ଅଧାପନ୍ତରିଆ ଛାତ୍ରାବାସ, ମୌଳିକ ସୁବିଧାରୁ ବଞ୍ଚିତ ଛାତ୍ର

ନୂଆଗଡ଼,୧୭ା୧୨: ସାତ ବର୍ଷ ପୁରିବାକୁ ଗଲାଣି ହେଲେ ସରିନି କାର୍ଯ୍ୟ। ଅସମ୍ପୂର୍ଣ୍ଣ ଅବସ୍ଥାରେ ଛାଡ଼ି ଚାଲି ଯାଇଛନ୍ତି ଠିକା ସଂସ୍ଥା। ଅଧପନ୍ତରିଆ ଭାବେ ପଡ଼ି ରହିଛି ଛାତ୍ରାବାସ। ହଷ୍ଟେଲର ମୌଳିକ ସୁବିଧାରୁ ବଞ୍ଚିତ ହୋଇ ଶ୍ରେଣୀ ଗୃହରେ ରହୁଛନ୍ତି ଛାତ୍ର। ବାରମ୍ବାର ପ୍ରଶାସନକୁ ଜଣାଇଲେ ମଧ୍ୟ କାର୍ଯ୍ୟ ହେବାର ନା ଧରୁନି। ଗଜପତି ଜିଲା ନୂଆଗଡ଼ ବ୍ଲକ ଅନ୍ତର୍ଗତ ଆଦିବାସୀ ଅଧ୍ୟୁଷିତ ଉପାନ୍ତ ଦୁର୍ଗମ ଗ୍ରାମାଞ୍ଚଳରେ ଅବସ୍ଥିତ ଲୁହାଙ୍ଗର ସରକାରୀ ଉଚ୍ଚ ବିଦ୍ୟାଳୟ ପରିସର ମଧ୍ୟରେ ୪୦ ଶର୍ଯ୍ୟା ବିଶିଷ୍ଟ ଛାତ୍ରାବାସ ଅସମ୍ପୂର୍ଣ୍ଣ ଭାବେ ପଡ଼ିରହିଛି। ଛାତ୍ରାବାସ କାର୍ଯ୍ୟକୁ ସମ୍ପୂର୍ଣ୍ଣ କରି କାର୍ଯ୍ୟକ୍ଷମ କରିବାକୁ ବିଭିନ୍ନ ମହଲରେ ଦାବି ଜୋର ଧରିଛି। ସୂଚନା ପ୍ରକାରେ, ଏହି ବିଦ୍ୟାଳୟରେ ଦୂରଦୂରାନ୍ତର ପ୍ରଥମରୁ ପଞ୍ଚମ ଶ୍ରେଣୀ ଆଦିବାସୀ ଛାତ୍ରମାନଙ୍କ ନିମନ୍ତେ ହଷ୍ଟେଲ ମଧ୍ୟରେ ରହି ପାଠ ପଢ଼ିବା ବ୍ୟବସ୍ଥା ରହିଛି। ତେବେ ବିଦ୍ୟାଳୟ ପରିସରଠାରେ ରହିଥିବା ପୁରାତନ ଛାତ୍ରାବାସ କୋଠାକୁ ଭଗ୍ନ କରି ୨୦୧୫ ସାଲରୁ ଏଠାରେ ପୁଣି ଏକ ନୂତନ ଭାବେ ୪୦ ଜଣ ଶର୍ଯ୍ୟା ବିଶିଷ୍ଟ ଛାତ୍ରାବାସ ଆଇଟିଡିଏ ବିଭାଗ ପକ୍ଷରୁ ଠିକା ସଂସ୍ଥା ଦ୍ୱାରା ନିର୍ମାଣ କାର୍ଯ୍ୟ ଆରମ୍ଭ ହୋଇଥିଲା। ଛାତ୍ରାବାସର କାର୍ଯ୍ୟକୁ ସମ୍ପୂର୍ଣ୍ଣ ନକରି ଅଧପନ୍ତରିଆ ଭାବେ ରଖି ଠିକା ସଂସ୍ଥା ଛାଡ଼ି ଚାଲି ଯାଇଛି। ଆଜକୁ ପ୍ରାୟ ଦୀର୍ଘ ୭ବର୍ଷରୁ ଊର୍ଦ୍ଧ୍ୱ ସମୟ ବିତିଯାଇଥିଲେ ମଧ୍ୟ ଅସମ୍ପୂର୍ଣ୍ଣ ଅବସ୍ଥାରେ ଛାତ୍ରାବାସ ପଡ଼ି ରହିଛି। ଏ ବିଷୟ ନେଇ ବାରମ୍ବାର ବ୍ଲକ ପ୍ରଶାସନ, ଜିଲା ପ୍ରଶାସନ ଏବଂ ଗ୍ରିଭେନ୍ସରେ ଜଣାଇ ଆସୁଥିଲେ ମଧ୍ୟ ଛାତ୍ରାବାସ କାର୍ଯ୍ୟ ଆରମ୍ଭ ହେବାର ନା ଧରୁନଥିବା ଅଭିଯୋଗ ହୋଉଛି। ତେଣୁ ହଷ୍ଟେଲ ଛାତ୍ରମାନେ ନାହିଁ ନ ଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ଛାତ୍ରାବାସ ଅସମ୍ପୂର୍ଣ୍ଣ ଅବସ୍ଥାରେ ଥିବାରୁ ହଷ୍ଟେଲ ଛାତ୍ର ମାନଙ୍କୁ ୨ଟିଶ୍ରେଣୀ କକ୍ଷ ମଧ୍ୟରେ ରଖାଯାଇଛି। ସେମାନଙ୍କ ନିମନ୍ତେ ନା ଅଛି ଖଟର ବ୍ୟବସ୍ଥା, ନା ଅଛି ସେଜର ବ୍ୟବସ୍ଥା, ନା ଅଛି ମନୋରଞ୍ଜନ ନିମନ୍ତେ ଟିଭି ବ୍ୟବସ୍ଥା। ସେମାନେ ଶୀତ କାକରରେ ବାଧ୍ୟହୋଇ ତଳେ ଶୋଥିବା ପ୍ରକାଶ କରନ୍ତି। ଛାତ୍ରାବାସର ଅଟକଳ ମୂଲ୍ୟ କିମ୍ବା କାର୍ଯ୍ୟର ଅବଧି ବିଷୟରେ କୌଣସି ସୂଚନା ଲେଖା ନଥିବା ଦେଖିବାକୁ ମିଳିଛି। ଏହି ବିଦ୍ୟାଳୟରେ ପ୍ରଥମରୁ ଦଶମ ଶ୍ରେଣୀରେ ଚଳିତ ବର୍ଷ ୨୨୧ ଜଣ ଛାତ୍ରୀଛାତ୍ର ଅଧ୍ୟୟନ କରୁଥିବା ବେଳେ କେବଳ ୫ଟି ଶ୍ରେଣୀ କକ୍ଷ ଅଛି। ଶ୍ରେଣୀ କକ୍ଷ ଅଭାବ ସକାଶେ ବିଦ୍ୟାଳୟର ଛାତ୍ରୀଛାତ୍ରମାନେ ଅସମ୍ପୂର୍ଣ୍ଣ ଅବସ୍ଥାରେ ଥିବା ଛାତ୍ରାବାସ ଭିତରେ ଏବଂ ଶ୍ରେଣୀ ଗୃହ ବାରଣ୍ଡାରେ ବସି ପାଠ ପଢୁଥିବା ମଧ୍ୟ ଦେଖିବାକୁ ମିଳିଛି। ତୁରନ୍ତ ପ୍ରଶାସନ ଉଚିତ ପଦକ୍ଷେପ ନେଇ ଅସମ୍ପୂର୍ଣ୍ଣ ଛାତ୍ରାବାସ କାର୍ଯ୍ୟ ସମ୍ପୂର୍ଣ୍ଣ କରିବାକୁ ହଷ୍ଟେଲ ଛାତ୍ରମାନଙ୍କଠାରୁ ଆରମ୍ଭ କରି ସ୍ଥାନୀୟ ବୁଦ୍ଧିଜୀବୀ ଏବଂ ଶିକ୍ଷୟିତ୍ରୀ ଶିକ୍ଷକ ଦାବି କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

କ୍ଲାସେନଙ୍କ ବିସ୍ଫୋରକ ବ୍ୟାଟିଂ: ହାଇଦ୍ରାବାଦ୍‌ର ପ୍ରଥମ ବିଜୟ

କୋଲକାତା,୨ା୪: ହେନରିଚ୍‌ କ୍ଲାସେନଙ୍କ ଅର୍ଦ୍ଧଶତକ ଓ ନୀତୀଶ କୁମାର ରେଡ୍ଡୀଙ୍କ ଅଲରାଉଣ୍ଡ ପ୍ରଦର୍ଶନ ବଳରେ ସନରାଇଜର୍ସ ହାଇଦ୍ରାବାଦ୍‌(ଏସ୍‌ଆର୍‌ଏଚ୍‌) ୬୫ ରନରେ କୋଲକାତା ନାଇଟ୍‌ ରାଇଡର୍ସ (କେକେଆର)କୁ ପରାସ୍ତ…

ନା ହର୍ମୁଜ ଖୋଲୁଛି ନା ଇରାନ ନଇଁବାକୁ ରାଜି….ଦିନକୁ ଦିନ ଭାଙ୍ଗୁଛି ଟ୍ରମ୍ପଙ୍କ ସୁପରପାଓ୍ବାର ଦମ୍ଭ?

ୱାଶିଂଟନ୍/ତେହେରାନ୍,୨।୪: ବିଶ୍ୱର ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ଜଳପଥ ‘ହର୍ମୁଜ ପ୍ରଣାଳୀ’କୁ ନେଇ ସୃଷ୍ଟି ହୋଇଥିବା ଯୁଦ୍ଧ ପରିସ୍ଥିତି ଏବେ ଅତି ଭୟଙ୍କର ରୂପ ଧାରଣ କରିଛି। ଗୋଟିଏ ପଟେ…

ଆସାମ ବିଧାନସଭା ନିର୍ବାଚନ: କଂଗ୍ରେସ ଇସ୍ତାହାରରେ ୧୧ ସଂକଳ୍ପ

ବୋକାଜାନ୍‌,୨ା୪: ଆସାମ ବିଧାନସଭା ନିର୍ବାଚନ ପାଇଁ କଂଗ୍ରେସ ନେତା ରାହୁଲ ଗାନ୍ଧୀ ଗୁରୁବାର ଦଳର ଇସ୍ତାହାର ଜାରି କରିଛନ୍ତି। ସେଥିରେ ୧୧ଟି ସଂକଳ୍ପନାମା ରହିଛି। ଶାସନ, ପରିଚୟ,…

‘ତ୍ରିଲୋଚନଙ୍କ ବଳିଦାନକୁ ଓଡ଼ିଶା ପୋଲିସ ଭୁଲିବ ନାହିଁ’

ଭଞ୍ଜନଗର,୨।୪(ବାବୁଲା ପ୍ରଧାନ)-ଏପ୍ରିଲ ପହିଲାରେ ଓଡିଶା ପୋଲିସ ପ୍ରତିଷ୍ଠା ଦିବସ ପାଳନ ହେଉଛି। ଏହି ଅବସରରେ ଶହିଦ୍ ଯବାନମାନଙ୍କୁ ପୋଲିସ ପକ୍ଷରୁ ଶ୍ରଦ୍ଧାଞ୍ଜଳି ଦିଆଯାଉଛି । ଏହିଭଳି ଗଞ୍ଜାମ…

ବରଗଡ଼ରେ ଧରପଗଡ଼, ଅତର୍କିତ ଚଢ଼ାଉ କରି ୧୮ ସାର ବ୍ରିକ୍ରେତାଙ୍କ ଲାଇସେନ୍ସ ରବ୍ଦ

ବରଗଡ଼,୪।୨(ପ୍ରେମାନନ୍ଦ ଖମାରୀ)- ବରଗଡ଼ ଜିଲାରେ ସାରବିକ୍ରିରେ କଳାବଜାର ତଥା ଅନ୍ୟ ଅନିୟମିତତା ନେଇ କୃଷି ବିଭାଗ ପକ୍ଷରୁ ଧରପଗଡ଼ ଆରମ୍ଭ ହୋଇଛି। ଏହି କ୍ରମରେ ବୁଧବାର ଓ…

ପୂର୍ବ ଶତ୍ରୁତାରୁ ପଡୋଶୀଙ୍କୁ ମରଣାନ୍ତକ ଆକ୍ରମଣ, ଜାମିନ ନାମଞ୍ଜୁର ପରେ ଅଭିଯୁକ୍ତ…

ଦିଗପହଣ୍ଡି, ୨।୪ (ଅଶେଷ ନାଥ ମିଶ୍ର): ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି ଜଣେ ପଡୋଶୀଙ୍କୁ ମରଣାନ୍ତକ ଆକ୍ରମଣ କରିବା ଅଭିଯୋଗରେ ଦିଗପହଣ୍ଡି ପୋଲିସ ଜଣେ ବ୍ୟକ୍ତିଙ୍କୁ ଗିରଫ…

ଧରିତ୍ରୀ’ ପ୍ରଭାବ: ପଲିଥିନ୍ ତଳେ ଛଟପଟ ହାନ୍ଦୁଙ୍କୁ ମିଳିବ ସ୍ୱପ୍ନର ପକ୍କା ଘର, ଖବର ପ୍ରକାଶ ପରେ…

ଥୁଆମୂଳ ରାମପୁର, ୨। ୪(ଦୁର୍ଗା କୀର୍ତ୍ତି): ଅସହାୟଙ୍କ ସ୍ୱର ସାଜିଛି ‘ଧରିତ୍ରୀ’। ଖବର ପ୍ରସାରଣର ମାତ୍ର କିଛି ଦିନ ମଧ୍ୟରେ ପ୍ରଶାସନିକ ସ୍ତରରେ ଦେଖାଦେଇଥିବା ତ୍ୱରିତ ପଦକ୍ଷେପ…

ମୃତ୍ୟୁ ପରେ ବି ଅମର ରମେଶ: ଅଙ୍ଗଦାନ ପରେ ପ୍ରଶାସନ ପକ୍ଷରୁ ଦିଆଗଲା’ଗାର୍ଡ ଅଫ ଅନର’

ମୋହନା, ୨।୪( ମନ୍ମଥ ମିଶ୍ର ): ମଣିଷ ଚାଲିଗଲେ ମଧ୍ୟ ତାଙ୍କର ଅଙ୍ଗ ଅନ୍ୟ ଜଣଙ୍କ ଶରୀରରେ ଜୀବିତ ରହିପାରେ, ଏହାର ଏକ ଜ୍ୱଳନ୍ତ ଉଦାହରଣ ସାଜିଛନ୍ତି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri