣାସ୍ତ୍ର ମାଡ଼ରୁ ରକ୍ଷା କରିବା ପାଇଁ ଏହି ହେଲିକପ୍ଟରର ଗୁରୁତ୍ୱପୂର୍ଣ୍ଣ ସ୍ଥାନ ଯଥା ଚାଳକ କକ୍ଷ, ଇନ୍ଧନ ଟାଙ୍କି ଓ ଅସ୍ତ୍ରଶସ୍ତ୍ର ଭଣ୍ଡାର ଇତ୍ୟାଦି ଚାରିପଟେ ମୋଟା ଧାତବ ଚାଦର ସୁରକ୍ଷା ବଳୟର ଆବରଣ ଅଛି I ଏଥିରେ ଥିବା ଯୁଗ୍ମ ଇଞ୍ଜିନ୍‌ (Twin engine) ବ୍ୟବସ୍ଥା ଜରିଆରେ ଗୋଟିଏ ଇଞ୍ଜିନ୍‌ ଅଚଳ ହୋଇଗଲେ ସୁଦ୍ଧା ଅନ୍ୟ ଇଞ୍ଜିନକୁ କାର୍ଯ୍ୟକ୍ଷମ କରି ବାୟୁଯାନକୁ ନିରାପଦସ୍ଥଳୀରେ ପହଞ୍ଚାଇ ହେବ। ଏଥିରେ ସ୍ଥାନିତ ଅଟୋ-ପାଇଲଟ (Autopilot) ବ୍ୟବସ୍ଥା ବିନା ତ୍ରୁଟିରେ ଚାଳକକୁ ବିମାନଚାଳନା ସମ୍ପର୍କିତ ଅନେକ ଜଟିଳ କାର୍ଯ୍ୟ ସ୍ବୟଂଚାଳିତ ଉପାୟରେ ସମ୍ପାଦନ କରିବା ଦିଗରେ ମାର୍ଗନିର୍ଦ୍ଦେଶିତ କରିଥାଏ। ଏଥିରେ ମଧ୍ୟ ଏକ ଅତିରିକ୍ତ ସ୍ଲାଇଡିଙ୍ଗ ପ୍ରବେଶଦ୍ୱାର, ପାରାସୁଟ୍‌ ଅବତରଣ ବ୍ୟବସ୍ଥା, ସର୍ଚ୍ଚଲାଇଟ୍‌ ଏବଂ ଜଳରେ ଭାସିବା ଭଳି ସହାୟକ ଉପକରଣମାନ ସ୍ଥାନିତ ଅଛି। ଏଥିରେ ଥିବା ଜାମର୍‌ ବ୍ୟବସ୍ଥା ଇଞ୍ଜିନରୁ ନିର୍ଗତ ଇନଫ୍ରା-ରେଡ୍‌ ବିକିରଣକୁ ପ୍ରତିହତ କରେ; ଯାହାଦ୍ୱାରା ଶତ୍ରୁର କୌଣସି କ୍ଷେପଣାସ୍ତ୍ର ଏହି ଇନଫ୍ରା-ରେଡ୍‌ ସଙ୍କେତକୁ ଅନୁସରଣ କରି ବିମାନକୁ ଆଘାତ କରିବାକୁ ସମର୍ଥ ହୋଇ ନ ଥାଏ।

ନିକୁଞ୍ଜ ବିହାରୀ ସାହୁ
-ଏଜୁକେଶନ୍‌ ଅଫିସର
ଆଞ୍ଚଳିକ ବିଜ୍ଞାନ କେନ୍ଦ୍ର, ଭୋପାଳ
ମୋ: ୮୦୧୮୭୦୮୮୫୮


Enter your email to get our daily news in your inbox.

All Right Reserved By Dharitri.Com

କଣ୍ଠଶିଳ୍ପୀ ଗୀତା ପଟ୍ଟନାୟକଙ୍କ ପରଲୋକ, କଟକର ଏକ ଘରୋଇ ହସ୍ପିଟାଲ୍‌ରେ ଦେହାନ୍ତ

କଟକ,୧୫ା୨:  ଓଡ଼ିଶାର ସୁନାମଧନ୍ୟ କଣ୍ଠଶିଳ୍ପୀ ଗୀତା ପଟ୍ଟନାୟକଙ୍କ ପରଲୋକ । କଟକର ଏକ ଘରୋଇ ହସ୍ପିଟାଲ୍‌ରେ ଚିକିତ୍ସାଧୀନ ଅବସ୍ଥାରେ ଦେହାନ୍ତ ହୋଇଥିବା ସୂଚନା ରହିଛି । ଗତ…

ନକଲି ମାଓବାଦୀ ପୋଷ୍ଟର ମାମଲାରେ ଦୁଇ ଗିରଫ, ସ୍କାନରରେ ଅଛନ୍ତି….

ରାୟଗଡ଼ା,୧୫/୨(ଆଶିଷ ରଞ୍ଜନ ପଣ୍ଡା): ରାୟଗଡାରୁ ଦୁଇ ନକଲି ମାଓବାଦୀଙ୍କୁ ଗିରଫ କରିଛି ରାୟଗଡ଼ା ପୋଲିସ । ଏହି ଦୁଇଜଣଙ୍କ ମଧ୍ୟରୁ ଜଣେ ସାମ୍ବାଦିକ ଓ ଅନ୍ୟଜଣେ ବଳୀ…

ଜୟଦୂର୍ଗା ଫାଉଣ୍ଡେସନ ଟ୍ରଷ୍ଟ ଅଧ୍ୟକ୍ଷା ଗିରଫ ମାମଲା; ଖୋଲୁଛି ଗୁମର, ଚାକିରି ଦେବା ନାଁରେ ଠକେଇ…

ହାଟଡିହୀ,୧୫।୨(ଶୁଭକାନ୍ତ ନାୟକ): ଜୟଦୂର୍ଗା ଫାଉଣ୍ଡେସନ ଟ୍ରଷ୍ଟ ଅଧ୍ୟକ୍ଷା ସୁରେଶ୍ୱରୀ ସାଗରୀକା ଜେନା ଏକ ଠକେଇ ମାମଲାରେ ଗତ ଶନିବାର ଗିରଫ ହେବା ପରେ ତାଙ୍କର ଠକେଇ ଗୁମର…

ଥୁଆମୂଳ ରାମପୁର ପୋଲିସର କାର୍ଯ୍ୟାନୁଷ୍ଠାନ, ୩ଟି ବାଲି ବୋଝେଇ ହାଇୱା ଜବତ

ଥୁଆମୂଳ ରାମପୁର, ୧୫ା୨ (ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ଥାନା ପୋଲିସ ପକ୍ଷରୁ ବେଆଇନ ବାଲି ଚୋରା ଚାଲାଣ ବିରୋଧରେ ଏକ ବଡ଼ ଧରଣର…

ଜାଗରରେ ବିଭତ୍ସ ହତ୍ୟା, ବଡ଼ ଭାଇକୁ କଟୁରୀରେ ହାଣିଲେ ସାନ ଭାଇ

ପାଲଲହଡା,୧୫ା୨(ଦିବ୍ୟଜ୍ୟୋତି ଦାଶ): ବଡ଼ ଭାଇକୁ ହତ୍ୟା କଲେ ସାନ ଭାଇ । କଟୁରୀରେ ବେକ କାଟି ହତ୍ୟା କଲେ ସାନ ଭାଇ। ମୃତକ ଜଣକ ହେଲେ ଲିପୁ…

IND VS PAK: ଭାରତ-ପାକ୍‌ ମ୍ୟାଚ୍‌ ପୂର୍ବରୁ ପ୍ରେମଦାସା ଷ୍ଟାଡିୟମରେ ସାପ ଆତଙ୍କ; ପାକିସ୍ତାନ ଡଗ୍‌ଆଉଟ୍‌ରେ…

କଲମ୍ବୋ,୧୫।୨: କଲମ୍ବୋର ଆର. ପ୍ରେମଦାସା ଷ୍ଟାଡିୟମରେ ଭାରତ ଏବଂ ପାକିସ୍ତାନ ମଧ୍ୟରେ ହେବାକୁ ଥିବା ମହାନ ମୁକାବିଲା ପୂର୍ବରୁ ଏକ ଅଭାବନୀୟ ଚିତ୍ର ସାମ୍ନାକୁ ଆସିଛି। କ୍ରିକେଟର…

ପ୍ରତିଦିନ ଖାଆନ୍ତୁ ଦୁଇ ପାଖୁଡା ରସୁଣ, ରକ୍ତଚାପ ନିୟନ୍ତ୍ରଣ ସହିତ ଭଲ ରହିବ…

ରସୁଣରେ ଆଲିସିନ୍, ମାଙ୍ଗାନିଜ୍, ଭିଟାମିନ୍ ବି୬, ଭିଟାମିନ୍ ସି, ସେଲେନିୟମ୍, ଫାଇବର, କ୍ୟାଲସିୟମ୍, ପୋଟାସିୟମ୍, ଆଇରନ୍ ଏବଂ କପର ସମେତ ଅନେକ ପୁଷ୍ଟିକର ତତ୍ତ୍ୱ ଯଥେଷ୍ଟ ପରିମାଣରେ…

PM Kisan:  ଆସିଲା ବଡ଼ ଅପଡେଟ୍‌: ଏହି ଦିନ ଚାଷୀଙ୍କ ଖାତାକୁ ଆସିବ ୨୦୦୦ ଟଙ୍କା… 

ନୂଆଦିଲ୍ଲୀ,୧୫।୨: ଦେଶର କ୍ଷୁଦ୍ର ଓ ନାମମାତ୍ର ଚାଷୀଙ୍କୁ ଆର୍ଥିକ ସହାୟତା ଯୋଗାଇବା ପାଇଁ ପ୍ରଧାନମନ୍ତ୍ରୀ ମୋଦୀଙ୍କ ଦ୍ୱାରା ଆରମ୍ଭ କରାଯାଇଥିବା ପିଏମ-କିଷାନ ଯୋଜନାର ପରବର୍ତ୍ତୀ କିସ୍ତି ଖୁବ୍‌ଶୀଘ୍ର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri