ଚନ୍ଦ୍ରାଭିମୁଖୀ ମହାକାଶଚାରୀ

ଲାଟି ବେଳୁ ଇଚ୍ଛା ଥିଲା ମହାକାଶକୁ ଯିବେ। ତାହା ସମ୍ଭବ ହେଲା। ଏବେ ପୃଥିବୀର ପ୍ରଥମ ମହିଳା ଭାବେ ଚନ୍ଦ୍ରପୃଷ୍ଠରେ ଅବତରଣ କରିବାର ଆଶା ତାଙ୍କର ପୂରଣ ହେବାକୁ ଯାଉଛି। ସେ ହେଲେ ଆମେରିକୀୟ ମହାକାଶ ସଂସ୍ଥା ନ୍ୟାଶନାଲ ଏରୋନଟିକ୍ସ ଆଣ୍ଡ୍‌ ସ୍ପେସ୍‌ ଆଡମିନିଷ୍ଟ୍ରେଶନ (ନାସା)ର ମହାକାଶଚାରୀ ଖ୍ରୀଷ୍ଟିନା ହାମୋକ୍‌ କୋଚ୍‌। ତାଙ୍କ ସହ ଅନ୍ୟ ଯେଉଁ ତିନି ଜଣ ଚନ୍ଦ୍ରକୁ ଯିବେ ବୋଲି ନାମ ଘୋଷଣା କରାଯାଇଛି, ସେମାନେ ହେଲେ ନାସାର ଗ୍ରିଗୋରି ଆର୍‌. ଓ୍ବାଇଜ୍‌ମେନ୍‌, ଭିକ୍ଟୋର ଗ୍ଲୋଭର ଏବଂ କାନାଡୀୟ ମହାକାଶ ଏଜେନ୍ସି ମହାକାଶଚାରୀ ଜେରେମି ହାନ୍‌ସେନ୍‌। ତେବେ ଆର୍ଟେମିସ୍‌-୨ କ୍ରିଉର ମିଶନ୍‌ ସ୍ପେଶାଲିଷ୍ଟ ଭାବେ ଖ୍ରୀଷ୍ଟିନାଙ୍କୁ ଚୟନ କରାଯାଇଥିବାରୁ ସେ ଅତ୍ୟନ୍ତ ଖୁସି ବ୍ୟକ୍ତ କରିଛନ୍ତି। ଚନ୍ଦ୍ରର ବାହ୍ୟପାର୍ଶ୍ୱ ଯାଏ ୬,୪୦୦ ମାଇଲରୁ ଅଧିକ ଯାତ୍ରା କରିବାକୁ ଥିବା ଏକ ଶକ୍ତିଶାଳୀ ରକେଟ୍‌ (ଓରିଅନ୍‌ ସ୍ପେସ୍‌କ୍ରାଫ୍ଟ)ରେ ଏହି ମହାକାଶଚାରୀମାନେ ଗମନ କରିବାର କାର୍ଯ୍ୟକ୍ରମ ରହିଛି। ଖ୍ରୀଷ୍ଟିନା ଏଥିଲାଗି ଖୁବ୍‌ ଉତ୍ସାହିତ ଥିବା କହିଛନ୍ତି। ୧୦ ଦିନିଆ ଆର୍ଟେମିସ୍‌-୨ ମିଶନ୍‌ ଲାଗି ପ୍ରସ୍ତୁତି ଜୋରସୋରରେ ଚାଲିଛି। ଉଲ୍ଲେଖଯୋଗ୍ୟ ଯେ, ୧୯୭୨ରେ ଆପୋଲୋ ୧୭ ଜରିଆରେ ଚନ୍ଦ୍ରପୃଷ୍ଠରେ ପ୍ରଥମେ ମାନବ ପାଦ ଥାପିଥିଲା। ଏହାର ଅର୍ଦ୍ଧଶତାବ୍ଦୀ ପରେ ପୁଣି ମାନବର ଚନ୍ଦ୍ର ଯାତ୍ରା ଓ ସେଥିରେ ଜଣେ ମହିଳା ମହାକାଶଚାରୀଙ୍କ ଉପସ୍ଥିତି ଆଉ ଏକ ଇତିହାସ ରଚିବ ବୋଲି କୁହାଯାଉଛି।
ଖ୍ରୀଷ୍ଟିନା ଆମେରିକା ମିଚିଗାନ୍‌ର ଗ୍ରାଣ୍ଡ୍‌ ରାପିଡ୍‌ସରେ ଜନ୍ମଗ୍ରହଣ କରିଥିଲେ। କିନ୍ତୁ ନର୍ଥ କରୋଲିନାର ଜାକ୍ସନଭିଲେରେ ସେ ବଢ଼ିଥିଲେ। ନର୍ଥ କରୋଲିନା ସ୍କୁଲ୍‌ ଅଫ୍‌ ସାଇନ୍ସ ଆଣ୍ଡ୍‌ ମାଥ୍‌ମେଟିକ୍ସରୁ ସେ ୧୯୯୭ରେ ସ୍ନାତକ ଡିଗ୍ରୀ ଅର୍ଜନ କରିଥିଲେ। ଏହା ପରେ ସେ ନର୍ଥ କରୋଲିନା ଷ୍ଟେଟ୍‌ ୟୁନିଭର୍ସିଟିରେ ନାମ ପଞ୍ଜୀକରଣ କରିଥିଲେ। ସେଠାରୁ ସେ ୨୦୦୧ରେ ଇଲେକ୍ଟ୍ରିକାଲ ଇଞ୍ଜିନିୟରିଂ ଓ ପଦାର୍ଥ ବିଜ୍ଞାନରେ ଦୁଇଟି ବ୍ୟାଚେଲର ଅଫ୍‌ ସାଇନ୍ସ ଡିଗ୍ରୀ ହାସଲ କରିଥିଲେ। ସେହିବର୍ଷ ସେ ଗୋଡାର୍ଡ ସ୍ପେସ୍‌ ଫ୍ଲାଇଟ୍‌ ସେଣ୍ଟରରେ ନାସା ଏକାଡେମି ପ୍ରୋଗ୍ରାମ୍‌ର ଗ୍ରାଜୁଏଟ୍‌ ହୋଇପାରିଥିଲେ। ୨୦୦୨ରେ ଇଲେକ୍ଟ୍ରିକାଲ ଇଞ୍ଜିନିୟରିଂରେ ସ୍ନାତକୋତ୍ତର କରିବା ପରେ ସେ ସ୍ପେସ୍‌ ସାଇନ୍ସରେ ଆଗକୁ ବଢ଼ିବା ଲାଗି ଗବେଷଣା ଓ ପ୍ରଶିକ୍ଷଣ ନେବାରେ ଲାଗିପଡ଼ିଥିଲେ। ୨୦୦୪ରୁ ୨୦୦୭ ଯାଏ ଖ୍ରୀଷ୍ଟିନା ୟୁନାଇଟେଡ୍‌ ଷ୍ଟେଟ୍ସ ଆଣ୍ଟାର୍କଟିକ୍‌ ପ୍ରୋଗ୍ରାମ୍‌ରେ ରିସର୍ଚ୍ଚ ଆସୋସିଏଟ୍‌ ଭାବେ କାର୍ଯ୍ୟ କରିଥିଲେ। ଫଳରେ ଆର୍କଟିକ୍‌ ଓ ଆଣ୍ଟାର୍କଟିକ୍‌ ଅଞ୍ଚଳରେ ସେ ସାଢ଼େ ତିନି ବର୍ଷରୁ ଊର୍ଦ୍ଧ୍ୱ ଯାତ୍ରା କରିବାର ସୁଯୋଗ ପାଇଥିଲେ। ସାଉଥ୍‌ପୋଲ ଷ୍ଟେଶନର ଅମୁଣ୍ଡ୍‌ସେନ୍‌-ସ୍କଟ୍‌ରେ ମାଇନସ୍‌ ୧୧୧ ଡିଗ୍ରୀ ଫାରେନ୍‌ହାଇଟ୍‌ରେ ଓ୍ବିଣ୍ଟର ଓଭର ସିଜିନ୍‌ରେ ଅଂଶ ଗ୍ରହଣ କରି ନିଜ ଦକ୍ଷତା ପ୍ରତିପାଦନ କରିଥିଲେ। ଆଣ୍ଟାର୍କଟିକାରେ ଥିବା ବେଳେ ଫାୟାରଫାଇଟିଂ ଟିମ୍‌ ଏବଂ ଓସେନ୍‌/ଗ୍ଲେସିଅର ସର୍ଚ୍ଚ ଆଣ୍ଡ୍‌ ରେସ୍‌କ୍ୟୁ ଟିମ୍‌ରେ ଜଣେ ସଦସ୍ୟ ଭାବେ କାର୍ଯ୍ୟ କରିଥିଲେ। ସେ କହିଛନ୍ତି ଯେ, ସାଉଥ୍‌ପୋଲରେ କାର୍ଯ୍ୟ କରିବା ତାଙ୍କ ସକାଶେ ଶାରୀରିକ ତଥା ମାନସିକ ସ୍ତରରେ ଚ୍ୟାଲେଞ୍ଜିଂ ଥିଲା। ମାସ ମାସ ଧରି ସୂର୍ଯ୍ୟଙ୍କୁ ଦେଖିବାକୁ ପାଉ ନ ଥିଲେ କି ଭଲ ଖାଇବାକୁ ମିଳୁ ନ ଥିଲା। ପରିବାର ଓ ବନ୍ଧୁ ପରିଜନଙ୍କ ସହ ଯୋଗାଯୋଗ ହେବାର ସୁଯୋଗ ମଧ୍ୟ ନ ଥିଲା। ଅତ୍ୟନ୍ତ କଠୋର ସ୍ଥିତିରେ କିଭଳି ବଞ୍ଚତ୍ବାକୁ ହୋଇଥାଏ ସେ ସେହିଠାରୁ ଶିଖିବାକୁ ପାଇଥିଲେ। ଏହା ପରେ ସେ ୨୦୦୭ରୁ ୨୦୦୯ ଜନ୍ସ ହଫ୍‌କିନ୍‌ସ ୟୁନିଭର୍ସିଟିର ସ୍ପେସ୍‌ ଡିପାର୍ଟମେଣ୍ଟ ଅଫ୍‌ ଦି ଆପ୍‌ଲାଏଡ୍‌ ଫିଜିକ୍ସ ଲାବରେଟୋରିରେ ଇଲେକ୍ଟ୍ରିକାଲ ଇଞ୍ଜିନିୟର ଭାବେ କାର୍ଯ୍ୟ କରିଥିଲେ। ସେଠାରେ ନାସା ମିଶନ ଲାଗି ରେଡିଏଶନ୍‌ ପାର୍ଟିକିଲ୍ସ ଉପରେ ହେଉଥିବା ଅଧ୍ୟୟନ ଉପରେ ସେ ଗୁରୁତ୍ୱ ଦେଇଥିଲେ। ସେହି ସମୟ ମଧ୍ୟରେ ସେ ଆଣ୍ଟାର୍କଟିକ୍‌ର ପାଲ୍‌ମେର ଷ୍ଟେଶନ ଏବଂ ଗ୍ରୀନ୍‌ଲାଣ୍ଡ୍‌ର ସୁଉଚ୍ଚକୁ ଏକାଧିକ ଥର ଭ୍ରମଣ କରିଥିଲେ। ୨୦୧୨ରେ ସେ ନ୍ୟାଶନାଲ ଓସେନିକ୍‌ ଆଣ୍ଡ୍‌ ଆଟ୍‌ମୋସ୍ଫିୟରିକ୍‌ ଆଡ୍‌ମିନିଷ୍ଟ୍ରେଶନ (ଏନ୍‌ଓଏଏ)ରେ ପ୍ରଥମେ ଫିଲ୍ଡ ଇଞ୍ଜିନିୟର ଏବଂ ପରେ ଆମେରିକାନ୍‌ ସାମେଏ ଅବର୍ଜଭେଟୋରିରେ ଷ୍ଟେଶନ ଚିଫ୍‌ ହୋଇଥିଲେ। ତେବେ ଖ୍ରୀଷ୍ଟିନାଙ୍କ ବାସ୍ତବ ମହାକାଶ ସମ୍ବନ୍ଧୀୟ ଯାତ୍ରା ୨୦୧୩ରେ ଆରମ୍ଭ ହୋଇଥିଲା। ନାସା ଦ୍ୱାରା ବଛାଯିବା ପରେ ସେ ଆଷ୍ଟ୍ରୋନଟ୍‌ ଗ୍ରୁପ୍‌ ୨୧ରେ ସାମିଲ ହେବାର ସୁଯୋଗ ପାଇଥିଲେ। ୨୦୧୯ରେ ତାଙ୍କ ମହାକାଶ ଅଭିଯାନ ଆରମ୍ଭ ହୋଇଥିଲା। ମହାକାଶରେ ୩୨୮ ଦିନ ରହିବା ପରେ ସେ ୨୦୨୦ ଫେବୃୟାରୀ ୬ରେ ପୃଥିବୀକୁ ଫେରିଥିଲେ। ତେବେ ତାଙ୍କ ଦୀର୍ଘ ବର୍ଷର କଠିନ ପରିଶ୍ରମ ଓ ମହାକାଶ ସମ୍ବନ୍ଧୀୟ ଗଭୀର ଅନୁଧ୍ୟାନ ତାଙ୍କୁ ୨୦୨୪ରେ ହେବାକୁ ଥିବା ଆର୍ଟେମିସ୍‌ ମିଶନର ଅଂଶବିଶେଷ କରାଇପାରିଛି। ନାସାରେ କାର୍ଯ୍ୟ କଲା ବେଳେ ସେ ଜନ୍‌ ହଫ୍‌କିନ୍ସ ସମ୍ମାନଠାରୁ ଆରମ୍ଭ କରି ୟୁନାଇଟେଡ୍‌ ଷ୍ଟେଟ୍‌ସ କଂଗ୍ରେସ ଆଣ୍ଟାର୍କଟିକ୍‌ ସର୍ଭିସ ମେଡାଲ ପାଇପାରିଛନ୍ତି।
ବ୍ୟକ୍ତିଗତ ଜୀବନ କହିଲେ ଖ୍ରୀଷ୍ଟିନା ଏବେ ତାଙ୍କ ସ୍ବାମୀ ରବର୍ଟ କୋଚ୍‌ଙ୍କ ସହ ଟେକ୍ସାସ୍‌ରେ ରହୁଛନ୍ତି। ପାହାଡ଼ ଚଢ଼ିବା, ଜଳଯାତ୍ରା କରିବା, ଦୌଡ଼ିବା, ଯୋଗ କରିବା, ଫଟୋଗ୍ରାଫିରେ ରୁଚି ରଖିବା ସହ ଗୋଷ୍ଠୀଗତ ସେବାରେ ନିଜକୁ ନିୟୋଜିତ କରିବାରେ ଆନନ୍ଦ ଅନୁଭବ କରିଥାଆନ୍ତି।

– ଜିତେନ୍ଦ୍ର କୁମାର ନାୟକ


Enter your email to get our daily news in your inbox.

All Right Reserved By Dharitri.Com

ଏଇ ଭାରତରେ

ଦନ୍ତ ଚିକିତ୍ସକ ଡ. ଶାନ୍ତି ତୁମ୍ମାଲା ଚାକିରି ଛାଡ଼ି ବେଙ୍ଗାଲୁରୁରେ ବର୍ଜ୍ୟ ସମସ୍ୟାର ସମାଧାନ ପାଇଁ ପଦକ୍ଷେପ ନେଇଛନ୍ତି। ଥରେ ଜଣେ ମହିଳା ଏକ ଅଳିଆଗଦା ନିକଟରେ…

ତଳ ଅଫିସର

ଆଜିର ଦିନରେ ସବୁଠି ଗହଳଚହଳ ଅଧିକ। ହାଟରେ ଯେମିତି ଘୋ ଘୋ, ନାହିଁ ନ ଥିବା ଭିଡ଼, ଠିକ୍‌ ସେମିତି ଭିଡ଼ ଦେଖାଯାଏ ସବୁଠି। ଟ୍ରେନ୍‌ରେ ଯାତ୍ରୀଙ୍କ…

ବିଶ୍ୱ ପାଇଁ ଚେତାବନୀ

ମଣିଷ ବିଜ୍ଞାନ-ସଭ୍ୟତାର ଶୀର୍ଷରେ ପହଞ୍ଚତ୍ଥିଲେ ମଧ୍ୟ ଯୁଦ୍ଧ ଓ ହିଂସାକୁ ଛାଡ଼ିପାରିନାହିଁ। ଏବେ ସମଗ୍ର ବିଶ୍ୱରେ ଯେମିତି ସଂଘର୍ଷ, ହିଂସା, ପ୍ରତିଶୋଧର ବାତାବରଣ ସୃଷ୍ଟି ହୋଇଛି ତାହା…

ଜୈନଧର୍ମରେ ମହିଳା

ଜୈନଧର୍ମରେ ୨୪ ସନ୍ନ୍ୟାସୀ (ତୀର୍ଥଙ୍କର)ଙ୍କ ପ୍ରଦର୍ଶିତ ପଥ ଜୈନଧର୍ମ ଅନୁସରଣ କରେ। ଜୈନଧର୍ମର ଶ୍ୱେତାମ୍ବର ବିଚାରରେ ପଶ୍ଚିମ ଭାରତରେ ପାର୍ଶ୍ୱନାଥ ଏବଂ ମହାବୀର ଯଥାକ୍ରମେ ୨୩ ଓ…

ପ୍ରଜାପତି ପ୍ରଭାବ

ପ୍ରଜାପତି ପ୍ରଭାବ ହେଉଛି ପଦାର୍ଥ ବିଜ୍ଞାନ ଓ ଗଣିତର ଏକ ଗୁରୁତ୍ୱପୂର୍ଣ୍ଣ ତତ୍ତ୍ୱ। ଏହା ହେଉଛି ଏକ ଅବଧାରଣା ଯେଉଁଥିରେ ଗୋଟିଏ ଜଟିଳ ପ୍ରଣାଳୀରେ କ୍ଷୁଦ୍ର ତଥା…

ଓଡ଼ିଶା ଦିବସର ଅନୁଚିନ୍ତା: ସମୃଦ୍ଧ, ସଶକ୍ତ ଓଡ଼ିଶା

ଆଜିର ଦିନଟି ପ୍ରତ୍ୟେକ ଓଡ଼ିଶାବାସୀଙ୍କ ପାଇଁ ବାର୍ଷିକ କ୍ୟାଲେଣ୍ଡରରେ ଏକ ମହତ୍ତ୍ୱପୂର୍ଣ୍ଣ ଦିନ। ୯୦ବର୍ଷ ତଳେ ଆଜିର ଦିନରେ ସ୍ବତନ୍ତ୍ର ଓଡ଼ିଶା ଗଠିତ ହୋଇଥିଲା, ଯାହା ଭାରତର…

ସଂଜ୍ଞା ବଦଳିପାରେ

ଧାର୍ଯ୍ୟ ସମୟସୀମାର ଦିନକ ପୂର୍ବରୁ ଅର୍ଥାତ୍‌ ୩୦ ମାର୍ଚ୍ଚରେ ଭାରତ ‘ମାଓବାଦୀ ମୁକ୍ତ’ ବୋଲି ସଂସଦରେ ସ୍ବରାଷ୍ଟ୍ରମନ୍ତ୍ରୀ ଅମିତ ଶାହା ଘୋଷଣା କରିଦେଇଛନ୍ତି। ଏହା ନିଶ୍ଚିତ ଭାବେ…

ସୁନା, କଳି ଓ ଅର୍ଥନୀତି

ଏକଦା ରାଜା ପରିକ୍ଷିତ ନିଜ ରାଜ୍ୟ ତଥା ରାଜ୍ୟବାସୀଙ୍କ ଭଲମନ୍ଦ ଜାଣିବା ପାଇଁ ଭ୍ରମଣାର୍ଥେ ବାହାରିଥିଲେ। ଠିକ୍‌ ସେହି ସମୟରେ ଏକ ବିଶାଳ ବପୁଧାରୀ ବ୍ୟକ୍ତି (ଯେକି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri