ନିମ୍ନମାନର ଛତୁଆରେ କମୁନି ପୁଷ୍ଟହୀନତା

ଯାଜପୁର/କୋରେଇ(ହର୍ଷବର୍ଦ୍ଧନ ବେହେରା/ଚନ୍ଦ୍ରକାନ୍ତ ପତି),୨୧ା୬: ଶିଶୁ, ଗର୍ଭବତୀ ଓ ପ୍ରସୂତିଙ୍କ ପୁଷ୍ଟିହୀନତା ତଥା ରକ୍ତହୀନତା ରୋଗ ହ୍ରାସ ଲକ୍ଷ୍ୟରେ ଅଙ୍ଗନଓ୍ବାଡି କେନ୍ଦ୍ରରେ ଛତୁଆ ବଣ୍ଟନ ଯୋଜନା କାର୍ଯ୍ୟକାରୀ ହେଉଛି। ହେଲେ ଉକ୍ତ ଛତୁଆ ପ୍ୟାକେଟରେ ଆବଶ୍ୟକ ପରିମାଣର ସାମଗ୍ରୀ ନ ମିଶାଇ ନିର୍ମାଣକାରୀ ସଂସ୍ଥା ବ୍ୟାପକ ଅନିୟମିତତା କରୁଥିବା ଅଭିଯୋଗ ହେଉଛି। ଏହାବାଦ୍‌ ଅଣ୍ଡା,ଖଜୁରୀ, ସୋଲା, ବାଦାମ ଲଡୁ ଇତ୍ୟାଦି ସାମଗ୍ରୀ ଉପଯୁକ୍ତ ମାନର ହେଉ ନ ଥିବାରୁ ପିଲାମାନେ ମୁହଁ ଫେରାଇ ନେଉଥିବା ମତପ୍ରକାଶ ପାଇଛି। ବିଶେଷ କରି ଯାଜପୁର ଜିଲାର କୋରେଇ ଓ ବରୀ ବ୍ଲକରେ ଛତୁଆ ତିଆରି ନାମରେ ବ୍ୟାପକ ହରିଲୁଟ ଚାଲିଥିବା କେତେଜଣ ପ୍ରସୂତି ଓ ଗର୍ଭବତୀ ମହିଳା ଅଭିଯୋଗ କରିଛନ୍ତି। ଜିଲା ସମାଜ କଲ୍ୟାଣ ବିଭାଗ(ଡିଏସ୍‌ଡବ୍ଳ୍ୟୁଓ) ଅଧିକାରୀ ଓ ଛତୁଆ ତିଆରି ଦାୟିତ୍ୱରେ ଥିବା ଏକାଧିକ ସ୍ବୟଂ ସହାୟକ ଗୋଷ୍ଠୀ(ଏସ୍‌ଏଚ୍‌ଜି) କର୍ମକର୍ତ୍ତାଙ୍କ ଅସାଧୁମେଣ୍ଟ ଯୋଗୁ ଏଥିରେ ବାର୍ଷିକ ବିପୁଳ ଅର୍ଥ ଲୁଟ୍‌ ହେଉଛି। ଫଳରେ ଏବେ ବି ଜିଲାରେ ପୁଷ୍ଟିହୀନତା ଓ ରକ୍ତହୀନତା ଆକ୍ରାନ୍ତଙ୍କ ସଂଖ୍ୟା ସମ୍ପୂର୍ଣ୍ଣ ଭାବେ ନିୟନ୍ତ୍ରଣ ହୋଇ ପାରି ନ ଥିବା ସୂଚନା ମିଳିଛି।
ଯାଜପୁର ଜିଲାର ଧର୍ମଶାଳା ବ୍ଲକ ସିଡିପିଓଙ୍କ କାର୍ଯ୍ୟାଳୟ ସମ୍ମୁଖରେ ୮ା୫ା୨୦୨୩ରେ ରୋଜି ସାହୁ ନାମ୍ନୀ ଜଣେ ମହିଳା ଏକ ଛତୁଆ ଓ ହାଲୁଆ ପ୍ୟାକେଟ ଧରି ସିଡିପିଓଙ୍କ ନିକଟରେ ନିମ୍ନମାନର ବୋଲି ଲିଖିତ ଅଭିଯୋଗ କରିଥିଲେ। ଏହାପରେ ସେ ସିଡିପିଓଙ୍କ ଅଫିସ ସାମ୍ନାରେ ସାଧାରଣ ଲୋକଙ୍କ ସମ୍ମୁଖରେ ଚଲା ମାଧ୍ୟମରେ ଛତୁଆ ପ୍ୟାକେଟ ଖୋଲି ଚଲେଇ ଥିଲେ। ସେଥିରୁ ଚୋକଡ଼ ଓ ଖଦଡ ଆଦି ଅଖାଦ୍ୟ ବାହାରିଥିବା ଦେଖା ଯାଇଥିଲା। ସେ କହିଥିଲେ ଏଭଳି ଖାଦ୍ୟ ପାଟିକୁ ଯାଉନାହିଁ, ତେଣୁ ଗାଈ ବଳଦକୁ ଦେଇ ଦେଉଛୁ। ତେବେ ଏହି ଅଭିଯୋଗର ୧ ବର୍ଷ ଅତିକ୍ରାନ୍ତ ହୋଇ ସାରିଥିଲେ ହେଁ ସଂପୃକ୍ତ ଛତୁଆ ତିଆରି ଅନୁଷ୍ଠାନ ବିରୋଧରେ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଗଲା ନାହିଁ। ବରଂ ମୋଟା ଅଙ୍କର ଅର୍ଥ କାରବାର କରି ମାମଲାକୁ ଚାପି ଦିଆଗଲା ବୋଲି ଚର୍ଚ୍ଚା ହୋଇଛି। ତେବେ ବର୍ତ୍ତମାନ କୋରେଇ ଓ ବରୀ ବ୍ଲକ ଅଞ୍ଚଳରେ ମହିଳାମାନେ ନିମ୍ନମାନର ଛତୁଆ ଉପରେ ଏଭଳି କହୁଥିବା ଶୁଣିବାକୁ ମିଳିଛି।
ଅଭିଯୋଗ ଅନୁଯାୟୀ, କୋରେଇ ବ୍ଲକର ୨୪୦ ଅଙ୍ଗନୱାଡ଼ି କେନ୍ଦ୍ର ଅଧୀନ ସମସ୍ତ ଗର୍ଭବତୀ ମହିଳା ଏବଂ ଶିଶୁମାନଙ୍କୁ ପୃଷ୍ଟିକର ଖାଦ୍ୟ ଯଥା ଛତୁଆ, ଅଣ୍ଡା, ଖଜୁରୀ, ସୋଲା, ବାଦାମ ଲଡୁ, ହାଲୁଆ ଇତ୍ୟାଦି ସାମଗ୍ରୀ ଯୋଗାଇ ଦେବାକୁ ୨ଟି ସ୍ବୟଂ ସହାୟିକା ଗୋଷ୍ଠୀଙ୍କୁ ଦାୟିତ୍ୱ ମିଳିଛି। ମକୁନ୍ଦୁପୁର ପଞ୍ଚାୟତ କଡମିଆ ଓ ତୁଳତୀ ପଞ୍ଚାୟତ ଖଇରା ଗ୍ରାମରେ ଛତୁଆ ପ୍ରସ୍ତୁତି କେନ୍ଦ୍ର ରହିଛି। ଏହି ୨ ପ୍ରସ୍ତୁତି କେନ୍ଦ୍ରରୁ ଛତୁଆ ଓ ଅନ୍ୟାନ୍ୟ ଖାଦ୍ୟ ସାମଗ୍ରୀ ଯାଇ କୋରେଇ ଅଞ୍ଚଳର ସମସ୍ତ ଗର୍ଭବତୀ ଓ ଶିଶୁମାନଙ୍କୁ ବିତରଣ କରାଯାଉଛି । ବାସ୍ତବରେ ସ୍ବୟଂ ସହାୟକ ଗୋଷ୍ଠୀ ନାମରେ କେତେଜଣ ବ୍ୟକ୍ତି ଏହାର ପରିଚାଳନା କରୁଛନ୍ତି। ସମ୍ପୃକ୍ତ ବ୍ୟକ୍ତିମାନେ ଅଧିକ ଲାଭ ଆଶାରେ ବିଭିନ୍ନ ଅପମିଶ୍ରିତ ଖାଦ୍ୟ ପ୍ରସ୍ତୁତ କରି ବିଭିନ୍ନ ଅଙ୍ଗନୱାଡ଼ି ସେଣ୍ଟରରୁ ପଠାଉଥିବାର ଅଭିଯୋଗ ହୋଇଛି । ମିଳିଥିବା ତଥ୍ୟ ଅନୁଯାୟୀ, ୧ କୁଇଣ୍ଟାଲ ଗହମରେ ୧୫ କିଲୋ ବାଦାମ, ୨୦ କିଲୋ ବୁଟ, ୨୫ କିଲୋ ଚିନି ମିଶାଇ ଛତୁଆ ପ୍ରସ୍ତୁତ କରିବା କଥା । ହେଲେ ବାସ୍ତବରେ ଅତ୍ୟଧିକ ଗହମରେ ଅଳ୍ପ ଚିନି, ବୁଟ, ବାଦାମ ମିଶାଇ ଏହାକୁ ପ୍ରସ୍ତୁତ କରାଯାଉଛି । ଏଥିସହିତ ଛତୁଆରୁ ଅତି ମାତ୍ରାରେ ଚୋକଡ଼ ବାହାରୁଥିବା ଦେଖିବାକୁ ମିଳୁଛି । ସେହିପରି ବାଦାମ ଲଡୁ ଓ ଖଜୁରୀ କୋଳିରେ ବ୍ୟାପକ ମାତ୍ରାରେ ବାଲି ଗୋଡ଼ି ବାହାରୁଛି । ମହିଳାମାନେ ଏହି ଛତୁଆକୁ ନିଜେ ନ ଖାଇ ଗାଈଗୋରୁଙ୍କୁ ଦେଉଥିବା ଦେଖିବାକୁ ମିଳୁଛି । ସେହିପରି ୬ ମାସରୁ ୩ ବର୍ଷ ସାଧାରଣ ଶିଶୁଙ୍କ ପାଇଁ ହାଲୁଆ ପ୍ରସ୍ତୁତି କରାଯାଇ ବଣ୍ଟନ ହେଉଛି। ଦେଢ କିଲୋ ବିଶିଷ୍ଟ ଗୋଟିଏ ପ୍ୟାକେଟ ହାଲୁଆରେ ୭୬୦ ଗ୍ରାମ ସୁଜି, ୨୬୦ ଗ୍ରାମ ବେସନ, ୪୦୦ ଗ୍ରାମ ଚିନି ଓ ୮୦ ଗ୍ରାମ ତେଲ ମିଶିବାର ନିୟମ ରହିଛି। କିନ୍ତୁ ବରୀ ବ୍ଲକ ଅଲ୍ଲୀପୁର ଗ୍ରାମରେ ହାଲୁଆ ପ୍ରସ୍ତୁତ ଦାୟିତ୍ୱ ଥିବା ସ୍ବୟଂ ସହାୟକ ଗୋଷ୍ଠୀ ଉକ୍ତ ଭାଗମାପକୁ ନ ମାନି ବହୁ ପରିମାଣର ସୁଜି ଦେଇ ସ୍ବାଦ ବିହୀନ ହାଲୁଆ ପ୍ୟାକେଟ ପ୍ରସ୍ତୁତ କରୁଥିବା ଅଭିଯୋଗ ହୋଇଛି। ଫଳରେ ଶିଶୁମାନେ ଉକ୍ତ ହାଲୁଆକୁ ଖାଇବାକୁ ପସନ୍ଦ କରୁନାହାନ୍ତି। ମହିଳା ଓ ଶିଶୁ ବିକାଶ ବିଭାଗ ଅଧିକାରୀମାନେ ନିୟମିତ ଭାବେ ଏହାର ଯାଞ୍ଚ ନ କରି ପ୍ରସ୍ତୁତକାରୀ ବ୍ୟକ୍ତିଙ୍କୁ ଓଲଟା ସହଯୋଗ କରୁଥିବା ଚର୍ଚ୍ଚା ହେଉଛି।
ଏ ସଂକ୍ରାନ୍ତରେ କୋରେଇ ଶିଶୁ ବିକାଶ ପ୍ରକଳ୍ପ ଅଧିକାରୀ ସିଡିପିଓ ଶକୁନ୍ତଳା ନାୟକଙ୍କୁ ପଚାରିବାରେ ସେ ଏଥିପ୍ରତି ଯନତ୍ବାନ ହେବେ ଏବଂ ଆବଶ୍ୟକ ତଦନ୍ତ କରିବେ ବୋଲି କହିଛନ୍ତି ା


Enter your email to get our daily news in your inbox.

All Right Reserved By Dharitri.Com

କେନ୍ଦ୍ରାପଡ଼ା: ୨୧ ବର୍ଷ ପରେ କାର୍ଯ୍ୟାନୁଷ୍ଠାନ; ୩ ବାଂଲାଦେଶୀଙ୍କୁ ଦେଶାନ୍ତର କଲା ଜିଲା ପ୍ରଶାସନ

କେନ୍ଦ୍ରାପଡ଼ା, ୩୦ା୧ (ଜଗନ୍ନାଥ ଧଳ): ଦୀର୍ଘ ୨୧ ବର୍ଷ ପରେ କେନ୍ଦ୍ରାପଡ଼ା ଜିଲାରେ ଅନୁପ୍ରବେଶକାରୀଙ୍କ ଉପରେ କଠୋର କାର୍ଯ୍ୟାନୁଷ୍ଠାନ ନିଆଯାଇଛି। ୩ ଜଣ ବାଂଲାଦେଶୀ ଅନୁପ୍ରବେଶକାରୀଙ୍କୁ ଜିଲା…

କୈଳାସ ସାହୁଙ୍କୁ ଗଳା କାଟି ହତ୍ୟା, ପହଞ୍ଚିଲା ବିଷମ କଟକ ପୋଲିସ… 

ବିଷମ କଟକ, ୩୦।୧(ପ୍ରସନ୍ନ କୁମାର ପଣ୍ଡା): ରାୟଗଡା ଜିଲା ବିଷମ କଟକ ସଦର ସ୍ଥିତ ବ୍ରାହ୍ମଣ ସାହି ନିବାସୀ କୈଳାସ ଚନ୍ଦ୍ରଙ୍କୁ କେହି ଦୁର୍ବୃତ୍ତ ଗଳା କାଟି…

ଅଭିଯୋଗ ଆଣିଲେ ଏମ୍‌ପି:ଦେଶର ଅର୍ଥନୈତିକ ଅଭିବୃଦ୍ଧି ଚିନ୍ତାଜନକ; ଗ୍ରାମୀଣ ବିକାଶକୁ ଅଣଦେଖା, ବଡ଼ ବଡ଼ …

ରାୟଗଡ଼ା,୩୦।୧(ଆଶିଷ ରଞ୍ଜନ ପଣ୍ଡା): ଆର୍ଥିକ ସର୍ବେକ୍ଷଣ ୨୦୨୫-୨୬ ଅନୁସାରେ ଭାରତର ଅର୍ଥନୈତିକ ଅଭିବୃଦ୍ଧି ପ୍ରାୟ ୭% ରହିବାର ପୂର୍ବାନୁମାନ କରାଯାଇଛି। ଯାହା ବିଶ୍ୱସ୍ତରୀୟ ଅନିଶ୍ଚିତତା ସତ୍ୱେ ଦେଶର ସାମଗ୍ରିକ…

ସରକାରଙ୍କ ବଡ଼ ଘୋଷଣା : ଝାରବନ୍ଧ ଓଡ଼ିଶାର ପ୍ରଥମ ଦୁଗ୍ଧ ଗ୍ରାମ; ସମୃଦ୍ଧି, ସଶକ୍ତିକରଣ ସ୍ଥାୟୀ ଗ୍ରାମୀଣ ବିକାଶର…

ବରଗଡ଼, ୩୦।୧( ପ୍ରେମାନନ୍ଦ ଖମାରୀ) – ସାମୁହିକ ପ୍ରଚେଷ୍ଟାରେ ଗ୍ରାମୀଣ ଅର୍ଥନୀତିକୁ ସୁଦୃଢ଼ କରିବା ଦିଗରେ ବରଗଡ଼ ଜିଲା ପଦ୍ମପୁର ଉପଖଣ୍ଡ ଅନ୍ତର୍ଗତ ଉପାନ୍ତ ଝାରବନ୍ଧ ଦୁଗ୍ଧ…

ଗୁଣପୁର-ବିଷମକଟକ ବିଧାନସଭା ଆସନ ଉପରେ ଭାଜପାର ଫୋକସ୍‌: ପୂର୍ବତନ ଜିଲା ପରିଷଦ ଦମ୍ପତିଙ୍କ ପୁଅ ମିଶିଲେ ଭାଜପାରେ

ରାୟଗଡ଼ା,୩୧।୧(ଆଶିଷ ରଞ୍ଜନ ପଣ୍ଡା): ୨୦୨୪ ସାଧାରଣ ନିର୍ବାଚନ ପରେ ରାଜ୍ୟରେ ଭାଜପା ଏକାକୀ ସରକାର ଗଠନ କରିବା ପରେ ଜିଲାରେ ସକ୍ରିୟ ହୋଇଛନ୍ତି ଭାଜପା କାର୍ଯ୍ୟକର୍ତ୍ତା। ଆଗାମୀ…

YouTube ଏବଂ Instagramରୁ କେମିତି କରିବେ ମୋଟା ଅଙ୍କର ରୋଜଗାର? ସରଳ ଭାଷାରେ ବୁଝନ୍ତୁ…

ନୂଆଦିଲ୍ଲୀ,୩୦।୧:  ଆଜିର ଡିଜିଟାଲ୍ ଯୁଗରେ ଯୁଟ୍ୟୁବ୍ ଓ ଇନ୍‌ଷ୍ଟାଗ୍ରାମ୍ ଅନେକ ଲୋକଙ୍କ ପାଇଁ ମୋଟା ଅଙ୍କର ରୋଜଗାରର ଏକ ମାଧ୍ୟମ ହୋଇଛି। ଏହି ଦୁଇଟି ପ୍ଲାଟଫର୍ମରେ ଆଡ୍ସ…

ଋଷିମାଳରେ କନ୍ଧମାଳ ଜିଲାପାଳ: ବ୍ରାହ୍ମଣୀଗାଁର ବିଭିନ୍ନ ଉନ୍ନୟନ କାର୍ଯ୍ୟ ଦେଖିଲେ

ଦାରିଙ୍ଗବାଡି,୩୦।୧(ଅରୁଣ ସାହୁ): କନ୍ଧମାଳ ଜିଲାପାଳ ବେଦ ଭୂଷଣ ଶୁକ୍ରବାର ଅପରାହ୍ନରେ ହଟାତ ଦାରିଙ୍ଗବାଡି ଗସ୍ତରେ ଆସିଥିଲେ। ସେ ଉକ୍ତ ବ୍ଲକର ଦୁର୍ଗମ ବ୍ରାହ୍ମଣୀଗାଁ ଥାନା ଅଞ୍ଚଳ ହାତୀମୁଣ୍ଡା…

ଗଲା ଗୋଟିଏ ପରେ ଗୋଟିଏ ଜୀବନ: ୫ ମଇଁଷି ମୃତ

ଖଜୁରିପଡ଼ା,୩୦ା୧ ( ବିଦୁର ବେହେରା): ଖଜୁରିପଡ଼ା ବ୍ଲକ୍‌ ଅନ୍ତର୍ଗତ ଚାରିପଡ଼ା ଗ୍ରାମରେ ବିଦ୍ୟୁତ୍‌ ସଂସ୍ପର୍ଶରେ ଆସି ୫ଟି ମଇଁଷିଙ୍କ ମୃତ୍ୟୁ ହୋଇଥିବା ଅଭିଯୋଗ ହୋଇଛି। ବିଦ୍ୟୁତ୍‌ ଖୁଣ୍ଟରୁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri