ସ୍କୁଲ ଖୋଲିବା ପରେ ୨୬୨ଶିକ୍ଷାର୍ଥୀ, ୧୬୦ ଶିକ୍ଷକ ହେଲେ କରୋନା ସଂକ୍ରମିତ

ଅମରାବତୀ,୬ ।୧୧: ଆନ୍ଧ୍ରପ୍ରଦେଶରେ ନଭେମ୍ବର ୨ରୁ ନବମ ଓ ଦାମ ଶ୍ରେଶୀ ପିଲାମାନଙ୍କ ପାଇଁ ସ୍କୁଲ ଖୋଲି ଦିଆଯାଇଛି । ଆଉ ସ୍କୁଲ ଖୋଲିବା ପରେ ମାତ୍ର ୨ ଦିନ ମଧ୍ୟରେ ୧୬୨ ଛାତ୍ର ଓ ୧୬୦ ଶିକ୍ଷକ କରୋନାରେ ସଂକ୍ରମିତ ହୋଇଥିବା ଜଣାପଡିଛି । ସ୍କୁଲ ଶିକ୍ଷା ଆୟୁକ୍ତ ବି ଚିନ୍ନା ବିରଭଦ୍ରୁଦୁ ଗୁରୁବାର ଏହି ସୂଚନା ଦେଇଛନ୍ତି । ସେ କହିଛନ୍ତି ସ୍କୁଲ ଖୋଲିବା ପର ପ୍ରତ୍ୟେକ ସ୍ଥାନରେ କରୋନା ନିୟମ ମାନିବାକୁ ଯଥା ସମ୍ଭବ ଚେଷ୍ଟା କରାଯାଇଛି । ତାଙ୍କ ମତରେ ନଭମ୍ବର ୪ରେ ପାଖାପାଖି ୪ ଲକ୍ଷ ଶିକ୍ଷାର୍ଥୀ ସ୍କୁଲ ଆସିଥିଲେ । ଏବେ ସଂକ୍ରମିତ ଛାତ୍ରଙ୍କ ସଂଖ୍ୟା ୨୬ ୨ । ଯାହା ମୋଟ ଛାତ୍ରଙ୍କ ୦.୧ ପ୍ରତିଶତ । ତେଣୁ ଏହା ଚିନ୍ତାର କାରଣ ନୁହେଁ ବୋଲି ସେ କହିଛନ୍ତି । ଅବଶ୍ୟ ସ୍କୁଲ ଖୋଲିବା ଯୋଗୁ ସଂକ୍ରମଣ ହୋଇଛି ବୋଲି କହିବା ଭୁଲ୍ ହେବନାହିଁ । ଅନ୍ୟପନଟେ ସ୍କୁଲ ଖୋଲିବା ପରେ ପାଖାପାଖି ୧.୧୧ ଲକ୍ଷ ଶିକ୍ଷକ କାମରେ ଯୋଗ ଦେଇଥିଲେ ଆଉ ସେମାନଙ୍କ ମଧ୍ୟରୁ ମାତ୍ର ୧୬୦ ଜଣ କରୋନା ମହାମାରୀ ଦ୍ୱାରା ସଂକ୍ରମିତ ହୋଇଛନ୍ତି । ଗ୍ରାମୀଣ ଅଞ୍ଚଳରେ ଥିବା ଛାତ୍ରୀଛାତ୍ର ଓ ଗରିବ ଶ୍ରେଣୀର ପିଲା ଅନଲାଇନରେ ପାଠ ପଢିବାକୁ ନାନା ଅସୁବିଧାର ସ।ମ୍ନା କରୁଥିବାରୁ ଏମାନଙ୍କ ପାଇଁ ସ୍କୁଲ ଖୋଲାଯିବା କଥା ଚିନ୍ତା କରାଯାଇଥିଲା ।


Enter your email to get our daily news in your inbox.

All Right Reserved By Dharitri.Com

ଏହି ବ୍ୟକ୍ତିଙ୍କୁ ଇଣ୍ଟରଭ୍ୟୁ ଦେବାରୁ ହାରିଗଲେ ଛତିଶଗଡ ମୁଖ୍ୟମନ୍ତ୍ରୀ ବାଘେଲ, ପଞ୍ଜାବ ପୂର୍ବ ମୁଖ୍ୟମନ୍ତ୍ରୀ ଚନ୍ନିଙ୍କ ମଧ୍ୟ ହୋଇଥିଲା ସମଦଶା, ଭାଇରାଲ ହେଉଛି ଇଣ୍ଟରଭ୍ୟୁ ଭିଡିଓ

ନୂଆଦିଲ୍ଲୀ,୫।୧୨: ଫାଇନାଲ ମ୍ୟାଚ ପୁର୍ବରୁ ସେମିଫାଇନାଲ ମ୍ୟାଚରେ ଫେଲ ମାରିଛି କଂଗ୍ରେସ। କଂଗ୍ରେସର ଗଡ କୁହାଯାଉଥିବା ଛତିଶଗଡରେ ଏଥରର ବିଧାନସଭା ନିର୍ବାଚନରେ ଧରାଶାୟୀ ହୋଇଛି। ଯାହାକୁ...

Video: ଜୟପୁରରେ କର୍ନି ସେନା ସଭାପତି ସୁଖଦେବ ସିଂଙ୍କୁ ହତ୍ୟା, ଲରେନ୍ସ ବିଷ୍ଣୋଇ ଗ୍ୟାଙ୍ଗ ଦେଇଥିଲା ଧମକ

ନୂଆଦିଲ୍ଲୀ,୫।୧୨: ରାଜସ୍ଥାନର ରାଜଧାନୀ ଜୟପୁରରେ ରାଷ୍ଟ୍ରୀୟ କର୍ନି ସେନା ଅଧ୍ୟକ୍ଷ ସୁଖଦେବ ସିଂ ଗୋଗାମେଦିଙ୍କୁ ଗୁଳି ମାରି ହତ୍ୟା କରିଛନ୍ତି ଅଜଣା ଦୁର୍ବୁତ୍ତ। ଦିନ ଦିପ୍ରହରରେ...

ସ୍ଥଳଭାଗ ଛୁଇଁଲା ବାତ୍ୟା ‘ମିଗଜୋମ’: ୯୦ରୁ ୧୧୦ କି.ମି. ମଧ୍ୟରେ ବୋହୁଛି ପବନ

ହାଇଦ୍ରାବାଦ୍‌,୫।୧୨: ବାତ୍ୟା ‘ମିଗଜୋମ’ ଭୀଷଣ ରୂପ ନେଇ ଦକ୍ଷିଣ ଆନ୍ଧ୍ର ଉପକୂଳ ନେଲୋର ଏବଂ ମଚ୍ଛଲିପଟନମରେ ସ୍ଥଳଭାଗ ଛୁଇଁଛି। ସ୍ଥଳଭାଗ ଛୁଇଁବା ପରେ ବାତ୍ୟାର ବେଗ...

ଇଣ୍ଡିଆ ଗଠବନ୍ଧନ ବୈଠକ ସ୍ଥଗିତ, ମମତା-ନୀତୀଶ-ଅଖିଲେଶ ଯୋଗ ଦେବାକୁ ମନା କରିବା ପରେ ନିଷ୍ପତ୍ତି

ନୂଆଦିଲ୍ଲୀ,୫।୧୨: ବୁଧବାର ଦିନ ଧାର୍ଯ୍ୟ ହୋଇଥିବା ବିରୋଧୀ ଗୋଷ୍ଠୀଙ୍କ ଇଣ୍ଡିଆ ମେଣ୍ଟ’ର ବୈଠକ ସ୍ଥଗିତ ରଖାଯାଇଛି। କଂଗ୍ରେସ ସଭାପତି ମଲ୍ଲିକାର୍ଜୁନ ଖର୍ଗେ ଏହି ବୈଠକ ଡିସେମ୍ବର...

”ସେମାନେ ଅହଂକାର, ମିଛ, ନିରାଶା ଏବଂ ଅଜ୍ଞତାକୁ ନେଇ ଖୁସି ହେବା ଉଚିତ୍”, ପୁଣି ବିରୋଧୀଙ୍କୁ ଟାର୍ଗେଟ କଲେ ପ୍ରଧାନମନ୍ତ୍ରୀ ମୋଦି

ନୂଆଦିଲ୍ଲୀ,୫।୧୨: ଦେଶର ପାଞ୍ଚଟି ରାଜ୍ୟରେ ଅନୁଷ୍ଠିତ ବିଧାନସଭା ନିର୍ବାଚନ ସମାପ୍ତ ହୋଇଛି। ହିନ୍ଦୀ ହାର୍ଟଲ୍ୟାଣ୍ଡକୁ ଭାଜପା ସମ୍ପୂର୍ଣ୍ଣ ଭାବେ କବଜା କରିଛି। ରାଜସ୍ଥାନ, ମଧ୍ୟପ୍ରଦେଶ ଏବଂ...

ରେଭନ୍ଥ ରେଡ୍ଡୀ ହେବେ ତେଲଙ୍ଗାନାର ଆଗାମୀ ମୁଖ୍ୟମନ୍ତ୍ରୀ, ବୁଧବାର ନେଇପାରନ୍ତି ଶପଥ

ହାଇଦ୍ରାବାଦ, ୫।୧୨: ତେଲଙ୍ଗାନାର ଆଗାମୀ ମୁଖ୍ୟମନ୍ତ୍ରୀ ହେବେ ରାଜ୍ୟ କଂଗ୍ରେସ ସଭାପତି ରେଭନ୍ଥ ରେଡ୍ଡୀ। ସୂତ୍ରରୁ ମିଳିଥିବା ସୂଚନା ଅନୁଯାୟୀ କଂଗ୍ରେସ ହାଇକମାଣ୍ଡ ଏହି ନିଷ୍ପତ୍ତି...

‘ଇଣ୍ଡିଆ’ ମେଣ୍ଟରେ ଫାଟ! ବୈଠକରେ ଯୋଗଦେବେନି ଅଖିଳେଶ

ନୂଆଦିଲ୍ଲୀ,୫।୧୨: ଡିସେମ୍ବର ୬ରେ ଦିଲ୍ଲୀରେ ଅନୁଷ୍ଠିତ ହେବାକୁ ଥିବା ବିରୋଧୀ ମେଣ୍ଟ ‘ଇଣ୍ଡିଆ’ରେ ଫାଟ ସୃଷ୍ଟି ହୋଇଛି। ଏହି ବୈଠକରେ ସମାଜବାଦୀ ପାର୍ଟି ମୁଖ୍ୟ ଅଖିଳେଶ...

ସଡ଼କ ଦୁର୍ଘଟଣାରେ ଆହତ ବ୍ୟକ୍ତିଙ୍କ ପାଇଁ ବଡ଼ ସୁବିଧା ଦେବେ ସରକାର

ନୂଆଦିଲ୍ଲୀ,୫।୧୨: ସଡ଼କ ଦୁର୍ଘଟଣାରେ ଅଧିକାଂଶ ମୃତ୍ୟୁ ଚିକିତ୍ସାରେ ବିଳମ୍ବ ହେତୁ ଘଟିଥାଏ। ଏହି ଗମ୍ଭୀର ପ୍ରସଙ୍ଗକୁ ଧ୍ୟାନରେ ରଖି ସରକାର ଶୀଘ୍ର ସଡ଼କ ଦୁର୍ଘଟଣା ମାମଲାରେ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri