ଇଏ ବି ପ୍ରେମ !

ଏକ ଶାଶ୍ୱତ, ନିଃସ୍ବାର୍ଥ ଓ ଦୃଢ଼ ବିଶ୍ୱାସର ପ୍ରତୀକ ହେଉଛି ପ୍ରେମ; ଯାହାକି ଦୁଇଟି ଅଚିହ୍ନା ଅଜଣା ମଣିଷ ଭିତରେ ଗଢ଼ିପାରେ ଏକ ନିବିଡ଼ ସମ୍ପର୍କର ଡୋରି। ହେଲେ ଆଜିର ଦୁନିଆରେ କେତେକ ପ୍ରେମୀଯୁଗଳଙ୍କ ପାଇଁ ଯେମିତି ବଦଳିଯାଉଛି ଏହାର ପରିଭାଷା…

 

ଟାଇମ୍‌ପାସ୍‌ର ମାଧ୍ୟମ ସାଜିଛି : ବର୍ତ୍ତମାନ ଅନେକ ଯୁବତୀ ଯୁବକଙ୍କ ପାଇଁ ଟାଇମ୍‌ପାସ୍‌ର ସରଳ ମାଧ୍ୟମ ସାଜିଛି ପ୍ରେମ। ଭଲ ଲାଗୁଥିବା କୌଣସି ପୁଅଝିଅଙ୍କୁ ନିଜର ବୟଫ୍ରେଣ୍ଡ ଅବା ଗର୍ଲଫ୍ରେଣ୍ଡ ଭାବେ ବାଛିନେବା ସହ ତାଙ୍କ ସହିତ ଗପିବା, ବୁଲିଯିବା ଆଦି କାର୍ଯ୍ୟ କରୁଛନ୍ତି। ଏମିତିକି କେହି କେହି ଲିଭ୍‌ ଇନ୍‌ ରିଲେସନ୍‌ଶିପ୍‌ରେ ରହିବାକୁ ମଧ୍ୟ ପଛାଉ ନାହାନ୍ତି। ତେବେ ସ୍ବାର୍ଥ ପୂରଣ ପରେ ସେମାନଙ୍କ ମଧ୍ୟରେ ବ୍ରେକ୍‌ ଅପ୍‌ ଏବଂ ପରେ ଆଉ ଜଣେ ନୂଆ ସାଥୀଙ୍କ ସହ ବୁଲୁଥିବାର ଦେଖିବାକୁ ମିଳୁଛି। ତେବେ ଅଧୁନା ସମାଜରେ ପ୍ରେମର ଏଭଳି କଳୁଷିତ ରୂପ ଅନେକଙ୍କଠାରେ ଆପରାଧିକ ମନୋବୃତ୍ତି ସୃଷ୍ଟି କରୁଛି।
ପ୍ରେମରେ ବି ଏକ୍ସପେରିମେଣ୍ଟ: ପ୍ରେମର ପ୍ରକୃତ ମୂଲ୍ୟବୋଧ ନ ବୁଝି ଏହାକୁ ନେଇ ଏକ୍ସପେରିମେଣ୍ଟ କରୁଥିବା ପ୍ରେମୀଙ୍କ ସଂଖ୍ୟା ବର୍ତ୍ତମାନ ଅଧିକ। ସାଙ୍ଗସାଥୀଙ୍କ ମଧ୍ୟରେ କାହାର କେତେଜଣ ବୟଫ୍ରେଣ୍ଡ, ଗର୍ଲଫ୍ରେଣ୍ଡ ରହିଛନ୍ତି ଅବା କିଏ କେତେଜଣଙ୍କୁ ପଟାଇ ପାରୁଛି, ତାହାକୁ ନେଇ ମଧ୍ୟ ଚାଲୁଛି ପ୍ରତିଯୋଗିତା। ଏହି ଆଳରେ ଅନ୍ୟ କାହାର ମାନସିକତା ସହ ଖେଳୁଛନ୍ତି ଏବଂ ଠକିବା ଦ୍ୱାରା ଅନ୍ୟର ଜୀବନ ନଷ୍ଟ ମଧ୍ୟ କରୁଛନ୍ତି।
ଲିଭ୍‌ ଇନ୍‌ ରିଲେଶନ୍‌ଶିପ୍‌: ଦିନ ଥିଲା, ପ୍ରେମ କରୁଥିବା ଝିଅପୁଅମାନେ ସମାଜ ଭୟରେ ଏକାଠି ଭେଟିବା ବୁଲିବା ଆଦିକୁ ସଂକୋଚ କରୁଥିଲେ। ହେଲେ ଧୀରେ ଧୀରେ ଏଥିରେ ପରିବର୍ତ୍ତନ ହେଲା। କେବଳ ପାର୍କ, ମଲ୍‌ କିମ୍ବା ଅନ୍ୟାନ୍ୟ ସ୍ଥାନରେ ନୁହେଁ ବରଂ ସ୍କୁଲ୍‌ କଲେଜରେ ବିନା ଡରରେ ହଳ ହଳ ହୋଇ ବୁଲୁଥିବା ପ୍ରେମୀଯୁଗଳଙ୍କୁ ଦେଖିବାକୁ ମିଳିଲା। ହେଲେ ବର୍ତ୍ତମାନ ବିବାହିତ ଦମ୍ପତିଙ୍କ ଭଳି କେତେକ ଯୋଡ଼ି ଏକାଠି ରହୁଥିବା ମଧ୍ୟ ଦେଖିବାକୁ ମିଳୁଛି, ଯାହାକୁ ଲିଭ୍‌ ଇନ୍‌ ରିଲେଶନ୍‌ଶିପ୍‌ ବୋଲି କୁହାଯାଉଛି। ତେବେ ପ୍ରଥମେ ଏହା ଅବୈଧ ହୋଇଥିବା ବେଳେ ବର୍ତ୍ତମାନ ଏହା ଆଇନସମ୍ମତ। ହେଲେ ଏହାଦ୍ୱାରା ନା କେବଳ ବିଭିନ୍ନ ଅଘଟଣ ଘଟୁଥିବାର ନଜିର ରହିଛି। ତା’ଛଡ଼ା ଏହାଦ୍ୱାରା ଅନ୍ୟ ଯୁବପିଢ଼ିଙ୍କ ଉପରେ ମଧ୍ୟ ନକାରାତ୍ମକ ପ୍ରଭାବ ପଡୁଥିବା ଦେଖିବାକୁ ମିଳୁଛି।
ବ୍ରେକ୍‌ ଅପ୍‌: ବର୍ତ୍ତମାନ ଅନେକେ ପ୍ରକୃତ ପ୍ରେମର ପରିଭାଷାକୁ ନିଜର ସ୍ବାର୍ଥ ପାଇଁ ବଦଳାଇ ଦେଲେଣି। କେହି କେହି ଟାଇମ୍‌ପାସ୍‌ ପାଇଁ ପ୍ରେମ କରୁଛନ୍ତି ତ ଅନ୍ୟ କେହି ପ୍ରେମୀଠାରୁ ଆବଶ୍ୟକ ମୁତାବକ ଅର୍ଥ ହାସଲ କରିବା ଲାଗି ପ୍ରେମର ଅଭିନୟ କରୁଛନ୍ତି। ଅନ୍ୟାନ୍ୟ ସ୍ବାର୍ଥ ହାସଲ ପାଇଁ ମଧ୍ୟ ବର୍ତ୍ତମାନ ଅନେକେ ପ୍ରେମର ଛଳନା କରୁଥିବା ଦେଖିବାକୁ ମିଳୁଛି। ଆଉ ସ୍ବାର୍ଥ ହାସଲ ପରେ ସାମାନ୍ୟ କଥାକୁ ନେଇ ଝଗଡ଼ା କରି ବ୍ରେକ୍‌ ଅପ୍‌ କରି ଆଉ ଏକ ନୂଆ ସାଥୀଙ୍କ ସନ୍ଧାନ କରିନେଉଛନ୍ତି। ଏହାଦ୍ୱାରା ପ୍ରକୃତ ପ୍ରେମ ପ୍ରତି ଅନେକଙ୍କର ଭରସା ତୁଟିଯାଉଛି। ଏମିତିକି ଏହି ପ୍ରତାରଣା ସହି ନ ପାରି କେହି କେହି ଆମତ୍ହତ୍ୟା ଭଳି ଭୁଲ୍‌ କାମ କରିବାକୁ ମଧ୍ୟ ପଛାଉନାହାନ୍ତି। ପ୍ରତିଶୋଧ ପରାୟଣ ହୋଇ କେହି କେହି ସୋସିଆଲ୍‌ ସାଇଟ୍‌ରେ ଫେକ୍‌ ଆକାଉଣ୍ଟ ଖୋଲି ବିଭିନ୍ନ ଅଶ୍ଳୀଳ ଫଟୋ, ଭିଡିଓ ଆଦି ଅପ୍‌ଲୋଡ୍‌ କରି ଅପରପକ୍ଷକୁ ବଦନାମ୍‌ କରିବା ଭଳି ସାଇବର କ୍ରାଇମ୍‌ ମଧ୍ୟ କରୁଛନ୍ତି। ଏମିତିକି ଅନେକେ ପ୍ରେମାନ୍ଧ ହୋଇ ଏସିଡ୍‌ ଫିଙ୍ଗିବା କିମ୍ବା ହତ୍ୟା ଭଳି ଜଘନ୍ୟ ଅପରାଧ ଘଟାଉଥିବାର ଅନେକ ନଜିର ରହିଛି।

 

 

ବିଶ୍ୱଜିତ୍‌ ପ୍ରଧାନ (ଟ୍ରାଭେଲ୍‌ ଫଟୋଗ୍ରାଫର୍‌, ଭୁବନେଶ୍ୱର)- ଅଜାଣତରେ ହେଉ କି ଜାଣତରେ, ମନ ଦେଇ ବସିବା ପରେ ଭାଙ୍ଗିଗଲେ ସଜାଡ଼ିବାକୁ ଢେର ସମୟ ଲାଗିଯାଏ। ପ୍ରେମରେ ହାର୍‌ଜିତ୍‌ ତ ଥାଏ, ହେଲେ ପ୍ରତିଟି ଅସଫଳତାରୁ ହିଁ ଆମେ ଜୀବନରେ କିଛି ଶିଖିବାକୁ ପାଇଥାଉ। ସେହି ସମୟରେ ନିଜକୁ ସମ୍ଭାଳିବା ବି କଠିନ ହୋଇପଡ଼େ। ବ୍ରେକ୍‌ ଅପ୍‌ ପାଇଁ କେବେବି ଜୀବନ ଅଟକିଯାଏନି। ପ୍ରତିଥର ଆମେ ଝୁଣ୍ଟୁ ଏବଂ ଚାଲିବା ଶିଖିଥାଉ। ଲଭ୍‌ ଚକ୍କରରେ ପଡ଼ି ସତ କହିବାକୁ ଗଲେ ଆମେ ନିଜକୁ ହିଁ ଭୁଲି ପ୍ରିୟ ଲୋକଟିକୁ ଖୁସି କରିବାକୁ ଲାଗିପଡ଼ୁ। ପ୍ରେମ କରିବା ଭୁଲ୍‌ ନୁହେଁ, ହେଲେ ସର୍ବପ୍ରଥମେ ନିଜକୁ ପ୍ରେମ କରି ଶିଖିବା ଦରକାର।

ମଧୁସ୍ମିତା ବେହେରା (ପୁରୀ)- ମୋ ବେଷ୍ଟଫ୍ରେଣ୍ଡ୍‌ ସହଜରେ କାହା ସହ ମିଶିପାରେନି। ହେଲେ ଠିକ୍‌ ବର୍ଷେ ପୂର୍ବରୁ ସେ ଏମିତି ନ ଥିଲା। ଦୀର୍ଘ ୪ବର୍ଷ ଧରି ଗୋଟେ ଝିଅକୁ ସିଏ ଭଲ ପାଉଥିଲା। ଏପରିକି ତାଙ୍କ ଘରେ ମଧ୍ୟ ରାଜି ହୋଇ ଯାଇଥିଲେ। ହଠାତ୍‌ ସେ ଝିଅଟି ମୋ ସାଙ୍ଗର କଲ୍‌ ଉଠାଇବା ବନ୍ଦ କରିଦେଲା ଏବଂ ଅଚାନକ ଭାବେ କଲେଜ ମଧ୍ୟ ଚେଞ୍ଜ୍‌ କରିଦେଲା। ମୋ ସାଙ୍ଗ ଏସବୁରେ ଡିପ୍ରେସନକୁ ଚାଲିଗଲା। କାହା ସହ ଭଲରେ ଦି’ପଦ କଥା ବି ହେଲା ନାହିଁ। ପରେ ଜାଣିବାକୁ ପାଇଲି, ସେ ଝିଅଟି ଅନ୍ୟ ଏକ ପୁଅକୁ ଭଲ ପାଉଥିଲା। ମୋ ସାଙ୍ଗ ସେଇ ପରିସ୍ଥିତିରୁ ବାହାରକୁ ଆସିବାକୁ ପାଖାପାଖି ବର୍ଷେ ଲାଗିଗଲା। ଏଥିପାଇଁ ତାକୁ ଆମେ ବହୁତ ସାହାଯ୍ୟ କଲୁ। ତେଣୁ ମୋ ମତରେ ପ୍ରେମ ନିଶାରେ କାହାକୁ ଅନ୍ଧ ଭଳି ବିଶ୍ୱାସ କରିବା ବି ଠିକ୍‌ ନୁହେଁ।

 


Enter your email to get our daily news in your inbox.

All Right Reserved By Dharitri.Com

ମୃତ୍ୟୁ ପରେ ବି ଅମର ରମେଶ: ଅଙ୍ଗଦାନ ପରେ ପ୍ରଶାସନ ପକ୍ଷରୁ ଦିଆଗଲା’ଗାର୍ଡ ଅଫ ଅନର’

ମୋହନା, ୨।୪( ମନ୍ମଥ ମିଶ୍ର ): ମଣିଷ ଚାଲିଗଲେ ମଧ୍ୟ ତାଙ୍କର ଅଙ୍ଗ ଅନ୍ୟ ଜଣଙ୍କ ଶରୀରରେ ଜୀବିତ ରହିପାରେ, ଏହାର ଏକ ଜ୍ୱଳନ୍ତ ଉଦାହରଣ ସାଜିଛନ୍ତି…

ବରଗଡ଼ରୁ ମଧ୍ୟପ୍ରଦେଶ ହେଉଥିଲା ଗଞ୍ଜେଇ ଚାଲାଣ: ଧରାପଡ଼ିଲେ ୨ ଅଭିଯୁକ୍ତ

ଅତାବିରା,୨ା୪(ଯୁଧିଷ୍ଠିର ମହାପାତ୍ର): ବରଗଡ଼ ଜିଲା ଅତାବିରା ଥାନା ତଥା ଗୋଡ଼ଭଗା ଫାଣ୍ଡି ଅଧୀନ ସତୀଯୋର ପାଖରୁ ବୁଧବାର ପୋଲିସ ଗଞ୍ଜେଇ ଜବତ କରି ୨ ଜଣଙ୍କୁ ଅଟକ…

ବିଚ୍‌ ରାସ୍ତାରେ ବୁଲିଲା ଭୁଜାଲି: ଦୋକାନୀ ଲହୁଲୁହାଣ, ପ୍ରତି ଆକ୍ରମଣରେ ଅଭିଯୁକ୍ତ ଗୁରୁତର

ଅତାବିରା,୨।୪(ଯୁଧିଷ୍ଠିର ମହାପାତ୍ର): ବରଗଡ଼ ଜିଲା ଅତାବିରା ଥାନା ଅନ୍ତର୍ଗତ ଗୋଡ଼ଭଗା ଫାଣ୍ଡି ଅଞ୍ଚଳରେ ଦିନ ଦ୍ବିପ୍ରହରରେ ବିଚ୍‌ ରାସ୍ତାରେ ଭୁଜାଲି ମାଡ଼ ଘଟଣା ସାମ୍ନାକୁ ଆସିଛି। ଭୁଜାଲି…

ପୋଷ୍ଟ ଅଫିସକୁ ପଶି ଆସିଲା ବିରାଟକାୟ ଅହିରାଜ: ଆତଙ୍କିତ ହୋଇ ଟେକା ପଥର ମାରିଲେ ଲୋକେ, ପରେ…

ଆନନ୍ଦପୁର, ୨।୪(ସୁଶାନ୍ତ କୁମାର ସାହୁ): କେନ୍ଦୁଝର ଜିଲା ଆନନ୍ଦପୁର ଉପଖଣ୍ଡ ହଦଗଡ଼ ଅଞ୍ଚଳରେ ଏକ ଅଭାବନୀୟ ଦୃଶ୍ୟ ଦେଖିବାକୁ ମିଳିଛି। ଗୁରୁବାର ଦିନ ହଦଗଡ଼ ରେଞ୍ଜ ଅଧୀନରେ…

ଆରମ୍ଭ ହେଲା ପ୍ରସିଦ୍ଧ ବାଲିଗୁଡ଼ା ଦଣ୍ଡଯାତ୍ରା

ବାଲିଗୁଡା,୨।୪:(ସଞ୍ଜୟ କୁମାର ପାଣିଗ୍ରାହୀ): କନ୍ଧମାଳ ଜିଲାର ପ୍ରସିଦ୍ଧ ବାଲିଗୁଡ଼ା ଦଣ୍ଡଯାତ୍ରା ଆରମ୍ଭ ହୋଇଯାଇଛି। ଏନେଇ ଗାଁଠୁ ସହର ଉତ୍ସବମୁଖର ହୋଇପଡିଛି। ଶତାଧିକ ମାନସିକଧାରୀ ଦଣ୍ଡୁଆ ମା’ଙ୍କ ଦଣ୍ଡଯାତ୍ରାରେ…

୨୫ ଫୁଟ ଉଚ୍ଚ ପାଣି ଟାଙ୍କିରେ ଚଢ଼ିଗଲେ ଛାତ୍ର, ସୁରକ୍ଷାକୁ ନେଇ ବଢ଼ିଲା ଚିନ୍ତା

ଖଜୁରିପଡ଼ା,୨ା୪(ବିଦୁର ବେହେରା): ଖଜୁରିପଡ଼ା ବ୍ଲକ୍‌ ପିରିକୁଡ଼ି ସରକାରୀ ଉଚ୍ଚ ବିଦ୍ୟାଳୟରେ ପ୍ରଥମରୁ ଦଶମ ଶ୍ରେଣୀ ପର୍ଯ୍ୟନ୍ତ ଶତାଧିକ ଛାତ୍ରୀଛାତ୍ର ହଷ୍ଟେଲରେ ରହି ପାଠପଢୁଥିବା ବେଳେ ସେମାନଙ୍କ ସୁରକ୍ଷାକୁ…

ଟ୍ରେନ୍ ଯାତ୍ରୀଙ୍କ ପାଇଁ IRCTC ର ‘ଡିଜିଟାଲ୍ ଢାବା’: ଏବେ ଗୋଟିଏ କ୍ଲିକରେ ସିଟ୍‌ରେ ପହଞ୍ଚିବ ଗରମାଗରମ ଖାଦ୍ୟ! ଜାଣନ୍ତୁ କେମିତି…

ନୂଆଦିଲ୍ଲୀ,୨।୪: ଭାରତୀୟ ରେଳରେ ଯାତ୍ରା କରୁଥିବା ଯାତ୍ରୀଙ୍କ ପାଇଁ ଏକ ବଡ଼ ସୁବିଧା ନେଇ ଆସିଛି IRCTC। ଏବେ ମେଲ କିମ୍ବା ଏକ୍ସପ୍ରେସ ଟ୍ରେନରେ ଯାତ୍ରା ସମୟରେ…

୨୦୨୬ ଆଇପିଏଲରେ ଖେଳିବା ପାଇଁ କୋର୍ଟଙ୍କ ଦ୍ୱାରସ୍ଥ ହେଲେ RCB ବୋଲର, ପୂରା ଘଟଣା ଜାଣିଲେ…

ନୂଆଦିଲ୍ଲୀ,୨।୪: IPL ୨୦୨୬ ମଧ୍ୟରେ ଏକ ଗୁରୁତ୍ୱପୂର୍ଣ୍ଣ ଖବର ସାମ୍ନାକୁ ଆସିଛି। ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ (RCB)ର ଶ୍ରୀଲଙ୍କାର ଦ୍ରୁତ ବୋଲର ନୁୱାନ ତୁଷାରା IPL ୨୦୨୬…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri