ଏଲ୍‌ଏସ୍‌ଜି ବିଜୟୀ…

ମୁମ୍ବାଇ, ୧୬।୪ : ଆଇପିଏଲ୍‌ ସିଜିନ୍‌ର ୧୫ତମ ସଂସ୍କରଣରେ ଶନିବାର ଲକ୍ଷ୍ନୌ ସୁପର ଜ୍ୟାଣ୍ଟସ୍‌(ଏଲ୍‌ଏସ୍‌ଜି) ମୁମ୍ବାଇ ଇଣ୍ଡିଆନ୍ସ୍‌(ଏମ୍‌ଆଇ) ବିପକ୍ଷରେ ବିଜୟୀ ହୋଇଛି।  ମହାରାଷ୍ଟ୍ର ମୁମ୍ବାଇର ବ୍ରେବୋର୍ନ ଷ୍ଟାଡିୟମ୍‌ରେ ଖେଳାଯାଉଥିବା ଏହି ମ୍ୟାଚ୍‌ରେ ଏମ୍‌ଆଇର ଅଧିନାୟକ ରୋହିତ ଶର୍ମା ଟସ ଜିଣିବା ପରେ ପ୍ରଥମେ ବୋଲିଂ କରିବାକୁ ନିଷ୍ପତ୍ତି ନେଇଥିଲେ। ଏଲ୍‌ଏସ୍‌ଜି ଅଧିନାୟକ କେ.ଏଲ୍‌. ରାହୁଲଙ୍କ ନେତୃତ୍ୱରେ ଟିମ୍‌ ବ୍ୟାଟିଂ ଆରମ୍ଭ କରିଥିଲା।

ଏଲ୍‌ଏସ୍‌ଜି ନିର୍ଦ୍ଧାରିତ ୨୦ ଓଭରରେ ୪ ଓ୍ବିକେଟ ହରାଇ ୧୯୯ ରନ୍‌ କରିଥିଲା। ଏମ୍‌ଆଇ୍‌ ପାଇଁ ୨୦୦ ରନ୍‌ର ବିଜୟ ଲକ୍ଷ୍ୟ ରନ୍‌ ରହିଥିଲା। ଏମ୍‌ଆଇ ବିଜୟ ଲକ୍ଷ୍ୟର ପିଛା କରୀ ୨୦ ଓଭରରେ ୯ ଓ୍ବିକେଟ ହରାଇ ୧୮୧ ରନ୍‌ ସଂଗ୍ରହ କରିଥିଲା।

ଏମ୍‌ଆଇ ପକ୍ଷରୁ ଦଓ୍ବୋଲର୍‌ଡ ବ୍ରାଭିସ୍‌ ୧୩ ବଲ୍‌ରେ ୩୧ ରନ୍‌ କରିଥିବାବେଳେ ରୋହିତ ଶର୍ମା ୭ ବଲ୍‌ରେ ୬ ରନ୍‌ କରିଥିଲେ। ସେହିପରି ଇଶାନ୍‌ କିଶନ ୧୭ ବଲ୍‌ରେ ୧୩ ରନ୍‌ କରିଥିଲେ। ସୂର୍ଯ୍ୟ କୁମାର ଯାଦବ ୨୭ ବଲ୍‌ରେ ୩୭ ରନ୍‌ କରିଥିଲେ। ତିଲକ ବର୍ମା ୨୬ ବଲ୍‌ରେ ୨୬ ରନ୍‌ କରିଥିବାବେଳେ

ଏଲ୍‌ଏସ୍‌ଜି ପକ୍ଷରୁ କେ.ଏଲ୍‌.ରାହୁଲ ବିସ୍ଫୋରକ ବ୍ୟାଟିଂ କରି ୬୦ ବଲ୍‌ରେ ୧୦୩ରନ୍‌ କରିଥିବାବେଳେ ମନିଶ ପାଣ୍ଡେ ୨୯ ବଲ୍‌ରେ ୩୮ ରନ୍‌ କରିଥିଲେ।

Share