Posted inଫୁରସତ

ପ୍ରେମଦିବସ ପାଇଁ ପ୍ରେମସ୍ଥଳୀ

ପ୍ରତିବର୍ଷ ଭାଲେଣ୍ଟାଇନ୍ସ ଡେ’ ବା ପ୍ରେମଦିବସକୁ ପ୍ରେମୀଯୁଗଳଙ୍କର ଅପେକ୍ଷା ରହିଥାଏ। କେବେ ଆସିବ ଏହି ଶୁଭଦିନ, ଆଉ ସେମାନେ ସାଥୀ ହୋଇ ବୁଲିଯିବେ ଦୂର କେଉଁ ଏକ ନିକାଞ୍ଚନ ସ୍ଥାନକୁ; ଯେଉଁଠି ତାଙ୍କୁ ବାଧାଦେବାକୁ କେହି ନ ଥିବେ। ସେଠାରେ ସେମାନେ ମନଖୋଲି ଦୁଇପଦ କଥା ହେବା ସହ ସୁନେଲି ଭବିଷ୍ୟତକୁ ନେଇ ଅନେକ ରଙ୍ଗିନ ସ୍ବପ୍ନ ଦେଖିପାରିବେ। ତେଣୁ ଏଠାରେ ସେମିତି କିଛି ଲଭ୍‌ ଡେଷ୍ଟିନେଶନ୍‌ ବା ପ୍ରେମସ୍ଥଳୀ ସମ୍ପର୍କରେ ଉଲ୍ଲେଖ କରାଗଲା…

ଗୋଆ: ଏହାକୁ ଅନେକେ ହନିମୁନ୍‌ ଡେଷ୍ଟିନେଶନ୍‌ ବୋଲି ବି କହିଥାନ୍ତି। କାରଣ ଦେଶବିଦେଶର ବିଭିନ୍ନ ପ୍ରାନ୍ତରୁ ନବଦମ୍ପତି ଏଠାକୁ ଖାସ୍‌ ହନିମୁନ୍‌ ପାଇଁ ଆସିଥାନ୍ତି। ଖାସ୍‌ କରି ଏଠାକାର ସୁନେଲି ବେଳାଭୂମିରେ ଦମ୍ପତିମାନେ ପରସ୍ପର ସହ ହାତ ଛନ୍ଦାଛନ୍ଦି ହୋଇ ବୁଲିବାରେ ଯେଉଁ ମଜା ଥାଏ, ତାହାକୁ ଭାଷାରେ ପ୍ରକାଶ କରିବା ସମ୍ଭବ ନୁହେଁ। କେବଳ ଦମ୍ପତି କାହିଁକି ପ୍ରେମିକା-ପ୍ରେମିକଙ୍କ ପାଇଁ ବି ଗୋଆ ହେଉଛି ଏକ ପ୍ରିୟତମ ସ୍ଥାନ।

ଖଣ୍ଡାଲା: ମହାରାଷ୍ଟ୍ରସ୍ଥିତ ଖଣ୍ଡାଲା ହେଉଛି ଏକ ଲୋକପ୍ରିୟ ଶୈଳନିବାସ। ଏଠାରେ ପର୍ଯ୍ୟଟକ ପାହାଡ଼, ପର୍ବତ, ଝରଣା ସହିତ ଅନେକ ମନଲାଖି ଭ୍ରମଣସ୍ଥଳୀ ଦେଖିବାକୁ ପାଇପାରିବେ। ଖାସ୍‌ ସେଥିପାଇଁ ପ୍ରତିବର୍ଷ ପ୍ରେମଦିବସ ଅବସରରେ ଏଠାରେ ବେଶ୍‌ ଭିଡ଼ ପରିଲକ୍ଷିତ ହୋଇଥାଏ। ତନ୍ମଧ୍ୟରୁ ଅଧିକାଂଶ ଥାନ୍ତି ନବବିବାହିତା ଦମ୍ପତି ଓ ପ୍ରେମୀଯୁଗଳ। ସେଥିପାଇଁ ଅନେକେ ଖଣ୍ଡାଲାକୁ ଲଭର୍ସ ପଏଣ୍ଟ ବୋଲି ବି କହିଥାନ୍ତି।

କେରଳ: ପିକ୍‌ନିକ୍‌ ପାଇଁ ହେଉ ଅବା ହନିମୁନ୍‌ ପାଇଁ, କେରଳ ନିଜର ଆକର୍ଷଣୀୟ ରୂପରେଖ ସକାଶେ ସବୁବେଳେ ସମସ୍ତଙ୍କର ମନ ଜିଣି ଆସିଛି। ବିଶେଷକରି ଏଠାରେ ଦେଖିବାକୁ ମିଳୁଥିବା ବ୍ୟାକ୍‌ ଓ୍ବାଟର୍‌ରେ ହାଉସ୍‌ବୋଟ୍‌ ଚଳାଇ ବୁଲିବାରେ ଯେଉଁ ମଜା ଥାଏ, ତାହାକୁ ଯିଏ ଅଙ୍ଗେ ନିଭେଇଛି ସିଏ ହିଁ କେବଳ ଜାଣିଛି ଏହାର ଉପଭୋଗକୁ। ତେଣୁ ଏହି ପ୍ରେମଦିବସ ଅବସରରେ ପ୍ରେମୀଯୁଗଳ ଚାହିଁଲେ ଏଠାକୁ ବୁଲିଯାଇ କିଛିଟା ନିଆରା ଅନୁଭୂତି ବି ନିଜ ସାଙ୍ଗରେ ଆଣିପାରିବେ।

ଊଟି: ଏହା ମଧ୍ୟ ତାମିଲନାଡୁସ୍ଥିତ ଏକ ଶୈଳନିବାସ। ଏହାକୁ ଅନେକେ ହିଲ୍‌ଷ୍ଟେଶନର ରାଣୀ ବୋଲି ମଧ୍ୟ କହିଥାନ୍ତି। କାରଣ ଭାରତରେ ଯେତେସବୁ ହିଲ୍‌ଷ୍ଟେଶନ ବା ଶୈଳନିବାସ ରହିଛି, ତନ୍ମଧ୍ୟରୁ ଊଟିର ସୌନ୍ଦର୍ଯ୍ୟ ନିଆରା ଲାଗେ। ଏଠାରେ ଦେଖିବାକୁ ମିଳୁଥିବା ବଟାନିକାଲ୍‌ ଗାର୍ଡେନ, ରୋଜ୍‌ ଗାର୍ଡେନ, ଉଟି ହ୍ରଦ ତଥା ଦୋଦ୍ଦାବେଟ୍ଟା ଗିରିଶୃଙ୍ଗ ଇତ୍ୟାଦି କେବଳ ସାଧାରଣ ଲୋକଙ୍କୁ ନୁହେଁ ନବଦମ୍ପତି ତଥା ପ୍ରେମୀଯୁଗଳଙ୍କୁ ବି ଖୁବ୍‌ ପସନ୍ଦ ଆସିଥାଏ।

ଜୈସଲମେର୍‌: ପ୍ରେମଦିବସ ଅବସରରେ ଯଦି ନିଜ ସାଥୀ ସହ କୁଆଡ଼େ ବୁଲିଯିବା ପାଇଁ ପ୍ଲାନିଂ କରୁଥାନ୍ତି, ତା’ହେଲେ ଥରେ ରାଜସ୍ଥାନସ୍ଥିତ ଜୈସଲମେର୍‌ ଆଡ଼େ ବୁଲି ଆସନ୍ତୁ ନା! କାରଣ ଏଠାରେ ବହୁ ଐତିହାସିକ କୀର୍ତ୍ତିରାଜି ଦେଖିବାକୁ ମିଳିଥାଏ। କେବଳ ସେତିକି ନୁହେଁ, ଏଠାକୁ ଆସୁଥିବା ପର୍ଯ୍ୟଟକ ଖାସ୍‌କରି ପ୍ରେମୀଯୁଗଳମାନେ ଜୈସଲମେର୍‌ ଦୁର୍ଗ ବୁଲି ଦେଖିବା ସହ ଓଟ ପିଠିରେ ବସିବାର ମଜା ମଧ୍ୟ ନେଇପାରିବେ।

ନୈନିତାଲ୍‌: ଉତ୍ତରାଖଣ୍ଡସ୍ଥିତ ନୈନିତାଲ୍‌ ବି ହେଉଛି ଏକ ଲୋକପ୍ରିୟ ଶୈଳନିବାସ। ଏଠାରେ ଘଞ୍ଚ ଜଙ୍ଗଲରେ ଘେରି ହୋଇ ରହିଥିବା ଖୁବ୍‌ ଉଚ୍ଚ ଉଚ୍ଚ ପାହାଡ଼ ସାଙ୍ଗକୁ ଝରଣା ଦେଖିବାକୁ ମିଳିଥାଏ। ଖାସ୍‌ ସେଇଥିପାଇଁ ଅନେକ ନବଦମ୍ପତି ଏଠାକୁ ହନିମୁନ୍‌ ପାଇଁ ବୁଲି ଆସିଥାନ୍ତି। କେବଳ ନବଦମ୍ପତି କାହିଁକି, ପ୍ରେମଦିବସକୁ ସ୍ମରଣୀୟ କରିବା ପାଇଁ ଏଠାକୁ ବହୁ ସଂଖ୍ୟାରେ ପ୍ରେମୀଯୁଗଳ ବି ଆସିଥାନ୍ତି।

କେବଳ ଏହିସବୁ ସ୍ଥାନ ନୁହେଁ, ଦାର୍ଜିଲିଂ, ସିଲଂ, ମସୁରୀ ତଥା ତାଜମହଲ ଆଡ଼େ ବି ବୁଲିଯାଇ ପ୍ରେମୀଯୁଗଳମାନେ ପ୍ରେମଦିବସକୁ ଭରପୂର ଉପଭୋଗ କରିବା ସହ ଅନେକ କିଛି ଅଭୁଲା ସ୍ମୃତିକୁ ନିଜ ସାଥିରେ ସାଉଁଟି ଆଣିପାରିବେ।


Enter your email to get our daily news in your inbox.

All Right Reserved By Dharitri.Com

AI’ରେ ଭିଡିଓ କରି ବର୍ଷକରେ ୩୫ କୋଟିରୁ ଅଧିକ ରୋଜଗାର: ୟୁଟ୍ୟୁବ୍‌ରେ ଚହଳ ସୃଷ୍ଟି କଲା ଭାରତର ଏହି ଚ୍ୟାନେଲ

ନୂଆଦିଲ୍ଲୀ,୩୦।୧୨: ଆର୍ଟିଫିସିଆଲ୍ ଇଣ୍ଟେଲିଜେନ୍ସ (AI) ସାହାଯ୍ୟରେ କମ୍ ପରିଶ୍ରମରେ କୋଟି କୋଟି ଟଙ୍କା ରୋଜଗାର କରାଯାଇପାରେ, ଏହା ପ୍ରମାଣ କରିଛି ଭାରତର ଏକ ୟୁଟ୍ୟୁବ୍ ଚ୍ୟାନେଲ।...

ସମୁଦ୍ରକୂଳରୁ ମିଳିଲା ଅଜବ ଜିନିଷ: ଲୋକେ ବିସ୍ମିତ

ସମ୍ପ୍ରତି ୱେଲ୍ସ କାଉଣ୍ଟିର ଏକ ଅଜବ ଏବଂ ରହସ୍ୟମୟ ଘଟଣା ସ୍ଥାନୀୟ ଲୋକଙ୍କୁ ବିସ୍ମିତ କରିଦେଇଛି। ଦକ୍ଷିଣ ୱେଲ୍ସର ଗ୍ଲାମୋର୍ଗାନ ଉପତ୍ୟକାର ଓଗମୋର୍‌-ବାଇ-ସି ବିଚ୍‌ରେ ଶହ...

ଏହି ଦେଶଗୁଡ଼ିକରେ ନାଗରିକତା ପାଇବା ବହୁତ କଷ୍ଟକର, ଅପେକ୍ଷା କରିବାକୁ ପଡେ ୨୦ରୁ ୨୫ ବର୍ଷ

ନୂଆଦିଲ୍ଲୀ,୩୦।୧୨: ପ୍ରତିବର୍ଷ, ଭାରତରୁ ଲକ୍ଷ ଲକ୍ଷ ଲୋକ ସେମାନଙ୍କର ନାଗରିକତା ପରିତ୍ୟାଗ କରି ବିଦେଶରେ ବସବାସ କରନ୍ତି। ସରକାର ନିକଟରେ ଏହି ବିଷୟରେ ତଥ୍ୟ ପ୍ରକାଶ...

ଡାଲୋଲ ସବୁଠୁ ଗରମ ସ୍ଥାନ

ଲୋକମାନେ ଯେବେ ଅତ୍ୟଧିକ ଗରମ ସ୍ଥାନ ବିଷୟରେ କଥା ହୁଅନ୍ତି, ସେମାନେ ସାଧାରଣତଃ ସାହାରା କିମ୍ବା ମଧ୍ୟପ୍ରାଚ୍ୟର ସହରଗୁଡ଼ିକ ପରି ମରୁଭୂମି ବିଷୟରେ ଚିନ୍ତା କରନ୍ତି।...

First Banknote: କେଉଁ ଦେଶରେ ତିଆରି ହୋଇଥିଲା ବିଶ୍ୱର ପ୍ରଥମ ନୋଟ୍, ଜାଣନ୍ତୁ କିଏ …

ଆଜିକା ସମୟରେ ଯେତେବେଳେ ଆମେ ଟଙ୍କା ବିଷୟରେ ଚିନ୍ତା କରୁ, କାଗଜ ମୁଦ୍ରା ବହୁତ ସାଧାରଣ ମନେହୁଏ। କିନ୍ତୁ ଧାତୁ ମୁଦ୍ରା ବଦଳରେ କାଗଜ ବ୍ୟବହାର...

Children born on Ekadashi: ଏକାଦଶୀରେ ଜନ୍ମ ହୋଇଥିବା ପିଲାମାନେ ବହୁତ ସ୍ୱତନ୍ତ୍ର, ଏହି ଗୁଣ…

ଧାର୍ମିକ ଦୃଷ୍ଟିକୋଣରୁ ୨୦୨୫ ବର୍ଷର ଶେଷ ଅତ୍ୟନ୍ତ ଶୁଭ ହେବାକୁ ଯାଉଛି । ଡିସେମ୍ବର ୩୦ ତାରିଖରେ ବର୍ଷର ଶେଷ ପୁତ୍ରଦା ଏକାଦଶୀ ପାଳନ କରାଯିବ।...

ବିବାହ କରିବାକୁ ଯାଉଥିଲେ ନିଶ୍ଚିତ ଯାଞ୍ଚ କରନ୍ତୁ ଏସବୁ, ନଚେତ୍‌ ପରେ କରିବେ ପଶ୍ଚାତାପ

ବିବାହ ହେଉଛି ଜୀବନର ସବୁଠାରୁ ବଡ଼ ତଥା ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ମଧ୍ୟରୁ ଗୋଟିଏ। ଏହା କେବଳ ଦୁଇଟି ଲୋକ ମଧ୍ୟରେ ସୀମିତ ସମ୍ପର୍କ ନୁହେଁ। ଦୁଇଟି...

କେମିତି, କାହିଁକି ହୋଇଥିଲା ମାତା ଗାନ୍ଧାରୀଙ୍କର ଶହେ ପୁତ୍ର, ଜାଣନ୍ତୁ କୌରବଙ୍କ ରହସ୍ୟମୟ କାହାଣୀ…

ଦ୍ୱାପର ଯୁଗରେ, ପାଣ୍ଡବ ଏବଂ କୌରବମାନଙ୍କ ମଧ୍ୟରେ ଏକ ଯୁଦ୍ଧ ହୋଇଥିଲା। ଏହି ଧର୍ମୀୟ ଯୁଦ୍ଧରେ ପାଣ୍ଡବମାନେ ବିଜୟୀ ହୋଇଥିଲେ। ମହାଭାରତରେ ମଧ୍ୟ ଅନେକ କାହାଣୀ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri