Posted inଜାତୀୟ

ଲମ୍ପି ବ୍ୟାପୁଛି: ମଲେଣି ୭୫ ହଜାର ଗୋରୁ

ନୂଆଦିଲ୍ଲୀ,୧୫।୯ : କରୋନା ମହାମାରୀ ସମଗ୍ର ମାନବ ଜାତି ପାଇଁ ଅଭିଶାପ ପାଲଟିଥିବାବେଳେ ଗୋରୁଙ୍କ ଭଳି ଗୃହପାଳିତ ପ୍ରାଣୀଙ୍କ ଲାଗି ଘାତକ ସାଜିଛି ଲମ୍ପି ଭାଇରସ୍‌। ଗୁଜରାଟର କଚ୍ଛ ଅଞ୍ଚଳରେ ପ୍ରଥମେ ଚିହ୍ନଟ ହୋଇଥିବା ଲମ୍ପି ଭାଇରସ୍‌ ପରବର୍ତ୍ତୀ ସମୟରେ ଦେଶର ବିଭିନ୍ନ ଭାଗକୁ ମାଡ଼ିବାରେ ଲାଗିଛି। ଗୁଜରାଟ, ରାଜସ୍ଥାନ ସମେତ ଉତ୍ତର ପ୍ରଦେଶ, ମଧ୍ୟପ୍ରଦେଶ ଆଦି ରାଜ୍ୟରେ ଲମ୍ପି ଆତଙ୍କ ଦେଖି ଚାଷୀକୁଳ ଚିନ୍ତାରେ ପଡ଼ିଯାଇଛନ୍ତି। କାରଣ ଗତ ଜୁଲାଇରୁ ଅଦ୍ୟାବଧି ଏହି ଭୂତାଣୁରେ ସଂକ୍ରମିତ ପ୍ରାୟ ୭୫,୦୦୦ ଗୋରୁଙ୍କ ମୃତ୍ୟୁ ଘଟିସାରିଲାଣି। ଏଥିରୁ ସର୍ବାଧିକ ୫୦,୦୦୦ ଗୋରୁ ରାଜସ୍ଥାନର। ସଂକ୍ରମିତ ଗୋରୁଙ୍କ ମୃତ୍ୟୁହାର ୮-୧୦%ରେ ପହଞ୍ଚତ୍ଛି।
ଗୋମହିଷାଦିଙ୍କୁ ହେଉଥିବା ଚର୍ମବିଣ୍ଡି (ଲମ୍ପି) ଭୂତାଣୁଜନିତ ରୋଗ, ଯାହାକି ଲୋକଙ୍କୁ ପ୍ରଭାବିତ କରି ନ ଥାଏ। ଏହା ମଶା ଓ ମାଛିଙ୍କଠାରୁ ସଂକ୍ରମିତ ହୋଇ ଗୋରୁଙ୍କୁ ଆକ୍ରାନ୍ତ କରିଥାଏ। ଫଳରେ ସଂକ୍ରମିତ ଗୋରୁ ଚର୍ମରେ ଗଣ୍ଠି ପଡ଼ିବା ସହ ଘା’ ସୃଷ୍ଟି ହୋଇଥାଏ। ରାଜସ୍ଥାନ ଓ ଗୁଜରାଟରେ ଲମ୍ପି ସଂକ୍ରମିତ ଗୋରୁଙ୍କୁ ନେଇ ସଂଗୃହୀତ ଡ୍ରୋନ୍‌ ଫୁଟେଜ୍‌ରୁ ଉଦ୍‌ବେଗଜନକ ଚିତ୍ର ସାମ୍ନାକୁ ଆସିଛି। ଗତ ଜୁଲାଇରୁ ବର୍ତ୍ତମାନ ସୁଦ୍ଧା ୮ ପ୍ରଭାବିତ ରାଜ୍ୟରେ ଏହି ରୋଗ ଦ୍ରୁତଗତିରେ ବ୍ୟାପିଚାଲିଥିବା ଜଣାପଡ଼ିଛି। ଏହି ରାଜ୍ୟଗୁଡ଼ିକରେ ଲମ୍ପି ସଂକ୍ରମିତ ଗୋରୁଙ୍କୁ ‘ଗୋଟ୍‌ ପକ୍ସ ଭାକ୍ସିନ’ ଦିଆଯାଉଛି। ଏହି ଟିକା ଲମ୍ପି ଚର୍ମରୋଗ ପାଇଁ ଶତ ପ୍ରତିଶତ କାମ କରୁଥିବା କେନ୍ଦ୍ର ସରକାରଙ୍କ ପକ୍ଷରୁ କୁହାଯାଇଛି। ରାଜସ୍ଥାନରେ ୫୦,୦୦୦ ଗୋରୁ ଲମ୍ପିରେ ଆକ୍ରାନ୍ତ ହୋଇ ଆଖି ବୁଜିସାରିଲେଣି। ଏଠାରେ ଦୈନିକ ୬୦୦-୭୦୦ ଗୋରୁଙ୍କ ମୃତ୍ୟୁ ଘଟୁଥିବା ଜଣେ ଅଧିକାରୀ କହିଛନ୍ତି।

ମହାରାଷ୍ଟ୍ର ସରକାର ଏହାର ନିରାକରଣ ଉପାୟ ଖୋଜିବା ପାଇଁ ଏକ ସ୍ବତନ୍ତ୍ର ଟାସ୍କଫୋର୍ସ ଗଠନ କରିଛନ୍ତି। ଏଥିସହ ଜଲଗାଓଁ ଏବଂ ଅମରାବତୀ ଭଳି ଅଞ୍ଚଳ ଉପରେ ସ୍ବତନ୍ତ୍ର ଦୃଷ୍ଟି ଦିଆଯାଉଛି। ଦକ୍ଷିଣ କଶ୍ମୀରରେ ୩୦,୦୦୦ ଗାଈ ସଂକ୍ରମିତ ହୋଇଛନ୍ତି। ଅନନ୍ତନାଗ ଜିଲା ମହମୁଦାବାଦ ନିବାସୀ ମହମ୍ମଦ ଇକ୍‌ବାଲ କହିଛନ୍ତି, କ୍ଷୀର ବିକି ପରିବାର ଚଳାଇବା ଛଡ଼ା ଅନ୍ୟ ଉପାୟ ନାହିଁ। କିନ୍ତୁ ଗାଈକୁ ଚର୍ମରୋଗ ହେବା ପରେ କ୍ଷୀର ଦେବା ବନ୍ଦ କରିଦେଇଛି। ଫଳରେ ପରିବାର ଚଳାଇବା ତାଙ୍କ ପକ୍ଷେ କଷ୍ଟକର ହେଲାଣି। ଅନୁକ୍ରମରେ ସଂକ୍ରମିତ ରୋରୁଙ୍କଠାରୁ ଭୂତାଣୁ ଯେପରି ନ ବ୍ୟାପିବ ତାହା ସୁନିଶ୍ଚିତ କରିବା ବର୍ତ୍ତମାନ ସବୁଠୁ ବଡ଼ ଚ୍ୟାଲେଞ୍ଜ ପାଲଟିଛି। ଲମ୍ପି ସଂକ୍ରମଣରେ ଗୃହପାଳିତ ପ୍ରାଣୀର ଜୀବନ ଚାଲିଗଲେ ତାକୁ କିପରି ସୁରକ୍ଷିତ ଭାବେ ଓ କେଉଁ ସ୍ଥାନରେ ଫୋପଡ଼ାଯିବ ତାହା ଆଉ ଏକ ମୁଣ୍ଡବ୍ୟଥା। ଏହି ଭାଇରସ୍‌ ସଂସ୍ପର୍ଶରେ ଆସିଥିବା ଗୋରୁଙ୍କଠାରେ ଜ୍ୱର ଦେଖାଯିବା ସହ ଦୁଗ୍ଧ ଉତ୍ପାଦନ କ୍ଷମତା ୫୦% ପର୍ଯ୍ୟନ୍ତ ହ୍ରାସ ପାଇଥାଏ। ବିପଦ ଆଶଙ୍କା କରି ଲମ୍ପି ସଂକ୍ରମିତ ଗୋରୁଙ୍କ କ୍ଷୀର ମଧ୍ୟ କିଣିବାକୁ ଲୋକେ ଆଗ୍ରହ ପ୍ରକାଶ କରୁନାହାନ୍ତି। କ୍ଷୀରକୁ ଭଲ ଭାବେ ଫୁଟାଇବା ପରେ ବ୍ୟବହାର କରିବା ନିରାପଦ ବୋଲି ପ୍ରାଣୀ ଚିକିତ୍ସକମାନେ ମତ ଦେଇଛନ୍ତି। ତେବେ ଏହା ମଣିଷଙ୍କୁ ପ୍ରଭାବିତ କରୁ ନ ଥିବା କେତେଜଣ ବିଶେଷଜ୍ଞ କହିଛନ୍ତି।
ଅନ୍ୟପକ୍ଷେ ଲମ୍ପି ପ୍ରଭାବିତ ରାଜ୍ୟଗୁଡ଼ିକର ଚାଷୀ ନିଜ ଗୋରୁଙ୍କୁ ନେଇ ଚିନ୍ତିତ ହୋଇଯାଇଛନ୍ତି। ଏହାର ନିରାକରଣ ପାଇଁ ଭାରତରେ ଏକ ଟିକା ବିକଶିତ ହୋଇଛି। ଆସନ୍ତା ୩ରୁ ୪ ମାସ ମଧ୍ୟରେ ଏହା ଉପଲବ୍ଧ ହେବ ବୋଲି ଜଣାପଡ଼ିଛି। କେନ୍ଦ୍ର ସରକାର ୨୦୨୫ ସୁଦ୍ଧା ଦେଶର ସମସ୍ତ ଗୃହପାଳିତ ପ୍ରାଣୀଙ୍କୁ ୧୦୦% ଟିକାକରଣ କରିବାକୁ ଲକ୍ଷ୍ୟ ରଖିଥିବା ଚଳିତ ସପ୍ତାହରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ମୁଖ୍ୟମନ୍ତ୍ରୀ ଶିକ୍ଷା ପୁରସ୍କାର ପାଇଁ ଆବେଦନ ଆରମ୍ଭ, ଶେଷ ତାରିଖ…

ଭୁବନେଶ୍ୱର,୨୪ା୧୨(ସୁଚିସ୍ମିତା ସାହୁ): ରାଜ୍ୟର ସମସ୍ତ ସରକାରୀ ତଥା ସରକାରୀ ଅନୁଦାନପ୍ରାପ୍ତ ବିଦ୍ୟାଳୟ ଗୁଡିକର ଛାତ୍ରୀଛାତ୍ର, ଶିକ୍ଷୟିତ୍ରୀ ଶିକ୍ଷକ ତଥା ଶିକ୍ଷା ବ୍ୟବସ୍ଥା ସହିତ ଜଡ଼ିତ ସମସ୍ତ...

ଗୁରୁବାରଠୁ ବଢ଼ିବ ଶୀତ, ଘନ କୁହୁଡ଼ି ନେଇ ୟେଲୋ ଓ୍ବାର୍ନିଂ

ଭୁବନେଶ୍ୱର, ୨୪ା୧୨(ବନ୍ଦନା ସେଠୀ) – ରାଜ୍ୟରେ ସର୍ବନିମ୍ନ ତାପମାତ୍ରାରେ ସାମାନ୍ୟ ବୃଦ୍ଧି ଘଟିଥିଲେ ମଧ୍ୟ ଶୀତ ଲହରି ଜାରି ରହିଛି। ପ୍ରବଳ ଥଣ୍ଡା ସାଙ୍ଗକୁ କୁହୁଡ଼ି...

ବରଗଡ଼ ଧନୁଯାତ୍ରା: ଶୁଭେଚ୍ଛା ଜଣାଇଲେ ନବୀନ ପଟ୍ଟନାୟକ

ବରଗଡ଼,୨୪।୧୨(ପ୍ରେମାନନ୍ଦ ଖମାରୀ)- ବୃହତ୍ ମୁକ୍ତାକାଶ ରଙ୍ଗମଞ୍ଚ ବରଗଡ଼ ଧନୁଯାତ୍ରା ମହୋତ୍ସବ ଆଜିଠାରୁ ଆରମ୍ଭ ହେବ। ସନ୍ଧ୍ୟା ୭ଟାରେ ଏହି ମହୋତ୍ସବର ଉଦଘାଟନୀ ସମାରୋହ ରହିଛି। ଏହା...

ଖ୍ରୀଷ୍ଟମାସରେ ଏହି ୩ ରାଶିର ବ୍ୟକ୍ତି ପାଇବେ ଶୁଭ ଖବର, କେମିତି କଟିବ ଦିନ ଜାଣନ୍ତୁ

୨୫ ଡିସେମ୍ବର, ୨୦୨୫ ରେ ସାରା ଦେଶରେ ଖ୍ରୀଷ୍ଟମାସ ପାଳନ କରାଯିବ। ସ୍କନ୍ଦ ଷଷ୍ଠୀ ଉପବାସ ମଧ୍ୟ ପାଳନ କରାଯାଉଛି, ଯାହା ଦେବତାମାନଙ୍କ ଦେବତା ଭଗବାନ...

ବରପୁତ୍ର ଐତିହ୍ୟ ଗ୍ରାମ୍ୟ ଯୋଜନାକୁ କ୍ୟାବିନେଟ୍ ମୋହର

ଭୁବନେଶ୍ୱର,୨୪।୧୨: ବରପୁତ୍ର ଐତିହ୍ୟ ଗ୍ରାମ୍ୟ ଯୋଜନା ଉପରେ ବାଜିଲା କ୍ୟାବିନେଟ୍ ମୋହର । ରାଜ୍ୟ କ୍ୟାବିନେଟ୍ ବୈଠକ ନେଇ ମୁଖ୍ୟ ଶାସନ ସଚିବ ମନୋଜ ଆହୁଜା...

ଜିଲାପାଳ କାର୍ଯ୍ୟାଳୟ ଆଗରେ ପୂର୍ବତନ ତହସିଲଦାରଙ୍କ ଧାରଣା, କହିଲେ ନ୍ୟାୟ ନମିଳିବା ପର୍ଯ୍ୟନ୍ତ…

ବାରିପଦା,୨୪ା୧୧(ନୀଳାଦ୍ରି ବିହାରୀ ଦଣ୍ଡପାଟ)-ମୟୂରଭଞ୍ଜ ଜିଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଧାରଣା । ବଦଳି ହୋଇ ଆସିଥିବା ଓଡିଶା ପ୍ରଶାସନିକ ସେବା(ଓଏଏସ) ପୂର୍ବତନ ତହସିଲଦାର କାର୍ଯ୍ୟରେ ଯୋଗଦେବାକୁ ନେଇ...

ଆରମ୍ଭ ହେଲା ବରଗଡ଼ ‘ଧନୁଯାତ୍ରା’: ଚାଲିଲା କଂସ ରାଜୁତି

ମଥୁରାନଗରୀ,୨୪।୧୨(ପ୍ରେମାନନ୍ଦ ଖମାରୀ)- ବୃହତ୍‌ ମୁକ୍ତାକାଶ ରଙ୍ଗମଞ୍ଚ ବରଗଡ଼ ଧନୁଯାତ୍ରା ମହୋତ୍ସବ ବୁଧବାର ଉଦଘାଟିତ ହୋଇଯାଇଛି। ସଂଧ୍ୟା ପ୍ରାୟ ୭ଟା ୩୦ମିନିଟ୍‌ରେ ସ୍ଥାନୀୟ ଏମ୍‌ପି ପ୍ରଦୀପ କୁମାର...

IPL ୨୦୨୬ ପୂର୍ବରୁ ଗିରଫ ହେବେ RCBର ବୋଲର୍‌? ୫ କୋଟିରେ ରିଟେନ କରିଛି… 

ନୂଆଦିଲ୍ଲୀ,୨୪।୧୨: ଭାରତୀୟ କ୍ରିକେଟର ଉଦୀୟମାନ ତାରକା ତଥା ଆରସିବିର ବାମହାତୀ ଦ୍ରୁତ ବୋଲର ଯଶ ଦୟାଲଙ୍କ  ଅଡ଼ୁଆ କମିବାର ନାଁ ନେଉନାହିଁ। ଜୟପୁରର ପୋକ୍ସୋ କୋର୍ଟ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri