Categories: ଖେଳ

ଲୁକାସ ହକି କୋଚ୍‌ ଓ ଭିଡିଓ ଆନାଲିଷ୍ଟ

ନୂଆଦିଲ୍ଲୀ, ୬ା୯ (ପି.ଟି.): ହକି ଇଣ୍ଡିଆ ମଙ୍ଗଳବାର ବେଲଜିୟମର ଆର୍ଟର ଲୁକାସଙ୍କୁ କୋଚ୍‌ ଓ ଭିଡିଓ ଆନାଲିଷ୍ଟ ଭାବେ ନିଯୁକ୍ତି ଦେଇଛି। ଲୁକାସଙ୍କ ସହିତ ହୋଇଥିବା ଚୁକ୍ତି ଅନୁସାରେ ସେ ବେଙ୍ଗାଲୁରୁସ୍ଥିତ ସିନିୟର ପୁରୁଷ ଓ ମହିଳା ଏବଂ ଜୁନିୟର ପୁରୁଷ ଓ ମହିଳା ଆଦି ସମସ୍ତ ୪ ଭାରତୀୟ ହକି ଦଳ ପାଇଁ କାର୍ଯ୍ୟ କରିବେ। ଲୁକାସଙ୍କର ନିକଟରେ ପ୍ରଚୁର ଅଭିଜ୍ଞତା ପାରଦର୍ଶିତା ରହିଛି। ପୂର୍ବରୁ ସେ ରୟାଲ ବେଲଜିୟମ ହକି ଆସୋସିଏଶନ ପାଇଁ ୨୦୧୮ରୁ ୨୦୨୩ ପର୍ଯ୍ୟନ୍ତ ୧୮ ବର୍ଷରୁ କମ୍‌ ଜାତୀୟ ଦଳର ପରଫର୍ମାନ୍ସ ଆନାଲିଷ୍ଟ ଭାବେ କାର୍ଯ୍ୟ କରିଛନ୍ତି। ତାଙ୍କ କାର୍ଯ୍ୟକାଳ ସମୟରେ ଏହି ଦଳର ବିକାଶ ଓ ସଫଳତା କ୍ଷେତ୍ରରେ ତାଙ୍କର ଉଲ୍ଲେଖନୀୟ ଅବଦାନ ରହିଥିଲା। ଲୁକାସ ୨୦୧୭ରୁ ବେଲଜିୟମର ଅନ୍ୟତମ ଟପ୍‌ ହକି କ୍ଲବ କେଏଚ୍‌ସି ଡ୍ରାଗନ୍ସର ପରଫର୍ମାନ୍ସ ଆନାଲିଷ୍ଟ ଭାବେ କାର୍ଯ୍ୟ କରିିଛନ୍ତି। ୨୦୧୫ରୁ ୨୦୨୧ ପର୍ଯ୍ୟନ୍ତ ସେ ଇଡେନଜେମ୍‌ର ଭିକ୍ଟୋରିଆ ହକି କ୍ଲବ ପାଇଁ ଯୁବ ମ୍ୟାନେଜର ଓ କୋଚ୍‌ ସମେତ ବିଭିନ୍ନ ଭୂମିକାରେ କାର୍ଯ୍ୟ କରିଛନ୍ତି। ହକି ଇଣ୍ଡିଆ ସଭାପତି ତିର୍କୀ କହିଛନ୍ତି, ଜଣେ କୋଚ୍‌ ଓ ଭିଡିଓ ଆନାଲିଷ୍ଟ ଭାବେ ଲୁକାସଙ୍କ ନିକଟରେ ରହିଥିବା ଅଭିଜ୍ଞତା ଓ ପାରଦର୍ଶିତା ଆମ ଦଳଗୁଡ଼ିକର ପ୍ରଦର୍ଶନରେ ଉନ୍ନିତି ଆଣିବାରେ ବିଶେଷ ସହାୟକ ହେବ। ଲୁକାସ ମଙ୍ଗଳବାର ନୂଆଦିଲ୍ଲୀରେ ପହଞ୍ଚତ୍ଛନ୍ତି।

Share