Posted inରାଜ୍ୟ

ପ୍ରେମ, ଜେଲ ଓ ପରେ ବିବାହ

ଭଦ୍ରକ ଅଫିସ,୧।୩- ପ୍ରଥମେ ପ୍ରେମ ଓ ପରେ ବିବାହ ନିଷ୍ପତ୍ତି। କିନ୍ତୁ ରାଜି ହେଲେ ନାହିଁ ପରିବାର ଲୋକେ। ବାଧ୍ୟହୋଇ ପ୍ରେମିକଙ୍କ ବିରୋଧରେ ଅଭିଯୋଗ ଆଣିଲେ ପ୍ରେମିକା। ଗିରଫ ଭୟରେ ଦୀର୍ଘ ଦିନ ଧରି ପୋଲିସ ସହ ଲୁଚକାଳୀ ଖେଳିଲେ ପ୍ରେମିକ। ଗତ ଜାନୁୟାରୀରେ ପ୍ରେମିକ ଗିରଫ ହେବା ପରେ ବଦଳିଲା ପ୍ରେମିକାର ମନ। ପ୍ରେମିକଙ୍କୁ ମୁକୁଳାଇଲେ ଜେଲରୁ। ଶେଷରେ ଆସିଆନା ସହଯୋଗରେ ଉଭୟ ପରିବାରର ସହମତି କ୍ରମେ ସେମାନେ ବିବାହ ବନ୍ଧନରେ ବାନ୍ଧି ହୋଇଛନ୍ତି। ଏହି ଯୋଡ଼ି ହେଲେ ଭଦ୍ରକ ଗ୍ରାମାଞ୍ଚଳ ଥାନା ଇଚ୍ଛାପୁର ଗ୍ରାମର ସୁନିତା ମଣ୍ଡଳ ଏବଂ ବନ୍ତ ଥାନା କଣ୍ଟିଗଡ଼ିଆ ଗ୍ରାମର ମନୋଜ ଓଝା।

ଉଭୟ ଗୋଟିଏ କଲେଜରେ ପଢୁଥିବା ସମୟରେ ସେମାନଙ୍କ ମଧ୍ୟରେ ଗଢ଼ି ଉଠିଥିଲା ପ୍ରେମ ସମ୍ପର୍କ। ଦୀର୍ଘ ୭ ବର୍ଷ ଧରି ଚାଲିଲା ପ୍ରେମ ଗାଡ଼ି। ବିବାହ ବନ୍ଧନରେ ବାନ୍ଧି ହେବାକୁ ସେମାନେ ସ୍ଥିର କରିଥିଲେ। ମାତ୍ର ସେମାନଙ୍କର ଏହି ପ୍ରସ୍ତାବକୁ ଅସ୍ବୀକାର କରିଥିଲେ ପରିବାର ଲୋକେ। ଏହି କାରଣରୁ ୨୦୧୯ରେ ମନୋଜଙ୍କ ବିରୋଧରେ ସୁନିତାଙ୍କ ଅଭିଯୋଗ କ୍ରମେ ଗ୍ରାମାଞ୍ଚଳ ଥାନା ପୋଲିସ ମାମଲା ରୁଜୁ କରିଥିଲା। ଏହା ପରଠୁ ମନୋଜ ଫେରାର ଥିଲେ। ଗତ ଜାନୁୟାରୀ ୨୮ରେ ପୋଲିସ ମନୋଜଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଥିଲା। ମନୋଜଙ୍କ ଗିରଫ ପରେ ସୁନିତା ନିଜ ପ୍ରେମକୁ ସାକାର କରିବାକୁ ଯାଇ ଘର ଛାଡ଼ି ଭଦ୍ରକ ଆସି ଆସିଆନାରେ ଆଶ୍ରୟ ନେଇଥିଲେ। ଆସିଆନାର ସମ୍ପାଦିକା ସୋଫିଆ ଶେଖ୍‌, ପରାମର୍ଶଦାତ୍ରୀ ଅନିମା ପଣ୍ଡା ଏ ନେଇ ବୁଝାଶୁଝା କରି ଉଭୟ ପରିବାକୁ ଡାକି ଆଲୋଚନା କରିଥିଲେ। ଶେଷରେ ଉଭୟ ପରିବାର ବିବାହ ପାଇଁ ସମ୍ମତ ହୋଇଥିଲେ। ଏ ସମ୍ପର୍କରେ କୋର୍ଟକୁ ଅବଗତ କରାଯିବା ପରେ ମନୋଜ ଜାମିନ ପାଇଥିଲେ ଏବଂ ରବିବାର ସ୍ଥାନୀୟ ଲୋକନାଥ ମନ୍ଦିରରେ ଉଭୟଙ୍କ ବିବାହ ସମ୍ପନ୍ନ ହୋଇଛି।


Enter your email to get our daily news in your inbox.

All Right Reserved By Dharitri.Com

ଇଣ୍ଡକ୍ସନରେ ରୋଷେଇ କରୁଛନ୍ତି କି? ଭୁଲରେ ବି କରନ୍ତୁ ନାହିଁ ଏହି ୫ ଜିନିଷ ରୋଷେଇ, ନଚେତ…

ନୂଆଦିଲ୍ଲୀ,୩।୪: ମଧ୍ୟପ୍ରାଚ୍ୟରେ ଜାରି ରହିଥିବା ଯୁଦ୍ଧ ପରିସ୍ଥିତିର ପ୍ରଭାବ ଏବେ ଭାରତୀୟ ରୋଷେଇ ଘର ପର୍ଯ୍ୟନ୍ତ ପହଞ୍ଚିଛି। ତୈଳ ଏବଂ ଗ୍ୟାସ ଯୋଗାଣ ବାଧାପ୍ରାପ୍ତ ହେବା ଯୋଗୁଁ…

କୁଆପଥର ବର୍ଷା: ଗଛ ଉପୁଡ଼ିବା ସହ ଉଡ଼ିଲା ଛପର

ନନ୍ଦପୁର,୩ା୪(ତୁଷାର କାନ୍ତ ମହାନ୍ତି)-କୋରାପୁଟ ଜିଲା ନନ୍ଦପୁର ବ୍ଲକ ଅଞ୍ଚଳରେ କୁଆପଥର ବର୍ଷା ପବନ ପ୍ରଭାବରେ ମାଳିବେଲଗାଁ ପଞ୍ଚାୟତ ରାସ୍ତାରେ ୨ଗଛ ଉପୁଡ଼ି ପଡ଼ିଥିବାରୁ ଯାତାୟାତ ବାଧାପ୍ରାପ୍ତ ହୋଇଛି।…

ରିଲ୍ସ ପାଇଁ ବନ୍ଧୁକ ଧରି ଯୁବକଙ୍କ ଫାଙ୍କା ଗୁଳିଚାଳନା ଭିଡିଓ ଭାଇରାଲ, ଏସ୍‌ପି କହିଲେ ତଦନ୍ତ ଚାଲିଛି

ପୁରୀ,୩ା୪(ଅଜିତ୍‌ କୁମାର ମହାନ୍ତି): ରିଲ୍ସ ପାଇଁ ଜଣେ ଯୁବକ ବନ୍ଧୁକ ଧରି ଫାଙ୍କା ଗୁଳିଚାଳନା କରୁଥିବାର ଏକ ଭିଡିଓ ଶୁକ୍ରବାର ସୋସିଆଲ ମିଡିଆରେ ଦେଖିବାକୁ ମିଳିଛି। ଏହି…

ପୋଖରୀରେ ବୁଡ଼ିଲେ ଜଣଙ୍କ ପରେ ଜଣେ …

ଦିଗପହଣ୍ଡି,୩ା୪(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ କୁଶପଡ଼ା ଗ୍ରାମ ନିକଟସ୍ଥ ଏକ ପୋଖରୀରେ ଶୁକ୍ରବାର ୩ଜଣ ମହିଳା ବୁଡି ଯାଉଥିବା ବେଳେ ସେମାନଙ୍କୁ ଉଦ୍ଧାର…

ଛେଳି ଖାଇଲା ଟମାଟୋ ଗଛ: ମାଡ଼ ଖାଇଲେ ଦମ୍ପତି, ମାମଲା ଏବେ…

ଦିଗପହଣ୍ଡି,୩।୪(ଅଶେଷ ନାଥ ମିଶ୍ର): ଦିଗପହଣ୍ଡି ବ୍ଲକ ବାସୁଦେବପୁର ପଞ୍ଚାୟତ ବଜାପଲ୍ଲୀ ଗ୍ରାମ ନିକଟରେ ଜି.ଦୁର୍ଯ୍ୟ ରେଡ୍ଡୀଙ୍କ ଜମିରେ ଲାଗିଥିବା ଟମାଟୋ ଗଛ ଗୁଡ଼ିକୁ ଶୁକ୍ରବାର ମଧ୍ୟାହ୍ନରେ କିଛି…

ଆଦେଶ ପାଳନ କଲେ ଜିଲାପାଳ, ପିଛିଲା ତାରିଖ ପକାଇ ୨୧ ଦିନ ପରେ ଅର୍ଡର ପ୍ରେରଣ

କେନ୍ଦୁଝର/ହାଟଡିହୀ,୩l୪(ନରେଶ ଚନ୍ଦ୍ର ପଟ୍ଟନାୟକ/ଶୁଭକାନ୍ତ ନାୟକ):ଓଡ଼ିଶା ହାଇକୋର୍ଟଙ୍କ ନିର୍ଦ୍ଦେଶ ଧାର୍ଯ୍ୟ ସମୟରେ ପାଳନ ନ କରିବା ଫଳରେ ଅଦାଲତ ଅବମାନନା ମାମଲା ଦାୟର ହେବା ଏବଂ ଏ ନେଇ…

ନମ୍ବର ସେଭ୍‌ ନ କରି କରିପାରିବେ WhatsAppରେ ଚାଟ୍‌, ଅନେକେ ଜାଣନ୍ତି ନାହିଁ ଏହି ସିକ୍ରେଟ୍‌…

ନୂଆଦିଲ୍ଲୀ,୩।୪: ସାଧାରଣତଃ ହାଟ୍ସଆପରେ କାହା ସହିତ କଥା ହେବାକୁ ହେଲେ ଆମକୁ ପ୍ରଥମେ ସେହି ବ୍ୟକ୍ତିଙ୍କ ନମ୍ବର ନିଜ ଫୋନରେ ସେଭ କରିବାକୁ ପଡ଼ିଥାଏ। କିନ୍ତୁ ଅନେକ…

କାଳବୈଶାଖୀ ତାଣ୍ଡବ: ଭାଙ୍ଗିଲା ଗଛ, ଉଡ଼ିଲା ଆଜ୍‌ବେଷ୍ଟସ୍‌

କୋରାପୁଟ,୩।୪(ଅମିତାଭ ବେହେରା): କୋରାପୁଟ ସହରରେ ଶୁକ୍ରବାର ସନ୍ଧ୍ୟାରେ କାଳବୈଶାଖୀ ତାଣ୍ଡବ ରଚିଛି। କାଳବୈଶାଖୀ ପ୍ରଭାବରେ ଅଞ୍ଚଳର ବିଭିନ୍ନ ସ୍ଥାନରେ ଝଡ଼ତୋଫାନ ହୋଇଛି। ଝଡ଼ତୋଫାନରେ କୋରାପୁଟ-ରାୟଗଡ଼ା ସଂଯୋଗ କରୁଥିବା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri