ଧୂମପାନ କରୁ ନଥିବା ବ୍ୟକ୍ତିଙ୍କୁ ମଧ୍ୟ ହେଉଛି ଫୁସଫୁସ କର୍କଟ, ବ୍ରିଟେନ୍‌ରେ ପ୍ରତିବର୍ଷ ୬ ହଜାରରୁ ଅଧିକଙ୍କ ଯାଉଛି ଜୀବନ…

ଲଣ୍ଡନ,୧୮।୯ : ଯେଉଁମାନେ କେବେ ବି ଧୂମପାନ କରିନାହାଁନ୍ତି, ସେମାନେ ମଧ୍ୟ ଫୁସଫୁସ କର୍କଟ ରୋଗରେ ଆକ୍ରାନ୍ତ ହେଉଛନ୍ତି। ଲଣ୍ଡନର ଫ୍ରାନ୍ସିସ କ୍ରିକ ପ୍ରତିଷ୍ଠାନର ଗବେଷକମାନେ ସେମାନଙ୍କ ଅଧ୍ୟୟନରେ ପ୍ରକାଶ କରିଛନ୍ତି ଯେ ବାୟୁ ପ୍ରଦୂଷଣ ମଧ୍ୟ ଫୁସଫୁସ କର୍କଟ ରୋଗର ଏକ ଗୁରୁତ୍ୱପୂର୍ଣ୍ଣ କାରଣ। ଅଧ୍ୟୟନରେ ଏହା ମଧ୍ୟ ପ୍ରକାଶ ପାଇଛି ଯେ ୨୦୧୯ ରେ ବିଶ୍ୱରେ ତିନି ଲକ୍ଷରୁ ଅଧିକ ଲୋକଙ୍କର ଫୁସଫୁସ କର୍କଟରେ ମୃତ୍ୟୁ ହେବାର କାରଣ ହେଉଛି ବାୟୁ ପ୍ରଦୂଷଣ। ବର୍ତ୍ତମାନ ପର୍ଯ୍ୟନ୍ତ, କେବଳ ଧୂମପାନ ଅଧ୍ୟୟନରେ ଫୁସଫୁସ କର୍କଟ ରୋଗର କାରଣ ବୋଲି ବିଶ୍ୱାସ କରାଯାଉଥିଲା ।

୪୦ ହଜାର ଲୋକଙ୍କ ଉପରେ କରାଯାଇଥିବା ସର୍ଭେରେ ବୈଜ୍ଞାନିକମାନେ କହିଛନ୍ତି ଯେ ବାୟୁରେ ଉପସ୍ଥିତ ୨.୫ ମାଇକ୍ରୋମିଟର ପ୍ରଦୂଷଣ କଣିବା ନିଶ୍ୱାସ ପ୍ରଶ୍ୱାସରେ ଫୁସଫୁସ୍‌କୁ ଯାଇ କର୍କଟ ସୃଷ୍ଟି କରିଥାଏ। ୭୦ ପ୍ରତିଶତରୁ ଅଧିକ କ୍ଷେତ୍ରରେ ଫୁସଫୁସରେ ପ୍ରଦାହ ପାଇଁ ଏହା ଦାୟୀ। ଯାହା ସାଧାରଣତଃ କର୍କଟ ସମସ୍ୟା ଲାଗି ସୁପ୍ତ କୋଷଗୁଡିକ ସକ୍ରିୟ କରିଥାଏ । ପିଏମ୍‌ ୨.୫ ଦ୍ୱାରା ସୃଷ୍ଟି ହୋଇଥିବା ପ୍ରଦାହ ସହିତ ଏହି କୋଷଗୁଡ଼ିକର ବିସ୍ତାର ଟ୍ୟୁମର ସୃଷ୍ଟି ହୋଇପାରେ ବୋଲି ଗବେଷଣା ରିପୋର୍ଟରେ ଉଲ୍ଲେଖ କରାଯାଇଛି।

ବ୍ରିଟେନରେ ପ୍ରତିବର୍ଷ ୬ ହଜାରରୁ ଅଧିକ ଲୋକଙ୍କର କର୍କଟ ଯୋଗୁ ମୃତ୍ୟୁ ଘଟିଥାଏ। ସେମାନଙ୍କ ମଧ୍ୟରୁ ଅଧିକାଂଶ ଯେଉଁମାନେ କେବେ ବି ଧୂମପାନ କରିନାହାଁନ୍ତି। ଏହି ଗବେଷଣା ରିପୋର୍ଟ ୟୁରୋପୀୟ ସୋସାଇଟି ଅଫ ମେଡିକାଲ ଅଙ୍କୋଲୋଜି କଂଗ୍ରେସରେ ମୁଖ୍ୟ ଗବେଷକ ତଥା କର୍କଟ ଔଷଧ ବିଶେଷଜ୍ଞ ପ୍ରଫେସର ଚାଲର୍‌ସ ସ୍ବେନଣ୍ଟନଙ୍କ ଦ୍ୱାରା ଉପସ୍ଥାପିତ ହୋଇଛି। ୟୁରୋପୀୟ ସୋସାଇଟି ଅଫ ମେଡିକାଲ ଅଙ୍କୋଲୋଜି ଅଙ୍କୋଲୋଜିଷ୍ଟମାନଙ୍କର ଏକ ଅଗ୍ରଣୀ ବୃତ୍ତିଗତ ସଂଗଠନ ଭାବେ ବେଶ୍‌ ଜଣାଶୁଣା। ଅନେକ ଭାରତୀୟ ସହର, ବିଶେଷକରି ଦିଲ୍ଲୀ ସମେତ ଗାଙ୍ଗେଟିକ ସମତଳ ଭୂମିରେ ଥିବା ସହରଗୁଡ଼ିକ ବହୁ ବର୍ଷ ଧରି ବାୟୁ ପ୍ରଦୂଷଣର ମୁକାବିଲା କରିଆସୁଛନ୍ତି। ୨୦୨୦ରେ ଲାନସେଟ ପ୍ଲାନେଟାରୀ ହେଲ୍ଥରେ ପ୍ରକାଶିତ ଏକ ବିଶ୍ଳେଷଣରୁ ଜଣାପଡିଛି ଯେ ୨୦୧୯ ରେ ଭାରତରେ ୧୬.୭ କୋଟି ଲୋକଙ୍କ ମୃତ୍ୟୁ ବାୟୁ ପ୍ରଦୂଷଣ ଯୋଗୁ ଘଟିଛି। ଦେଶର ସମଗ୍ର ମୃତ୍ୟୁ ମଧ୍ୟରୁ ଏହା ପ୍ରାୟ ୧୭.୮ ପ୍ରତିଶତ ଥିଲା।

ତେବେ ଫୁସଫୁସ କର୍କଟ ପାଇଁ ଧୂମପାନ ସବୁଠାରୁ ବଡ ବିପଦ କାରଣ ହୋଇ ରହିଛି ବୋଲି ଫ୍ରାନ୍ସିସ କ୍ରିକ ଇନଷ୍ଟିଚ୍ୟୁଟର କହିଛି। ଏହା ସତ୍ତ୍ୱେ ବ୍ରିଟେନରେ ଫୁସଫୁସ କର୍କଟ ସମସ୍ୟା ପ୍ରତି ୧୦ ଜରଙ୍କ ମଧ୍ୟରେ ଜଣଙ୍କୁ ହୋଇଥାଏ। ଏଥି ପାଇଁ ବାହ୍ୟ ବାୟୁ ପ୍ରଦୂଷଣ ଦାୟୀ। ଡାକ୍ତର ଏମିଲିଆ ଲିମ କହିଛନ୍ତି ଆମର ବିଶ୍ଳେଷଣରୁ ଜଣାପଡିଛି ଯେ ବାୟୁ ପ୍ରଦୂଷଣର ମାତ୍ରା ଫୁସଫୁସ କର୍କଟ, ମେସୋଥେଲିଓମା ଏବଂ ପାଟି ଏବଂ ଗଳାର କର୍କଟ ହେବାର ଆଶଙ୍କା ସହିତ ଜଡିତ।

ଦ ଲାନସେଟ ଅଙ୍କୋଲୋଜି ଫ୍ରାନ୍ସିସ କ୍ରିକଙ୍କ ଅଧ୍ୟୟନକୁ ଏକ ମହାନ ଆବିଷ୍କାର ବୋଲି କହିଛି । ସ୍ବେନଣ୍ଟନ କହିଛନ୍ତି ଯେ କର୍କଟ ସମସ୍ୟା ସୃଷ୍ଟି କରୁଥିବା ମ୍ୟୁଟେଶନ କୋଷଗୁଡ଼ିକ ଆମ ବୟସ ବଢ଼ିବା ସହିତ ସ୍ବାଭାବିକ ଭାବରେ ଜମା ହୋଇ ରହିଥାଏ। କିନ୍ତୁ ସେଗୁଡ଼ିକ ସାଧାରଣତଃ ସୁପ୍ତ ରହିଥାନ୍ତି। ବାୟୁ ପ୍ରଦୂଷଣ ଫୁସଫୁସରେ ଏହି କୋଷଗୁଡ଼ିକୁ ଜାଗ୍ରତ କରେ, ସେମାନଙ୍କୁ ବଢ଼ିବାକୁ ଉତ୍ସାହିତ କରେ ଏବଂ ଟ୍ୟୁମର ସୃଷ୍ଟି କରେ।


Enter your email to get our daily news in your inbox.

All Right Reserved By Dharitri.Com

ନକଲି ମାଓବାଦୀ ପୋଷ୍ଟର ମାମଲାରେ ଦୁଇ ଗିରଫ, ସ୍କାନରରେ ଅଛନ୍ତି….

ରାୟଗଡ଼ା,୧୫/୨(ଆଶିଷ ରଞ୍ଜନ ପଣ୍ଡା): ରାୟଗଡାରୁ ଦୁଇ ନକଲି ମାଓବାଦୀଙ୍କୁ ଗିରଫ କରିଛି ରାୟଗଡ଼ା ପୋଲିସ । ଏହି ଦୁଇଜଣଙ୍କ ମଧ୍ୟରୁ ଜଣେ ସାମ୍ବାଦିକ ଓ ଅନ୍ୟଜଣେ ବଳୀ…

ଜୟଦୂର୍ଗା ଫାଉଣ୍ଡେସନ ଟ୍ରଷ୍ଟ ଅଧ୍ୟକ୍ଷା ଗିରଫ ମାମଲା; ଖୋଲୁଛି ଗୁମର, ଚାକିରି ଦେବା ନାଁରେ ଠକେଇ…

ହାଟଡିହୀ,୧୫।୨(ଶୁଭକାନ୍ତ ନାୟକ): ଜୟଦୂର୍ଗା ଫାଉଣ୍ଡେସନ ଟ୍ରଷ୍ଟ ଅଧ୍ୟକ୍ଷା ସୁରେଶ୍ୱରୀ ସାଗରୀକା ଜେନା ଏକ ଠକେଇ ମାମଲାରେ ଗତ ଶନିବାର ଗିରଫ ହେବା ପରେ ତାଙ୍କର ଠକେଇ ଗୁମର…

ଟି-୨୦ ବିଶ୍ୱକପ୍ ୨୦୨୬: ଟସ୍ ଜିତି ପାକିସ୍ତାନର ବୋଲିଂ ନିଷ୍ପତ୍ତି, ହ୍ୟାଣ୍ଡସେକ୍ ପାଇଁ ପୁଣି…

କଲମ୍ବୋ,୧୫।୨: ଟି-୨୦ ବିଶ୍ୱକପ୍ ୨୦୨୬ର ହାଇଭୋଲ୍ଟେଜ୍ ଗ୍ରୁପ୍-ଏ ମ୍ୟାଚରେ ପାକିସ୍ତାନ ଅଧିନାୟକ ସଲମାନ ଆଘା ଟସ୍ ଜିତି ପ୍ରଥମେ ବୋଲିଂ କରିବାକୁ ନିଷ୍ପତ୍ତି ନେଇଛନ୍ତି। ଫଳରେ ଭାରତୀୟ…

ଥୁଆମୂଳ ରାମପୁର ପୋଲିସର କାର୍ଯ୍ୟାନୁଷ୍ଠାନ, ୩ଟି ବାଲି ବୋଝେଇ ହାଇୱା ଜବତ

ଥୁଆମୂଳ ରାମପୁର, ୧୫ା୨ (ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ଥାନା ପୋଲିସ ପକ୍ଷରୁ ବେଆଇନ ବାଲି ଚୋରା ଚାଲାଣ ବିରୋଧରେ ଏକ ବଡ଼ ଧରଣର…

ସବୁଠାରୁ କମ୍ ବୟସରେ ଅଙ୍ଗଦାନ: ୫ ଜଣଙ୍କୁ ନୂଆ ଜୀବନ ଦେଲା ୧୦ ମାସର ଶିଶୁ

ଥିରୁଅନନ୍ତପୁରମ୍,୧୫।୨: ଜଣେ ୧୦ ମାସର ଶିଶୁ କନ୍ୟାର ନିଷ୍ପାପ ଅଙ୍ଗ ବଞ୍ଚାଇବ ପାଞ୍ଚ ଜଣଙ୍କ ଜୀବନ। କେରଳର ପଠାନମତିଟ୍ଟା ଜିଲା ମାଲାପ୍ପଲ୍ଲୀର ୧୦ ମାସର ଶିଶୁ ଆଲିନ୍…

ଜାଗରରେ ବିଭତ୍ସ ହତ୍ୟା, ବଡ଼ ଭାଇକୁ କଟୁରୀରେ ହାଣିଲେ ସାନ ଭାଇ

ପାଲଲହଡା,୧୫ା୨(ଦିବ୍ୟଜ୍ୟୋତି ଦାଶ): ବଡ଼ ଭାଇକୁ ହତ୍ୟା କଲେ ସାନ ଭାଇ । କଟୁରୀରେ ବେକ କାଟି ହତ୍ୟା କଲେ ସାନ ଭାଇ। ମୃତକ ଜଣକ ହେଲେ ଲିପୁ…

IND VS PAK: ଭାରତ-ପାକ୍‌ ମ୍ୟାଚ୍‌ ପୂର୍ବରୁ ପ୍ରେମଦାସା ଷ୍ଟାଡିୟମରେ ସାପ ଆତଙ୍କ; ପାକିସ୍ତାନ ଡଗ୍‌ଆଉଟ୍‌ରେ…

କଲମ୍ବୋ,୧୫।୨: କଲମ୍ବୋର ଆର. ପ୍ରେମଦାସା ଷ୍ଟାଡିୟମରେ ଭାରତ ଏବଂ ପାକିସ୍ତାନ ମଧ୍ୟରେ ହେବାକୁ ଥିବା ମହାନ ମୁକାବିଲା ପୂର୍ବରୁ ଏକ ଅଭାବନୀୟ ଚିତ୍ର ସାମ୍ନାକୁ ଆସିଛି। କ୍ରିକେଟର…

ପ୍ରତିଦିନ ଖାଆନ୍ତୁ ଦୁଇ ପାଖୁଡା ରସୁଣ, ରକ୍ତଚାପ ନିୟନ୍ତ୍ରଣ ସହିତ ଭଲ ରହିବ…

ରସୁଣରେ ଆଲିସିନ୍, ମାଙ୍ଗାନିଜ୍, ଭିଟାମିନ୍ ବି୬, ଭିଟାମିନ୍ ସି, ସେଲେନିୟମ୍, ଫାଇବର, କ୍ୟାଲସିୟମ୍, ପୋଟାସିୟମ୍, ଆଇରନ୍ ଏବଂ କପର ସମେତ ଅନେକ ପୁଷ୍ଟିକର ତତ୍ତ୍ୱ ଯଥେଷ୍ଟ ପରିମାଣରେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri