କମିଲା ଗ୍ୟାସ୍‌ ଦର, ଜାଣନ୍ତୁ କେଉଁଠି କେତେ କମିଲା…

ନୂଆଦିଲ୍ଲୀ,୧ା୪: ସାଧାରଣ ଲୋକଙ୍କୁ ଆରାମ ପ୍ରଦାନ କରି ସୋମବାର  ଗ୍ୟାସ ସିଲିଣ୍ଡରର ମୂଲ୍ୟ ହ୍ରାସ କରାଯାଇଛି।  ଆଜି ତୈଳ କମ୍ପାନୀଗୁଡିକ କ୍ରମାଗତ ୩ ମାସ ପାଇଁ ବଢୁଥିବା ଗ୍ୟାସ ଦର ଉପରେ ପ୍ରତିବନ୍ଧକ ଲଗାଇଛନ୍ତି। ୧ ଏପ୍ରିଲ ୨୦୨୪ରେ ଗ୍ୟାସ ସିଲିଣ୍ଡରର ମୂଲ୍ୟ ୩୦.୫୦ ଟଙ୍କା ହ୍ରାସ କରାଯାଇଛି। ତେବେ ଘରୋଇ ଗ୍ୟାସ ସିଲିଣ୍ଡରର ମୂଲ୍ୟ ସମାନ ରହିଥିବା ବେଳେ କମର୍ସିଆଲ ଗ୍ୟାସ୍‌ ସିଲିଣ୍ଡର (ବାଣିଜି୍ୟକ ଏଲ୍‌ପିଜି) ଉପରେ ଏହି ହ୍ରାସ କରାଯାଇଛି। ଏହା ପୂର୍ବରୁ ମାର୍ଚ୍ଚରେ ସିଲିଣ୍ଡର ପିଛା ମୂଲ୍ୟ ୨୫.୫୦ ଟଙ୍କା ବୃଦ୍ଧି ପାଇଥିଲା। ଏଥି ସହିତ ଫେବୃଆରୀରେ ୧୪ ଟଙ୍କା ଏବଂ ଜାନୁଆରୀରେ ୧.୫୦ ଟଙ୍କା ବୃଦ୍ଧି ଘଟିଛି।

ଜାଣନ୍ତୁ କେଉଁ ସହରରେ କେତେ କମିଛି…

ଦିଲ୍ଲୀରେ ଏଲ୍‌ପିଜି ସିଲିଣ୍ଡରର ମୂଲ୍ୟ ୩୦.୫୦ ଟଙ୍କା ହ୍ରାସ କରାଯାଇଥିବା ବେଳେ କୋଲକାତାରେ ୩୨ ଟଙ୍କା ହ୍ରାସ କରାଯାଇଛି। ସେହିପରି ମୁମ୍ବାଇରେ ସିଲିଣ୍ଡର ପିଛା ୩୧.୫୦ ଟଙ୍କା ହ୍ରାସ କରାଯାଇଛି। ଚେନ୍ନାଇରେ ସିଲିଣ୍ଡର ମୂଲ୍ୟ ୩୦.୫୦ ଟଙ୍କା ହ୍ରାସ କରାଯାଇଛି।

ଯଦି ଆମେ ଘରୋଇ ଏଲ୍‌ପିଜି ସିଲିଣ୍ଡର ବିଷୟରେ କହିବା ତେବେ ୧୪.୨ କେଜି ଘରୋଇ ଗ୍ୟାସ୍‌ ସିଲିଣ୍ଡରର ମୂଲ୍ୟରେ କୌଣସି ପରିବର୍ତ୍ତନ ହୋଇନାହିଁ। ଏହା ଦିଲ୍ଲୀରେ ୮୦୩ ଟଙ୍କା, କୋଲକାତାରେ ୮୨୯ଟଙ୍କା, ମୁମ୍ବାଇରେ ୮୦୨.୫୦ ଟଙ୍କା ଏବଂ ଚେନ୍ନାଇରେ ୮୧୮.୫୦ ଟଙ୍କାରେ ଉପଲବ୍ଧ।

Share