ଛିଡ଼ିଲା ଦଉଡ଼ି, ଛେଳି ପାଇଁ ୩ ଘଣ୍ଟା ଧରି କୂଅରେ ଫସି ରହିଲେ, ଉଦ୍ଧାର ପରେ ସଂଘର୍ଷ କାହାଣୀ କହିଲେ ଲୁଦି…

ଦାରିଙ୍ଗବାଡି, ୧୦।୬ (ଅରୁଣ ସାହୁ ): କନ୍ଧମାଳ ଜିଲା ଦାରିଙ୍ଗବାଡି ଥାନା ସିମନବାଡି ଶିବ ମନ୍ଦିରର କୂଅରେ ଏକ ଛେଳି ପଡିଯାଇଥିଲା। ପରେ ତାକୁ ଉଦ୍ଧାର କରିବାକୁ ଯାଇ ୩ ଘଣ୍ଟା ଧରି ଉକ୍ତ କୂଅରେ ଜଣେ ଯୁବକ ଫସିଯାଇଥିଲେ। ତାଙ୍କୁ ଚେତାଶୂନ୍ୟ ପରିସ୍ଥିତିରେ ଉଦ୍ଧାର କରାଯାଇଥିଲା। ଏବେ ନିଶ୍ଚିତ ମୃତ୍ୟୁମୁଖରୁ ବର୍ତ୍ତିଯିବା ପରେ ନୂଆ ଜୀବନ ପାଇଥିବା ଯୁବକ ସଂଘର୍ଷର କାହାଣୀ ବଖାଣିଛନ୍ତି।
ଉଦ୍ଧାର ଯୁବକ ହେଲେ ସିମନବାଡି ପଞ୍ଚାୟତ ଶିବମନ୍ଦିର ସାହିର ଲୁଦୁ ପ୍ରଧାନ। ଦାରିଙ୍ଗବାଡି ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ ଚିକିତ୍ସା କରାଯିବା ପରେ ମଙ୍ଗଳବାର ତାଙ୍କୁ ଘରକୁ ଛାଡିଦିଆଯାଇଛି। ସେ ଏବେ ବିପଦମୁକ୍ତ। ହେଲେ ତାଙ୍କୁ ଉଦ୍ଧାର ସମୟରେ ପିଠିରୁ ଚମଡା ବାହାରି ଯାଇଥିବାରୁ ଆଘାତ ରହିଛି। ତାହା ଧୀରେ ଧୀରେ ଠିକ୍‌ ହେବ ବୋଲି ଡାକ୍ତର କହଛନ୍ତି।
ଲୁବୁ କହିଛନ୍ତି, ଛେଳି କୂଅରେ ପଡିଯିବା ପରେ ଗାଁ ଲୋକଙ୍କ ସହାୟତରେ ଏକ ଦଉଡି ସାହାଯ୍ୟରେ କୂଅ ଭିତରକୁ ଯାଇଥିଲେ। ଛେଳିକୁ ହାତରେ ଧରି ପୁଣି ସେହି ଦଉଡିରେ ଉପରକୁ ଉଠିବାକୁ ଚେଷ୍ଟା କରିଥିଲେ। ହେଲେ ଦଉଡିଟି ଛିଣ୍ଡିଯିବାରୁ ପୁଣି କୂଅ ଭିତରେ ପଡିଯାଇଥିଲେ। ଗ୍ରାମବାସୀ ଆଉ ଥରେ ଦଉଡି ପକାଇଥିଲେ ଓ ଲୁଦି ଉଠିବାକୁ ଚେଷ୍ଟା କରିଥିଲେ। ହେଲେ ତାହା ସମ୍ଭବ ହୋଇ ନ ଥିଲା। ଏଭଳି ସ୍ଥିତିରେ ସେ କୂଅ ଭିତରେ ବେହୋସ ହୋଇଯାଇଥିଲେ। ଦୀର୍ଘ ସମୟ ଧରି ଗ୍ରାମର କିଛି ଯୁବକ ତାଙ୍କୁ ଉଦ୍ଧାର କରିବାକୁ ପ୍ରୟାସ କରି ସମ୍ଭବ ହୋଇ ନ ଥିଲା। କୂଅ ଭିତରେ ସେ ଜୀବନ ମରଣ ସହ ସଂଘର୍ଷ କରୁଥିଲେ। ପରେ ଅଗ୍ନିଶମ ବିଭାଗ ତାଙ୍କୁ ବହୁ ସମୟ ଧରି ପରିଶ୍ରମ କରି ଉଦ୍ଧାର କରିଥିବାରୁ ସେମାନେ ତାଙ୍କୁ ଦେବଦୂତ ଭଳି ପୁର୍ନଜୀବନ ଦେଇଥିବା ସେ କହିଛନ୍ତି।

Enter your email to get our daily news in your inbox.

All Right Reserved By Dharitri.Com

୨ ମହିଳାଙ୍କ ସମେତ ୬ ଦାଦନ ଶ୍ରମିକ ଉଦ୍ଧାର

ନୂଆପଡ଼ା/କୋମନା,୨୬ା୧୨(ମକାରୁ ବେମାଲ/ମହେଶ ବାଗ): ନୂଆପଡ଼ା ଜିଲା କୋମନା ଅଞ୍ଚଳରେ ଦାଦନ ଦଲାଲ ସକ୍ରିୟ ରହିଛନ୍ତି। ପ୍ରତିଦିନ ଜିଲାରୁ ଶତାଧିକ ଶ୍ରମିକ ଚାଲାଣ ହେଉଥିବା ଅଭିଯୋଗ ହୋଇଆସୁଛି।...

ଭାଜପା ପକ୍ଷରୁ ବନବିହାର କାର୍ଯ୍ୟକ୍ରମ: ସାମୂହିକ ବନ୍ଦେ ମାତରମ ଗାନ

କେସିଙ୍ଗା,୨୬ା୧୨ (ତୁମେଶ୍ୱର ସାହୁ)- କଳାହାଣ୍ଡି ଜିଲା କେସିଙ୍ଗା ଭାଜପା ନଗର ମଣ୍ଡଳ କମିଟି ପକ୍ଷରୁ ଶୁକ୍ରବାର ତହସିର ଚେକ୍‌ଡ୍ୟାମ ପରିସରରେ ବନବିହାର କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଛି।...

ନିଖୋଜ ରାତ୍ର ଜଗୁଆଳିଙ୍କ ମୃତଦେହ ଜବତ : ହତ୍ୟା ଅଭିଯୋଗ କଲେ ପରିବାର ଲୋକେ

ଥୁଆମୂଳ ରାମପୁର,୨୬ା୧୨(ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ବ୍ଲକ କର୍ଲାପାଟ ଥାନା ଅଧୀନ ଗୁଣୁପୁର ସାଇସୁରୁଣି ଛକ ନିକଟ ପୋଲ ତଳୁ ଶୁକ୍ରବାର ନିଖୋଜ...

ଖୋଲିଲା ମା’ ବାଙ୍କେଶ୍ବରୀଙ୍କ ଦାନହୁଣ୍ଡି: ମିଳିଲା ୧୧ ଲକ୍ଷ ୯୩ ହଜାର

ଦିଗପହଣ୍ଡି,୨୬।୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ବି. ତୁରୁବୁଡିି ପଞ୍ଚାୟତ କେରାଣ୍ଡିମାଳ ପର୍ବତ ଶିଖରରେ ପୂଜା ପାଉଥିବା ସମଗ୍ର ଦକ୍ଷିଣ ଓଡ଼ିଶାର ପ୍ରମୁଖ...

କଳାହାଣ୍ଡିର ଯୁବତୀଙ୍କୁ ତେଲେଙ୍ଗାନାରେ ହତ୍ୟା, ନଦୀବ୍ରିଜ ତଳୁ ମୃତଦେହ…

ଭବାନୀପାଟଣା,୨୬।୧୨(ଉତ୍ତମ କୁମାର ଦାଶ)-କଳାହାଣ୍ଡି ର ଯୁବତୀ ଙ୍କୁ ତେଲେଙ୍ଗାନା ରେ ହତ୍ୟା ଭଳି ଏକ ଦୁଃଖଦ ଘଟଣା ସାମ୍ନାକୁ ଆସିଛି। ଗତ ୩ ମାସ ତଳେ...

ଲେଡ଼ବନ୍ଧ ବୁଲାଣିରେ କାର-ବାଇକ୍‌ ମୁହାଁମୁହିଁ ଧକ୍କା: ମା’ ଗୁରୁତର, ଶିଶୁ ସହ ଦାଦା… 

ମୋହନା,୨୬।୧୨(ମନ୍ମଥ ମିଶ୍ର): ବୁଲାଣିରେ କାର- ବାଇକ ମୁହାଁ ମୁହିଁ ଧକ୍କା। ଜଣେ ମହିଳା ଗୁରୁତର। ସେ ହେଲେ ପ୍ରଭାବତୀ ମଳିକ(୨୦)। ତାଙ୍କ ଅବସ୍ଥା ଗୁରୁତର ଥିବାରୁ...

ଋଷିକୂଲ୍ୟା ମୁହାଣରେ ଅଲିଭ ରିଡଲେ କଇଁଛଙ୍କୁ ଜିପିଏସ ଟ୍ୟାଗିଂ: ସାଟେଲାଇଟ୍‌ ଜରିଆରେ ଜାଣିହେବ ଗତିବିଧି

ଗଞ୍ଜାମ,୨୬ା୧୨(ଅନାଥ ତରାଇ/ବିଦ୍ୟାଧର ସାହୁ): ଗଞ୍ଜାମ ଜିଲାର ଋଷିକୂଲ୍ୟା ନଦୀ ମୁହାଣର ବେଳାଭୂମିରେ ଏକ ଉଲେଖନୀୟ ପଦକ୍ଷେପ ନିଆଯାଇଛି। ଏଠାରେ ୨ଟି ଅଲିଭ ରିଡଲେ କଇଁଛଙ୍କୁ ଜିପିଏସ...

ନୂତନ ସରକାରୀ ଓକିଲ ନିଯୁକ୍ତି: ଭଞ୍ଜନଗର-ଜଗନ୍ନାଥପ୍ରସାଦ କୋର୍ଟରେ ୧୪ ଜଣ ନିଯୁକ୍ତ,ଜାଣନ୍ତୁ… 

ଭଞ୍ଜନଗର,୨୬।୧୨(ବାବୁଲା ପ୍ରଧାନ)-ଭାଜପା କ୍ଷମତାକୁ ଆସିବା ପରେ ଗଞ୍ଜାମ ଜିଲାରେ ସରକାରୀ ଓକିଲ ତାଲିକା ତୁରନ୍ତ ବଦଳିବ ବୋଲି ଆଶା କରାଯାଉଥିଲା। କିନ୍ତୁ ବିଭିନ୍ନ କାରଣ ଯୋଗୁ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri