ବୃକ୍ଷ ପ୍ରେମରେ ଛାତ୍ର, ଅଧ୍ୟାପକ

ଖୋର୍ଦ୍ଧା ଅଫିସ,୬ା୧୧: କରୋନା ମହାମାରୀ ଯୋଗୁ ଦୀର୍ଘ ୮ମାସ ଧରି ରାଜ୍ୟର ସମସ୍ତ ସ୍କୁଲ, କଲେଜରେ ପାଠପଢ଼ା ବନ୍ଦ ରହିଛି। କରୋନା ମୁକାବିଲା ଲାଗି ସାମୂହିକ କାର୍ଯ୍ୟ ଉପରେ କଟକଣା ଲଗାଯିବା ସହ ବିନା କାରଣରେ ଘରୁ ନ ବାହାରିବାକୁ ପ୍ରଶାସନ ପକ୍ଷରୁ ନିର୍ଦ୍ଦେଶ ରହିଥିଲା। ଏହି ସମୟରେ କଲେଜ ପରିସରରେ ଲଗାଯାଇଥିବା ଫୁଲ ଏବଂ ଔଷଧୀୟ ଗଛର ଯତ୍ନ ନେଉଛନ୍ତି ଖୋର୍ଦ୍ଧା ପ୍ରାଣନାଥ ସ୍ବୟଂଶାସିତ ମହାବିଦ୍ୟାଳୟର ଇତିହାସ ବିଭାଗୀୟ ମୁଖ୍ୟ ପ୍ରଫେସର ମନୋଜ ରାଉତ ଏବଂ ଯୁକ୍ତ ୩ ଦ୍ୱିତୀୟ ବର୍ଷ ଛାତ୍ର ବିଶ୍ୱରଞ୍ଜନ ପ୍ରଧାନ। ଉଭୟଙ୍କ ଏହି କାର୍ଯ୍ୟକୁ କଲେଜ ଅଧ୍ୟକ୍ଷ, ପ୍ରଫେସର, ଅଧ୍ୟାପକ ଏବଂ ସ୍ଥାନୀୟ ଲୋକେ ପ୍ରଂଶସା କରିଛନ୍ତି। ପ୍ରକାଶ ଯେ, କରୋନା ଯୋଗୁ ଗତ ମାର୍ଚ୍ଚ ମାସରେ ସରକାର କଲେଜ ବନ୍ଦ ଲାଗି ଘୋଷଣା କରିବା ପରେ କ୍ୟାମ୍ପସ ପରିସରରେ ରହିଥିବା ଗଛର କିପରି ଯତ୍ନ ନିଆଯିବ, ସେନେଇ ପ୍ରଫେସର ରାଉତ ଚିନ୍ତାରେ ପଡିଯାଇଥିଲେ। ଏ ଟ୍ରି ନିଡ୍‌ସ ମାଇଣ୍ଡ ନଟ୍‌ ମନି(ଗୋଟିଏ ବୃକ୍ଷ ମନ ଚାହେଁ ଅର୍ଥ ନୁହେଁ) ପ୍ରଫେସର ରାଉତଙ୍କ ଏହି ଆହ୍ବାନକୁ ନୟାଗଡ଼ ଜିଲା ଚମ୍ପାଗଡ଼ ପଞ୍ଚାୟତ ଶ୍ରୀକୃଷ୍ଣପୁର ନିବାସୀ ଛାତ୍ର ବିଶ୍ୱରଞ୍ଜନ ଚାଲେଞ୍ଜ ଭାବେ ଗ୍ରହଣ କରିଥିଲେ। ପରେ ଘର ଭଡ଼ା ନେଇ କ୍ୟାମ୍ପସରେ ଲାଗିଥିବା ଗଛଗୁଡିକର ଯତ୍ନ ନେଉଛନ୍ତି। ପାଖରେ ସ୍ବଳ୍ପ ଟଙ୍କା ଥିଲେ ମଧ୍ୟ କ୍ୟାମ୍ପସରେ ସବୁଜ ବଳୟ ଲାଗି ଅଣ୍ଟା ଭିଡିଛନ୍ତି। ସକାଳ ଏବଂ ସନ୍ଧ୍ୟାରେ ଗଛରେ ପାଣି ଦେବା ସହ, ଅନାବନା ଗଛ, ଘାସ ଓପାଡୁଛନ୍ତି। କ୍ୟାମ୍ପସକୁ ଏକ ସୁନ୍ଦର ସବୁଜ ପରିବେଶ ସୃଷ୍ଟି କରିଛନ୍ତି। ଏଥିସହିତ କ୍ୟାମ୍ପସ ଆଗରେ ବୁଲୁଥିବା ଗୋରୁ ଓ ବୁଲା କୁକୁରଙ୍କ ସେବା କରିବାକୁ ମଧ୍ୟ ସେ ଭୁଲି ନାହାନ୍ତି। ତାଙ୍କ ସେବା ଲାଗି ପ୍ରଫେସର ରାଉତ ମଧ୍ୟ ଆଗେଇ ଆସିଛନ୍ତି। କରୋନା ସମୟରେ ଉଭୟ ଗଛଗୁଡିକ ଯତ୍ନ ନେଉଛନ୍ତି। ଘଣ୍ଟା ଘଣ୍ଟା ଧରି ବଗିଚାରେ ସମୟ ଅତିବାହିତ କରୁଛନ୍ତି। ପରିବେଶ ସୁରକ୍ଷା ଲାଗି ବିଶ୍ୱରଞ୍ଜନ ଏବଂ ପ୍ରଫେସର ରାଉତ ଯୁବ ସମାଜ ଲାଗି ପ୍ରେରଣାର ଉତ୍ସ ପାଲଟିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଖୋଲିବ କି ହର୍ମୁଜ୍ ପ୍ରଣାଳୀ? ଆମେରିକାର ରିପୋର୍ଟରେ ବଡ଼ ଖୁଲାସା

ନୂଆଦିଲ୍ଲୀ,୪।୪: ମଧ୍ୟପ୍ରାଚ୍ୟରେ ଚାଲିଥିବା ବିବାଦ ମଧ୍ୟରେ, ଆମେରିକୀୟ ଗୁଇନ୍ଦା ରିପୋର୍ଟରେ ଦାବି କରାଯାଇଛି ଯେ ଇରାନ ଶୀଘ୍ର ହର୍ମୁଜ୍ ପ୍ରଣାଳୀକୁ ପୁନର୍ବାର ଖୋଲିବାର ସମ୍ଭାବନା ନାହିଁ । ଏହାର…

ଏକାଗ୍ରତା ଆଣେ ସଫଳତା: ସୁରେଶଙ୍କ ସହ ସ୍ବତନ୍ତ୍ର ସାକ୍ଷାତ୍‌କାର

ହାଇଟେକ୍‌ ଗ୍ରୁପ୍‌ ଅଫ୍‌ ଇନ୍‌ଷ୍ଟିଚ୍ୟୁଶନର ମ୍ୟାନେଜିଂ ଟ୍ରଷ୍ଟି ତଥା ସିଇଓ ସୁରେଶ କୁମାର ପାଣିଗ୍ରାହୀ ଜଣେ ଉଦ୍ୟୋଗୀ ଏବଂ ଶିକ୍ଷାବିତ୍‌ ଭାବରେ ଅନୁଷ୍ଠାନ ଆରମ୍ଭରୁ ଏହାର ଭିତ୍ତିଭୂମିକୁ…

ପୋଲ ତଳକୁ ଖସିଲା ସିମେଣ୍ଟ ବୋଝେଇ ଟ୍ରକ: ଆଉ ତା’ପରେ ଘଟିଲା

ଲୋଇସିଂହା,୪।୪(ସୁଶାନ୍ତ ବାରିକ) ବରଗଡ-ବଲାଙ୍ଗୀର ୨୬ନଂ ଜାତୀୟ ରାଜପଥ ଲୋଇସିଂହା ଥାନା ଅନ୍ତର୍ଗତ ଫାସଡ ପୋଲ ତଳକୁ ଏକ ସିମେଣ୍ଟ ବୋଝେଇ ଟ୍ରକ ଖସି ପଡ଼ିଛି। ଦୁର୍ଘଟଣାସ୍ଥଳରେ ଜଣେ…

ଖୁସି ଖବର! ହର୍ମୁଜ ପାର୍ ହୋଇ ଭାରତ ଆସୁଛି ତେଲ-ଗ୍ୟାସ ଜାହାଜ, କମିଯିବକି ଦର?

ନୂଆଦିଲ୍ଲୀ,୪।୪: ଇରାନ-ଇସ୍ରାଏଲ ବିବାଦ ମଧ୍ୟରେ, ଭାରତ ପାଇଁ ଏକ ଆଶ୍ବସ୍ତିକର ଖବର ଅଛି । ଭାରତୀୟ ପତାକା ଲାଗିଥିବା ଜାହାଜ ସହିତ, ଅନ୍ୟ ତିନୋଟି ଜାହାଜ ସଫଳତାର…

ଟ୍ରମ୍ପଙ୍କୁ ବଡ଼ ଝଟକା: ପାକିସ୍ତାନରେ ଆଲୋଚନା କରିବାକୁ ମନା କଲା ଇରାନ, ୪୮ ଘଣ୍ଟାର ଅସ୍ତ୍ରବିରତି ସର୍ତ୍ତକୁ କଲା ପ୍ରତ୍ୟାଖ୍ୟାନ

ଓ୍ବାଶିଂଟନ୍‌,୪।୪: ଆମେରିକା ଏବଂ ଇରାନ ମଧ୍ୟରେ ଯୁଦ୍ଧବିରତି ପାଇଁ ପାକିସ୍ତାନ, କାତାର ଏବଂ ତୁର୍କୀ ଦ୍ୱାରା ମଧ୍ୟସ୍ଥତା ପାଇଁ କରାଯାଇଥିବା ପ୍ରୟାସ ବିଫଳ ହୋଇଛି, କାରଣ ଇରାନ…

ଛାତିଥରା ଦୁର୍ଘଟଣା; ଭାରସାମ୍ୟ ହରାଇ କୂଅରେ ପଡିଗଲା କାର୍, ଗୋଟିଏ ପରିବାରର ୯ ମୃତ

ମୁମ୍ବାଇ,୪ା୪: ମହାରାଷ୍ଟ୍ରର ନାଶିକରେ ଏକ ଭୟଙ୍କର ସଡ଼କ ଦୁର୍ଘଟଣା ଘଟିଛି । ଏକ କାର ନିୟନ୍ତ୍ରଣ ହରାଇ ରାସ୍ତା ପାର୍ଶ୍ୱରେ ଥିବା ଏକ ପାଣି ଭର୍ତ୍ତି କୂଅରେ…

ବିପଦପୂର୍ଣ୍ଣ ଅବସ୍ଥାରେ ଟ୍ରାନ୍ସଫର୍ମର: ଅଭିଯୋଗ ପରେ ବି ଶୁଣୁନାହାନ୍ତି ବିଭାଗୀୟ ଅଧିକାରୀ

ଗଞ୍ଜାମ,୪।୪(ଅନାଥ ତରାଇ): ଗଞ୍ଜାମ ବ୍ଲକ ଅନ୍ତର୍ଗତ ପାଳିବନ୍ଧ ପଞ୍ଚାୟତର ସୂର୍ଯ୍ୟନାରାୟଣପୁର ଓଡ଼ିଆର୍ପି କଲୋନୀରେ ବିପଦପୂର୍ଣ୍ଣ ଅବସ୍ଥାରେ ରହିଛି ଟ୍ରାନ୍ସଫର୍ମର। ଇଲେକ୍ଟ୍ରି ଟ୍ରାନ୍ସଫର୍ମର ସ୍ଥାନୀୟ ବାସିନ୍ଦା ସୁଦର୍ଶନ ପ୍ରଧାନଙ୍କ…

ସାଙ୍ଗମାନଙ୍କ ସହ ମିଶି ଗାଧୋଇବାକୁ ଯାଇଥିଲେ ନାବାଳକ, ଖସିଗଲା ଗୋଡ, ଖୋଜାଖୋଜି ପରେ ମିଳିଲା…

ଆନନ୍ଦପୁର/ହାଟଡିହି,୪l୪ (ସୁଶାନ୍ତ କୁମାର ସାହୁ/ଶୁଭକାନ୍ତ ନାଏକ ): ବୈତରଣୀ ନଦୀରେ ବୁଡ଼ିଯାଇ କେନ୍ଦୁଝର ଜିଲା ରାମଚନ୍ଦପୁରୁ ଥାନା ଅନ୍ତର୍ଗତ ଅଞ୍ଜିରା ଗ୍ରାମର ଜଣେ ଅଷ୍ଟମ ଶ୍ରେଣୀ ଛାତ୍ରଙ୍କ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri