Posted inଖେଳ

ଯୁବରାଜଙ୍କ ଭଉଣୀଙ୍କୁ ଭଲପାଇ ବସିଥିଲେ ଏହି ଖେଳାଳି: ଜାଣିବା ପରେ ଏପରି ଧମକ ଦେଇଥିଲେ…

ଭାରତୀୟ କ୍ରିକେଟର ରୋହିତ ଶର୍ମା ଡିସେମ୍ବର ୧୩ରେ ନିଜର ୫ମ ବିବାହ ବାର୍ଷିକୀ ପାଳନ କରିଥିଲେ। ୧୩ ଡିସେମ୍ବର ୨୦୧୫ରେ ରୋହିତ ରିତିକା ସଜଦେବଙ୍କୁ ବିବାହ କରିଥିଲେ। ଏହି ଖେଳାଳିଙ୍କୁ ତାଙ୍କର ବିବାହ ବାର୍ଷିକୀ ଅବସରରେ ସୋସିଆଲ ମିଡିଆରେ ବହୁତ ଶୁଭେଚ୍ଛା ମିଳିଥିଲା।
ଖେଳ ପଡ଼ିଆରେ ରୋହିତଙ୍କ ରେକର୍ଡ ବିଷୟରେ ଅଳ୍ପ ବହୁତ ପ୍ରାୟ ସମସ୍ତେ ଜାଣନ୍ତି। ମାତ୍ର ପଡ଼ିଆରେ ବିପକ୍ଷ ଦଳକୁ ପଛରେ ପକାଇ ଦେଉଥିବା ରୋହିତ କିନ୍ତୁ ସ୍ତ୍ରୀ ରିତିକାଙ୍କ ଆଗରେ ଦୁର୍ବଳ ପଡ଼ିଯାଆନ୍ତି।
ଏହି ସୁନ୍ଦର ଦମ୍ପତିଙ୍କ ପ୍ରେମ କାହାଣୀ ବିବାହର ୬ ବର୍ଷ ପୂର୍ବରୁ ଆରମ୍ଭ ହୋଇଥିଲା। ରିତିକା ଯେତେବେଳେ ଜଣେ ସ୍ପେର୍ଟସ ମ୍ୟାନେଜର ଥିଲେ ସେତେବେଳେ ରୋହିତ ଖେଳରେ ବହୁତ ବ୍ୟସ୍ତ ଥିଲେ। ଏହି ସମୟରେ ଉଭୟଙ୍କ ମଧ୍ୟରେ ସାକ୍ଷାତ ହୋଇଥିଲା।
ରିତିକା ହେଉଛନ୍ତ, କ୍ରିକେଟର ଯୁବରାଜ ସିଂହଙ୍କ ରାକ୍ଷୀ ଭଉଣୀ। ଯୁବରାଜ ହିଁ ରୋହିତ ଏବଂ ରିତିକାଙ୍କୁ ଭେଟ କରାଇଥିଲେ। ଏହା ପରଠାରୁ କାମକୁ ନେଇ ଉଭୟ ସବୁବେଳେ ସମ୍ପର୍କରେ ରହିଲେ। ପରେ ଏହି ସାକ୍ଷାତ ବନ୍ଧୁତ୍ୱ, ପ୍ରେମ ଏବଂ ଶେଷରେ ବିବାହରେ ପରିଣତ ହେଲା। ତେବେ ରୋହିତ ଏବଂ ରିତିକାଙ୍କ ଲଭ୍‌ ଷ୍ଟୋରୀ କୌଣସି ଫିଲ୍ମ ଠାରୁ କମ୍‌ ନୁହେଁ। କାରଣ ରୋହିତ ରିତିକାଙ୍କୁ ଫିଲ୍ମ ଷ୍ଟାଇଲରେ ପ୍ରପୋଜ କରିଥିଲେ।
ରୋହିତ ମୁମ୍ବାଇର ବୋରିଭାଲି ସ୍ପୋର୍ଟସ କ୍ଲବରେ ଆଣ୍ଠୁରେ ବସି ହାତରେ ମୁଦି ଧରି ରିତିକାଙ୍କୁ ପ୍ରପୋଜ କରିଥିଲେ। ସଙ୍ଗେ ସଙ୍ଗେ ରିତିକା ରୋହିତଙ୍କ ପ୍ରପୋଜକୁ ସ୍ବୀକାର କରିଥିଲେ। ଏହାପରେ ସେମାନେ ବିବାହ କରିଥିଲେ। ବିବାହର ୩ ବର୍ଷ ପରେ ଏହି ଦମ୍ପତିଙ୍କର ଏକ କନ୍ୟା ସନ୍ତାନ ହୋଇଥିଲା। ତାଙ୍କ ନାମ ହେଉଛି ସମାୟରା।
ଏକ ସାକ୍ଷାତକାରରେ ରୋହିତ କହିଥିଲେ ଯେ, ଯୁବରାଜ ଯେତେବେଳେ ସେମାନଙ୍କ ପ୍ରେମ ସମ୍ପର୍କ ବିଷୟରେ ଜାଣିଲେ ଧମକ ଦେଇ କହିଥିଲେ, କିଛି କରିବା ପୂର୍ବରୁ ମନେରଖ ରିତିକା ହେଉଛି ମୋର ଭଉଣୀ। ଏହା ପରେ ରୋହିତ ରିତିକାଙ୍କୁ ବିବାହ କରିବାକୁ ଚାହୁଁଥିବା ଯୁବରାଜଙ୍କୁ କହିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଗୋଟିଏ ଦିନରେ ରେକର୍ଡ ଭାଙ୍ଗିଲା ସୁନା-ରୁପା ଦର! କିଣିବା ପୂର୍ବରୁ ମୁଣ୍ଡରେ ହାତ ଦେଲେଣି ଗ୍ରାହକ,ବିଶେଷଜ୍ଞ ଚକିତ… 

ନୂଆଦିଲ୍ଲୀ,୮।୪: ପୁଣି ବଢ଼ିଲା ସୁନା-ରୁପା ଦର। ବୁଧବାର ବଜାରରେ ଏକ ବଡ଼ ପରିବର୍ତ୍ତନ ଦେଖିବାକୁ ମିଳିଛି, ଯାହା ବିଶେଷଜ୍ଞଙ୍କୁ ମଧ୍ୟ ଆଶ୍ଚର୍ଯ୍ୟ କରିଦେଇଛି। ରୁପା ଦରରେ ଗୋଟିଏ…

ନାଗାବଳି ନଦୀରେ ବୁଡି ଯୁବକ ମୃତ, ସ୍ନାନ ପାଇଁ ଯାଇଥିଲେ…

କଲ୍ୟାଣସିଂହପୁର,୮।୪ ( ଦୀପକ କୁମାର ପରିଡା ): ରାୟଗଡା ଜିଲା କଲ୍ୟାଣସିଂହପୁର ଅଞ୍ଚଳରେ ଘଟିଛି ଏକ ଦୁଃଖଦ ଘଟଣା। ନାଗାବଳି ନଦୀରେ ବୁଡି ଜଣେ ୩୬ ବର୍ଷୀୟ…

ଯୁଦ୍ଧ ଅଟକାଇ ବାଃ ବାଃ ସାଉଣ୍ଟିଲା ପାକିସ୍ତାନ, ମଧ୍ୟପ୍ରାଚ୍ୟରେ ବଢ଼ିବ ଦବ୍‌ଦବା ? ରହିଛି ଅନେକ ସ୍ବାର୍ଥ

ଇସଲାମାବାଦ,୮।୪: ଆମେରିକା ଏବଂ ଇରାନ ମଧ୍ୟରେ ଚାଲିଥିବା ଉତ୍ତେଜନା ମଧ୍ୟରେ ଏକ ବଡ଼ ଧରଣର ଯୁଦ୍ଧବିରତି (ସିଜ୍‌ଫାୟାର୍‌) ହୋଇଛି। ଏହି ପ୍ରକ୍ରିୟାରେ ପାକିସ୍ତାନ ଏକ ମୁଖ୍ୟ ‘ଦୂତ’…

ଜଙ୍ଗଲରେ ଚାଲିଥିଲା ଜୁଆ ଖେଳ, ମାଡ଼ି ବସିଲା ବରପାଲି ପୋଲିସ: ୧୬ ଗିରଫ ସହ ଲକ୍ଷାଧିକ …

ବରପାଲି, ୮ ।୪(ଚିତ୍ତରଞ୍ଜନ ସାହୁ): ବରଗଡ଼ ଜିଲା ବରପାଲି ଥାନା ଅନ୍ତର୍ଗତ ବରମକେଲା ଗ୍ରୀଣ୍ଡୋଲା ଜଙ୍ଗଲରେ ଚାଲିଥିବା ଏକ ବଡ଼ ଧରଣର ଜୁଆ ଆଡ୍ଡା ଉପରେ ପୋଲିସ…

ହର୍ମୁଜ୍ ପ୍ରଣାଳୀରେ ତେଲ ଚ୍ୟାଙ୍କରକୁ ଅଟକାଇଲା ଇରାନ, ଯୁଦ୍ଧବିରତି ଭଙ୍ଗ କରିବାକୁ ଧମକ ଦେଲା…

ତେହେରାନ,୮।୪: ଆମେରିକା ଏବଂ ଇରାନ ମଧ୍ୟରେ ଯୁଦ୍ଧବିରତି ସତ୍ତ୍ବେ ଉତ୍ତେଜନା ଜାରି ରହିଛି । ବୁଧବାର ସକାଳେ ଯୁଦ୍ଧବିରତି ଘୋଷଣା ହେବା ପରେ ମଧ୍ୟ ଆକ୍ରମଣର ରିପୋର୍ଟ…

ଦିଗପହଣ୍ଡିରେ ଆଇନ ମନ୍ତ୍ରୀଙ୍କୁ ସମ୍ବର୍ଦ୍ଧନା, ଉନ୍ନତିକରଣ କାର୍ଯ୍ୟ…

ଦିଗପହଣ୍ଡି,୮।୪(ଅଶେଷ ନାଥ ମିଶ୍ର): ଦିଗପହଣ୍ଡି ଗସ୍ତରେ ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ । ଗଞ୍ଜାମ ଜିଲା ଦିଗପହଣ୍ଡି ଠାରେ ବୁଧବାର ରାଜ୍ୟ ଆଇନ, ପୂର୍ତ୍ତ ଓ ଅବକାରୀ ମନ୍ତ୍ରୀ…

ବଚସା ହେଲା କାଳ….ଏୟାର ଗନ୍ ବ୍ୟବହାର କରି ବ୍ୟକ୍ତିଙ୍କ ଗୁପ୍ତାଙ୍ଗରେ ଭରିଦେଲେ ପବନ, ତାପରେ….

ଚଣ୍ଡିଗଡ଼,୮ା୪: ହରିୟାଣାର ଗୁରୁଗ୍ରାମରେ ଏକ ଆଶ୍ଚର୍ଯ୍ୟଜନକ ଘଟଣା ସାମ୍ନାକୁ ଆସିଛି । ଏୟାର ଗନ୍ ବ୍ୟବହାର କରି ଜଣେ ବ୍ୟକ୍ତିଙ୍କ ଗୁପ୍ତାଙ୍ଗରେ ବାୟୁ ପ୍ରବେଶ କରିବାରୁ ତାଙ୍କର…

ଗ୍ୟାସ କଳାବଜାର ନେଇ ଅସୁରାଳିରେ ଚଢ଼ାଉ, ୧୭ ସିଲିଣ୍ଡର ଜବତ

ଧାମନଗର,୮।୪( ସନ୍ତୋଷ କୁମାର ମହାପାତ୍ର): ବେଆଇନ ଗ୍ୟାସ ସିଲିଣ୍ଡର କଳାବଜାରୀ ବିରୋଧରେ ବ୍ଲକ ପ୍ରଶାସନ ପକ୍ଷରୁ ଚଡାଉ କରି ୧୭ ଟି ଗ୍ୟାସ ସିଲିଣ୍ଡର ଜବତ କରାଯାଇଛି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri