ଶ୍ରେଷ୍ଠ ୧୦ ଚକ୍ଷୁ ଗବେଷଣା ଅନୁଷ୍ଠାନ ମଧ୍ୟରେ ଏଲ୍‌ଭିପିଇଆଇ

ନୂଆଦିଲ୍ଲୀ,୩।୪: ଏଲ ଭି ପ୍ରସାଦ ଆଇ ଇନ୍‌ଷ୍ଟିଚ୍ୟୁଟ୍‌ (ଏଲଭିପିଇଆଇ)କୁ ନିକଟରେ ଆଉ ଏକ ଅନ୍ତଃରାଷ୍ଟ୍ରୀୟସ୍ତରର ସ୍ବୀକୃତି ଓ ସମ୍ମାନ ପ୍ରଦାନ କରାଯାଇଛି। ଏପରିକି ଏସସିଆଇଏମଏଜିଓ ର଼୍ୟାଙ୍କିଙ୍ଗ୍‌ ଏଜେନ୍ସି ପକ୍ଷରୁ ବିଶ୍ୱର ଶ୍ରେଷ୍ଠ ୧୦ଟି ଚକ୍ଷୁ ସ୍ବାସ୍ଥ୍ୟ ଗବେଷଣା ଅନୁଷ୍ଠାନର ଫଳାଫଳ ପ୍ରକାଶ କରାଯାଇଛି। ବିଶେଷ କରି ଏସସିଆଇଏମଏଜିଓ ଇନଷ୍ଟିଚ୍ୟୁଟ ର଼୍ୟାଙ୍କିଙ୍ଗ୍‌-୨୦୨୩ରେ ଏଲଭିପିଇଆଇ ଚକ୍ଷୁ ବିଜ୍ଞାନ (ସ୍ବାସ୍ଥ୍ୟ) ବର୍ଗରେ ବିଶ୍ୱର ୮ମ ସ୍ଥାନ ହାସଲ କରିଥିବା ବେଳେ ଏସିଆରେ ୨ୟ ସ୍ଥାନରେ ରହିଛି, ଭାରତର ଏକମାତ୍ର ଚକ୍ଷୁ ସ୍ବାସ୍ଥ୍ୟ ଅନୁଷ୍ଠାନ ଭାବେ ବିଶ୍ୱର ଶ୍ରେଷ୍ଠ ୧୦ଟି ଚକ୍ଷୁ ଗବେଷଣା ଅନୁଷ୍ଠାନ ମଧ୍ୟରେ ତାଲିକାଭୁକ୍ତ ହୋଇଛି।

ଏ ସମ୍ପର୍କରେ ଏଲ୍‌ ଭି ପ୍ରସାଦ ଆଇ ଇନ୍‌ଷ୍ଟିଚ୍ୟୁଟର ପ୍ରତିଷ୍ଠାତା ଅଧ୍ୟକ୍ଷ ଡ.ଗୁଲାପଲ୍ଲୀ ଏନ୍‌ ରାଓ କହିଛନ୍ତି, ବିଶ୍ୱର ଶ୍ରେଷ୍ଠ ୧୦ଟି ଚକ୍ଷୁ ଗବେଷଣା ଅନୁଷ୍ଠାନ ମଧ୍ୟରେ ସ୍ଥାନ ପାଇବା ଆମ ପାଇଁ ଅତ୍ୟନ୍ତ ଉତ୍ସାହଜନକ ବିଷୟ। ବିଶେଷ କରି ଏଲଭିପିଇଆଇ ଆରମ୍ଭ ହେବା ଦିନଠାରୁ ଗବେଷଣା ଓ ଉଦ୍ଭାବନରେ ଜଡିତ ହୋଇ ରହିଛି। ଏପରିକି ଏସସିଆଇଏମଏଜିଓ ଇନଷ୍ଟିଚ୍ୟୁଟସ ର଼୍ୟାଙ୍କିଙ୍ଗ ସମଗ୍ର ବିଶ୍ୱର ବିଶ୍ୱବିଦ୍ୟାଳୟ ଏବଂ ଗବେଷଣା ଅନୁଷ୍ଠାନର ସବୁଠାରୁ ବିସ୍ତୃତ ମାନ୍ୟତା ମଧ୍ୟରୁ ଅନ୍ୟତମ ଅଟେ। ସେହିଭଳି ପ୍ରଥମ ଭାରତୀୟ ଚକ୍ଷୁ ଚିକିତ୍ସା ଅନୁଷ୍ଠାନ ଭାବେ ଉକ୍ତ ତାଲିକାରେ ସ୍ଥାନ ପାଇବା ଭାରତୀୟ ଚକ୍ଷୁ ଓ ଚିକିତ୍ସା ଗବେଷଣା ପାଇଁ ଗର୍ବର ବିଷୟ ଏବଂ ଏକ ବଡ଼ ମାଇଲଖୁଣ୍ଟ ବୋଲି ରାଓ ମତବ୍ୟକ୍ତ କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

IPL ୨୦୨୬: ଲକ୍ଷ୍ନୌକୁ ଲଗାତାର ୫ମ ଥର ପାଇଁ ହରାଇଲା ଦିଲ୍ଲୀ କ୍ୟାପିଟାଲ୍ସ; ଦଳକୁ ଦମ୍‌ଦାର ବିଜୟ ଦେଲେ ସମୀର ରିଜଭୀ…

ଲକ୍ଷ୍ନୌ, ୧ା୪: ଆଇପିଏଲ ୨୦୨୬ରେ ଦିଲ୍ଲୀ କ୍ୟାପିଟାଲ୍ସ ବିଜୟ ଅଭିଯାନ ଆରମ୍ଭ କରିଛି। ଲକ୍ଷ୍ନୌ ସୁପର ଜାଏଣ୍ଟସ (LSG) ବିପକ୍ଷ ମ୍ୟାଚରେ ଦିଲ୍ଲୀ ୧୪୨ ରନର ଲକ୍ଷ୍ୟକୁ…

ବ୍ୟାକଫୁଟରେ ସୁପରପାୱାର ଆମେରିକା, ଇରାନ ସହ ଯୁଦ୍ଧରୁ ଓହରିବ! ଟ୍ରମ୍ପଙ୍କ ବଡ଼ ବୟାନ…

ୱାଶିଂଟନ, ୧ା୪:ଇରାନ ଏବଂ ଆମେରିକା ମଧ୍ୟରେ ଚାଲିଥିବା ସଂଘର୍ଷ ଏବେ ଏକ ନୂଆ ମୋଡ଼ ନେଇଛି। ସୁପରପାୱାର ଆମେରିକାର ରଣନୀତି ଫେଲ ମାରୁଥିବା ବେଳେ ରାଷ୍ଟ୍ରପତି ଡୋନାଲ୍ଡ…

ବଲାଙ୍ଗୀରରେ ଓଡ଼ିଶା ଦିବସ ପାଳନକୁ ବିରୋଧ: ସଂସ୍କୃତି ଭବନରେ କୋଶଲ ସମର୍ଥକଙ୍କ ହଙ୍ଗାମା, ୮ ଅଟକ

ବଲାଙ୍ଗୀର,୧।୪(ସୁନିଲ କୁମାର ମହାନ୍ତି): ଆଜି ସମଗ୍ର ରାଜ୍ୟରେ ଓଡ଼ିଶା ଦିବସ ବା ଉତ୍କଳ ଦିବସ ପାଳିତ ହେଉଥିବା ବେଳେ ବଲାଙ୍ଗୀରରେ ଏହାକୁ ନେଇ ଅଭାବନୀୟ ପରିସ୍ଥିତି ସୃଷ୍ଟି…

ଲଜ୍ଜା: ୧୩ ବର୍ଷର ନାବାଳିକାଙ୍କୁ ଗର୍ଭବତୀ କଲେ ଦୁଇ ସନ୍ତାନର ବାପା, ଅଭିଯୁକ୍ତଙ୍କୁ ପୋଲିସ ବାନ୍ଧି…

ପାତ୍ରପୁର, ୧।୪ (ଉମା ଚରଣ ନେପାକ): ବ୍ରହ୍ମପୁର ପୋଲିସ ଜିଲା ଅନ୍ତର୍ଗତ ଜରଡ଼ା ଥାନା ଅଞ୍ଚଳରେ ଏକ ଅଭାବନୀୟ ଘଟଣା ଘଟିଛି। ଆଙ୍କୁଲି ପଞ୍ଚାୟତର ଜଣେ ୧୩…

ମହିଳା ଚଲାଉଥିଲେ ନିଶା କାରବାର: ମାଡ଼ି ବସିଲା ପୋଲିସ, ୬ ଲକ୍ଷରୁ ଅଧିକ ଟଙ୍କା ସହ…

ବରଗଡ଼,୧।୪(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲାରେ ବଢ଼ୁଥିବା ନିଶା କାରବାରକୁ ରୋକିବା ପାଇଁ ପୋଲିସ ନିଜର ଅଭିଯାନକୁ ଜୋରଦାର କରିଛି। ଏହି କ୍ରମରେ ଭଟଲି ଥାନା ପୋଲିସ ବୁଧବାର…

ଟାର୍ଗେଟରେ ଭାଜପା ଅଫିସ୍: ପାର୍କିଂରେ ଥିବା ସ୍କୁଟିରେ ହେଲା ବୋମା ବିସ୍ଫୋରଣ, ହାଇ ଆଲର୍ଟରେ…

ଚଣ୍ଡିଗଡ଼,୧।୪: ଭାଜପା କାର୍ଯ୍ୟାଳୟ ବାହାରେ ବିସ୍ଫୋରଣ। ଚଣ୍ଡିଗଡ଼ର ସେକ୍ଟର-୩୭ ସ୍ଥିତ ପଞ୍ଜାବ ଭାଜପା କାର୍ଯ୍ୟାଳୟ ବାହାରେ ଥିବା ପାର୍କିଂ ଅଞ୍ଚଳରେ ଏକ ବୋମା ବିସ୍ଫୋରଣ ଘଟିଛି। ଏହି…

ବନ୍ଦ ହୋଇଯିବ କି ଯୁଦ୍ଧ? ବଡ଼ ଦାବି କଲେ ଟ୍ରମ୍ପ, ଯୁଦ୍ଧବିରତି ଲାଗି….

ନୂଆଦିଲ୍ଲୀ,୧।୪:  ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ୍ ଚାଲିଥିବା ସଂଘର୍ଷ ମଧ୍ୟରେ ଏକ ବଡ଼ ଦାବି କରିଛନ୍ତି । ସେ କହିଛନ୍ତି ଯେ ଇରାନର ନୂତନ ରାଷ୍ଟ୍ରପତି ତାଙ୍କ…

ସରକାର ଆସିବାର ୨ ବର୍ଷ ପରେ ପଦବୀ ପୁରଣ, ଧର୍ମଗଡ଼ ବିଧାୟକ ହେଲେ କଳାହାଣ୍ଡି ଯୋଜନା କମିଟିର ନୂତନ ଅଧ୍ୟକ୍ଷ

ଭବାନୀପାଟଣା,୧।୪(ଉତ୍ତମ କୁମାର ଦାଶ): ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ କଳାହାଣ୍ଡି ଜିଲା ଯୋଜନା କମିଟିର ନୂତନ ଅଧ୍ୟକ୍ଷ ଭାବେ ବୁଧବାର ଧର୍ମଗଡ଼ ବିଧାୟକ ସୁଧୀର ରଞ୍ଜନ ପଟ୍ଟଯୋଶୀଙ୍କୁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri