Categories: ଖେଳ

ନାମ ଘୋଷଣା କଲା ଲକ୍ଷ୍ନୌ ଫ୍ରାଞ୍ଚାଇଜ

ଲକ୍ଷ୍ନୌ,୨୪।୧: ଚଳିତ ବର୍ଷ ଆଇପିଏଲରେ ନୂଆ କରି ସାମିଲ ହେବାକୁ ଯାଉଥିବା ଲକ୍ଷ୍ନୌ ଫ୍ରାଞ୍ଚାଇଜ ସୋମବାର ଦଳର ନାମ ଘୋଷଣା କରିଛି। ଆଇପିଏଲରେ ଏହି ଦଳ ଲକ୍ଷ୍ନୌ ସୁପର ଜ୍ୟାଣ୍ଟ୍ସ ଭାବେ ଜଣାଯିବ। ଏହି ନାମକୁ ପ୍ରଶଂସକମାନେ ବାଛିଛନ୍ତି ବୋଲି ଫ୍ରାଞ୍ଚାଇଜ ପକ୍ଷରୁ କୁହାଯାଇଛି।

ଆରପିଏସ୍‌ଜି ଗ୍ରୁପ୍‌ ମାଲିକାନାରେ ଥିବା ଫ୍ରାଞ୍ଚାଇଜ ଦଳର ନାମ ଚୟନ କରିବା ପୂର୍ବରୁ ପ୍ରଶଂସକଙ୍କ ଠାରୁ ମତାମତ ନେଇଥିଲା। ଦଳର ନାମ ଏକ ଭିଡିଓ ମେସେଜ ଜରିଆରେ ଆରପିଏସ୍‌ଜି ଗ୍ରୁପ୍‌ ମାଲିକ ସଞ୍ଜୀବ ଗୋଏଙ୍କା ଘୋଷଣା କରିଛନ୍ତି।

“‘ନାମ ବନାଓ ନାମ କମାଓ’ ପ୍ରତିଯୋଗିତା ଜରିଆରେ ଆପଣମାନଙ୍କ ମତାମତ ପାଇଁ ଧନ୍ୟବାଦ୍‌। ଲକ୍ଷ ଲକ୍ଷ ପ୍ରଶଂସକ ମତାମତ ଦେଇଥିଲେ। ସେମାନଙ୍କ ପରାମର୍ଶକୁ ଦୃଷ୍ଟିରେ ରଖି ଆମେ ଖୁସିର ସହିତ ଲକ୍ଷ୍ନୌ ଆଇପିଏଲ ଦଳର ନାମ ‘ଲକ୍ଷ୍ନୌ ସୁପର ଜ୍ୟାଣ୍ଟ୍ସ’ ବାଛିଛୁ ” ବୋଲି ଗୋଏଙ୍କା ମେସେଜରେ କହିଛନ୍ତି।

Share