ଫେରିଲେ ସୁନୀତା

ଦୀର୍ଘ ୯ ମାସରୁ ଊର୍ଦ୍ଧ୍ୱ ସମୟ ପ୍ରତୀକ୍ଷାର ଅନ୍ତ ଘଟାଇ ମାର୍ଚ୍ଚ ୧୮, ୨୦୨୫ ତାରିଖ ଅପରାହ୍ନ ୫ଟା ୫୭ ମିନିଟ୍‌ ସମୟରେ ମେକ୍ସିକୋ ଉପସାଗରସ୍ଥିତ ଫ୍ଲୋରିଡା ଉପକୂଳବର୍ତ୍ତୀ ଟାଲ୍ଲାହାସିଠାରେ ସ୍ପେସ୍‌ଏକ୍ସର ଡ୍ରାଗନ ଫ୍ରିଡମ୍‌ କ୍ୟାପ୍‌ସୁଲ୍‌ (କ୍ରିଉ-୯) ସାହାଯ୍ୟରେ ଅନ୍ତର୍ଜାତୀୟ ମହାକାଶ ଷ୍ଟେଶନରୁ ଫେରି ଅବତରଣକଲେ ସୁନୀତା ଉଇଲିୟମ୍ସ ଏବଂ ବୁଚ୍‌ ଉଇଲମୋରେ ତଥା ତାଙ୍କୁ ଉଦ୍ଧାର କରିବାକୁ ଯାଇଥିବା ଅନ୍ୟ ଦୁଇଜଣ ବ୍ୟୋମଚାରୀ ନିକ୍‌ ହଗ୍‌ ଓ ଆଲେସ୍କାଣ୍ଡର୍‌ ଗୋରବୁନୋଭ। ସୁନୀତା ଓ ବୁଚ୍‌ ୨୦୨୪ ଜୁନ୍‌ ୫ରେ ମାତ୍ର ୨ ସପ୍ତାହ ପାଇଁ ବୋଇଂ କମ୍ପାନୀ ଦ୍ୱାରା ନିର୍ମିତ ତଥା ଆମେରିକାର ଜାତୀୟ ମହାକାଶ ଗବେଷଣା ସଂସ୍ଥା ବା ‘ନାସା’ ଦ୍ୱାରା ଅନୁମୋଦିତ ବୋଇଂ ଷ୍ଟାର୍‌ଲାଇନ୍‌ ମହାକାଶ ଯାନରେ ସେଠାକୁ ଯାତ୍ରା କରିଥିଲେ। ତେବେ ଲକ୍ଷ୍ୟସ୍ଥଳରେ ପହଞ୍ଚତ୍ଲା ପରେ ଏହାର ‘ପ୍ରୋପୁଲସନ’ ବା ନୋଦକ ବ୍ୟବସ୍ଥାରେ ହିଲିୟମ୍‌ ନିର୍ଗମନ ହେତୁ କେତେକ ତ୍ରୁଟି ପରିଲକ୍ଷିତ ହେଲା। ସେଥିପାଇଁ ସେଥିରେ ନ ଫେରି ସେ ଦୁହିଁଙ୍କୁ ସେଠାରେ ଏତେଦିନ ରହିବାକୁ ପଡ଼ିଲା। ତାଙ୍କର ଏହି ପ୍ରତ୍ୟାବର୍ତ୍ତନ ପାଇଁ ବ୍ୟବହୃତ ହୋଇଛି ଏଲନ୍‌ ମସ୍କଙ୍କ ସ୍ପେସ୍‌ ଏକ୍ସ କମ୍ପାନୀ ଦ୍ୱାରା ନିର୍ମିତ କ୍ରିଉ ଡ୍ରାଗନ ମହାକାଶଯାନ।
ଆମେରିକା, ରୁଷିଆ, ୟୁରୋପୀୟ ଦେଶ ସମୂହ, ଜାପାନ ଏବଂ କାନାଡ଼ା ଭଳି ଦେଶମାନଙ୍କ ମହାକାଶ ଗବେଷଣା ସଂସ୍ଥାଗୁଡ଼ିକ ସହଯୋଗରେ ନିର୍ମିତ ହୋଇ ପୃଥିବୀର କକ୍ଷରେ ୨୦ ନଭେମ୍ବର ୧୯୯୫ରେ ସ୍ଥାପିତ ଅନ୍ତର୍ଜାତୀୟ ମହାକାଶ ଷ୍ଟେଶନକୁ ଯାତ୍ରା କରୁଥିବା ଏବଂ ସେଠାରେ ରହି ବିବିଧ ପରୀକ୍ଷା ନିରୀକ୍ଷା କରୁଥିବା ବ୍ୟୋମଚାରୀମାନଙ୍କୁ ନିର୍ଭର କରିବାକୁ ପଡ଼ିଥାଏ ପୃଥିବୀରୁ ପ୍ରେରିତ ଖାଦ୍ୟ ଉପରେ। ଏହାକୁ ନାନାଦି ପୁଷ୍ଟିରେ ସମୃଦ୍ଧ କରାଯାଇଥାଏ ଏବଂ ସହଜରେ ଖାଇହେଲା ଭଳି ବନ୍ଦ ପ୍ୟାକେଟ ମଧ୍ୟରେ ରଖାଯାଇଥାଏ। ଏହା ନିର୍ଜଳ ଅବସ୍ଥାରେ ଥିବାରୁ ଖାଇବା ପୂର୍ବରୁ ସେଥିରେ ଜଳ ମିଶାଇବାକୁ ପଡ଼େ। ଏହି ଜଳ ସେଠାରେ ସୃଷ୍ଟି କରାଯାଇଥାଏ ପରିସ୍ରା ଓ ଝାଳର ପୁନଃଚକ୍ରଣ ମଧ୍ୟରେ । ବାୟୁରେ ଥିବା ସାମାନ୍ୟ ପରିମାଣର ଜଳୀୟବାଷ୍ପରୁ ମଧ୍ୟ ତାହା ସଂଗ୍ରହ କରାଯାଏ। ସେହିପରି ସେମାନେ ଝାଡ଼ାଯିବା ପାଇଁ ନିର୍ମାଣ କରାଯାଇଥାଏ ମାଧ୍ୟାକର୍ଷଣର ଅନୁପସ୍ଥିତିରେ ମଳକୁ ଧରି ରଖିଲା ଭଳି ବିଶେଷ ଧରଣର ପାଇଖାନା। ଅତଏବ ସେମାନଙ୍କ ଭଳି ସୁନୀତା ଏବଂ ବୁଚ୍‌ଙ୍କୁ ସେଠାରେ ଏହିଭଳି ଅବସ୍ଥାରେ କଟାଇବାକୁ ପଡ଼ିଥିଲା ସେମାନଙ୍କ ଦୈନନ୍ଦିନ ଜୀବନ।
ଅନ୍ୟପକ୍ଷରେ ସେଠାର ଶୂନ୍ୟ ବା ସୂକ୍ଷ୍ମ ମାଧ୍ୟାକର୍ଷଣ ପରିବେଶ ମଧ୍ୟରେ ତାଙ୍କୁ ବିବିଧ ଶାରୀରିକ ତଥା ମାନସିକ ସମସ୍ୟାର ସମ୍ମୁଖୀନ ହେବାକୁ ପଡ଼ିଥିଲା। ଉଦାହରଣ ସ୍ବରୂପ, ଏଥିରେ ଶରୀରକୁ ନିଜ ଓଜନର ଭାର ବହନ କରିବାକୁ ପଡ଼େ ନାହିଁ। ଏଣୁ ମାଂସପେଶୀର ଅବକ୍ଷୟ ଘଟେ ଏବଂ ତାହା ଦୁର୍ବଳ ହୋଇପଡ଼େ। ଅତଏବ ପୃଥିବୀ ପୃଷ୍ଠକୁ ଫେରିଲା ପରେ ଏଠାର ମାଧ୍ୟାକର୍ଷଣ ମଧ୍ୟରେ ଚଳପ୍ରଚଳ ହେବା ତାଙ୍କ ପାଇଁ ସହଜ ହୁଏ ନାହିଁ। ସୁନୀତା ଏବଂ ତାଙ୍କ ସହଯାତ୍ରୀଙ୍କର ଏହି କାରଣରୁ ଗୋଡ଼, ପିଠି ଓ ବିଭିନ୍ନ ଅଙ୍ଗଭଙ୍ଗୀ ସହିତ ସମ୍ପୃକ୍ତ ଅନ୍ୟାନ୍ୟ ଅଙ୍ଗପ୍ରତ୍ୟଙ୍ଗ ଏବଂ ଚାଲିବା ପ୍ରକ୍ରିୟା ବେଶ୍‌ ପ୍ରଭାବିତ ହୋଇଛି। ଏପରିକି ସେମାନଙ୍କ ଶ୍ୱାସକ୍ରିୟା ଏବଂ ହୃଦ୍‌ସ୍ପନ୍ଦନ ଉପରେ ମଧ୍ୟ ଏହାର ପ୍ରଭାବ ପଡ଼ିଛି। ସେଥିପାଇଁ ସେ ଦୁହିଁଙ୍କୁ ୪୫ଦିନ ଧରି ଅଲଗା ରଖି ନାନା ପ୍ରକାର ବ୍ୟାୟାମ ଏବଂ ଚିକିତ୍ସା କରିବାର ବ୍ୟବସ୍ଥା ହୋଇଛି।
ଶୂନ୍ୟ ବା ସୂକ୍ଷ୍ମ ମାଧ୍ୟାକର୍ଷଣ ସୃଷ୍ଟି କରୁଥିବା ଅନ୍ୟ ଏକ ସମସ୍ୟା ହେଲା ଶରୀର ମଧ୍ୟରେ ରକ୍ତ, ଜଳ ବା ଅନ୍ୟାନ୍ୟ ତରଳ ପଦାର୍ଥ ମୁଣ୍ଡ ଆଡ଼କୁ ଊର୍ଦ୍ଧ୍ୱଗାମୀ ହୋଇ ପ୍ରବାହିତ ହେବା। ଏହାଫଳରେ ମୁହଁ ଫୁଲି ପିଲାଙ୍କ ମୁହଁ ଭଳି ଦେଖାଯାଏ, ମୁଣ୍ଡର ଆକାର ବୃଦ୍ଧି ପାଏ ଏବଂ ପାଦ ଦୁଇଟି ନରମ ଓ ପତଳା ହୋଇଯାଏ। ଏହା ବ୍ୟତୀତ ଶରୀର ମଧ୍ୟରେ ତରଳ ପଦାର୍ଥର ଏପରି ପୁନର୍ବଣ୍ଟନ ଆଖି ଓ ନାକ ଉପରେ ଚାପ ପ୍ରୟୋଗକରି ଦୃଷ୍ଟିଶକ୍ତି ଏବଂ ଶ୍ୱାସକ୍ରିୟାକୁ ମଧ୍ୟ ପ୍ରତିହତ କରିପାରେ। ସୁନୀତା ଓ ବୁଚ୍‌ଙ୍କଠାରେ ଏପରି ଲକ୍ଷଣ କିଛି ମାତ୍ରାରେ ପରିଲକ୍ଷିତ ହୋଇଛି। ତେବେ କାଳକ୍ରମେ ତାହା ସାଧାରଣ ଅବସ୍ଥାକୁ ଆସିଯିବ ବୋଲି ଆଶା।
ବାୟୁମଣ୍ଡଳ ବାହାରେ ଅର୍ଥାତ୍‌ ମହାକାଶରେ ସୂର୍ଯ୍ୟ ଏବଂ ଅନ୍ୟାନ୍ୟ ନକ୍ଷତ୍ରମାନଙ୍କଠାରୁ ଆସୁଥିବା ମହାଜାଗତିକ ରଶ୍ମିର ସମ୍ମୁଖୀନ ହେବାର ସମ୍ଭାବନା ରହିଛି । ଏହା ଦୀର୍ଘକାଳୀନ ହେଲେ କର୍କଟ ରୋଗର ସମ୍ଭାବ୍ୟ କାରଣ ହେବା ସଙ୍ଗେ ସଙ୍ଗେ କେନ୍ଦ୍ରୀୟ ସ୍ନାୟୁ ବ୍ୟବସ୍ଥା ଏବଂ ହୃତ୍‌ପିଣ୍ଡ ଧମନୀୟ ବ୍ୟବସ୍ଥାକୁ ପ୍ରଭାବିତ କରିପାରେ। ଅବଶ୍ୟ ଅନ୍ତର୍ଜାତୀୟ ମହାକାଶ ଷ୍ଟେଶନରେ ଏଥିରୁ ସୁରକ୍ଷା ଦେବାର ବ୍ୟବସ୍ଥା କରାଯାଇଛି। ତେବେ, ତାହା ଯଥେଷ୍ଟ ନୁହେଁ। ଏପରିସ୍ଥଳେ ଏସବୁ ସମସ୍ୟା ସୁନୀତା ଓ ବୁଚ୍‌ଙ୍କଠାରେ ମଧ୍ୟ କିଛି ମାତ୍ରାରେ ପରିଲକ୍ଷିତ ହୋଇପାରେ। ପୁନଶ୍ଚ ମହାକାଶରେ ଦୀର୍ଘକାଳୀନ ଅବସ୍ଥାନ କେତେକ ଜିନୀୟ ପରିବର୍ତ୍ତନ ଆଣେ ବୋଲି କୁହାଯାଉଛି। ପୃଥିବୀକୁ ଫେରିଲା ପରେ ତହିଁରୁ ୭/୮ ପ୍ରତିଶତ ସାଧାରଣ ଭାବେ କାର୍ଯ୍ୟ କରିବାକୁ ସକ୍ଷମ ନ ଥାନ୍ତି ଏବଂ ସେଗୁଡ଼ିକ ସେ ଅବସ୍ଥାକୁ ଆସିବାକୁ ସମୟ ଲାଗେ। ଅନ୍ୟ ପକ୍ଷରେ କେତେକ ସ୍ଥଳେ ତାହା ସେହି ଅକ୍ଷମ ଅବସ୍ଥାରେ ରହିଯାନ୍ତି। ସୁନୀତା ଓ ବୁଚ୍‌ଙ୍କଠାରେ ଏହା କେତେ ଦୂର ଘଟିଛି ତାହା ପରୀକ୍ଷା କରାଯିବ। ଏବଂ ତାହାର ପ୍ରତିକାର ସ୍ଥିର କରାଯିବ।
ମହାକାଶରେ ସୁଦୀର୍ଘ ରହଣିର ମଧ୍ୟ ରହିଛି ବିବିଧ ମାନସିକ ସମସ୍ୟା। ପରିବାର ଓ ସମାଜରୁ ବିଚ୍ଛିନ୍ନ ହୋଇ ଏକ ଅସାଧାରଣ ପରିବେଶ ମଧ୍ୟରେ ଭିନ୍ନ ଜୀବନଯାପନ ହେତୁ ସୃଷ୍ଟି ହେଉଥିବା ମାନସିକ ଚାପ ଏହାର କାରଣ। ଏ ପ୍ରଭାବ ପୃଥିବୀ ପୃଷ୍ଠକୁ ଫେରିଲା ପରେ ମଧ୍ୟ ଅନେକ ଦିନ ରହେ। ଏହିସବୁ କାରଣରୁ ସୁନୀତା ଓ ତାଙ୍କ ସହଯାତ୍ରୀ ବୁଚ୍‌ଙ୍କୁ ୪୫ ଦିନ ବାହ୍ୟଜଗତରୁ ବିଚ୍ଛିନ୍ନ ରଖି ସବୁ ପ୍ରକାର ପରୀକ୍ଷା ନିରୀକ୍ଷା ଏବଂ ଚିକିତ୍ସାର ବ୍ୟବସ୍ଥା କରାଯାଇଛି।
ଅନ୍ତର୍ଜାତୀୟ ମହାକାଶ ଷ୍ଟେଶନରେ ସହଯାତ୍ରୀଙ୍କ ସହିତ ସୁଦୀର୍ଘ ୯ ମାସରୁ ଅଧିକ କାଳ ବିତାଇବା ଅବସରରେ ସୁନୀତା ବିବିଧ ଗବେଷଣା କାର୍ଯ୍ୟରେ ନିଜକୁ ନିୟୋଜିତ କରିଥିଲେ। ଏହାର ଅନ୍ତର୍ଭୁକ୍ତ ଥିଲା ପ୍ରାୟ ୧୫୦ରୁ ଊର୍ଦ୍ଧ୍ୱ ବୈଜ୍ଞାନିକ ପରୀକ୍ଷା ନିରୀକ୍ଷା। ସେସବୁ ଶରୀର ଉପରେ ଦୀର୍ଘକାଳ ଧରି ମହାକାଶରେ ଅବସ୍ଥାନ କରିବା ଏବଂ ଦୀର୍ଘ ସମୟ ଧରି ସ୍ପେସ୍‌ ଓ୍ବାକ୍‌ କରିବାର ପ୍ରଭାବ ଅଧ୍ୟୟନ, ମହାକାଶ ମଧ୍ୟରେ ଅଧିକ ଦକ୍ଷଭାବେ ଜଳ ପୁନଃଚକ୍ରଣ କରିବା, ବ୍ୟୋମଚାରୀଙ୍କ ସ୍ବାସ୍ଥ୍ୟ ଉପରେ ବିଭିନ୍ନ ପୁଷ୍ଟିଯୁକ୍ତ ଖାଦ୍ୟର ପ୍ରଭାବ ଅଧ୍ୟୟନ କରିବା ଆଦି ଉପରେ ପର୍ଯ୍ୟବସିତ ଥିଲା।
ଭାରତୀୟ ବଂଶୋଦ୍ଭବ ସୁନୀତା ଯଥାଶୀଘ୍ର ତାଙ୍କର ସାଧାରଣ ସ୍ବାସ୍ଥ୍ୟାବସ୍ଥା ଫେରିପାଇ ସାଧାରଣ ଜୀବନଯାପନ ଲାଗି ସମର୍ଥ ହୁଅନ୍ତୁ ଏବଂ ବିଶ୍ୱର ନୂତନ ବ୍ୟୋମଚାରୀମାନଙ୍କ ପାଇଁ ଦିଗ୍‌ଦର୍ଶୀ ଓ ପ୍ରେରଣାର ଉତ୍ସ ପାଲଟନ୍ତୁ ଏହା ହିଁ ସମସ୍ତଙ୍କର କାମନା ହେଉ।

ପ୍ର. ରମେଶ ଚନ୍ଦ୍ର ପରିଡ଼ା

ମୋ: ୯୯୩୭୩୦୧୪୬୦


Enter your email to get our daily news in your inbox.

All Right Reserved By Dharitri.Com

ଏସିଆନ ଗେମ୍ସର ଓପନିଂ ମ୍ୟାଚ୍‌ରେ ଭାରତର ବଡ଼ ବିଜୟ

କାକାମିଗାହାରା,୨୦ା୯: ଏସିଆନ ଗେମ୍ସ ପୁରୁଷ ହକି ପୁଲ୍‌ ‘ଏ’ର ଓପନିଂ ମ୍ୟାଚରେ ଭାରତ ୧୩-୧ ଗୋଲ୍‌ରେ ଇଣ୍ଡୋନେସିଆକୁ ହରାଇ ଦେଇଛି। ଷ୍ଟ୍ରାଇକର ଦିଲ୍‌ପ୍ରୀତ ସିଂ ଏକାକି ୪ଟି…

ବଡ଼ ଘୋଷଣା କଲେ ମୁଖ୍ୟମନ୍ତ୍ରୀ, ଆନ୍ଦୋଳନର ସମସ୍ତ ମାମଲା ପ୍ରତ୍ୟାହାର….

କୋଲକାତା,୨୦ା୯: ପଶ୍ଚିମବଙ୍ଗରେ କୁର୍ମି ସମୁଦାୟକୁ ନେଇ ବଡ଼ ଘୋଷଣା କରିଛନ୍ତି ମୁଖ୍ୟମନ୍ତ୍ରୀ ଶୁଭେନ୍ଦୁ ଅଧିକାରୀ। ପୂର୍ବ ସରକାରଙ୍କ ସମୟରେ କୁର୍ମି ଆନ୍ଦୋଳନ ସହ ଜଡ଼ିତ ଯେଉଁ ସବୁ…

ଟି୨୦ କ୍ରିକେଟରେ ଇତିହାସ ରଚିଲେ ମନ୍ଧାନା

ନିଶିନ,୨୦ା୯: ଭାରତୀୟ ଓପନର ସ୍ମୃତି ମନ୍ଧାନା ରବିବାର ନିଜ କ୍ୟାରିୟରରେ ଆଉ ଏକ ରେକର୍ଡର ଅଧିକାରୀ ହୋଇଛନ୍ତି। ବାଂଲାଦେଶ ବିପକ୍ଷ ଏସିଆନ ଗେମ୍ସ ସେମିଫାଇନାଲ ମ୍ୟାଚ୍‌ରେ ୩୭…

‘ଛାତ୍ରୋଁ କୀ ଗୁଞ୍ଜ୍‌’ କାର୍ଯ୍ୟକ୍ରମରେ ହାସ୍ୟାଭିନେତାଙ୍କ ଦ୍ୱାରା ମୋଦିଙ୍କୁ ନକଲ, ଦେଶରେ ହଇଚଇ!

ନୂଆଦିଲ୍ଲୀ,୨୦ା୯: କଂଗ୍ରେସ ନେତା ରାହୁଲ ଗାନ୍ଧୀଙ୍କୁ ନେଇ ରାଜନୈତିକ ବିବାଦ ଜୋର ଧରିଛି । ମଧ୍ୟପ୍ରଦେଶର ଇନ୍ଦୋରରେ କଂଗ୍ରେସ ନେତା ରାହୁଲ ଗାନ୍ଧୀଙ୍କ ‘ଛାତ୍ରୋଁ କୀ ଗୁଞ୍ଜ୍‌’…

ଶେଫାଳିଙ୍କ ଦମ୍‌ଦାର ଶତକ: ଫାଇନାଲରେ ଭାରତ

ନିଶିନ,୨୦ା୯: ଶେଫାଳି ବର୍ମାଙ୍କ ଶତକ ବଳରେ ଖେଳାଯାଇଥିବା ସେମିଫାଇନାଲ ମ୍ୟାଚ୍‌ରେ ଭାରତ ୧୧୪ ରନ୍‌ରେ ବାଂଲାଦେଶକୁ ହରାଇ ମହିଳା କ୍ରିକେଟ ଟି୨୦ ଇଭେଣ୍ଟ ଫାଇନାଲରେ ପ୍ରବେଶ କରିଛି।…

ଖଣ୍ଡୁଆଳମାଳି ବକ୍ସାଇଟ୍ ଖଣି ଖନନକୁ ବିରୋଧ, ଅମଠାଗୁଡ଼ାରେ ୨୦ ଗାଁର ଶତାଧିକ ଆନ୍ଦୋଳନକାରୀ….

ଥୁଆମୂଳ ରାମପୁର,୨୦।୯(ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ବ୍ଲକ୍ କର୍ଲାପାଟ୍ ଅଞ୍ଚଳର ଖଣ୍ଡୁଆଳମାଳିରୁ ବକ୍ସାଇଟ୍ ଖନନକୁ ନେଇ ସ୍ଥାନୀୟ ଅଞ୍ଚଳବାସୀଙ୍କ ବିରୋଧ ତୀବ୍ର ହେବାରେ ଲାଗିଛି…

ବିଦ୍ୟାଳୟରୁ ଚାଉଳ-ଖେଳଣା ଚୋରି, ୩ ଅଭିଯୁକ୍ତଙ୍କୁ ବାନ୍ଧିଲା ଦିଗପହଣ୍ଡି ପୋଲିସ

ଦିଗପହଣ୍ଡି,୨୦।୯(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ବଡ଼ଡୁମ୍ବୁଳା ପଞ୍ଚାୟତ ବୀରପଦ୍ମନାଭପୁର ଗ୍ରାମ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ଷ୍ଟୋର ରୁମରୁ ୩୦ ପ୍ୟାକେଟ ଚାଉଳ ଏବଂ…

ବିଦ୍ୟାଳୟରେ ବୁର୍ଖା ଉପରେ ଲାଗୁ ହେବ କଟକଣା! ସୀମିତ ହେବ ବିଦେଶୀ ଛାତ୍ରଙ୍କ ସଂଖ୍ୟା

ରୋମ୍‌,୨୦।୯: ଇଟାଲୀର ସ୍କୁଲଗୁଡ଼ିକରେ ବୁର୍ଖା ଭଳି ମୁହଁ ସମ୍ପୂର୍ଣ୍ଣ ଢାଙ୍କୁଥିବା ପୋଷାକ ଉପରେ ପ୍ରତିବନ୍ଧ ଲଗାଇବା ସହ ପ୍ରତି କ୍ଲାସରେ ବିଦେଶୀ ଛାତ୍ରଙ୍କ ସଂଖ୍ୟା ସୀମିତ କରିବାକୁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?