Posted inଫୁରସତ

ଡେମ୍ଫ ଥାଇ ଅଧା ଫୁଟିଥିବା ପଦ୍ମଫୁଲ ଆକୃତିର କଳସ ସ୍ଥାପନ ହୋଇଥିଲା

ଆମେ ପୂର୍ବରୁ ଦୁଇଟି ବିଷୟ ସମ୍ପର୍କରେ ସୂଚନା ଦେଇଥିଲୁ। ଗୋଟିଏ ଶ୍ରୀପଦ୍ମକେଶର ମନ୍ଦିର ‘କଳସ’ ସମ୍ବନ୍ଧରେ, ଅନ୍ୟଟି ‘ଧ୍ୱଜପଦ୍ମ’ ସମ୍ବନ୍ଧରେ। କଳସଟି ତିନି ହାତ ଉଚ୍ଚତା ବିଶିଷ୍ଟ ଥିଲା, ଡେମ୍ଫ ସହିତ ଅଧା ଫୁଟିଥିବା ପଦ୍ମଫୁଲ ଆକୃତିର। ନୀଳମୁଗୁନି ପଥରରେ ଏହା ନିର୍ମିତ ହୋଇଥିଲା। ପୂର୍ବରୁ ପୋଥି ଆଧାରରେ ଆମେ ଆଲୋଚନା କରିଥିଲେ ସମସ୍ତ ନୀଳମୁଗୁନି ପଥର ବାଲେଶ୍ୱରର ନୀଳଗିରି ପାହାଡ଼ରୁ କୋଣାର୍କକୁ ଆସିଥିଲା।
ଅର୍ଦ୍ଧ ପ୍ରସ୍ଫୁଟିତ ପଦ୍ମଫୁଲର ‘ବଇଠି’ ଥିଲା, ଯାହା ଫୁଲର ମୂଳରେ ରହିଥିଲା। ବାଙ୍ଗରଗଡ଼ର ରାମ ମହାପାତ୍ର ସାତଜଣ ପଥୁରିଆଙ୍କ ସହଯୋଗରେ ଏହାକୁ ନିର୍ମାଣ କରିଥିଲେ। ମୁଖ୍ୟ ମନ୍ଦିରରେ କଳସ ବସିବା ପୂର୍ବରୁ ମୁଖଶାଳାରେ କଳସ ଖଞ୍ଜା ସରିଥିଲା। ଆଶ୍ୱିନ ଶୁକ୍ଳ ଦଶମୀ ଅର୍ଥାତ୍‌ ଦଶହରାଦିନ ବେଦପୁରର ବ୍ରାହ୍ମଣମାନେ ପୂଜା କରିବା ପରେ ବାରଜଣ ପାଇଟିଆଳ ତାହାକୁ ଆଣିଥିଲେ। ତାହା ଦୁଇ ଭାଗରେ ନିର୍ମିତ ହୋଇଥିଲା। ପୂଜା ସମୟରେ ରାଜଗୁରୁ ଓ ଶିବେଇ ସାମନ୍ତରା ଉପସ୍ଥିତ ଥିଲେ। ମୁଖଶାଳାର କଳସ ନିର୍ମାଣ ହୋଇଥିଲା କଳାମୁଗୁନି ପଥରରେ। କଳସର ଦୁଇଭାଗ ମଝିରେ ଥିବା ରନ୍ଧ୍ରକୁ ସୂତ୍ରଧର ସଂଯୋଗ କରିଥିଲେ। ସେଥିପାଇଁ ଏକ ପାରିଭାଷିକ ଶବ୍ଦ ବ୍ୟବହାର ହୋଇଛି ‘ଯନ୍ତ୍ର’। ସେହି ଯନ୍ତ୍ରରେ ରଖାଯାଇଥିଲା ଏକ ଗୌଣି ଧାନ, ଗୌଣିଏ ବିରି, କିଛି ଦହି, ନବରତ୍ନ ପଥର (ନବଗ୍ରହଙ୍କ ପାଇଁ ନଅ ପ୍ରକାରର ପଥର)। ଏଗାରଟି ସୁନାରେ ନିର୍ମିତ ଗ୍ରହାଦି ମଣ୍ଡଳୀ ଫଳକ। ଏହି ଫଳକରେ ‘ଆଦିତ୍ୟ’ଙ୍କୁ ବାଦ ଦିଆଯାଇଥିଲା। ସୂର୍ଯ୍ୟତନ୍ତ୍ର ଗ୍ରନ୍ଥ ଅନୁଯାୟୀ ଏହି ନିଷ୍ପତ୍ତି ନିଆଯାଇଥିଲା। ଯଦି ସୂର୍ଯ୍ୟଙ୍କ ପାଇଁ ମନ୍ଦିର ହୋଇଥିବ, ପୀଠରେ ଯଦି ଭାସ୍କର ରହିବେ, ତେବେ ‘ରବି’ ମୁଖଶାଳାରେ ପୂଜିତ ହେବେ। ଭାସ୍କର କେବେ ବି ମୁଖଶାଳାରେ ରହିବେ ନାହିଁ। ତେଣୁ ୧୧ଟି ଗ୍ରହାଦିମଣ୍ଡଳ ଫଳକ ରହିବ।
କଳିଙ୍ଗ ଶୈଳୀର ମନ୍ଦିରରେ ଏବେ ବି ଏହି ପ୍ରଥା ଅନୁସୃତ ହୋଇ ଆସୁଛି। ପୀଠର ପୀଠାଧୀଶ୍ୱର ବା ମନ୍ଦିରର ମୁଖ୍ୟ ଦେବୀ/ଦେବତା ମୁଖଶାଳାରେ ରହିବେ ନାହିଁ। ଶ୍ରୀଜଗନ୍ନାଥଙ୍କ ମନ୍ଦିରରେ କୋଣାର୍କଠାରେ ମନ୍ଦିର ନିର୍ମାଣ ପୂର୍ବରୁ ତାହା ଅନୁସୃତ ହୋଇଥିଲା। ପରେ ପ୍ରକୃତ ସିଂହଦ୍ୱାର ପରିବର୍ତ୍ତେ ମେଘନାଦ ପ୍ରାଚୀର ହେବାରୁ ପ୍ରବେଶପଥ ଗୁମୁଟକୁ ସିଂହଦ୍ୱାର ଲୋକ ଚଳଣିରେ କୁହାଯାଉଛି। ପ୍ରକୃତ ସିଂହଦ୍ୱାର ଦେଇ ଏବେ ବି ମହାପ୍ରଭୁ ମନ୍ଦିରରୁ ବାହାର ପାହାଚ ଏବଂ ଗୁମୁଟ ଦେଇ ବଡ଼ଦାଣ୍ଡକୁ ଆସୁଛନ୍ତି। ଆନନ୍ଦବଜାରରୁ ବାହାର ପାହାଚକୁ ଆସିବା ପାଇଁ ଯେଉଁ ଦ୍ୱାର ତାହା ପ୍ରକୃତ ସିଂହଦ୍ୱାର। ସେଠାରେ ମନ୍ଦିରର ମୁଖ୍ୟ ଅଧୀଶ୍ୱରଙ୍କ ବିଗ୍ରହ ନାହିଁ। ବାହାର ପାହାଚ ସଂସ୍କୃତ ପୁସ୍ତକରେ ‘ବହିସ୍ଥ ପାହାଚ’ ଭାବରେ ବର୍ଣ୍ଣିତ। ବହିସ୍ଥ ପାବଚ୍ଛ ଶବ୍ଦ ଓଡ଼ିଆରେ ‘ବାହାର ପାହାଚ’ ହୋଇ ଶେଷରେ ‘ବାଇସି ପାହାଚ’ ରୂପେ ପ୍ରସିଦ୍ଧ ହୋଇଛି।
ମେଘନାଦ ପ୍ରାଚୀରର ଗୁମୁଟ ଉପରେ ‘ଦଶାବତାର’ ବିଗ୍ରହ ଥିଲେ। କେଉଁ ଏକ ଅନ୍ଧାର ରାତିରେ ନବମ ଅବତାର ସ୍ଥାନରେ ‘ଶ୍ରୀଜଗନ୍ନାଥ’ଙ୍କ ମୁହଁ ଲାଗିଲା। ତାହା ବାସ୍ତୁଶାସ୍ତ୍ର ବିରୋଧୀ କାର୍ଯ୍ୟ। ମୁଖଶାଳାରେ ମୁଖ୍ୟ ବିଗ୍ରହ ଯେଉଁଠି ରହିବାର ବିଧି ନାହିଁ, ପରବର୍ତ୍ତୀ କାଳରେ ନିର୍ମିତ ଗୁମୁଟ ଉପରେ କିପରି ମୁଖ୍ୟ ବିଗ୍ରହ ରହିବେ? ତେବେ ତ ଆଦିଶଙ୍କରାଚାର୍ଯ୍ୟ ଲେଖିଥିବା ‘ହରତ୍ୱଂ ସଂସାରଂ ଦ୍ରୁତତ୍ତରମସାରଂ ସୁରପତେ’ ସ୍ତୋତ୍ରର ‘ସୁରପତେ’ ଶବ୍ଦର ବିରୋଧାଭାଷ ହୋଇଯିବ। ସୁର ଅର୍ଥାତ୍‌ ଦେବତାମାନଙ୍କର ଯିଏ ପତି, ସେ କିପରି ଅବତାର ନେଇଥିବା ଦେବତାଙ୍କ ମେଳରେ ବସିବେ?
କୋଣାର୍କଠାରେ ଶ୍ରୀପଦ୍ମକେଶର ମନ୍ଦିରରେ ଶାସ୍ତ୍ର ବିଧିସମ୍ମତ ନିର୍ମାଣକୁ ଗୁରୁତ୍ୱ ଦିଆଯାଇଥିଲା। ମୁଖଶାଳା କଳସର ନିର୍ମାତା ଥିଲେ ଶିଳ୍ପୀ ରାମ ମହାପାତ୍ର। ସେ ହିଁ ଦୁଇ ଭାଗକୁ ସଂଯୋଗ କରିଥିଲେ। ସଂଯୋଗ ହେବାପରେ ନାଲି ସିଲ୍‌କ କନାରେ ଗୁଡ଼ାଇ ଦିଆଯାଇଥିଲା। ଏହି କାର୍ଯ୍ୟ ପାଇଁ ଶିଳ୍ପୀ ନେଇଥିଲେ- ଚାରୋଟି ପଦ୍ମମାଢ଼ ସୁନା। ଗୋଟିଏ ପଦ୍ମମାଢ଼ ଏକ ତୋଳା (ଭରି) ସୁନାର ଚାରିଭାଗରୁ ଭାଗେ। ମନ୍ଦିରରେ ‘କଳସ’ ସ୍ଥାପନ ପୂର୍ବରୁ ମସୃଣ ପଥର ଚାରୋଟି ପ୍ରଥମେ ଅଁଳାଶ୍ରୀରେ ରଖାଯାଇଥିଲା। ପଥରଗୁଡ଼ିକ ଏକ ହାତ ଉଚ୍ଚତା ବିଶିଷ୍ଟ ଥିଲା। ଦଶଜଣ ପଥୁରିଆଙ୍କୁ ଦୁଇଦିନ ଲାଗିଥିଲା। ପଲିସି ପଥରକୁ ତିନିଜଣ ଶିଳ୍ପୀ ଖଞ୍ଜିଥିଲେ। ଖଞ୍ଜିବା ପରେ ତିନିଜଣ ପଥୁରିଆ, ଦୁଇଜଣ କାମିକା ନାରୀ ପାଣିମାଠିଆ ନେଇ ଯୋଡ଼େଇରେ ‘କରାଳ’ ପୂର୍ଣ୍ଣ କଲେ। ପଥର ଗୁଣ୍ଡରେ ତାହାକୁ ଏପରି ଘଷିଲେ, ଯେପରି ଗୋଟିଏ ପଥର ପରି ଦିଶିବ। ମାର୍ଗଶୀର ଶେଷ ଗୁରୁବାରଦିନ ଏକ ପଦ୍ମଦଣ୍ଡ ରଖାଯାଇଥିଲା।
ଏହି ପଦ୍ମଦଣ୍ଡ ରତ୍ନ-ମୁଦ- କଳସର ମଝିରେ ଖଞ୍ଜାଯାଇଥିଲା। ପଦ୍ମଦଣ୍ଡ ନିଜେ ରାଜଗୁରୁ ନେତୃତ୍ୱ ନେଇ ପହଞ୍ଚେଇଥିଲେ। ସେହିଦିନ ବଡ଼ ଦେଉଳର ପତି ମହାପାତ୍ର, ସେବକ ରାଜାଙ୍କ ନିଷ୍ପତ୍ତି ଅନୁଯାୟୀ ‘ମହାପ୍ରସାଦ’ ନେଇ ପହଞ୍ଚତ୍ଥିଲେ। ପୂଜା ହେବା ପରେ ରାଜଗୁରୁ, ଶିଳ୍ପୀ ନାରାୟଣ ମହାପାତ୍ର, ଶିବେଇ ସାମନ୍ତରା, ଶିଳ୍ପୀ ଗଙ୍ଗା ମହାପାତ୍ର, ଗଦାଧର ମହାପାତ୍ର ଓ ବେଦପୁର ବ୍ରାହ୍ମଣଙ୍କୁ ଏକ ହଳ ଲେଖାଏଁ ଧୋତି ଦିଆଯାଇଥିଲା। ବ୍ରାହ୍ମଣମାନଙ୍କୁ ଦୁଇମାଢ଼ ସୁନା ଦକ୍ଷିଣା ବାବଦକୁ ଦିଆଯାଇଥିଲା।
ଏହାପରେ ଆରମ୍ଭ ହୋଇଥିଲା ‘ପରିକ୍ରମା’ ବିଧି। ଅର୍ଦ୍ଧଉନ୍ମୀଳିତ ଡେମ୍ଫ ସହିତ ପଦ୍ମଫୁଲ ଆକୃତିର କଳସକୁ ଚାରିଜଣ ପଥୁରିଆ ମୁଖ୍ୟ ମନ୍ଦିର ପରିକ୍ରମା କରାଇବା ପରେ, ତାହା ଉପରକୁ ନେଇଥିଲେ। ଏହାପରେ ପୁଣି ଆରମ୍ଭ ହୋଇଥିଲା ସ୍ଥାପନ ବିଧିର ଦ୍ୱିତୀୟ ପର୍ବ।

ଡ. ସୁରେନ୍ଦ୍ର କୁମାର ମିଶ୍ର


Enter your email to get our daily news in your inbox.

All Right Reserved By Dharitri.Com

‘ବରଗଡ଼ ଜିଲା ମୁଖ୍ୟ ହସ୍ପିଟାଲରେ ମେଡିକାଲ କଲେଜ ପ୍ରତିଷ୍ଠା ହେଉ’

ବରଗଡ଼,୧୭।୧୨(ପ୍ରେମାନନ୍ଦ ଖମାରୀ)- ବରଗଡ଼ ଜିଲା ମୁଖ୍ୟ ହସ୍ପିଟାଲକୁ ଏକ ସୁପର ସ୍ପେଶାଲିଟି ହସ୍ପିଟାଲରେ ପରିଣତ କରି ସହିତ ଜିଲା ହସ୍ପିଟାଲ ପରିସରରେ ୧୦୦ ଏମବିବିଏସ ସିଟ୍...

କିସ୍‌ ଛାତ୍ର ମୃତ୍ଯୁ ଘଟଣାକୁ ନେଇ ଉଦ୍‌ବେଗ ପ୍ରକାଶ କଲେ ବଳଭଦ୍ର ମାଝୀ, କହିଲେ ଶିକ୍ଷାନୁଷ୍ଠାନ ଉପରେ…

ଭୁବନେଶ୍ୱର,୧୭ା୧୨:  କିସ୍ ଛାତ୍ର ମୃତ୍ୟୁ ମାମଲାରେ ଗୋଟିଏ ପରେ ଗୋଟିଏ ସତ ସାମ୍ନାକୁ ଆସିବାରେ ଲାଗିଛି । କିସ୍‌ ଛାତ୍ରଙ୍କୁ ହତ୍ୟା  କରାଯାଇଥିବା ନେଇ ପୋଲିସ...

ଶିଆଳ କାମୁଡାରେ ଏକାଧିକ ଗୁରୁତର, ମେଡିକାଲରେ ଭର୍ତ୍ତି

ଧର୍ମଶାଳା,୧୭/୧୨(ଶିବ ପ୍ରସାଦ ମହାନ୍ତି): ଧର୍ମଶାଳା ଥାନା ଅନ୍ତର୍ଗତ ମଙ୍ଗଳପୁର ପଞ୍ଚାୟତରେ ଏକ ଶିଆଳ କାମୁଡାରେ ଏକାଧିକ ଗୁରୁତର ହୋଇଛନ୍ତି । ସମସ୍ତ ଆହତ ଧର୍ମଶାଳା ଗୋଷ୍ଠୀ...

ଶ୍ରୀମନ୍ଦିର ଭିତର ଫଟୋ ଭାଇରାଲ ଘଟଣା, ଆଇନ ମନ୍ତ୍ରୀ କହିଲେ…

ପୁରୀ ୧୭ା୧୨( ଅଜିତ୍ କୁମାର ମହାନ୍ତି ): କିଛି ଦିନର ବ୍ୟବଧାନ ପରେ ପୁଣି ଶ୍ରୀମନ୍ଦିର ଭତିରର ଫୋଟ ସୋସିଆଲ ମିଡିଆରେ ଭାଇରାଲ ହୋଇଛି। ତେବେ...

ଏବେ ବୁନ୍ଧାଏ ପାଣି ପାଇଁ ବି ଡହଳ ବିକଳ ହେବ ପାକିସ୍ତାନ! ଭାରତ ପରେ ଏହି ଦେଶ ନେଲା ବଡ ଆକ୍ସନ

ଇସଲାମାବାଦ,୧୭।୧୨: ପହଲଗାମରେ ଆତଙ୍କବାଦୀ ଆକ୍ରମଣ ପରେ, ଭାରତ ପାକିସ୍ତାନକୁ ସିନ୍ଧୁ ନଦୀ ଜଳ ଯୋଗାଣ ବନ୍ଦ କରିଦେଇଛି, ଯାହା ଫଳରେ ଅନେକ ଅଞ୍ଚଳରେ ମରୁଡ଼ି ଭଳି...

କିସ୍‌ ଛାତ୍ରଙ୍କୁ ହତ୍ୟା, ପ୍ରେସ୍‌ମିଟ୍‌ରେ ସ୍ପଷ୍ଟ କରି ପୋଲିସ କମିଶନର କହିଲେ…

ଭୁବନେଶ୍ୱର,୧୭ା୧୨: କିସ୍‌ ଛାତ୍ରଙ୍କୁ ହତ୍ୟା କରାଯାଇଥିବା ସ୍ପଷ୍ଟ କରିଛନ୍ତି ପୋଲିସ କମିଶନର। ପ୍ରେସମିଟ୍‌ରେ ପୋଲିସ କମିଶନର ଏସ୍‌ ଦେବଦତ୍ତ ସିଂ ଏକଥା ସ୍ପଷ୍ଟ କରିଛନ୍ତି। ‘ଜୋକର...

‘ଭାରତରେ ଉତ୍ପାଦନ ହ୍ରାସ ପାଉଛି…,’ ଜର୍ମାନୀରେ BMW ଫ୍ୟାକ୍ଟ୍ରିରେ ପହଞ୍ଚି ଭିଡିଓ ଶେୟାର କଲେ ରାହୁଲ

ବର୍ଲିନ,୧୭।୧୨: କଂଗ୍ରେସ ନେତା ଏବଂ ବିରୋଧୀ ଦଳ ନେତା ରାହୁଲ ଗାନ୍ଧୀ ବୁଧବାର ଜର୍ମାନୀର BMW କାରଖାନା ପରିଦର୍ଶନ କରିଥିଲେ। ଏହି ଗସ୍ତ ସମୟରେ ସେ...

ବଦନାମ ହେଲା TMC, ଭିଡିଓ ଶେୟାର କଲା ଭାଜପା

ନୂଆଦିଲ୍ଲୀ,୧୭।୧୨: ତୃଣମୂଳ କଂଗ୍ରେସ ଏମପି କୀର୍ତ୍ତି ଆଜାଦଙ୍କ ଏକ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେଉଛି। ଏଥିରେ ଆଜାଦ ସଂସଦ ଭିତରେ ସିଗାରେଟ ପିଉଥିବାର ଦେଖାଯାଉଛି।...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri