ଲଭ, ସେକ୍ସ ଓ ଧୋକା: ଅଭିନେତାଙ୍କୁ ଅଟକ ରଖିଲା ପୋଲିସ

ଭୁବନେଶ୍ୱର,୨୫।୧୧: ବିବାହ କରିବାର ପ୍ରତିଶ୍ରୁତି ଦେଇ ଯୁବତୀଙ୍କଠାରୁ ଟଙ୍କା ନେବା ଏବଂ ପରେ ଧୋକା ଦେବା ଅଭିଯୋଗରେ ଜଣେ ଅଭିନେତାଙ୍କୁ ଅଟକ ରଖିଛି କମିଶନରେଟ ପୋଲିସ। ଅଟକ ଅଭିନେତା ତଥା ପ୍ରଯୋଜକ ହେଉଛନ୍ତି ରାକେଶ କୁମାର ପାଢ଼ୀ। ଭରତପୁର ଥାନାରେ ପୀଡ଼ିତାଙ୍କ ଅଭିଯୋଗ ପରେ ପୋଲିସ ତାଙ୍କୁ ଗିରଫ କରିଛି।
ସୂଚନା ଅନୁସାରେ, ଏକ ପାର୍ଟିରେ ଅଭିଯୋଗକାରିଣୀଙ୍କ ସହ ରାକେଶଙ୍କର ପରିଚୟ ହୋଇଥିଲା। ପରେ ଉଭୟଙ୍କ ମଧ୍ୟରେ ସମ୍ପର୍କ ଘନିଷ୍ଠ ହୋଇଥିଲା। ଏହି ସମୟରେ ବିବାହ କରିବାର ପ୍ରତିଶ୍ରୁତି ଦେଇ ରାକେଶ ଯୁବତୀଙ୍କଠାରୁ ବିଭିନ୍ନ ପର୍ଯ୍ୟାୟରେ ୫ ଲକ୍ଷ ଟଙ୍କାରୁ ଅଧିକ ନେଇଥିବା ଅଭିଯୋଗ ହୋଇଛି।
ବିବାହ କରିବାର ପ୍ରତିଶ୍ରୁତି ଦେଇ ଟଙ୍କା ନେବା ପରେ ରାକେଶ ଧୋକା ଦେଇଥିବା ନେଇ ପୀଡ଼ିତା ଭରତପୁର ଥାନାରେ ଅଭିଯୋଗ କରିଥିଲେ। ଏହା ପରେ କମିଶନରେଟ ପୋଲିସ ମାମଲାର ତଦନ୍ତ କରି ରାକେଶଙ୍କୁ ଅଟକ କରିଛି। ଘଟଣାର ଅନ୍ୟାନ୍ୟ ଦିଗକୁ ନେଇ ପୋଲିସ ତଦନ୍ତ ଜାରି ରଖିଛି।

 

Dharitri – Odisha’s No.1 Odia Daily

 

Share