ବଙ୍ଗୋପସାଗରରେ ସୃଷ୍ଟି ହୋଇପାରେ ଲଘୁଚାପ, ୧୦ ବେଳକୁ ହେବ….

ଭୁବନେଶ୍ବର,୬ା୫: ବଙ୍ଗୋପସାଗରରେ ସୃଷ୍ଟି ହେବ ଲଘୁଚାପ । ଏକ ମଡେଲ୍ ଅନୁଯାୟୀ ୧୦ରେ ଲଘୁଚାପ ଦାନା ବାନ୍ଧିବାର ସମ୍ଭାବନା ରହିଛି । ଶ୍ରୀଲଙ୍କା ଓ ତାମିଲନାଡୁ ଉପକୂଳରେ ଲଘୁଚାପ କ୍ଷେତ୍ର ସୃଷ୍ଟି ହେବା ନେଇ ବିଭିନ୍ନ ମଡେଲ୍‌ ଆକଳନ ଆକଳନ କରିଛନ୍ତି । ହେଲେ ଏହି ଲଘୁଚାପ କ୍ଷେତ୍ର ପରବର୍ତ୍ତି ସମୟରେ ଅବପାତ ହେବ କିମ୍ବା କେଉଁଆଡ଼କୁ ଗତି କରିବ ତାହା ବର୍ତ୍ତମାନ ସୁଦ୍ଧା ଅସ୍ପଷ୍ଟ ରହିଛି ।

ବର୍ତ୍ତମାନ କେନ୍ଦ୍ରୀୟ ଭାରତରେ ଏକ ଟ୍ରପ୍‌ଲାଇନ୍ ରହିଛି । ଏହାର ପ୍ରଭାବରେ ରାଜ୍ୟରେ କାଳବୈଶାଖୀ ବର୍ଷା ଲାଗି ରହିଛି । ହେଲେ ଏଗାର ତାରିଖ ବେଳକୁ ଟ୍ରପଲାଇନ ଦୁର୍ବଳ ହେବା ପରେ ଲଘୁଚାପର କ୍ଷେତ୍ର କେଉଁ ଆଡକୁ ଗତି କରିବ ତାହା ସ୍ପଷ୍ଟ ହୋଇପାରିବ । ତେବେ ଲଘୁଚାପ କ୍ଷେତ୍ର ନେଇ ଭାରତୀୟ ପାଣିପାଗ ବିଭାଗ ବା ଆଇଏମଡି ପକ୍ଷରୁ କୌଣସି ସୂଚନା ପ୍ରଦାନ କରାଯାଇ ନାହିଁ ।

 

Dharitri – Odisha’s No.1 Odia Daily