ନିଜକୁ ଭଲପାଆନ୍ତୁ

ଖାଇବା ବନ୍ଦ କରି ମୃତ୍ୟୁ ଆପଣାଇଲେ ୧୮ ବର୍ଷୀୟା ବାଳିକା। ଶୁଣିବାକୁ ଯେତିକି ଅବିଶ୍ୱସନୀୟ ଲାଗୁଛି ବାସ୍ତବତା ଆହୁରି ଭୟଙ୍କର। ଏକଦା ମଧୁର ଜୀବନ ବିତାଉଥିବା କେରଳର ଶ୍ରୀନନ୍ଦ ଧୀରେ ଧୀରେ ଆତ୍ମହତ୍ୟା କରିବା ଆରମ୍ଭ କଲେ- କାରଣ ସେ ପତଳା (ସ୍ଲିମ) ଦେଖାଯିବାକୁ ଚାହୁଁଥିଲେ। ଆନୋରେକ୍ସିଆ ନର୍ଭୋସା ନାମକ ଏକ ରୋଗ ଯେଉଁଥିରେ ଜଣେ ବ୍ୟକ୍ତି ଅତ୍ୟଧିକ ପତଳା ହେବାକୁ ଚେଷ୍ଟା କରି ଭୋକ ଉପାସରେ ରହିଥାନ୍ତି। ଶ୍ରୀନନ୍ଦ ନିଜକୁ ମୋଟା ମନେକରୁଥିବା ବେଳେ ଓଜନ ମାତ୍ର ୨୪ କେଜି ଥିଲା।
ଏହା କେବଳ ଏକ ଦୁର୍ଭାଗ୍ୟଜନକ ଘଟଣା ନା ଏକ ବୃହତ ସାମାଜିକ ସମସ୍ୟାର ଭୟାନକ ଚିତ୍ର? ଆଜିର ଯୁଗରେ ସୋସିଆଲ ମିଡିଆ ଓ ୟୁଟ୍ୟୁବ ଯୁବପିଢ଼ିଙ୍କ ମନରେ ‘ପର୍ଫେକ୍ଟ ବଡି’ ନଁାରେ ଏଭଳି ଭୟ ଭରି ଦେଇଛି, ଯାହା ଧୀରେ ଧୀରେ ସେମାନଙ୍କୁ ମୃତ୍ୟୁ ଆଡ଼କୁ ଟାଣୁଛି। ସବୁଠି ସମାନ ବାର୍ତ୍ତା: ‘ପତଳା ହୁଅ, ସୁନ୍ଦର ଦିଶ, ନଚେତ୍‌ ତୁମେ ଗ୍ରହଣ ଯୋଗ୍ୟ ନୁହଁ!’ ଶ୍ରୀନନ୍ଦଙ୍କ ମୃତ୍ୟୁ କୌଣସି ଅଲଗା ଘଟଣା ନୁହେଁ। ହଜାର ହଜାର ନାବାଳକ ଓ ଯୁବକ ଏହି ମାନସିକତାର ଶିକାର ହୋଇଛନ୍ତି। ଗବେଷଣାରୁ ଜଣାପଡିଛି ଯେ ଆନୋରେକ୍ସିଆ ନର୍ଭୋସା ରୋଗରେ ପୀଡ଼ିତ ଲୋକଙ୍କ ମଧ୍ୟରୁ ୫ରୁ ୧୦ ପ୍ରତିଶତ ମୃତ୍ୟୁବରଣ କରିଥାନ୍ତି। ଏହା ଏକ ଫ୍ୟାଶନ ଟ୍ରେଣ୍ଡ ନୁହେଁ ବରଂ ଏକ ଗମ୍ଭୀର ମାନସିକ ରୋଗ। କିନ୍ତୁ ଏହା ବିଷୟରେ ସଚେତନତା ଏତେ କମ୍‌ ଯେ ପରିସ୍ଥିତି ଖରାପ ନ ହେବା ପର୍ଯ୍ୟନ୍ତ ଏହାକୁ ଗମ୍ଭୀରତାର ସହ ଗ୍ରହଣ କରାଯାଏ ନାହିଁ। କ’ଣ ଆମେ ଆମର ଭବିଷ୍ୟତ ପିଢ଼ିକୁ ଏଭଳି ଭାବେ ହରାଇବୁ? କେଉଁଠି ମେଦବହୁଳତା ବୃଦ୍ଧି ତ ଆଉ କେଉଁଠି ପତଳା ହେବାକୁ ପାଗଳ। ଏହି ସମସ୍ୟା କେଉଁଠୁ ଆସିଛି? ସୋସିଆଲ ମିଡିଆ, ସିନେମା, ଫ୍ୟାଶନ ଇଣ୍ଡଷ୍ଟ୍ରି ସମସ୍ତେ ଏକାଠି ହୋଇ ଏକ ଆଦର୍ଶ ଶରୀରକୁ ସଂଜ୍ଞା ଦେଉଛନ୍ତି, ଯେଉଁଥିରେ ‘ସ୍ଲିମ୍‌ନେସ’ ହିଁ ସୌନ୍ଦର୍ଯ୍ୟ ଓ ସଫଳତାର ପରିଚୟ। ଝିଅମାନେ ନିଜକୁ ବଲିଉଡ ଅଭିନେତ୍ରୀ ଏବଂ ସୋସିଆଲ ମିଡିଆ ଇନଫ୍ଲୁଏନ୍ସରଙ୍କ ସହ ତୁଳନା କରିବା ଆରମ୍ଭ କରିଦିଅନ୍ତି, ଯେଉଁମାନେ ସର୍ବଦା ପତଳା, ଟୋଣ୍ଡ ଶରୀରରେ ଦେଖାଯାଆନ୍ତି। ଏହି ଫଟୋ ପଛରେ କେବଳ କଠିନ ପରିଶ୍ରମ ନୁହେଁ ବରଂ ଏଡିଟିଂ, ଫିଲ୍ଟର ଏବଂ ବେଳେବେଳେ ବିପଜ୍ଜନକ ଡାଏଟିଂ ମଧ୍ୟ ରହିଛି ବୋଲି କୁହାଯାଇ ନ ଥାଏ। ଯେତେବେଳେ ଜଣେ କିଶୋର ଦର୍ପଣରେ ନିଜ ଛବି ଦେଖନ୍ତି, ନିଜକୁ ‘ଆଦର୍ଶ’ ଛବି ସହ ତୁଳନା କରନ୍ତି, ସେତେବେଳେ ସେ ନିମ୍ନମାନର ଅନୁଭବ କରିବା ଆରମ୍ଭ କରିଦିଅନ୍ତି। ତା’ପରେ ଆରମ୍ଭ ହୁଏ ଭୋଜନ ଛାଡିବା, ଅତ୍ୟଧିକ ବ୍ୟାୟାମ କରିବା ଏବଂ ନିଜକୁ ଆଘାତ ଦେବାର ବିପଜ୍ଜନକ ଚକ୍ର। ଏଥିପାଇଁ ସୋସିଆଲ ମିଡିଆ ଏକମାତ୍ର ଦୋଷୀ ବୋଲି କହିପାରିବା କି? ସମାଜରେ ପିଲାବେଳୁ ପିଲାମାନଙ୍କ ଶରୀରକୁ ନେଇ କଟାକ୍ଷ ଶୁଣିବାକୁ ପଡ଼େ- ‘ଏତେ ମୋଟା ହୁଅନାହିଁ’, ‘ପତଳା ରହିଲେ ଭଲ ଦେଖାଯିବୁ’। ବିଶେଷ କରି ଝିଅମାନଙ୍କ ଉପରେ ଏହି ଚାପ ଅଧିକ ରହିଥାଏ। ଡାକ୍ତରଙ୍କ କହିବା ଅନୁଯାୟୀ, ଆନୋରେକ୍ସିଆ କେବଳ ଏକ ଶାରୀରିକ ସମସ୍ୟା ନୁହେଁ ବରଂ ଏହା ଏକ ମାନସିକ ରୋଗ ମଧ୍ୟ। ଏହାର ଶିକାର ହେଉଛନ୍ତି ଅତ୍ୟଧିକ ପରଫେକ୍ସନିଷ୍ଟ, ଯେଉଁମାନେ (ସମାଜ ସେମାନଙ୍କଠାରୁ ଅନେକ କିଛି ଆଶା କରେ) ଚାପରେ ଅଛନ୍ତି। ଏମାନେ ଭୋକ ଉପାସରେ ରହିଥାନ୍ତି, ଶରୀରରେ ଶକ୍ତିର ଅଭାବ ଥାଏ, ଅଙ୍ଗ କାମ କରିବା ବନ୍ଦ କରିଦିଏ ଏବଂ ଧୀରେ ଧୀରେ ମୃତ୍ୟୁର ନିକଟତର ହୋଇଯାଆନ୍ତି। ଏହି ସମସ୍ୟାର ମୂଳକୁ ଯିବା ଜରୁରୀ। ପ୍ରଥମେ ଆମକୁ ନିଜ ଚିନ୍ତାଧାରାରେ ପରିବର୍ତ୍ତନ ଆଣିବାକୁ ପଡ଼ିବ। ସମସ୍ତେ ଅବାସ୍ତବ ସୌନ୍ଦର୍ଯ୍ୟ ଅନୁସରଣ କରିବା ପରିବର୍ତ୍ତେ ନିଜ ଶରୀରକୁ ଗ୍ରହଣ କରନ୍ତୁ। ନିଜକୁ ଭଲ ପାଆନ୍ତୁ ଏବଂ ନିଜ ସ୍ବାସ୍ଥ୍ୟକୁ ପ୍ରାଥମିକତା ଦିଅନ୍ତୁ।
ମାତାପିତାଙ୍କ ଭୂମିକା ମଧ୍ୟ ଗୁରୁତ୍ୱପୂର୍ଣ୍ଣ। ପଡ଼ିଲେ ମାନସିକ ସହାୟତା ନେବାକୁ ପଛଘୁଞ୍ଚା ଦିଅନ୍ତୁ ନାହିଁ। ଶ୍ରୀନନ୍ଦ ଚାଲିଗଲେ, କିନ୍ତୁ ଗୋଟିଏ ପ୍ରଶ୍ନ ଛାଡିଗଲେ: ଆମେ କେବେ ଜାଗ୍ରତ ହେବୁ ? କ’ଣ ଆମେ ଏହି ‘ପତଳାପଣ ପ୍ରତି ଆବେଗ’କୁ ଅଧିକ ଜୀବନ ନେବାକୁ ଅନୁମତି ଦେବୁ? ଜଣେ ଚିନ୍ତକ ଲେଖିଛନ୍ତି, ମନୁଷ୍ୟର ସବୁଠାରୁ ବଡ଼ ଉପଚାର ହେଉଛି ଶାନ୍ତି, ସୁଖ ଓ ପୋଷଣ। ଆମ ସମାଜ ଏବଂ ନିଜକୁ ବୁଝାଇବାର ସମୟ ଆସିଛି ଯେ ପ୍ରକୃତ ସୌନ୍ଦର୍ଯ୍ୟ ଏକ ସୁସ୍ଥ ଶରୀର ଏବଂ ସୁଖୀ ମନରେ ଅଛି।

ପ୍ରଣତି ଆଚାର୍ଯ୍ୟ ମିଶ୍ର
ମୋ: ୯୪୩୭୬୪୨୯୪୭


Enter your email to get our daily news in your inbox.

All Right Reserved By Dharitri.Com

ଦିଗପହଣ୍ଡିରେ ଜନଗଣନାର ପ୍ରଥମ ପର୍ଯ୍ୟାୟ ପ୍ରଶିକ୍ଷଣ ଶିବିର ଉଦ୍‌ଘାଟିତ: ଏହି ତାରିଖ ଯାଏ…

ଦିଗପହଣ୍ଡି,୨୩।୩(ଅଶେଷ ନାଥ ମିଶ୍ର): ରାଜ୍ୟ ନିର୍ବାଚନ କମିଶନଙ୍କ ନିର୍ଦ୍ଦେଶ କ୍ରମେ ଦିଗପହଣ୍ଡି ଏନଏସି ପ୍ରଶାସନ ପକ୍ଷରୁ କାର୍ଯ୍ୟାଳୟ ସମ୍ମିଳନୀ କକ୍ଷରେ ଜାତୀୟ ଜନଗଣନା ୨୦୨୭ର ପ୍ରଥମ ପର୍ଯ୍ୟାୟ…

ଗଞ୍ଜାମରେ ଜୋରଦାର ଧରପକଡ: ୩ ଦିନରେ ଗାଡି ଚାଳକଙ୍କଠୁ ଆଦାୟ ହେଲାଣି ୩୯ ଲକ୍ଷରୁ ଅଧିକ ଜରିମାନା

ଛତ୍ରପୁର,୨୩।୩ (ଦିଲ୍ଲୀପ ସାମଲ): ଏଣିକି ବେପରୁଆଓ ନିୟମ ଉଲ୍ଲଙ୍ଘନ କରୁଥିବା ଗାଡି ଚାଳକଙ୍କୁ ସାବାଡ କରାଯିବ । ସଡ଼କ ଦୁର୍ଘଟଣା ଓ ମୃତ୍ୟୁସଂଖ୍ୟା ହ୍ରାସ ଲକ୍ଷ୍ୟରେ ସ୍ବତନ୍ତ୍ର…

ଇସ୍ତଫା ଦେଲେ ପ୍ରଦେଶ କଂଗ୍ରେସ କମିଟି ସଦସ୍ୟ, କଲେ ବଡ଼ ଖୁଲାସା, ଏହି କାରଣରୁ…

ଦିଗପହଣ୍ଡି,୨୩।୩(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକର ପୂର୍ବତନ ଜିଲା ପରିଷଦ ସଦସ୍ୟ ତଥା ପ୍ରଦେଶ କଂଗ୍ରେସ କମିିଟି ସଦସ୍ୟ ଅରବିନ୍ଦ ନାହାକ ସୋମବାର ସନ୍ଧ୍ୟାରେ…

ଜମି ଅଧିଗ୍ରହଣକୁ ନେଇ ଗ୍ରାମବାସୀ-ପ୍ରଶାସନ ମୁହାଁମୁହିଁ, ଅନୁମତି ଅପେକ୍ଷାରେ…

ଥୁଆମୂଳ ରାମପୁର,୨୩ା୩(ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ତହସିଲ ଅନ୍ତର୍ଗତ କୁରୁକୁଟି ମୌଜାରେ ପ୍ରସ୍ତାବିତ ଥଇଥାନ କଲୋନୀ ନିର୍ମାଣ ଓ ଜମି ଅଧିଗ୍ରହଣକୁ ନେଇ ପ୍ରଶାସନ…

‘ସରୁନି ଗପ କି ସରୁନି ପାପ ‘ନାଟକ ମଞ୍ଚସ୍ଥ… 

ଦିଗପହଣ୍ଡି,୨୩|୩(ଅଶେଷ ନାଥ ମିଶ୍ର) ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ବାସୁଦେବପୁର ପଞ୍ଚାୟତ ପଡିଆ ପୁରୁଷୋତ୍ତମପୁର ଗ୍ରାମ ପ୍ରକଳ୍ପ ଉଚ୍ଚ  ପ୍ରଥମିକ ବିଦ୍ୟାଳୟର ବାର୍ଷିକୋତ୍ସବ ସୋମବାର ଅନୁଷ୍ଠିତ ହୋଇଯାଇଛି।…

୨୨ ବସ୍ତା ଚାଉଳ ସହ ଜିପ୍‌ ଜବତ, ଡ୍ରାଇଭର ଅଟକ

କୋରାପୁଟ,୨୩ା୩(ଅମିତାଭ ବେହେରା): କୋରାପୁଟ ସଦର ଥାନା ପୋଲିସ ସୋମବାର ଅପରାହ୍ନରେ ଏକ  ଜିପ୍‌ ସହ ୨୨ ବସ୍ତା (୧୧ କ୍ୱିଣ୍ଟାଲ) ସରକାରୀ ଚାଉଳ ଜବତ କରିଥିବା ବେଳେ…

ମାଟ୍ରିକ ଛାତ୍ରୀଙ୍କ ସନ୍ଦେହଜନକ ମତ୍ୟୁ; ଶୋକାକୁଳ ପରିବେଶରେ…

ଦିଗପହଣ୍ଡି,୨୩।୩(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ବଡ଼ଡୁମ୍ବୁଳା ଗ୍ରାମର ମାଟ୍ରିକ ପରୀକ୍ଷା ଦେଇଥିବା ଜଣେ ଛାତ୍ରୀଙ୍କ ସନ୍ଦେହଜନକ ମୃତ୍ୟୁ ଘଟିଛି। ମୃତକ ଜଣକ ହେଲେ…

୧୫ଦିନରେ ଚାଷୀଙ୍କ ଧାରଣା, ବିକ୍ରି ହେଲାନି ଧାନ: ମୁଖ୍ୟମନ୍ତ୍ରୀଙ୍କୁ ଚିଠି ଲେଖିଲେ ଚାଷୀ

ବରଗଡ଼,୨୩।୩(ପ୍ରେମାନନ୍ଦ ଖମାରୀ): ରବି ଧାନବିକ୍ରି ପାଇଁ ଚାଷୀ ପଞ୍ଜୀକରଣ ଚାଲିଛି । କିନ୍ତୁ ଏପର୍ଯ୍ୟନ୍ତ ବରଗଡ଼ ଜିଲାର ଅନେକ ଚାଷୀ ଗତ ଖରିଫରେ ଅମଳ ଧାନ ବିକ୍ରି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri