୮ ଅଭିନେତ୍ରୀଙ୍କୁ କରିଥିଲେ ପ୍ରେମ , ବିବାହ କଲେ ୩ଙ୍କୁ

ବଲିଉଡ୍‌ ଅଭିନେତା ସଞ୍ଜୟ ଦତ୍ତ ପ୍ରାୟତଃ ଚର୍ଚ୍ଚାରେ ରହିଥାନ୍ତି। ସେ ଅନେକ ହିଟ୍‌ ଫିଲ୍ମ ଦେଇଛନ୍ତି। ଫିଲ୍ମ ରକିରୁ ସେ ବଲିଉଡ୍‌ରେ ଡେବ୍ୟୁ କରିଥିଲେ। ତାଙ୍କ ବୃତ୍ତିଗତ ଜୀବନ ଠାରୁ ବ୍ୟକ୍ତିଗତ ଜୀବନ ଅଧିକ ଚର୍ଚ୍ଚାରେ ରହିଥାଏ। ବିଶେଷକରି ତାଙ୍କର ପ୍ରେମ ଜୀବନ ୮ ଗର୍ଲଫ୍ରେଣ୍ଡ ଠାରୁ ୩ ବିବାହ ବିଷୟରେ ଜାଣନ୍ତୁ।

ଟିନା ମୁନିମ୍‌ଙ୍କ ନାମ ତାଙ୍କର ପ୍ରଥମ ଗର୍ଲଫ୍ରେଣ୍ଡ ଭାବରେ ଯୋଡାଯାଇଛି। ଟିନା ଏବଂ ସଞ୍ଜୟ ପିଲାଦିନର ବନ୍ଧୁ ଥିଲେ। ପରେ ସେ ତାଙ୍କ ପ୍ରେମରେ ପଡିଥିଲେ । ଫିଲ୍ମ ‘ରକି’ ସମୟରେ ସେମାନଙ୍କର ସମ୍ପର୍କ ଅଧିକ ଶକ୍ତିଶାଳୀ ହୋଇଥିଲା, କିନ୍ତୁ ସଞ୍ଜୟଙ୍କ ଅତ୍ୟଧିକ ମଦ୍ୟପାନ ଯୋଗୁ ଟିନା ତାଙ୍କୁ ଛାଡିଥିଲେ । ପରେ ଟିନା ଅନିଲ ଅମ୍ବାନୀଙ୍କୁ ବିବାହ କରିଥିଲେ।

୧୯୮୪ରେ ସଞ୍ଜୟ ‘ଜମିନ’ ପାଇଁ ଶୁଟିଂ କରୁଥିଲା ବେଳେ ରେଖାଙ୍କ ସହିତ ତାଙ୍କର ସମ୍ପର୍କ ଖବର ସାମ୍ନାକୁ ଆସିଲା । ପରେ ରେଖା ଏବଂ ସଞ୍ଜୟଙ୍କ ବିବାହର ଖବର ମଧ୍ୟ ଚର୍ଚ୍ଚା ହୋଇଥିଲା। ପରେ ସଞ୍ଜୟ ଏକ ସାକ୍ଷାତକାର ସମୟରେ ତାହାକୁ ଗୁଜବ ବୋଲି କହିଥିଲେ। ଏଥି ସହିତ ରେଖାଙ୍କ ନାମ ମଧ୍ୟ ଅମିତାଭ ବଚ୍ଚନଙ୍କ ସହ ଜଡିତ ଥିଲା।

‘ମୁହୁର୍ତ୍ତ’ ଫିଲ୍ମ ସମୟରେ ସଞ୍ଜୟ ତାଙ୍କର ପ୍ରଥମ ପତ୍ନୀ ରିଚା ଶର୍ମାଙ୍କୁ ଭେଟିଥିଲେ। ସଞ୍ଜୟ ରିଚାଙ୍କ ଫଟୋକୁ ଏକ ପତ୍ରିକାରେ ଦେଖିଥିଲେ। ସେବେଠାରୁ ସେ ତାଙ୍କୁ ପସନ୍ଦ କରୁଥିଲେ। ୧୯୮୭ରେ ରିଚା ‘ଆଗ୍‌ ହି ଆଗ୍‌’ର ଶଟିଂ ସମୟରେ ସଞ୍ଜୟ ତାଙ୍କୁ ପ୍ରସ୍ତାବ ଦେଇଥିଲେ। କିନ୍ତୁ ରିଚା ତାଙ୍କୁ କୌଣସି ଉତ୍ତର ଦେଇ ନ ଥିଲେ। ପରେ ସେ ହଁ କହିଥିଲେ। ୧୯୮୭ ରେ ଦୁହେଁ ବିବାହ କରିଥିଲେ। ସେମାନଙ୍କ ଝିଅ ତ୍ରିଶାଲା ୧୯୮୮ରେ ଜନ୍ମ ହୋଇଥିଲେ। ବ୍ରେନ୍‌ ଟ୍ୟୁମରରେ ୧୯୯୬ ୧୦ ଡିସେମ୍ବର ନ୍ୟୁୟର୍କରେ ତାଙ୍କର ମୃତ୍ୟୁ ଘଟିଥିଲା।

ସଞ୍ଜୟଙ୍କ ନାମ ମଧ୍ୟ ମାଧୁରୀ ଦୀକ୍ଷିତଙ୍କ ସହିତ ଜଡିତ ଥିଲା। ୧୯୯୧ ରେ ‘ସାଜନ’ର ଶୁଟିଂ ସମୟରେ ଉଭୟ ପରସ୍ପରର ନିକଟତର ହୋଇଥିବା ଖବର ଆସିଥିଲା। ଉଭୟଙ୍କ ସମ୍ପର୍କ ବିଷୟରେ ଆଲୋଚନା ଜୋର ଧରିଥିଲା। କୁହାଯାଇଥିଲା ଯେ ଉଭୟ ବିବାହ କରିବାକୁ ଚାହୁଁଛନ୍ତି। କିନ୍ତୁ ମାଧୁରୀଙ୍କ ବାପା ଏହି ସମ୍ପର୍କକୁ ନେଇ ଖୁସି ନ ଥିଲେ, କାରଣ ସଞ୍ଜୟଙ୍କ ପୂର୍ବରୁ ଏକ ଝିଅ ଥିଲେ। କୁହାଯାଏ ଯେ,୧୯୯୩ ବମ୍ବେ ବୋମା ବିସ୍ଫୋରଣରେ ଯେତେବେଳେ ସଞ୍ଜୟଙ୍କ ନାମ ଆସିଲା, ମାଧୁରୀ ସଞ୍ଜୟଠାରୁ ନିଜକୁ ଦୂରେଇ ରଖିଥିଲେ।

ସଞ୍ଜୟ ଦତ୍ତ ଏବଂ ଲିସା ରୟଙ୍କ ସମ୍ପର୍କ ବିଷୟରେ ମଧ୍ୟ ଖବର ଆସିଥିଲା। ଯେତେବେଳେ ସଞ୍ଜୟ ତାଙ୍କ ସ୍ତ୍ରୀଙ୍କ ମୃତ୍ୟୁରେ ଚିନ୍ତାଗ୍ରସ୍ତ ଥିଲେ, ସେହି ସମୟରେ ଉଭୟ ନିକଟତର ହୋଇଥିଲେ। ମାତ୍ର ଏହି ସମ୍ପର୍କ ଅନେକ ଦିନ ରହି ନ ଥିଲା।

ଏସବୁ ପରେ ମଡେଲ ରିୟା ପିଲ୍ଲାଇ ସଞ୍ଜୟଙ୍କ ଜୀବନରେ ଆସିଥିଲେ । ସଞ୍ଜୟ ଏବଂ ରିୟା କିଛି ସମୟ ପାଇଁ ପରସ୍ପରକୁ ଡେଟ୍‌ କରିଥିଲେ । ପରେ ଉଭୟ ୧୯୯୮ ଉଭୟ ବିବାହ କରିଥିଲେ। କିଛି ଦିନ ପାଇଁ ଦୁହିଁଙ୍କ ମଧ୍ୟରେ ସବୁକିଛି ଠିକ ଚାଲିଥିଲା। ପରେ ସଞ୍ଜୟଙ୍କ ଅନ୍ୟକାହା ସହ ସମ୍ପର୍କ ଥିବା ଚର୍ଚ୍ଚା ହୋଇଥିଲା। ଏହାକୁ ନେଇ ସେମାନଙ୍କ ମଧ୍ୟରେ ବିବାଦ ଦେଖା ଦେଇଥିଲା। ପରେ ୨୦୦୫ରେ ସେମାନଙ୍କର ଛାଡପତ୍ର ହୋଇଥିଲା।

ସଞ୍ଜୟ ରିୟାଙ୍କୁ ଭେଟିବା ପୂର୍ବରୁ ମଧ୍ୟ ନାଦିଆ ଦୁରାନୀଙ୍କୁ ଜାଣିଥିଲେ। ଦୁହେଁ କେବେ ଓ କେଉଁଠାରେ ଭେଟିଲେ କେହି ଜାଣନ୍ତି ନାହିଁ । କିନ୍ତୁ କୁହାଯାଏ ଯେ ନାଦିଆ ଏବଂ ସଞ୍ଜୟଙ୍କ ନିକଟତର ଯୋଗୁ ସଞ୍ଜୟ ଏବଂ ରିୟାଙ୍କ ବିବାହ ଭାଙ୍ଗି ଯାଇଥିଲା। କିନ୍ତୁ ନାଦିଆଙ୍କ ସହ ସଞ୍ଜୟଙ୍କ ସମ୍ପର୍କ ମଧ୍ୟ ବେଶୀ ଦିନ ତିଷ୍ଟି ପାରି ନ ଥିଲା।

ଯେତେବେଳେ ସଞ୍ଜୟ ନାଦିଆଙ୍କୁ ଡେଟ୍‌ କରୁଥିଲେ, ସେତେବେଳେ ସେ ଅନେକ ସମୟରେ ମାନ୍ୟତା ଦତ୍ତଙ୍କୁ ଡେଟ୍‌ କରୁଥିଲେ। ୨୦୦୮ରେ ଦୁହେଁ ଗୋଆର ଏକ ରିସୋର୍ଟରେ ବିବାହ କରିଥିଲେ । ପରେ, ସେମାନଙ୍କର ଯାଆଁଳା ଶିଶୁ ୨୦୧୦ରେ ଜନ୍ମ ଗ୍ରହଣ କରିଥିଲେ। ଦୁହେଁ ଏବେ ସୁଖୀ ପରିବାରରେ ଏକାଠି ରହୁଛନ୍ତି।

 


Enter your email to get our daily news in your inbox.

All Right Reserved By Dharitri.Com

ଇଣ୍ଡକ୍ସନରେ ରୋଷେଇ କରୁଛନ୍ତି କି? ଭୁଲରେ ବି କରନ୍ତୁ ନାହିଁ ଏହି ୫ ଜିନିଷ ରୋଷେଇ, ନଚେତ…

ନୂଆଦିଲ୍ଲୀ,୩।୪: ମଧ୍ୟପ୍ରାଚ୍ୟରେ ଜାରି ରହିଥିବା ଯୁଦ୍ଧ ପରିସ୍ଥିତିର ପ୍ରଭାବ ଏବେ ଭାରତୀୟ ରୋଷେଇ ଘର ପର୍ଯ୍ୟନ୍ତ ପହଞ୍ଚିଛି। ତୈଳ ଏବଂ ଗ୍ୟାସ ଯୋଗାଣ ବାଧାପ୍ରାପ୍ତ ହେବା ଯୋଗୁଁ…

କୁଆପଥର ବର୍ଷା: ଗଛ ଉପୁଡ଼ିବା ସହ ଉଡ଼ିଲା ଛପର

ନନ୍ଦପୁର,୩ା୪(ତୁଷାର କାନ୍ତ ମହାନ୍ତି)-କୋରାପୁଟ ଜିଲା ନନ୍ଦପୁର ବ୍ଲକ ଅଞ୍ଚଳରେ କୁଆପଥର ବର୍ଷା ପବନ ପ୍ରଭାବରେ ମାଳିବେଲଗାଁ ପଞ୍ଚାୟତ ରାସ୍ତାରେ ୨ଗଛ ଉପୁଡ଼ି ପଡ଼ିଥିବାରୁ ଯାତାୟାତ ବାଧାପ୍ରାପ୍ତ ହୋଇଛି।…

ରିଲ୍ସ ପାଇଁ ବନ୍ଧୁକ ଧରି ଯୁବକଙ୍କ ଫାଙ୍କା ଗୁଳିଚାଳନା ଭିଡିଓ ଭାଇରାଲ, ଏସ୍‌ପି କହିଲେ ତଦନ୍ତ ଚାଲିଛି

ପୁରୀ,୩ା୪(ଅଜିତ୍‌ କୁମାର ମହାନ୍ତି): ରିଲ୍ସ ପାଇଁ ଜଣେ ଯୁବକ ବନ୍ଧୁକ ଧରି ଫାଙ୍କା ଗୁଳିଚାଳନା କରୁଥିବାର ଏକ ଭିଡିଓ ଶୁକ୍ରବାର ସୋସିଆଲ ମିଡିଆରେ ଦେଖିବାକୁ ମିଳିଛି। ଏହି…

ପୋଖରୀରେ ବୁଡ଼ିଲେ ଜଣଙ୍କ ପରେ ଜଣେ …

ଦିଗପହଣ୍ଡି,୩ା୪(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ କୁଶପଡ଼ା ଗ୍ରାମ ନିକଟସ୍ଥ ଏକ ପୋଖରୀରେ ଶୁକ୍ରବାର ୩ଜଣ ମହିଳା ବୁଡି ଯାଉଥିବା ବେଳେ ସେମାନଙ୍କୁ ଉଦ୍ଧାର…

ଛେଳି ଖାଇଲା ଟମାଟୋ ଗଛ: ମାଡ଼ ଖାଇଲେ ଦମ୍ପତି, ମାମଲା ଏବେ…

ଦିଗପହଣ୍ଡି,୩।୪(ଅଶେଷ ନାଥ ମିଶ୍ର): ଦିଗପହଣ୍ଡି ବ୍ଲକ ବାସୁଦେବପୁର ପଞ୍ଚାୟତ ବଜାପଲ୍ଲୀ ଗ୍ରାମ ନିକଟରେ ଜି.ଦୁର୍ଯ୍ୟ ରେଡ୍ଡୀଙ୍କ ଜମିରେ ଲାଗିଥିବା ଟମାଟୋ ଗଛ ଗୁଡ଼ିକୁ ଶୁକ୍ରବାର ମଧ୍ୟାହ୍ନରେ କିଛି…

ଆଦେଶ ପାଳନ କଲେ ଜିଲାପାଳ, ପିଛିଲା ତାରିଖ ପକାଇ ୨୧ ଦିନ ପରେ ଅର୍ଡର ପ୍ରେରଣ

କେନ୍ଦୁଝର/ହାଟଡିହୀ,୩l୪(ନରେଶ ଚନ୍ଦ୍ର ପଟ୍ଟନାୟକ/ଶୁଭକାନ୍ତ ନାୟକ):ଓଡ଼ିଶା ହାଇକୋର୍ଟଙ୍କ ନିର୍ଦ୍ଦେଶ ଧାର୍ଯ୍ୟ ସମୟରେ ପାଳନ ନ କରିବା ଫଳରେ ଅଦାଲତ ଅବମାନନା ମାମଲା ଦାୟର ହେବା ଏବଂ ଏ ନେଇ…

ନମ୍ବର ସେଭ୍‌ ନ କରି କରିପାରିବେ WhatsAppରେ ଚାଟ୍‌, ଅନେକେ ଜାଣନ୍ତି ନାହିଁ ଏହି ସିକ୍ରେଟ୍‌…

ନୂଆଦିଲ୍ଲୀ,୩।୪: ସାଧାରଣତଃ ହାଟ୍ସଆପରେ କାହା ସହିତ କଥା ହେବାକୁ ହେଲେ ଆମକୁ ପ୍ରଥମେ ସେହି ବ୍ୟକ୍ତିଙ୍କ ନମ୍ବର ନିଜ ଫୋନରେ ସେଭ କରିବାକୁ ପଡ଼ିଥାଏ। କିନ୍ତୁ ଅନେକ…

କାଳବୈଶାଖୀ ତାଣ୍ଡବ: ଭାଙ୍ଗିଲା ଗଛ, ଉଡ଼ିଲା ଆଜ୍‌ବେଷ୍ଟସ୍‌

କୋରାପୁଟ,୩।୪(ଅମିତାଭ ବେହେରା): କୋରାପୁଟ ସହରରେ ଶୁକ୍ରବାର ସନ୍ଧ୍ୟାରେ କାଳବୈଶାଖୀ ତାଣ୍ଡବ ରଚିଛି। କାଳବୈଶାଖୀ ପ୍ରଭାବରେ ଅଞ୍ଚଳର ବିଭିନ୍ନ ସ୍ଥାନରେ ଝଡ଼ତୋଫାନ ହୋଇଛି। ଝଡ଼ତୋଫାନରେ କୋରାପୁଟ-ରାୟଗଡ଼ା ସଂଯୋଗ କରୁଥିବା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri